ଟେକ୍ନିକାଲ ଏଜୁକେଶନକୁ ଅଧିକରୁ ଅଧିକ ଛାତ୍ରୀ ଆସିବା ନିହାତି ଆବଶ୍ୟକ: ରାଷ୍ଟ୍ରପତି

1 min read

ରାଉରକେଲା: NITର ସମାବର୍ତ୍ତନ ସମାରୋହରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, କଳାର ରାଜ୍ୟ ହେଉଛି ଓଡ଼ିଶା। ଓଡ଼ିଶାର ପରିଚୟ କୋଣାର୍କ ମନ୍ଦିର ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ହେଉଛି NIT ରାଉରକେଲା। NIT ରାଉରକେଲାରୁ ଉତ୍ତୀର୍ଣ୍ଣ ଛାତ୍ର ସାରା ଦେଶରେ କାମ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ସାରା ଦେଶରେ ଓଡ଼ିଶାର ନାମ ଗର୍ବିତ କରିଛନ୍ତି NITର ଛାତ୍ରଛାତ୍ରୀ।  NITରୁ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି କୋବିନ୍ଦଙ୍କ ପରାମର୍ଶ ଦେଇ କହିଛନ୍ତି ଯେ,  ଦୁନିଆରେ ସମସ୍ତେ ଜଣେ ଜଣେ ଭଲ ନାଗରିକ ହେବେ ପାଇଁ ଚେଷ୍ଟା କରିବା ଉଚ୍ଚିତ ।  ନିଜର ସଫଳତାକୁ କେବଳ ବସ୍ତୁ ଓ ଅର୍ଥରେ ମାପନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ। ଯାହା ସନ୍ତୋଷ ଦିଏ ସେହି କାମ କରିବାକୁ କହିଛନ୍ତି ରାଷ୍ଟ୍ରପତି ।

ସେ ଛାତ୍ରୀ ମାନଙ୍କୁ ନେଇ ମଧ୍ୟ ପ୍ରଶଂସା କରିଛନ୍ତି।  ରାଷ୍ଟ୍ରପତି କହିଥିଲେ ଯେ,  ମୁଁ ୧୫୦କେନ୍ଦ୍ରୀୟ ଅନୁଷ୍ଠାନ ଗସ୍ତ କରିଛି। ଶିକ୍ଷାକ୍ଷେତ୍ରରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକରୁ ଅଧିକ ପଦକ ପାଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗରେ ଅଛନ୍ତି । ତେବେ  ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ କମ୍ ରହିଛି। ଟେକ୍ନିକାଲ ଏଜୁକେଶନକୁ ଅଧିକରୁ ଅଧିକ ଛାତ୍ରୀ ଆସନ୍ତୁ ବୋଲି କହିଥିଲେ ରାଷ୍ଟ୍ରପତି । ଯାହାଫଳରେ ଏହା ଜାତୀୟ ବିକାଶରେ ସହାୟକ ହେବ। ଉନ୍ନତ ଭାରତ ଅଭିଯାନରେ ସାମିଲ ପାଇଁ ମହିଳାଙ୍କୁ ଦେଲେ ଆହ୍ୱାନ। ସେହିଭଳି କେବିକେ ପାଇଁ କାମ କରିଥିବାରୁ NITକୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

Leave a Reply