ଚାଷୀଙ୍କ ପାଇଁ ଭାରତରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ

1 min read

ଭାରତୀୟ ରେଲଓ୍ୱେ ଚାଷୀ ମାନଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଛି । କରୋନା ମହାମାରୀ ଭଳି ଜଟିଳ ସମସ୍ୟାରେ ଚାଷୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଏକ ବରଦାନ ନିଶ୍ଚୟ । ଚାଷୀଙ୍କ ସୁବିଧା ପାଇଁ ଦେବଲାଲି ଏବଂ ଦାନାପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଗଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ୍ ମାଧ୍ୟମରେ ଚାଷୀମାନେ ପରିବା,ଫଳ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ ବୁକିଂ କରିପାରିବେ । ମଧ୍ୟ ରେଲଓ୍ୱେର ଏହି ସ୍ୱତନ୍ତ୍ର ଟ୍ରେନ୍ ୭ ଅଗଷ୍ଟରୁ ୩୦ ଅଗଷ୍ଟ ପର‌୍ୟ୍ୟନ୍ତ ପ୍ରତି ଶୁକ୍ରବାରକୁ ଦେବଲାଲିରୁ ଦାନାପୁର ପର‌୍ୟ୍ୟନ୍ତ ଗଡ଼ିବ । କିନ୍ତୁ ପ୍ରତି ରବିବାରକୁ ଦାନାପୁରରୁ ଦେବଲାଲି ଗଡ଼ିବ ଏହି ସ୍ୱତନ୍ତ୍ର ଟ୍ରେନ୍ ।

 


ଏହି ଟ୍ରେନ୍ ଦେବଲାଲିରୁ ସକାଳ ୧୧ଟାରେ ବାହାରି ତା ପରଦିନ ସନ୍ଧ୍ୟା ୬ଟା୪୫ମିନିଟରେ ଦାନାପୁରରେ ପହଂଚିବ । ଏହି ସ୍ୱତନ୍ତ୍ର ପରିବହନ ଟ୍ରେନ୍ ରବିବାରକୁ ଦାନାପୁରରୁ ୧୨ଟାରେ ବାହାରି ତା ପରଦିନ ସନ୍ଧ୍ୟା ୭ଟା୪୫ରେ ଦେବଲାଲିରେ ପହଂଚିବ । ଏହି ଟ୍ରେନ୍ ନାସିକ୍ ରୋଡ଼୍‌, ଜଲଗାଁଓ, ଭୁସାବଲ,ବୁରହାନପୁର,ଖଣ୍ଡଓ୍ୱା,ଇଟାରସୀ, ଜବଲପୁର, ସତନା,ମାନିକପୁର,ପ୍ରିୟାଗରାଜ ଛିଓକି,ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜଙ୍କସନ୍ ଏବଂ ବକ୍ସର ଷ୍ଟେସନରେ ଅଟକିବ । ରେଲଓ୍ୱେ ଅନୁସାରେ ଯଦି ଚାଷୀ ମାନଙ୍କ ଦାବି ବଢିବ ତେବେ ଗାଡ଼ିର ଅଟକିବା ସ୍ଥାନକୁ ବଢାଇ ଦିଆଯିବ । ଏହାର ବୁକିଂ ପାଇଁ ଚାଷୀ ମାନେ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପାରିବେ ।

Leave a Reply