spot_img
Home Blog Page 6014

ଉତ୍ତରାଖଣ୍ଡରେ ତାଣ୍ଡବ ପରେ ୟୁପିରେ ହାଇଆଲର୍ଟ: ଗଙ୍ଗା ନଦୀ କୂଳକୁ ନ ଯିବାକୁ ପରାମର୍ଶ

0

ଉତ୍ତରାଖଣ୍ଡ: ଚମେଲିର ତପୋବନରେ ଗ୍ଳ୍ୟାସିୟର ଭାଙ୍ଗିବା ପରେ ବନ୍ୟା ପାଣି ବହୁତ ଜୋରେ ନଦୀ ଆଡ଼କୁ ପ୍ରଭାବିତ ହେଉଛି । ଏହାକୁ ନେଇ ପ୍ରଶାସନ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ବହୁ ଜିଲ୍ଲାରେ ହାଇଆଲର୍ଟ ଜାରି କରିଛି । ଗଙ୍ଗା ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ନଦୀ ପାଖକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ଟିହରି ନଦୀରୁ ପାଣିର ପ୍ରବାହକୁ ରୋକିଦେଇଛି । ଯେତେ ଦୂର ସମ୍ଭବ ଡ୍ୟାମ ପାଣି ରୋକିବାକୁ କୁହାଯାଇଛି । ରୁଦ୍ରପ୍ରୟାଗରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ କରାଯାଉଛି । ଖବର ଲେଖା ହେବା ବେଳକୁ ପାଣି ଚମେଲି ଜିଲ୍ଲା ପାର କରିସାରିଛି । ଋଷିକେଶ, ହରିଦ୍ୱାରରେ କୁମ୍ଭ ମେଳା ଆୟୋଜନ କରାଯାଇଛି । ଏହି କାରଣୁ ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଏଥିସହିତ ପଢ଼ନ୍ତୁ: ‘ଗନ୍ଦି ବାତ୍’ ଅଭିନେତ୍ରୀ ଗେହନା ବଶିଷ୍ଟ ଗିରଫ: ପ୍ରସ୍ତୁତ କରୁଥିଲେ ପର୍ଣ୍ଣ ଭିଡିଓ

           ଚମେଲିରେ ଗ୍ଳ୍ୟାସିୟର ଫାଟିବା ପରେ ଉନ୍ନାଓରେ ଜିଲ୍ଲାଅଧିକାରୀ ଦ୍ୱାରା ଗଙ୍ଗା କୂଳରେ ବସବାସ କରୁଥିବା ୩୫୦ ଗାଁରେ ହାଇଆଲର୍ଟ ଜାରି କରାଯାଇଛି । ଉତ୍ତାରଖଣ୍ଡରେ ଚମେଲି ଗ୍ଳ୍ୟାସିୟର ଭାଙ୍ଗିବା ପରେ କନ୍ନୈଜ ଜିଲ୍ଲା ପ୍ରଶାସନ ଆଲର୍ଟ ରହିଛି । ଜିଲ୍ଲାପାଳ ବୈଠକ ଡକାଇବା ସହ ଗଙ୍ଗା ନଦୀ କୂଳ ଲୋକଙ୍କୁ ସତର୍କ କରାଇଛନ୍ତି । ଫାରୁଖାବାଦରେ ଗଙ୍ଗା ନଦୀର ବେଗ ଉପରେ ଅଧିକାରୀଙ୍କ ନଜର ରହିଛି । ଗଙ୍ଗା ନଦୀରେ ପାଣିର ସ୍ତର ଏବେ ମଧ୍ୟ ସାମାନ୍ୟ ରହିଛି । ଏବେ ଗଙ୍ଗା ନଦୀକୁ ନେଇ କୌଣସି ବିପଦ ନାହିଁ । ତଥାପି  ସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ।

ନିର୍ବାଚନ ଆଳରେ ମାଡ଼ି ଆସୁଛି ଆନ୍ଧ୍ର, ଗାଁ ନାଁ ବଦଳାଇ ବାଣ୍ଟୁଛି ରାସନ କାର୍ଡ

କୋରାପୁଟ: ଆନ୍ଧ୍ରର ଆଉ ଏକ ଷଡ଼ଯନ୍ତ୍ର । କେବଳ କୋଟିଆ ନୁହଁ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ଅନ୍ୟ ଗାଁ ଉପରେ ରହିଛି ଆନ୍ଧ୍ର ପ୍ରଦେଶର ଆଖି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଲଙ୍ଗଳବେଡ଼ା ପଞ୍ଚାୟତରେ ଲୋକଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ରପ୍ରଦେଶ । ସୀମାନ୍ତ ପଞ୍ଚାୟତର ୫ ଗାଁର ଲୋକଙ୍କୁ ନିଜ ଆଡ଼କ ଟାଣିବା ଲାଗି ଉଦ୍ୟମ କରୁଛି ।

Andhra Pradesh Distributing Ration Cards To Border Area People Of Odisha

ଆନ୍ଧ୍ର ପକ୍ଷରୁ ନାରାୟଣପାଟଣା ବ୍ଲକର ପେଦାଖେମୁଣ୍ଡୁ ଭଦ୍ରା, ତାଡିଙ୍ଗିବାଲସା, ଦେଲାଇପେଟା, ଡେପିବାଲସା, ଚିନାଖେମୁଣ୍ଡୁଭଦ୍ରାକୁ ପଞ୍ଚାୟତ ନିର୍ବାଚନରେ ସାମିଲ୍ ପାଇଁ କରାଯାଇଛି । ଏହି ଗାଁର ବାସିନ୍ଦାଙ୍କ ଭୋଟର କାର୍ଡ ଓଡ଼ିଶାରେ ଥିବା ବେଳେ ଆନ୍ଧ୍ର ପକ୍ଷରୁ ଆଧାର କାର୍ଡ, ରାସନ କାର୍ଡ ସବୁ ଦିଆଯାଇଛି । ସେହିଭଳି ସୀମାନ୍ତ ଗ୍ରାମବାସୀମାନଙ୍କୁ ମେଡିକାଲ ସୁବିଧା ଦେଇ ଆନ୍ଧ୍ର ତା’ଆଡ଼କୁ ଆକୃଷ୍ଟ କରିବାକୁ ଚାହୁଁଛି । ସ୍ଥାନୀୟ ଲୋକ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭୋଟ ଦେଉଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରରେ ଭୋଟ୍ ଦେଉଥିବା କହିଛନ୍ତି । ଏପରିକି ଆନ୍ଧ୍ରପ୍ରଦେଶ ଗାଁ ଗୁଡ଼ିକର ନାମ ପରବର୍ତ୍ତନ କରିଛି ।

Andhra Pradesh Distributing Ration Cards To Border Area People Of Odisha

ତେବେ, ସ୍ଥାନୀୟ ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନାହିଁ । ନାରାୟଣପାଟଣ ତହସିଲଦାର ସେମିତି ସୂଚନା ନଥିବା କହିଛନ୍ତି । ଅନ୍ୟପଟେ ଆଗାମୀ ୧୩ ତାରିଖରେ ଆନ୍ଧ୍ର କରୁଥିବା ପଞ୍ଚାୟତ ନିର୍ବାଚନରେ ଲୋକେ ଡକସିଲା ପଞ୍ଚାୟତରେ ଭୋଟ୍ ଦେବେ ବୋଲି କହିଛନ୍ତି ।

Andhra Pradesh Distributing Ration Cards To Border Area People Of Odisha

ଅନ୍ୟପଟେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ଭାବେ ନାମାଙ୍କନ କରିଥିବା ଗଜପତି ଜିଲ୍ଲାର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା, ବୁରୁସିଙ୍ଗା, ଅମରିଙ୍ଗି, ଗୁଡ଼ିକୁଡ଼ିର କିଛି ଲୋକ ଆନ୍ଧ୍ରର ମନ୍ଦସା ମଣ୍ଡଳ ସାବା ପଞ୍ଚାୟତର ୫ ନମ୍ବର ଭୋଟ୍ ଦେଇଥାନ୍ତେ । ଏଥିପାଇଁ ୱାର୍ଡ ପ୍ରାର୍ଥୀଭାବେ ନାମାଙ୍କନ କରିଥିବା ମାଣିକପାଟଣା ଗାଁର ମହିଳା ପ୍ରଶାସନର ହସ୍ତକ୍ଷେପ ପରେ ପାର୍ଥୀପତ୍ର ଫେରାଇ ନେଇଛନ୍ତି ।

ଫେସବୁକ୍ ବ୍ୟବହାର କରି ବ୍ୟାଟେରୀ ଏବଂ ମୋବାଇଲ୍ ଡାଟା କିପରି ସଞ୍ଚୟ କରିବେ, ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶିଖନ୍ତୁ

ଡିଜିଟାଲ ଯୁଗରେ ସମସ୍ତେ ଏବେ ସ୍ମାର୍ଟ ଫୋନ ଉପରେ ନିର୍ଭରଶୀଳ। ସ୍ମାର୍ଟଫୋନ୍ ଆମ ଜୀବନରୁ ବଦଳାଇ ଦେଇଛି । ଫେସବୁକ ଭଳି ସୋସିଆଲ ମିଡିଆ ଜୀବନର ଅଙ୍ଗ ହୋଇଛି । ଏମିତିରେ ଫୋନର ବ୍ୟାଟେରୀ ଉପରେ ଅଧିକ ଚାପ ପଡେ । ବ୍ୟାଟେରି ଖୁବଶୀଘ୍ର ସରିଯାଏ । ଖାଲି ବ୍ୟାଟେରି ନୁହେଁ ଡାଟା ମଧ୍ୟ ଅଧିକ ଖର୍ଚ୍ଚ ହୁଏ । ଏମିତିରେ କେମିତି ସ୍ମାର୍ଟଫୋନକୁ ଅଧିକ ସ୍ମାର୍ଟ କରିବେ ? କେମିତି ବ୍ୟାଟେରି ସହିତ ଡାଟା ବଂଚାଇବେ ? ତେବେ ଆସନ୍ତୁ ଜାଣିବା କେମିତି ଡାଟା ଓ ଚାର୍ଜକୁ ସଂଚୟ କରିବେ

ଆଜି ଏଠାରେ ଆମେ ଆପଣଙ୍କୁ କହିବୁ କିପରି ଉଭୟ ବ୍ୟାଟେରୀ ଏବଂ ଡାଟା ସଞ୍ଚୟ କରିହେବ। ଆପଣ ଜାଣନ୍ତି କି ଫେସବୁକ୍ ଆପରେ ଅନେକ ଆଶ୍ଚର୍ଯ୍ୟଜନକ ଫିଚର ରହିଛି। ଯାହା ଆପଣଙ୍କୁ ଆପଣଙ୍କର ଡାଟା ଏବଂ ବ୍ୟାଟେରୀ ସଞ୍ଚୟ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଆମେ ଏହାକୁ କେବେ ଜାଣିବାକୁ ଚେଷ୍ଟା କରିନେ। ତେବେ ସେହି ଫିଚର୍ସ ଗୁଡ଼ିକ କଣ ନଜର ପକାନ୍ତୁ।

ସର୍ବପ୍ରଥମେ ତୁମ ମୋବାଇଲ୍ ଫୋନରେ ଫେସବୁକ୍ ଖୋଲନ୍ତୁ । ଆପ୍ ଖୋଲିବା ପରେ, ଉପରେ ଡାହାଣ ପାର୍ଶ୍ୱରେ ତିନୋଟି ଡଟ୍ ମେନୁ ରହିଥିବ, ସେହି ମେନୁରେ କ୍ଲିକ କଲାପରେ ଆପଣଙ୍କୁ ପୁରା ତଳକୁ ଯାଇ ସେଟିଂ ଅପସନକୁ କ୍ଲିକ୍ କରିବାକୁ ପଡ଼ିବ। ସେଟିଂ ଅପସନରେ କ୍ଲିକ୍ କରିବା ମାତ୍ରେ, ଆପଣ ଡାଟା ସେଭରର ବିକଳ୍ପରେ ଟ୍ୟାପ୍ କରନ୍ତୁ ଏବଂ ଏହା ପରେ ଆପଣଙ୍କର ଡାଟା ସେଭର ଅନ ହୋଇଯିବ ଏବଂ ଫେସବୁକରେ ଯେତିକି ପରିମାଣରେ ଡାଟା ସରିବା କଥା ସରିବ।

ଇଏତ ଥିଲା ଆମେ କିପରି ଡାଟା ସଞ୍ଚୟ କରିବାର ଟ୍ରିକ୍। ଯଦି ଆପଣ ବ୍ୟାଟେରୀ ସହିତ ଡାଟା ସଞ୍ଚୟ କରିବାକୁ ଚାହାଁନ୍ତି, ତେବେ ବ୍ୟବହାରକାରୀଙ୍କ ସୁବିଧା ପାଇଁ ଫେସବୁକରେ ମଧ୍ୟ ଏହି ଫିଚର ଉପଲବ୍ଧ ରହିଛି। ଅନେକ ଥର ଏହା ଆପଣଙ୍କ ସହିତ ମଧ୍ୟ ଘଟିଛି, ଯେତେବେଳେ ଆମେ ଫେସବୁକରେ ସ୍କ୍ରୋଲ୍ କରୁ, ଭିଡିଓ ସ୍ୱୟଂଚାଳିତ ଭାବରେ ଅଟୋପ୍ଲେ ହୁଏ। ଯେଉଁ କାରଣରୁ ଚାର୍ଜ ଏବଂ ଡଟା ଅଧିକ ପରିମାଣରେ ସରେ। ତେବେ ଏହି ପଦକ୍ଷେପଗୁଡିକ ଅନୁସରଣ କଲେ ଉଭୟ ତଥ୍ୟ ଏବଂ ବ୍ୟାଟେରୀ ବ୍ୟବହାର ସୀମା ବଢ଼ିଯାଇଥାଏ।

ପଦକ୍ଷେପ ଗୁଡ଼ିକ ହେଉଛି ପୂର୍ବ ଭଳି ଫେସବୁକ୍ ଖୋଲନ୍ତୁ ଏବଂ ତା’ପରେ ଡାହାଣ ପାର୍ଶ୍ୱରେ ଥିବା ଉପରେ ଡାହାଣ ପାର୍ଶ୍ୱରେ ତିନୋଟି ଡଟ୍ ମେନୁ ଉପରେ ଟ୍ୟାପ୍ କରନ୍ତୁ। ତା’ପରେ ସେଟିଂ ଅପସନ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ମିଡିଆ ଏବଂ କଣ୍ଟାକ୍ଟ ଅପସନ ସୋ କରିବ। ଏହା ପରେ ତା ଉପରେ କ୍ଲିକ୍ କରନ୍ତୁ। ଆପଣ ମିଡିଆ ଏବଂ କଣ୍ଟାକ୍ଟ ଅପ୍ସନ୍ ଉପରେ ଟ୍ୟାପ୍ କରିବା ମାତ୍ରେ ଆପଣ ଅଟୋ ପ୍ଲେ ଅପସନରେ ଟ୍ୟାପ୍ କରନ୍ତୁ।

ଟ୍ୟାପ୍ କରିବା ପରେ ଆପଣ ୩ ଟି ବିକଳ୍ପ ପାଇବେ। ବିକଳ୍ପ ଗୁଡ଼ିକ ହେଉଛି ଅନ୍ ମୋବାଇଲ୍ ଡାଟା ଆଣ୍ଡ ୱାଇ-ଫାଇ କନେକ୍ସନ୍, ୱାଇ-ଫାଇ କନେକ୍ସନ୍ ଏବଂ ନେଭର ଅଟୋପ୍ଲେ ଭିଡିଓ। ତେବେ ଯଦି ଆପଣ ନିଜେ ବ୍ୟାଟେରୀ ସଞ୍ଚୟ କରିବାକୁ ଚାହୁଁଛନ୍ତି, ତେବେ ନେଭରା ଅଟୋ ପ୍ଲେ ଉପରେ ଟ୍ୟାପ୍ କରନ୍ତୁ। ଏହିସବୁ ଉପାୟ ଆପଣଙ୍କ ବ୍ୟାଟେରି ବଂଚାଇବା ସହିତ ମହଙ୍ଗା ଡାଟାର ମଧ୍ୟ ସଂଚୟ କରିପାରିବ ।

ଶ୍ରୀକ୍ଷେତ୍ର ଲଜରେ ଦେହ ବ୍ୟବସାୟ, ଦଲାଲ ସହ ଦେହଜୀବୀଙ୍କୁ ଧରିଲା ପୋଲିସ

ପୁରୀ: ଶ୍ରୀକ୍ଷେତ୍ର ଛାତି ଉପରେ ଦେହ ବ୍ୟବସାୟ । ପୁରୀ ସହରର ବଳଗଣ୍ଡି ଛକରେ ଥିବା ଶ୍ରୀକ୍ଷେତ୍ର ଲଜରେ କୁମ୍ଭାରପଡ଼ା ପୋଲିସ୍ ରେଡ୍ କରି ସେକ୍ସ ରାକଟକୁ ଧରିଛି । ଲଜରୁ ଜଣେ ମହିଳା ଦଲାଲଙ୍କ ସହ ଜଣେ ଦେହଜୀବୀ, ଜଣେ ଗ୍ରାହକଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା କରୁଛି ।

Puri Police Busted Sex Racket In Srikhetra Lodge Puri

ଶ୍ରୀକ୍ଷେତ୍ର ଲଜରେ ଏଭଳି କାରନାମା କେବେଠୁ ଚାଲିଥିଲା ? ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଏନେଇ ପୋଲିସ ଲଜର ମ୍ୟାନେଜରଙ୍କୁ ପଚରାଉଚରା କରୁଛି । ସେକ୍ସ ରାକେଟକୁ ନେଇ ତଦନ୍ତ ଜାରି ରଖିଛି କୁମ୍ଭାରପଡ଼ା ଥାନା ପୋଲିସ । ପୂର୍ବରୁ ପୁରୀ ସହରର ବଳିଆପଣ୍ଡା ଥାନା ଅଞ୍ଚଳର ଏକ ହୋଟେଲରେ ସେକ୍ସ ରାକେଟ ଧରାପଡ଼ିଥିଲା । ମାମଲାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୫ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ।

ଦୁର୍ନୀତି ପାଇଁ ନିଲମ୍ବିତ ହୋଇଥିଲେ, ଅବସର ପରେ ଅଫିସ୍ ଆସୁଛନ୍ତି

ଭଦ୍ରକ: ଭଦ୍ରକ ଜିଲ୍ଲା ଅବକାରୀ ଅଫିସରେ ସବୁକିଛି ଠିକ୍ ଚାଲିଛି ତ ? ଆମେ ଏ ପ୍ରଶ୍ନ ଉଠାଇବା ପଛର କାରଣ ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ କାମ କରୁଛନ୍ତି ଅବସରପ୍ରାପ୍ତ କର୍ମଚାରୀ । ତାହା ପୁଣି ସରକାରୀ ଭାବେ ନୁହେଁ ବେସରକାରୀ ଭାବେ । ଅଫିସ୍ କାମ କରିବା ଲାଗି ତାଙ୍କୁ କୌଣସି ପାରିଶ୍ରମିକ ମିଳୁନଥିବା ଲମ୍ବୋଦର ମହାରଣା ଦାବି କରିଛନ୍ତି । କାର୍ଯ୍ୟାଳୟ ଆସି କାମ କରିବାକୁ ସେଭଳି କିଛି ନିର୍ଦ୍ଦେଶନାମା ବି ନାହିଁ । ଚିନ୍ତାଜନକ କଥା ହେଉଛି- ଭଦ୍ରକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ କାମ କରୁଥିବା ବାବୁ ଜଣଙ୍କ ୨୦୧୭ ମସିହାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

Suspended Retd. Clerk Working In Bhadrak Excise Office Without Any Official Order

ଏବେ ପ୍ରତିଦିନ ଅଫିସ୍ ଆସି କାମ କରୁଛନ୍ତି । ଏନେଇ ପଚାରିବାରୁ ଲମ୍ବୋଦର କୁହନ୍ତି- ଅବକାରୀ କାର୍ଯ୍ୟାଳୟରେ କମ୍ କର୍ମଚାରୀ ଅଛନ୍ତି । ଜିଲ୍ଲା ଅବକାରୀ ଅଧୀକ୍ଷକ କାମ ପାଇଁ ଡାକୁଥିବାରୁ ସେ ଆସି ଅଫିସ୍ କାର୍ଯ୍ୟ କରୁଛନ୍ତି । ତେବେ, ସରକାରୀ ଅଫିସରେ ବିନା ନିର୍ଦ୍ଦେଶ ନାମାରେ ଜଣେ ନିଲମ୍ବିତ ଅବସରପ୍ରାପ୍ତ କର୍ମଚାରୀ କିଭଳି ଅଫିସ୍ ଆସୁଛନ୍ତି ? କାର୍ଯ୍ୟାଳୟର ଫାଇଲ୍ ପତ୍ର କାମ କରୁଛନ୍ତି ? ସରକାରୀ କାର୍ଯ୍ୟାଳୟରେ ନାହିଁ କି କୌଣସି ଗୋପନୀୟତା ? ଏମିତି ଅନେକ ପ୍ରଶ୍ନ ଉଠିଛି ।

Suspended Retd. Clerk Working In Bhadrak Excise Office Without Any Official Order

ତେବେ, ଲମ୍ବୋଦରଙ୍କ ଅଫିସ୍ ଆସିବା ଆଉ କାମ କରିବା ନେଇ ମୁହଁ ଖୋଲୁନାହାଁନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ । ଆମ ପ୍ରତିନିଧି ତାଙ୍କୁ ଏନେଇ ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ କୌଣସି ଉତ୍ତର ନଦେଇ ପଳାଇ ଯାଇଛନ୍ତି । ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଏଭଳି ନିରବତା, ନିଲମ୍ବିତ ଲମ୍ବୋଦର ଅଫିସ୍ ଆସି ଅବସର ପରେ ବି କାମ କରିବାକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି । ଲମ୍ବୋଦରଙ୍କୁ ମଧ୍ୟସ୍ଥି କରି ଅବକାରୀ କାର୍ଯ୍ୟାଳୟରେ କିଛି ଭିତିରି କାରବାର ଚାଲିନି ତ ?

କିଏ ଲମ୍ବୋଦର ମହାରାଣା ?

ଯାଜପୁର ଜିଲ୍ଲାରେ ଲମ୍ବୋଦର ମହାରଣାଙ୍କ ଘର । ସେ କଟକ ସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁ ଅଫିସରେ ମୁଖ୍ୟ କିରାଣି ଭାବେ କାମ କରୁଥିବା ବେଳେ ୨୦୧୭ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ଗିରଫ ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ନିଲମ୍ବନ ଅବସ୍ଥାରେ ସେ ଚାକିରିରୁ ଅବସର ନେଇଥିଲେ । ଏବେ ଯାଜପୁରରୁ ଦୈନିକ ଭଦ୍ରକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟକୁ ଆସି କାମ କରୁଛନ୍ତି ।

India vs England: ସମ୍ମାନ ରଖିଲେ ପୂଜାରା ଓ ପନ୍ଥ

ଚେନ୍ନାଇ: ପୁଣି ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ଚେତେଶ୍ୱର ପୂଜାରା ଓ ରିଷଭ ପନ୍ଥ ।  ମାତ୍ର ୭୩ ରନରେ ଭାରତୀୟ ଦଳ ୪ଓ୍ୱିକେଟ ହରାଇସାରିଥିବା ବେଳେ ଏ ଦୁଇ ଖେଳାଳି ଦଳ ପାଇଁ ସଂକଟ ମୋଚକ ସାଜିଛନ୍ତି । ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୧୪୩ ବଲ୍‌ରେ ଧୌର୍ଯ୍ୟ ପୂର୍ଣ୍ଣ ୭୩ ରନ୍ କରିଥିବା ବେଳେ ତାଙ୍କୁ ଭରପୂର ସହଯୋଗ କରିଥିଲେ ୟଙ୍ଗ ଷ୍ଟାର ରିଷଭ ପନ୍ଥ । ମାତ୍ର ୮୮ ବଲରେ ୯୧ ରନ୍ କରିଥିଲେ ରିଷଭ୍ । ଏହି ଦୁଇ ଖେଳାଳିଙ୍କ ବ୍ୟାଟିଂ ଫଳରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ଓ୍ୱିକେଟ ହରାଇ ୨୫୭ କରିପାରିଥିଲା ଭାରତୀୟ ଦଳ ।

          ଭାରତୀୟ ଦଳ ପକ୍ଷରୁ ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ମାତ୍ର ୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଶୁଭମନ ଗିଲ୍ ୨୯ ରନ୍ କରି ପେଭିଲିୟନ୍ ଫେରିଥିଲେ । ଏହାଂ ପରେ ପିତୃଅବକାସ ପରେ ଟିମ୍‌କୁ ଫେରିଥିବା ବିରାଟ କୋହଲି ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ଏବଂ ଏହା ପରେ ପରେ ଅଜଙ୍କ୍ୟା ରାହାଣେ  ମାତ୍ର ୧ ରନ କରି ଆଉଟ ହୋଇଥିଲେ । ତେବେ ଆଜିର ଖେଳ ଶେଷ ସୁଦ୍ଧା ଓ୍ୱାସିଂଟନ ସୁନ୍ଦର ୩୩ ରନ୍ କରିଥିବା ବେଳେ ରବିଚନ୍ଦନ ଅଶ୍ୱିନ୍ ୮ ରନ କରି ନଟଆଉଟ୍ ରହିଛନ୍ତି ।            ଏହା ପୂର୍ବରୁ ଇଂଲଣ୍ଡ ସମସ୍ତ ଓ୍ୱିକେଟ ହରାଇ ୫୭୮ ରନ୍ କରିଛି ।

ଏଥିସହିତ ପଢ଼ନ୍ତୁ: ‘ଗନ୍ଦି ବାତ୍’ ଅଭିନେତ୍ରୀ ଗେହନା ବଶିଷ୍ଟ ଗିରଫ: ପ୍ରସ୍ତୁତ କରୁଥିଲେ ପର୍ଣ୍ଣ ଭିଡିଓ

ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କୋରାପୁଟ: ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବୋରିଗୁମ୍ମା ବ୍ଲକ ପୂଜାରୀପୁଟ ଗାଁ ନିକଟରେ ଘଟିଛି ଦୁର୍ଘଟଣା । ମନ୍ତ୍ରୀଙ୍କ କାର୍ ଯାଉଥିବା ବେଳେ ଏକ ବାଇକ୍ ସାମ୍ନା ପଟୁ ଆସି ମାଡ଼ ହୋଇଥିଲା । ଆହତ ବାଇକ୍ ଆରୋହୀଙ୍କୁ ନିଜେ ମନ୍ତ୍ରୀ ବୋରିଗୁମ୍ମା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମନ୍ତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

‘ଗନ୍ଦି ବାତ୍’ ଅଭିନେତ୍ରୀ ଗେହନା ବଶିଷ୍ଟ ଗିରଫ: ପ୍ରସ୍ତୁତ କରୁଥିଲେ ପର୍ଣ୍ଣ ଭିଡିଓ

ମୁମ୍ୱାଇ:  ୮୦ ବିଜ୍ଞାପନ, ୭ ଓ୍ୱେବ ସିରିଜ୍ ଏବଂ କିଛି ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ମୁମ୍ୱାଇ ପୋଲିସ ପର୍ଣ୍ଣ ଭିଡିଓ ସୁଟ୍ କରିବା ଏବଂ ପର୍ଣ୍ଣ ରାକେଟ ଚଳାଇବା ନେଇ ପ୍ରଥମ ଅଟକ ରଖିଥିଲା । ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି ।  ଗେହନା ବଶିଷ୍ଠ ମୂଳତଃ ଛତିଶଗଡ଼ର ବାସିନ୍ଦା । ଏବଂ ତାଙ୍କ ପ୍ରକୃତ ନାମ ବନ୍ଦନା ତିଓ୍ୱାରୀ । ତାଙ୍କ ମା’  ଜଣେ ଗୃହଣୀ ଏବଂ ବାପା ଜଣେ ଶିକ୍ଷା ବିଭାଗ ଅଧିକାରୀ ।  ଫିଲ୍ମକୁ ଆସିବା ପରେ ସେ ତାଙ୍କ ନାମ ପରିବର୍ତ୍ତନ କରି ଗେହନା ବଶିଷ୍ଠ କରିଦେଇଛନ୍ତି । ଗେହନା ବଶିଷ୍ଠ ୮୦ରୁ ଅଧିକ ବିଜ୍ଞାପନରେ କାମ କରିସାରିଛନ୍ତି । ଏବଂ ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଛନ୍ତି ।

        ମିସ୍ ଏସିଆ (ବିକିନି) ବିଜେତା ଗେହନା ବଶିଷ୍ଠ ୭ରୁ ଊର୍ଦ୍ଧ୍ୱ ଓ୍ୱେବ୍ ସିରିଜରେ ନଜର ଆସିଛନ୍ତି । ଏବଂ ତାଙ୍କୁ ବହୁ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦର୍ଶକ ଦେଖିଛନ୍ତି । ଏସବୁ ସତ୍ତ୍ୱେ ପର୍ଣ୍ଣ ସିନେମା ପ୍ରସ୍ତୁତ କରିବା ଏବଂ ତାକୁ ଅପଲୋଡ୍ କରିବା ଏବଂ ସେଥିରୁ ଟଙ୍କା ରୋଜଗାର କରୁଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଅଲ୍ଟ ବାଲାଜୀର ଓ୍ୱେବ୍ ସିରିଜ୍ ଗନ୍ଦି ବାତରୁ ତାଙ୍କୁ ବେଶ୍ ଲୋକପ୍ରିୟତା ମିଳିଥିଲା ।

Image result for alt balaji gandi baat gehna basist

        ଅଭିଯୋଗକାରୀଙ୍କ ଅଭିଯୋଗ ମୁତାବକ ଗେହନା ବଶିଷ୍ଠ କିଛି ପ୍ରଡକସନ୍ ହାଉସ୍ ସହ ଭାଗିଦାରୀରେ ଆଡଲ୍ଟ ମୁଭି (ପ୍ରାପ୍ତ ବୟସ୍କଙ୍କ ସିନେମା) ସୁଟ୍ କରୁଥିଲେ । ଏବଂ ଆପ୍ , ଓ୍ୱେବସାଇଟରେ ଅପଲୋଡ୍ କରୁଥିଲେ । ଆଉ ତାଙ୍କ ପର୍ଣ୍ଣ ଭିଡିଓ ଦେଖିବାକୁ ଲୋକଙ୍କୁ  ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଥିଲା ଏହା ପରେ ହିଁ ଭିଡିଓ ଦେଖିବାକୁ ପାଇଁ ଲୋକଙ୍କୁ ଅନୁମତି ମିଳୁଥିଲା ।

 पोर्न वीडियो बनाने में गिरफ्तार गहना वशिष्ठ

ମୁମ୍ୱାଇ ପୋଲିସ ଗ୍ରୀନ୍ ପାର୍କ ନାମକ ଏକ  ବଙ୍ଗଳରେ ରେଡ୍ କରିଥିଲା । ସେଠାରେ ପୋଲିସ ୨ ଅଭିନେତ୍ରୀ, ଲାଇଟ ମ୍ୟାନ୍, ଜଣେ ମହିଳା ଫଟୋ ଗ୍ରାଫରଏବଂ ଗ୍ରାଫିକ୍ସ ଡିଜାଇନର ମଧ୍ୟ ଗିରଫ ହୋଇଛନ୍ତି । ପୋଲିସ ସେଠାରୁ ହେଡ୍ ଫୋନ୍, କ୍ୟାମେର ଓ ଏହାର ଷ୍ଟାଣ୍ଡ, ପର୍ଣ୍ଣ ଭିଡିଓରେ ଭର୍ତ୍ତି ମେମୋରି ମଧ୍ୟ ବାଜ୍ୟାପ୍ତ କରିଛି । ଏହା ବ୍ୟତୀତ ପୋଲିସ ୩ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଜବତ କରିଛି । ଯେଉଁଥିରେ ୩୬ ଲକ୍ଷ ଟଙ୍କା ମିଳିଛି । ଯାହା ଏହି ପ୍ରାପ୍ତ ବୟସ୍କ ଭିଡିଓ ମାଧ୍ୟମରେ ଆୟ କରିଥିଲେ ।

 पोर्न वीडियो बनाने में गिरफ्तार गहना वशिष्ठ

        ଘଟଣାନୁଯାୟୀ, ପୋଲିସକୁ ଖବର ମିଳିଥିଲା ଯେ, ଗ୍ୟାଙ୍ଗ୍ ଫିଲ୍ମରେ କାମ କରିବା ଲାଗି କିଛି ନୂଆ ଚେହେରା ଆବଶ୍ୟକ ଏ ନେଇ ବିଜ୍ଞାପନ ପ୍ରକାଶିତ ହୋଇଥିଲା । କିନ୍ତୁ ସେଠାରେ ନବାଗତଙ୍କ ସହ ଅଶ୍ଳୀଳ ସିନ୍ କରାଉଥିଲେ । ସେମାନଙ୍କୁ ଅଧିକ ଟଙ୍କା ଅଫର କରିବା ସହ ଏଗ୍ରିମେଣ୍ଟ କରାଉଥିଲେ । ପରେ ସେମାନଙ୍କୁ ପର୍ଣ୍ଣ ସିନେମାରେ କାମ କରାଉଥିଲେ ।

ଅରବପତିଙ୍କ ଅଜବ ନିଶା: ୧୮୦ ବର୍ଷ ବଞ୍ଚିବାକୁ ବାହାର କଲେ ନୂଆ ଫର୍ମୁଲା

ୱାଶିଂଟନ: ଜୀବନ ପ୍ରତି କାହାର ବା ଲୋଭ ନାହିଁ। ପ୍ରାୟ ସମସ୍ତେ ଦୀର୍ଘାୟୁ ହେବାକୁ ଚାହାଁନ୍ତି। ହେଲେ ବଞ୍ଚିବାର ଏମିତି ନିଶା ଆପଣ କେବେ ଦେଖିନଥିବେ। ଆମେରିକାର ଜଣେ ଅରବପତି ଉଦ୍ୟୋଗୀ ଭବିଷ୍ୟବାଣୀ କରିଛନ୍ତି ଯେ ସେ ୧୮୦ ବର୍ଷ ବଞ୍ଚିବେ।

୪୭ ବର୍ଷର ଡେଭ୍ ଏସ୍ପ୍ରେ ଦୀର୍ଘ ଜୀବି ହେବାଲାଗି ଏକ ନୂଆ ଉପାୟ ଖୋଜିବାର କରିଛନ୍ତି। ଲାଇଫଷ୍ଟାଇଲ ଗୁରୁ ଭାବେ ପରିଚିତ ଡେଭ୍ କହିଛନ୍ତି ଯେ ଖୁବ ଶୀଘ୍ର ତାଙ୍କର ଏହି ଆୟୁଷ ବଢ଼ାଇବା ପର୍ମୁଲା ଘରେ ଘରେ ଲୋକପ୍ରିୟ ହେବ।

ଡେଭଙ୍କ କହିବା ମୁତାବକ  ଯେ ସେ ୨୧୫୩ ମସିହା ପର୍ଯନ୍ତ ଜୀବିତ ରହିବେ। ଲମ୍ବା ଆୟୁଷ ପାଇବାର ତାଙ୍କ ଫର୍ମୁଲାକୁ ସେ ‘ବାୟୋହ୍ୟାକିଂ’ର ନାଁ ଦେଇଛନ୍ତି। ଡେଭ କୁହନ୍ତି ଯେ ଦୀର୍ଘ ଆୟୁଷ ପାଇଁ ସେ କୋଲ୍ଡ କ୍ରାୟୋଥେରାପି ଚ୍ୟାମ୍ବରର ବ୍ୟବହାର କରନ୍ତି ଏବଂ କିଛି ସମୟ ପାଇଁ ଉପବାସ ବି ରଖନ୍ତି। ନିଜ ଖାଇବା ଓ ଶୋଇବା ଉପରେ ସେ ବେଶ ନିୟନ୍ତ୍ରଣ ରଖନ୍ତି । ଏଥସହ ସେ ନିଜର ଷ୍ଟେମ ସେଲ୍ସକୁ ବାହାର କରି ପୁଣିଥରେ ନିଜ ଶୀରରେ ପ୍ରବେଶ କରାଉଛନ୍ତି।

ନିଜର ଷ୍ଟେମ ସେଲ୍କୁ କାଢ଼ି ପୁଣିଥରେ ଶରୀରେ ପ୍ରବେଶ କରାଇବା ପ୍ରକ୍ରିୟା ନେଇ ଡେଭ କହିଛନ୍ତି ଯେ ଯୁବାବସ୍ଥାରେ ଆମ ଶରୀରରେ ଅନେକଗୁଡ଼ିଏ ଷ୍ଟେମ ସେଲ୍ସ ରହିଥାଏ। ଏହି ସେଲଗୁଡ଼ିକ ଆମ ଶରୀରକୁ ଫୁର୍ତ୍ତି ରଖିଥାଏ । ହେଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ସେଲ୍ ଗୁଡ଼ିକ ଶେଷ ହୋଇଯାଏ ଫଳରେ ଶରୀରରେ ବାର୍ଦ୍ଧକ୍ୟ ଦେଖାଦେଇଥାଏ।

ଡେଭଙ୍କର ଏହି ମେଡିକାଲ ପ୍ରକ୍ରିୟାର ପ୍ରତ୍ୟେକ ସେଶନରେ ପ୍ରାୟ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଡେଭ କହିଛନ୍ତି ଯେ ସେ ନିଜ ଶରୀରକୁ ଠିକ କରିବା ପାଇଁ ପାଖାପାଖି ୭.୩ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ସେ କହିଛନ୍ତି ଯେ ପୃଥିବୀର ଅନ୍ୟ କୌଣସି ବି ମଣିଷଙ୍କଠାରୁ ତାଙ୍କ ଶରୀରରେ ଅଧିକ ଷ୍ଟେମ ସେଲ୍, ରହିଛି।

 

ପେଶା ଡ୍ରାଇଭର, ନିଶା ଲୁଟ୍

କଟକ: ପୋଲିସ ହାତରେ ଲୁଟେରା । କଟକ ଚାଉଳିଆଗଞ୍ଜ ଥାନା ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି । ଏମାନେ କଟକର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ପିଛାକରି ଲୁଟ୍ କରୁଥିଲେ । ସେମାନେ ପଛେ ପଛେ ଯିବା ସହ ନିଛାଟିଆ ସ୍ଥାନ ଦେଖି ସୁନା ଏବଂ ମୋବାଇଲ ଫୋନ୍ ଲୁଟି ନେଉଥିଲେ ।

 Cuttack Chauliaganj Police Arrested Four Lootera

ଗିରଫ ୪ଜଣ ପେଶାରେ ଡ୍ରାଇଭର ବୋଲି ଜଣାପଡ଼ିଛି । ସେମାନଙ୍କ ଠାରୁ ୫ଟି ସୁନା ଚେନ୍, ୫ଟି ମୋବାଇଲ ସହ ଲୁଟରେ ବ୍ୟବହାର କରୁଥିବା ୨ଟି ବାଇକକୁ ପୋଲିସ ଜବତ କରିଛି । ଜବତ ସୁନା ହାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ଏମାନଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନା ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡ଼ିଛି ।