ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବାନ୍ଧି ସବଷ୍ଟେସନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ମହାକାଳପଡ଼ା: ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଛଘରିଆସ୍ଥିତ ବିଦ୍ୟୁତ ସବଷ୍ଟେସନର ଏ ଘଟଣା। ଗତକାଲି ବିଳମ୍ବିତ ରାତିରେ ୧୫ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତ  ସବଷ୍ଟେସନରେ ପଶି ତାର ଓ ବିଭିନ୍ନ ଉପକରଣ ଲୁଟପାଟ କରିଛନ୍ତି। ଲୁଟବେଳେ ଉପସ୍ଥିତ ଥିବା ଦୁଇ କର୍ମଚାରୀ ପ୍ରଦେଷ ଓ ରଣଜିତ ବିରୋଧ କରିବାରୁ ତାଙ୍କୁ ପାଇଖାନାରେ ବାନ୍ଧି ମାଡ଼ ମାରିଥିଲେ। ସେମାନଙ୍କ ମୋବାଇଲ ଓ ପର୍ସ ଲୁଟି ନେଇଛନ୍ତି ଲୁଟେରା। ସ୍ଥାନୀୟ ଲୋକ ଉଦ୍ଧାର କରି ବିଦ୍ୟୁତ ବିଭାଗ ଜେଇଇଙ୍କୁ ଜଣାଇବା ପରେ, ଥାନାରେ ଏତଲା ଦେବା ସହ ଆହତ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଲୁଟ ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ।

Leave a Reply