୬ ଜଣଙ୍କୁ ସ୍ୱର୍ଣ୍ଣ ଓ ୭୦ ଜଣଙ୍କୁ ରୌପ୍ୟ ପଦକ ସହ ୫ ଜଣଙ୍କୁ ଏଣ୍ଡୋମେଣ୍ଟ ସ୍ୱର୍ଣ୍ଣ ପଦକ ପ୍ରଦାନ କଲେ ରାଷ୍ଟ୍ରପତି

1 min read

ରାଉରକେଲା: NITରେ ରାଷ୍ଟ୍ରପତି କୋବିନ୍ଦ। NIT ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତିଙ୍କ ସମେମ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ମୁଖ୍ୟ ଅତିଥି ଭାବେ ରାଷ୍ଟପତିଙ୍କ ସହ ରାଜ୍ୟପାଳ ଗଣେଶୀଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି । ଏନ ଆଇ ଟିର ୧୮ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଷ୍ଟ୍ରପତି। ଏହାସହ  ଆଇ ଜି ଏଚ ସୁପର ସ୍ପେସିଆଲିଟ ହସ୍ପିଟାଲର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସମାବର୍ତ୍ତନ ଉତ୍ସବରେ ୫୪୪ ଜଣ ଛାତ୍ରଛାତ୍ରୀ ଙ୍କୁ ବିଟେକ ଡିଗ୍ରୀ, ୧୭ ଜଣଙ୍କୁ ବି ଆର୍କ, ୧୧୭ ଜଣଙ୍କୁ ଡୁଆଲ ଡିଗ୍ରୀ, ୭୫ ଜଣଙ୍କୁ ଇଣ୍ଟିଗ୍ରେଟେଡ ଏମ ଏସ ସି , ୪୨୪ ଜଣଙ୍କୁ ଏମ ଟେକ, ୧୨୫ ଜଣଙ୍କୁ ଏମ ଏସ ସି,  ୨୧ ଜଣଙ୍କୁ ଏମ ଏ, ୨୫ ଜଣଙ୍କୁ ଏମ ବି ଏ, ୪ ଜଣଙ୍କୁ ଏମ ଟେକ ରିସର୍ଚ୍ଚ, ଏବଂ ୧୧୮ ଜଣଙ୍କୁ ପି ଏଚ ଡି ଡିଗ୍ରୀ ପ୍ରଦାନ କରାଯିବ। ୬ଜଣଙ୍କୁ ସ୍ଵର୍ଣ୍ଣ ଓ ୭୦ ଜଣଙ୍କୁ ରୈପ୍ୟ ପଦକ, ୫ ଜଣଙ୍କୁ ଏଣ୍ଡୋମେଣ୍ଟ  ସ୍ୱର୍ଣ ପଦକ, ୫ଜଣଙ୍କୁ ଏଣ୍ଡୋମେଣ୍ଟ ଆୱାର୍ଡ଼ ଓ ୮ ଜଣ ପୁରାତନ ଛାତ୍ର ଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଏହାସହ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ପାଇଁ ଡକ୍ଟର କୁମାର ମଙ୍ଗଳମ ବିର୍ଲା, ପବ୍ଲିକ ଆଡମିନିଷ୍ଟ୍ରେସନ କ୍ଷେତ୍ରରେ ଅବଦାନ ପାଇଁ ଡକ୍ଟର ପ୍ରମୋଦ କୁମାର ମିଶ୍ର ଓ ଇଣ୍ଡିଆନ ଲିଟରେଚର ପାଇଁ ସିତାକାନ୍ତ ମହାପାତ୍ରଙ୍କୁ ଡକ୍ଟର ଅଫ ସାଇନସ୍ ଡିଗ୍ରୀ ରେ ସମ୍ମାନିତ କରାଯିବ। ଏହାସହ ଏକାଡେମିଆ ଓ ରିସର୍ଚ୍ଚ ପାଇଁ  ଏନ ଆଇ ଟି ର ପୁରାତନ ଛାତ୍ର ଡକ୍ଟର ରାଜ କିଶୋର ପରମଗୁରୁ ଓ ଆଶୁତୋଷ ଦତ୍ତ ଙ୍କୁ ସମ୍ମାନିତ କରାଯିବ। ଇଣ୍ଡଷ୍ଟ୍ରି ଓ ମ୍ୟାନେଜମେଣ୍ଟ ପାଇଁ ଏଆର ଭାଇସ ମାର୍ସଲ ଶୁଭଙ୍କ ଶେଖର ଲାହିରୀ ଇଞ୍ଜିନିୟର ଏସ ଏମ ବୈଦ୍ୟ, ଵିଷ୍ଣୁପଦ ସେଠୀ, ଏଫ ସି ମହାନ୍ତି, ଇଞ୍ଜିନିୟର ଭରତ ଭୁଷଣ ମହାନ୍ତି,ଓ ଗେରୀ କ୍ରୀଷ୍ନନଙ୍କୁ ସମ୍ମାନିତ କରାଯିବ ବୋଲି ଏନ ଆଇ ଟି ପଷରୁ ସୁଚନା ଦିଆଯାଇଛି।

Leave a Reply