ପେଟ୍ରୋଲ ପମ୍ଫ୍‌ କର୍ମଚାରୀଙ୍କ ପୁଅ ହେଲେ IAS , ଜାଣନ୍ତୁ ସଂଘର୍ଷର କାହାଣୀ…

1 min read

କଠିନ ପରିଶ୍ରମ ହିଁ ଅସମ୍ଭବକୁ ସମ୍ଭବ କରାଇଥାଏ । ଦୂର ସ୍ୱପ୍ନକୁ ପାଖରେ ଆଣି ଛିଡ଼ା କରିଥାଏ । କଠିନ ପରିଶ୍ରମ ଏବଂ ନିଷ୍ଠା ଅସମ୍ଭବକୁ କରିଥାଏ ସମ୍ଭବ । ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା । ଏହାକୁ କ୍ରାକ୍ କରିବା ଏକ ବିରାଟ ସଫଳତାଠାରୁ କମ୍ କଥା ନୁହେଁ । କିନ୍ତୁ ସମ୍ବଳ କମ ଥିବା ମଣିଷଙ୍କ ପାଖରେ ଏହି ପରୀକ୍ଷା ପାସ କରିବା କେତେ କଠିନ, ତାହା କେବଳ ସେଇମାନେ ଜାଣିଛନ୍ତି ଯେଉଁମାନେ ସଂଘର୍ଷ କରି ସଫଳତାର ଶୀର୍ଷ ଛୁଇଁଛନ୍ତି ।  ତେବେ ଏହି ସଫଳତା ଅଧିକ ପ୍ରେରଣାଦାୟକ ସେତିକିବେଳେ ହୋଇଥାଏ ଯେତେବେଳେ ଅତି ସୀମିତ ସମ୍ବଳ ଥିବା ପ୍ରାର୍ଥୀ ପରୀକ୍ଷାକୁ ଜିତିଥାଏ । ସେହିଭଳି ଜଣେ ପରିକ୍ଷାର୍ଥୀ ଯିଏ  ଯିଏ ଅନେକ ସଂଘର୍ଷ ପରେ ୨୦୧୯ ରେ IAS ପରୀକ୍ଷାରେ ଟପ୍ ୧୦୦ଙ୍କ ମଧ୍ୟରେ  ରହିଛନ୍ତି , ସେ ହେଉଛନ୍ତି ପ୍ରଦିପ ସିଂ  । ତେବେ ପ୍ରଦୀପଙ୍କୁ ସଫଳତା ରାତାରାତି ମିଳିନଥିଲା । ୨୦୧୯ ପୂର୍ବରୁ ମଧ୍ୟ ସେ ଥରେ  ପ୍ରଦୀପ ୨୦୧୮ ମସିହା ପରୀକ୍ଷାରେ AIR ୯୩ ରାଙ୍କ ରଖିଥିଲେ । ତାଙ୍କୁ IRS ଚାକିରି ଅଫର କରାଯାଇଥିଲା । କିନ୍ତୁ ନିଜ ରାଙ୍କ ବଢାଇବାକୁ ଚାହୁଁଥିବା ପ୍ରଦୀପ ଅଫରକୁ ପ୍ରତ୍ୟାଖାନ କରିଥିଲେ । ସେ ପୁଣିଥରେ ୨୦୧୯ରେ ନିଜ ରାଙ୍କିଂରେ ସୁଧାର ଆଣିବାକୁ ପରୀକ୍ଷାରେ ବସିଥିଲେ । ଆଉ ଏଥରକ ସେ ନିଜ ଲକ୍ଷ୍ୟସ୍ଥଳରେ ପହଂଚି ପାରିଛନ୍ତି । ୨୦୧୯ରେ ତାଙ୍କୁ ସର୍ବଭାରତୀୟ ରାଙ୍କିଂରେ ପ୍ରଥମ ସ୍ଥାନ ମିଳିଛି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜିତନ କିଶୋର ଓ ତୃତୀୟ ସ୍ଥାନରେ ଅଛନ୍ତି ପ୍ରତିଭା ବର୍ମା ।

୨୯ ବର୍ଷୀୟ ପ୍ରଦିପ ସିଂ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପୁଅ । ଏହା ଥିଲା ତାଙ୍କର ଚତୁର୍ଥ ପ୍ରୟାସ ।  ଯିଏ ଅନେକ କଷ୍ଟ ଏବଂ ସୀମିତ ସମ୍ବଳକୁ ଅତିକ୍ରମ କରି IAS ପରୀକ୍ଷାକୁ ହାସଲ କରିଛନ୍ତି ।  ପ୍ରଦିପ ବାପା ମନୋଜ ସିଂ ବିହାରର ଗୋପାଳଗଞ୍ଜ ସହରରେ ରୁହନ୍ତି । ମନୋଜ ସିଂ ପେଟ୍ରୋଲ ପମ୍ପ କର୍ମଚାରୀ ଭାବରେ କାମ କରନ୍ତି । ରୋଜଗାର କେବଳ ବାପା କରୁଥିବାରୁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି । ବହୁତ କମ୍ ବୟସରୁ ପ୍ରଦିପ ପ୍ରଶାସନିକ ସେବାକୁ ନିଜ ଲକ୍ଷ୍ୟ ଭାବେ ବାଛି ସାରିଥିଲେ । ନିଜ ସଫଳତା ଓ ସ୍ୱପ୍ନ ବାବଦରେ ସେ କୁହନ୍ତି ଯେ, ମୁଁ ଯେତେବେଳେ ମୋ ବାପା ମା’ଙ୍କୁ ସିଭିଲ ସର୍ଭିସ ପାସ କରିଥିବା ପିଲାଙ୍କ ସଫଳତା ବାବଦରେ କଥା ହେବା ଶୁଣୁଥିଲି ଓ ସେମାନେ କେମିତି ଅଫିସର ହୋଇଗଲେ ଜାଣୁଥିଲି ସେତେବେଳେ ମୋ ଭିତରେ ଜଣେ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ଜାଗି ଉଠିଥିଲା । ବାଣିଜ୍ୟରେ ସ୍ମାତକ ପ୍ରଦୀପ କୁହନ୍ତି ଯେ, ସଫଳତାର ସର୍ଟକଟ୍ ନାହିଁ । କେବଳ କୋଚିଂ ଦ୍ୱାରା ଜଣେ ଆଇଏଏସ୍ ହୋଇ ପାରିବ ନାହିଁ । ସଫଳତାରେ କୋଚିଂର ଯୋଗଦାନ ୧୦ରୁ ୧୫ ପ୍ରତିଶତ ଥାଏ । ବାକି ତୁମ ନିଜ ହାତରେ ବୋଲି କୁହନ୍ତି ପ୍ରଦୀପ ।

Leave a Reply