ଦେଶରେ ଉପରମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୧୯୭ ସଂକ୍ରମିତ ମୃତ

ନୂଆଦିଲ୍ଲୀ: ଦେଶରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହରୀ  । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୩ ହଜାର ୮୪୬ ନୂଆ ସଂକ୍ରମିତ । ସେହିପରି କରୋନାରେ ଯାଇଛି ଆଉ ୧୯୭ ଜୀବନ । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦ରେ ପହଞ୍ଚିଛି  । ସେମଧ୍ୟରୁ  ୧ କୋଟି ୧୧ ଲକ୍ଷ ୩୦ ହଜାର ୨୮୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ଏବେବି ଦେଶରେ  ୩ ଲକ୍ଷ ୯ ହଜାର ୮୭ ସକ୍ରିୟ ମାମଲା ରହିଛି  ।

ଏଥିସହ ମୋଟ ମୃତ୍ୟୁ ସଂଖ୍ୟା  ୧ ଲକ୍ଷ ୫୯ ହଜାର ୭୫୫ରେ ପହଞ୍ଚିଛି  । ଅନ୍ୟପଟେ ଦେଶରେ ଟିକାକରଣ ଜାରି ଥିବା ବେଳେ, ଏବେସୁଦ୍ଧା ୪ କୋଟି ୪୬ ଲକ୍ଷ ୩ ହଜାର ୮୪୧ଙ୍କୁ ଟିକା ଦିଆସରିଛି  । ତେବେ ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, ମଧ୍ୟ ପ୍ରଦେଶ ଓ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି  ।

ତେବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି  । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅନ୍ୟରାଜ୍ୟରୁ ଆସୁଥିବା ବସ୍ ଚଳାଚଳ ଉପରେ ରୋକ ଲଗାଇଛନ୍ତି  । ସେପଟେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଓ ଜବଲପୁରରେ ଲକଡାଉନ୍ ଘୋଷଣା କରାଯାଇଛି  । ଦିଲ୍ଲୀରେ ମଧ୍ୟ କରୋନା କହର ଦେଖିବାକୁ ମିଳିଛି  ।

Leave a Reply