spot_img
Home Blog Page 6015

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଘଟଣା, ଗିରଫ ହେଲେ ସମ୍ପାଦକ ସୁରେଶ ବେହେରା

ଭୁବନେଶ୍ୱର: ରାଜଧାନୀର ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରରେ ସେକ୍ସ ରାକେଟ ଘଟଣା । ଗିରଫ ହେଲେ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ବେହେରା । ସୁରେଶକୁ ଏୟାରପୋର୍ଟ ଥାନା ପୋଲିସ ଗିରଫ କରିଛି । ସୁରେଶଙ୍କ ସହ ମାମଲାରେ ୬ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ସରକାରୀ ଅଧିକାରୀଙ୍କ ସହ ୨ ଜଣ କର୍ମଚାରୀ ଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

 All Odisha Orthopaedically Handicapped Welfare Association Secretary Arrested In Sex Racket Case

ଅନୁଷ୍ଠାନର ସମ୍ପାଦକ ସୁରେଶଙ୍କ ବିରୋଧରେ ମାନବ ଚାଲଣ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ସେକ୍ସ ରାକେଟରେ ଥିବା ମହିଳା ଜଣକ ଏପରି ଆଭିଯୋଗ ଆଣିଛନ୍ତି । ପୋଲିସ ମୋବାଇଲ ଫୋନ୍, ଫଟୋ ଜବତ କରିଛି । ଏଥିରେ ସମ୍ପୃକ୍ତ କଟକର ରାଣୀ ମହୁମାଛି, ଦଲାଲ ଲୁଲୁ, ରାକେଶ ଷଡ଼ଙ୍ଗୀ (କର୍ମଚାରୀ), ସଞ୍ଜୁକ୍ତା ମେହେର (କର୍ମଚାରୀ)ଙ୍କ ସହ ଖୋର୍ଦ୍ଧା ଡିଏସ୍ଏସ୍ଓ ଅଫିସରେ କାର୍ଯ୍ୟରତ ସଂଗ୍ରାମ ଦାସଙ୍କୁ ପୋଲିସ ଗିରଫ କରିଛି ।

 All Odisha Orthopaedically Handicapped Welfare Association Secretary Arrested In Sex Racket Case

ପଳାସପଲ୍ଲୀଠାରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ କାର୍ଯ୍ୟାଳୟରେ ସେକ୍ସ ରାକେଟ ଚାଲିଥିବା ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା । ସେବେଠାରୁ ଫେରାର୍ ଥିଲେ ଅନୁଷ୍ଠାନର ମୁଖ୍ୟ ।

କୁଲଦୀପଙ୍କ ବେକ୍ ଧରି ଟାଣିଲେ ସିରାଜ୍: ସଫେଇ ରଖିଲେ କୋହଲି

ଚେନ୍ନାଇ: ଶୁକ୍ରବାରଠାରୁ ଭାରତୀୟ ଖେଳାଳିଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଯେଉଁଥିରେ ଭାରତୀୟ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସିରାଜ୍ ସ୍ପିନ୍ ବୋଲର କୁଲଦୀପ ଯାଦବଙ୍କୁ ବେକ୍ ଧରି ଟାଣୁଥିବା ଦେଖିବାକୁ ମିଳିଥିଲା । ଭିଡିଓକୁ ଦେଖିଲେ ମନେ ହେବ ଦୁହେଁ ଯେଭଳି ଝଗଡ଼ା କରୁଛନ୍ତି । ଏଣୁ ସିରାଜ୍ ପୂର୍ବର କୌଣସି କଥାକୁ ନେଇ ରାଗି ଯାଇ କୁଳଦୀପଙ୍କ ବେକକୁ ଧରି ଭିଡ଼ୁଛନ୍ତି । କ୍ୟାମେରା ମୁଖ୍ୟ କୋଚ ରବି ଶାସ୍ତ୍ରିଙ୍କ ଉପରେ ଫୋକସ୍ କରିଥିବା ବେଳେ ତାଙ୍କ ପଛରେ ଘଟିଥିବା ଉଭୟ ଖେଳାଳିଙ୍କ ତିକ୍ତତା ଭରା ଦୃଶ୍ୟ ମଧ୍ୟ କ୍ୟାମରେ ଲେନ୍ସରେ କଏଦ ହୋଇଥିଲା । ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁ ଥିରେ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିଲେ ପ୍ରଶଂସକ ।

        ତେବେ ଏହି ଲାଇଭ୍ ଭିଡିଓର କ୍ଳିପ୍କୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ ମଧ୍ୟ ଟ୍ୱିଟରରେ ସେୟାର କରିଥିଲେ । ଏବଂ ଲେଖିଥିଲେ ଏହି ଭିଡିଓକୁ ଅନ୍ୟ ଅର୍ଥରେ ନିଅନ୍ତୁନାହିଁ ସେମାନେ ଦୁହେଁ ଘନିଷ୍ଠ ବନ୍ଧୁ ।

ଏଥିସହିତ ପଢ଼ନ୍ତୁ: ବ୍ରିଟେନ୍ ଷ୍ଟ୍ରେନକୁ ମାତ୍ ଦେବ ଭାରତର କୋଭିସିଲ୍ଡ

୭ ଦିନ ପରେ ବି ମିଳୁନି ନିଖୋଜ ଡାକ୍ତରଙ୍କ ପତ୍ତା

ସମ୍ବଲପୁର: ଦାନ୍ତ ଡାକ୍ତର ନିଖୋଜ । ସମ୍ବଲପୁର ସଦର ଡାକ୍ତରଖାନାରେ କାର୍ଯ୍ୟରତ ଦାନ୍ତ ଡାକ୍ତର ଚନ୍ଦନ ବାଗ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଛନ୍ତି । ନିଖୋଜକୁ ୭ ଦିନ ବିତି ଯାଇଥିବା ବେଳେ ଦାନ୍ତ ଡାକ୍ତର ଚନ୍ଦନ ବାଗଙ୍କ ଖୋଜ ଖବର ମିଳୁନାହିଁ । ଶନିବାର ଚନ୍ଦନଙ୍କ ବାଇକ୍ ଜବତ କରି ନିଖୋଜ ଉପରୁ ପରଦା ଉଠାଇବାକୁ ଉଦ୍ୟମ କରୁଛି ପୋଲିସ ।

Dental Doctor Chandan Bag Of Sambalpur Missing Seens A Week

୩୦ ଜାନୁଆରୀ ଭୋର୍ ୪ଟା । ଘରୁ ଗଲେ ଆଉ ଫେରିଲେନି ଚନ୍ଦନ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ରବିବାର ୩୧ ତାରିଖରେ ଅଇଁଠାପାଲି ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ । ନିଖୋଜକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଡାକ୍ତର ଚନ୍ଦନ ବାଗଙ୍କ ପତ୍ତା ମିଳୁନାହିଁ । ଅନ୍ୟପଟେ ନିଖୋଜ ପଛରେ ପାରିବାରିକ କଳହ ଥାଇପାରେ ବୋଲି ସନ୍ଦେହ କରିଛନ୍ତି ଚନ୍ଦନଙ୍କ ବାପା ପ୍ରଦୀପ ବାଗ ।

Dental Doctor Chandan Bag Of Sambalpur Missing Seens A Week

ମିଳିଥିବା ସୂଚନା ଅନୁସାରେ ନିଖୋଜ ଚନ୍ଦନଙ୍କ ଘର ସମ୍ବଲପୁର ସହରର ସାକ୍ଷୀପଡ଼ା । କିନ୍ତୁ, ଚନ୍ଦନ ଶାନ୍ତିନଗରରେ ନିଜ ସ୍ତ୍ରୀଙ୍କ ସହ ଭଡ଼ାଘରେ ପରିବାରଠୁ ଅଲଗା ରହୁଛନ୍ତି । ଗତ ୩୦ ତାରିଖରେ ଚନ୍ଦନ ଭୋର୍ ୪ ଟାରୁ ଘରୁ ବାହାରି ଯାଇ ଆଉ ଫେରନିଥିଲେ । ଏନେଇ ଚନ୍ଦନଙ୍କ ସ୍ତ୍ରୀ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଚନ୍ଦନ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ । ଶନିବାର ରାତିରେ ସମ୍ବଲପୁରର ମୁଦିପଡ଼ାରୁ ଚନ୍ଦନଙ୍କ ବାଇକ୍ ଜବତ କରିଛି ଟାଉନ୍ ଥାନା ପୋଲିସ ।

Dental Doctor Chandan Bag Of Sambalpur Missing Seens A Week

ବାଇକ୍ ମିଳିଥିବା ଚନ୍ଦନଙ୍କ କୌଣସି ଖୋଜ ଖବର ମିଳୁନାହିଁ । ଯାହାକି ଘଟଣାକୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଛି । ପୋଲିସ ଚନ୍ଦନଙ୍କୁ ଖୋଜାଖୋଜି ନକରି ଚୁପ୍ ବସି ପଡ଼ିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

‘ହିନ୍ଦୀ ସମେତ ଦେଶର ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ ହେବ ଇଣ୍ଟରନେଟ୍ ମେଟରିଆଲ୍’

0

ପାଟଣା: ଯଦି ସବୁକିଛି ଠିକ୍ ଚାଲେ, ତେବେ ଖୁବଶୀଘ୍ର ଇଣ୍ଟରନେଟରେ ଉପଲବ୍ଧ ମେଟରିଆଲ୍ ଦେଶର ଆଞ୍ଚଳିକ ଭାଷାଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ । ହିନ୍ଦୀ ସମେତ ଦେଶର ଅନ୍ୟ ଆଞ୍ଚଳିକ ଭାଷାରେ ଏହି ଇଣ୍ଟରନେଟ୍ ମେଟରିଆଲ୍ ଉପଲବ୍ଧ ହେବ । ଦେଶର ଡିଜିଟାଲ ପାଓ୍ୱାରକୁ ଅଧିକ ସୁଦୃଢ଼ କରିବାକୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Image result for minister ravi shankar prasad

ଏ ସମ୍ପର୍କରେ ସୂଚିତ କରି କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ଓ ଆଇନ ମନ୍ତ୍ରୀ ରବି ଶଙ୍କର ଗଣମାଧ୍ୟମକୁ କହିଛନ୍ତି ଯେ, ଇଣ୍ଟରନେଟ୍ ମେଟିଆଲ୍ ଗୁଡ଼ିକ ହିନ୍ଦୀ ସହ ଦେଶର ଅନ୍ୟ ଭାଷାରେ ମଧ୍ୟ ଅନୁବାଦ ହେବ । ଯାହା ଦ୍ୱାରା ଦେଶର ଡିଜିଟାଲ ପାଓ୍ୱାର ଅଧିକ ସୁଦୃଢ଼ ହୋଇପାରିବ । ଡିଜିଟାଲ କ୍ଷେତ୍ରରେ ଭାରତ ବିଶ୍ୱର ସବୁଠାରୁ ବଡ଼ ଶକ୍ତି ଭାବେ ଉଭା ହୋଇଛି । ଦେଶର ସମସ୍ତ ଆଞ୍ଚଳିକ ଭାଷାରେ ଇଣ୍ଟରନେଟ୍ ମେଟରିଆଲକୁ ଉପଲବ୍ଧ କରାଇବାକୁ ଚଳିତ ବଜେଟରେ ମଧ୍ୟ ସ୍ୱତନ୍ତ ବ୍ୟାୟ ବରାଦ ହୋଇଛି । ବର୍ତ୍ତମାନ ସାରାଦେଶ ମୋଟ ୧୩୫ କୋଟି ଜନସଂଖ୍ୟା ମଧ୍ୟରୁ ୧୨୦ ଲୋକ ମୋବାଇଲ ବ୍ୟବହାର କରୁଛନ୍ତି, ୭୦ କୋଟି ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବେଳେ ୬୦ରୁ ୭୦ କୋଟି ଲୋକେ ଇଣ୍ଟରନେଟ୍ ସେବା ବ୍ୟବହାର କରୁଛନ୍ତି ।

ବ୍ରିଟେନ୍ ଷ୍ଟ୍ରେନକୁ ମାତ୍ ଦେବ ଭାରତର କୋଭିସିଲ୍ଡ

0

ନୂଆଦିଲ୍ଲୀ: ଭାରତର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ଖୁସି ଖବର। ବ୍ରିଟେନ୍ ଷ୍ଟ୍ରେନକୁ ବି ମାତ୍ ଦେଇପାରିବ କୋଭିସିଲ୍ଡ। ଏହି ଟିକା ବ୍ରିଟେନର ଅଧିକ ସଂକ୍ରାମକ କରୋନା ଭୂତାଣୁ ସହ ଲଢ଼ିବାକୁ ସକ୍ଷମ ବୋଲି ଜଣାପଡ଼ିଛି।

ଭାରତର ସେରମ୍ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କରାଯାଇଥିବା ଏହି ଟିକା, ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବା ଅକ୍ସଫୋର୍ଡ ୟୁନିଭର୍ସିଟି କହିଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର କହିବା ମୁତାବକ, କୋଭିସିଲ୍ଡ ଟିକା କରୋନାର ମୂଳ ଭୂତାଣୁ ଓ ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ ସମାନ ଭାବେ ପ୍ରଭାବଶାଳୀ। ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ବିରୋଧରେ ଲଢ଼ିବାକୁ କୋଭିସିଲ୍ଡ ଟିକା ସକ୍ଷମ ବୋଲି ଟିକା ପରୀକ୍ଷଣ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ପ୍ରଫେସର ପୋଲାର୍ଡ ସୂଚନା ଦେଇଛନ୍ତି।

ଅନ୍ୟପଟେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କରୋନା ଷ୍ଟ୍ରେନ୍ ବିରୋଧରେ ଲଢ଼ିବାକୁ କୋଭିସିଲ୍ଡ କେତେ ପ୍ରଭାବଶାଳୀ ଜାଣିବାକୁ ବିଶେଷଜ୍ଞମାନେ ଗବେଷଣା ଜାରି ରଖିଛନ୍ତି।

ଭାଙ୍ଗିଲା ଗ୍ଲାସିୟର ଖଣ୍ଡ ! ଝୁଲା ପୋଲ-ବନ୍ଧ-ଡ୍ୟାମ୍‌ ଭାଙ୍ଗିଲା, ୧୫୦ରୁ ଅଧିକ ଲୋକ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବଡ଼ ବନ୍ୟା । ଏକାଥରେ ଭାସିଗଲେ ୧୫୦ରୁ ଅଧିକ ଲୋକ । ରବିବାର ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାସ୍ଥିତ ତାପୋଭାନ ନିକଟରେ ବରଫ ଅତଡ଼ା ଖସିଛି । ଏହାର ପ୍ରଭାବରେ ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ବନ୍ୟା ପରିସ୍ଥିତି ଉପୁଜିଛି । ପ୍ରଶାସନ ପକ୍ଷରୁ ଉଦ୍ଧାକାର୍ଯ୍ୟ ଜାରି ରହିଛି ।

ଚାମୋଲିରେ ଗ୍ଲାସିଅର୍ ଖଣ୍ଡ ଭାଙ୍ଗିବା ପରେ ଜଳ ପ୍ରବାହ ନନ୍ଦପ୍ରାୟାଗ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି । ହେଲେ ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ନନ୍ଦପ୍ରାୟାଗରେ ପହଞ୍ଚିବା ବେଳକୁ ଜଳ ପ୍ରବାହ ପ୍ରାୟ ସ୍ୱାଭାବିକ ହୋଇସାରିଛି । ଗ୍ଲାସିୟର ଭାଙ୍ଗିବା ପରେ ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଯାତାୟତ ବନ୍ଦ କରାଯାଇଛି ।

ଆଇଟିବିପିର ମୁଖପାତ୍ର କହିଛନ୍ତି, ସକାଳ ୧୦ ଟାରେ ସେମାନେ ଏହି ଘଟଣା ନେଇ ସୂଚନା ପାଇଥିଲେ । ପରେ ତୁରନ୍ତ ୨୦୦ ଯବାନଙ୍କୁ ସେଠାରେ ନିୟୋଜିତ କରାଯାଇଛି । ଏବେ ସୁଦ୍ଧା ୬୦୦ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏବେ ସ୍ଥିତି ନୟନ୍ତ୍ରଣକୁ ଆସିଲାଣି ।

ଅନ୍ୟପଟେ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି ଯେ, ଏହି ଘଟଣା ଉପରେ ସେ ନଜର ରଖିଛନ୍ତି । ସାରା ଦେଶ ଉତ୍ତରାଖଣ୍ଡ ସହ ରହିଛି । ସବୁ ପ୍ରକାର ସାହଯ୍ୟ ସହଯୋଗ ଯୋଗାଇ ଦିଆଯିବ । ସମସ୍ତଙ୍କ ସୁରକ୍ଷା ପାଇଁ ଦେଶ ପ୍ରାର୍ଥନା କରୁଛି । ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ଆଲୋଚନା ଚାଲିଛି । NDRF ଯବାନ ନିୟୋଜିତ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ବଣ୍ଟନ ନେଇ ସେ ଅବଗତ ଅଛନ୍ତି ।

ଏହି ଘଟଣାରେ ରାହୁଲ ଗାନ୍ଧୀ ମଧ୍ୟ ଦୁଃଖ ପ୍ରକାଶ କରିଚନ୍ତି । ରାଜ୍ୟ ସରକାର ଏହି ଘଟଣାକୁ ଗରୁତ୍ୱ ଦେବା ସହ ପୀଡ଼ିତଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦିଅନ୍ତୁ ବୋଲି ନିବେଦନ କରିଛନ୍ତି । ଏହାସହ କଂଗ୍ରେସ କର୍ମୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ସହ ଲୋକଙ୍କୁ ସାହାଯ୍ୟ କରନ୍ତୁ ବୋଲି ରାହୁଲ କହିଛନ୍ତି । ଉତ୍ତରାଖଣ୍ଡବାସୀଙ୍କ ପ୍ରତି ତାଙ୍କର ଗଭୀର ସମବେଦନା ଥିବା ସେ କହିଛନ୍ତି ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ, ପୀଡ଼ିତ ଲାେକଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରନ୍ତୁ । ଗୁଜୁରାଟରୁ ଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ, ମଲି ଜୋଶିମଠ ଠାରୁ ୨୪ କିଲୋମିଟର ଦୂରରେ ଥିବା ପାଙ୍ଗ ଗ୍ରାମ ଉପରେ ଏହି ବିରାଟ ହିମ ଖଣ୍ଡ ପଡ଼ିଛି । ଫଳରେ ଧୌଲିଗଙ୍ଗା ନଦୀରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁଁ ଋଷି ଗଙ୍ଗା ବିଦ୍ୟୁତ୍ ପ୍ରକଳ୍ପର ବହୁ କ୍ଷତି ହୋଇଛି । ଏହା ସହିତ କିଛି ଝୁଲା ପୋଲ ମଧ୍ୟ ଭାଙ୍ଗିଯାଇଛି । ନିର୍ମାଣାଧୀନ ତପୋଭାନ୍ ବିଷ୍ଣୁଗଡ଼ ଜଳ ବିଦ୍ୟୁତ୍ ପ୍ରକଳ୍ପର ଡ୍ୟାମ୍ ପାର୍ଶ୍ୱ ବ୍ୟାରେଜ୍ ସ୍ଥାନ ମଧ୍ୟ ନଷ୍ଟ ହୋଇଛି।

ପ୍ରସାଶନ ଆଲାକାନ୍ଦା ନଦୀ ଏବଂ ଧୋଲି ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ କରିବା ସହ ସେମାନଙ୍କୁ ଶୀଘ୍ର ସେ ସ୍ଥାନ ଛାଡ଼ିବାକୁ କହିଛି ।  SDRGର ୧୦ ଟି ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହରିଦ୍ୱାର, ଋିଷିକେଶ ଏବଂ ଶ୍ରୀନଗରରେ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ଗ୍ଲେସିୟର ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କୌଣସି ପ୍ରକାରର ଗୁଜବ ପ୍ରତି ଧ୍ୟାନ ନଦେବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି । ଏଥିସହ ଘଟଣାର ସୂଚନା ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ତଥା ଡିଏମ ଚାମୋଲିଙ୍କଠାରୁ ନିଆଯାଇଛି । ଚାମୋଲି ଜିଲ୍ଲା ପ୍ରଶାସନ, ଏସଡିଆରଏଫର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗଙ୍ଗା ନଦୀ କୂଳକୁ ନ ଯିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।

NMA ସଚିବଙ୍କୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ପତ୍ର, ମନ୍ଦିରକୁ ସ୍ମାରକୀ ଭାବେ ବିବେଚନା କରିବା ଠିକ୍ ନୁହେଁ

ପୁରୀ: ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷର ଚିଠା ପ୍ରସଙ୍ଗ । NMA ସଦସ୍ୟ ସଚିବଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ଚିଠିରେ ଅନୁରୋଧ କରିଛନ୍ତି କ୍ରିଷନ । ଶ୍ରୀଜିଉ, ସେବକ ଓ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥକୁ ନଜରରେ ରଖି ଚିଠା ପ୍ରସ୍ତାବ ପ୍ରତ୍ୟାହାର କରିବା ଉଚିତ ବୋଲି ମୁଖ୍ୟ ପ୍ରଶାସକ ଚିଠିରେ ଦର୍ଶାଇଛନ୍ତି । ଏହାକୁ ଗୁରୁତର ସହ ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି । ଏଭଳି ବାଇ-ଲ କିପରି ଜଗନ୍ନାଥ ମନ୍ଦିର ପୂଜା ରୀତିନୀତିକୁ ଉଲ୍ଲଂଘନ କରୁଛି ତାହା ଚିଠିରେ ଦର୍ଶାଇଛନ୍ତି ।

୧୯୭୯ ଚୁକ୍ତି ମୁତାବକ ଏଏସଆଇର କାର୍ଯ୍ୟ ସୀମିତ । କେବଳ ଶ୍ରୀମନ୍ଦିର ସଂରକ୍ଷଣ କାର୍ଯ୍ୟ କରିବ ଏଏସଆଇ । ଏହାବାଦ୍ ଅନ୍ୟ କୌଣସି କାମରେ ହସ୍ତକ୍ଷେପ କରିପାରିବନି ASI । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱୀକୃତ ସଂସ୍ଥା ଏବଂ ଶ୍ରମନ୍ଦିର ପରିଚାଳନା ପାଇଁ ୧୯୫୫ ମସିହାରେ ଏକ ସ୍ୱତନ୍ତ୍ର ଆଇନ ମଧ୍ୟ ରହିଛି । ଶ୍ରୀମନ୍ଦିର ଏବଂ ଏହାରା ଚର୍ତୁପାର୍ଶ୍ୱରେ ଥିବା ସମସ୍ତ ସଂପତ୍ତି ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି । ଏନଏମଏର ଚିଠା ବାଇ-ଲ ସେବାୟତଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବ ।

ଯାହ ଦ୍ୱାରା ମନ୍ଦିରର ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବ । ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କ ମୂଳପୀଠ, ଜୀବନ୍ତ ମନ୍ଦିର । ଏହାକୁ ସ୍ମାରକୀ ପୀଠ ଭାବେ ବିବେଚନା କରିବା ଠିକ୍ ନୁହେଁ । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚାରିପାଖରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି । ତେବେ ଚିଠା ପ୍ରସ୍ତାବ ଉନ୍ନତିମୂଳକ କାର୍ଯ୍ୟକୁ ପ୍ରଭାବିତ କରିବ । ଚିଠା ପ୍ରସ୍ତାବ ଉପରେ ଆସନ୍ତା ୧୫ରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ । ବୈଠକରେ ଚିଠା ପ୍ରସ୍ତାବକୁ ଗ୍ରହଣ କରାଯିବ କି ନାହିଁ ସେନେଇ ଆଲୋଚନା ହେବ ।

ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ଆସାମରେ ମୋଦିଙ୍କ ଶିଳାନ୍ୟାସ

0

ଗୌହାଟି: ପ୍ରଧାନମନ୍ତ୍ରୀ ମୋଦି ଆଜି ନିର୍ବାଚନୀ ରାଜ୍ୟ ପଶ୍ଚିମବଙ୍ଗ ଓ ଆସାମ ଗସ୍ତ କରୁଛନ୍ତି। ତେବେ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲାରେ ପହଞ୍ଚି ୨ଟି ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ମୋଦି ଆସୋମ ମାଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାସହ ଏଥିପାଇଁ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି।

ମୋଦି କହିଛନ୍ତି, ‘ବିକାଶର ସକାଳ ଦେଖିବାକୁ ଆସାମକୁ ବହୁତ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ବହୁ ହିଂସା, ଭେଦଭାବ ଓ ପକ୍ଷପାତ ପରେ ଏବେ ଆସାର ବିକାଶ ପଥରେ ଅଗ୍ରସର ହେଉଛି।’ ଏଥିସହ ପୂର୍ବୋତ୍ତର ବିକାଶ କ୍ଷେତ୍ରରେ ଆସାମ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ମୋଦି କହିଛନ୍ତି।

ଅନ୍ୟପଟେ ଆସାମର ଚା’କୁ ବଦ୍‌ନମ କରିବା ସହ ଭାରତୀ ଛବି ମଳିନ କରିବାକୁ ବିଦେଶରେ ଯୋଜନା କରାଯାଉଛି ବୋଲି ମୋଦି କହିଛନ୍ତି । ଆସାମ ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରିବେ। ସେଠାରେ ଏକ ବିଶାଳ ଜନସଭାକୁ ମୋଦି ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି।

 

Cyber Crime : ଫସିଗଲେ ଆଇବି ଅଧିକାରୀ, ଗୋଟିଏ କ୍ଲିକ୍‌ରେ ଉଡ଼ିଗଲା ୨ ଲକ୍ଷ

0

ନୂଆଦିଲ୍ଲୀ: ସାଇବର ଠକେଇର ଶିକାର ହେଲେ ଆଇବି(ଇଣ୍ଟେଲିଜେନ୍ସ ବ୍ୟୁରୋ)ର ସହ ନିର୍ଦ୍ଦେଶକ। ଲୁଟେରା ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ୨ ଲକ୍ଷ ୧୦ ହଜାର ଟଙ୍କା ନିଜ ପାଖକୁ ଟ୍ରାନ୍ସଫର କରିନେଇଛନ୍ତି । ଏହା ଜାଣିବା ପରେ ସେ କୋଟଲା ମୁବାରକପୁର ପୋଲିସ ଷ୍ଟେସନରେ ଏ ନେଇ ଏକ ଏଫଆଇଆର ଦାୟର କରିଛନ୍ତି।

ଆଇବି ଅଧିକାରୀ ଏସ୍. ମୁର୍ମୁ କିଦୱାଇ ନାଗର ଅଞ୍ଚଳରେ ଟାଇପ୍-୪ ଫ୍ଲାଟରେ ରୁହନ୍ତି।  ମୁର୍ମୁ କହିଛନ୍ତି ଯେ ଜାନୁଆରୀ ୩୦ ଅପରାହ୍ନରେ ତାଙ୍କ ଆକାଉଣ୍ଟରୁ କେହି ଜଣେ ତାଙ୍କୁ ଅନଲାଇନରେ ଠକିଥିଲେ। ପୋଲିସ  କହିଛି ଯେ କେହି ତାଙ୍କ ମୋବାଇଲକୁ ଏକ ମେସେଜ ପଠାଇଥିଲେ । ମୁର୍ମୁ ସେହି ମେସେଜ ଉପରେ କ୍ଲିକ କରିବା ମାତ୍ରେ ତାଙ୍କ ଆକାଉଣ୍ଟ ଖାଲି ହୋଇଗଲା। ତାଙ୍କ ଆକାଉଣ୍ଟରେ ଦୁଇ ଲକ୍ଷ ୧୦ହଜାର ଟଙ୍କା ଥିଲା। ବର୍ତ୍ତମାନ ଜିଲ୍ଲାର ସାଇବର ଟିମ୍ ଏହି ସାଇବର ଠକମାନଙ୍କୁ ଖୋଜୁଛି।

ସୂଚନାଯୋଗ୍ୟ, ସେହି କୋଟାଲା ମୁବାରକପୁର ଥାନା ଅଞ୍ଚଳରୁ ହିଁ ଗତ ଜାନୁଆରୀ ୧୨ରେ ଜମ୍ମୁ-କଶ୍ମୀର ହାଉସର ଏକ ସରକାରୀ କାର୍ ଚୋରି ହୋଇଥିଲା। ୨୫ ଦିନ ପରେ ବି ଦିଲ୍ଲୀ ପୋଲିସକୁ ଏହି ଚୋରି କାର୍ ବିଷୟରେ କୌଣସି ସୁରାଗ ମିଳିନାହିଁ । ଅନ୍ୟପଟେ ସାଉଥ ଦିଲ୍ଲୀର ମହରୋଲି ଅଞ୍ଚଳରେ ଗୁରୁବାର ରାତିରେ ତିନି ଜଣ ଲୁଟେରା ଜଣେ ଯୁବକଙ୍କୁ ରାସ୍ତା ଉପରରେ ଲୁଟିଥିଲା । ଏହି ଯୁବକ ଜଣ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରାଳୟରେ କାମ କରନ୍ତି।

 

 

ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଶ୍ରୀମନ୍ଦିର ବିଜ୍ଞପ୍ତି ପ୍ରସଙ୍ଗରେ ଏମିତି ପ୍ରତିକ୍ରିୟା ଦେଲେ ବିଜେପି ନେତା

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିରକୁ ସ୍ମାରକୀ ବିବେଚନା କରିଛି ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ -ଏନ୍‌ଏମ୍‌ଏ । ଏନେଇ ପ୍ରାଧିକରଣ ବିଜ୍ଞପ୍ତି ମଧ୍ୟ ଜାରି କରିଛି  । ଏନ୍‌ଏମ୍‌ଏ ବିଜ୍ଞପ୍ତି ଅନୁସାରେ ସ୍ମାରକୀ ତାଲିକାରେ ୪ଟି ଅନ୍ୟ ଧର୍ମର ସ୍ମାରକୀପୀଠ ସହ ସ୍ଥାନ ପାଇଛି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର  । ଏବେ ଏହି ପ୍ରସଙ୍ଗକୁ ନେଇ ନିଜ ନିଜ ମତ ରଖିଛନ୍ତି ବିଭିନ୍ନ ଦଳର ନେତା ରାଜନେତା । ଏବେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ବିଜୟ ମହାପାତ୍ର କହିଛନ୍ତି ଯେ, ଏନଏମଏର  ଗାଇଡଲାଇନ ପୁରୀ ପାଇଁ ପ୍ରଯୁଜ୍ୟ ନୁହେଁ । ଏହା ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ । ପୁରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ବିଚାର କରିବା ଆବଶ୍ୟକ। । ଭାରତ ବର୍ଷର ଅନ୍ୟ ମନ୍ଦିର ସାଙ୍ଗରେ ପୁରୀ ମନ୍ଦିରକୁ ତୁଳନା କରିବା ଉଚିତ ନୁହେଁ । ଶ୍ରୀ ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଦେବତା, ଏଠି ଅନ୍ୟ କୌଣସି ଆଇନକାନୁନ ଲାଗୁ ହେବ ନାହିଁ ।

ସାଢେ ୪ କୋଟି ଓଡ଼ିଆଙ୍କ  ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ହେଉଛନ୍ତି ପରମବ୍ରହ୍ମ  । ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଠାକୁର । କୋଟିକୋଟି ଭକ୍ତଙ୍କ ବିଶ୍ୱସର ଜୀବନ୍ତ ଠାକୁର ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଏକ ସ୍ମାରକୀ ଭାବେ ବିବେଚନା କରାଯାଇଥିବାରୁ ସବୁଆଡ଼େ ଆକ୍ରୋସ ସ୍ୱର ଗୁଞ୍ଜରିତ ହେବାରେ ଲାଗିଛି । ଏବଂ ଏନ୍‌ଏମ୍‌ଏ ର ଘୁଣ୍ୟ ଷଡ଼ଯନ୍ତ୍ରକୁ ସବୁକ୍ଷେତ୍ରରେ ନିନ୍ଦା କରାଯାଇଛି ।