ଆଉ ୪ ହଜାର ବଢିଲା ସଂକ୍ରମିତଙ୍କ ସଂଖ୍ୟା

Triple Mutant Coronavirus B1618 Reported In India

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତା କରୁଛି କରୋନା । କିଛି ଦିନର ବ୍ୟବଧାନ ପରେ ପୁଣି ଉପମୁହାଁ ହେଲା କରୋନା ଗ୍ରାଫ । ଗତକାଲି ୪୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ୪ହଜାର ପାଖାପାଖି ବଢିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୩ ହଜାର ୮୪୬ ନୂଆ ସଂକ୍ରମିତ । ସେହିପରି କରୋନାରେ ଆଉ ୧୯୭ ଜୀବନ ଯାଇଛି ।

ତେବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦ରେ ପହଞ୍ଚିଛି  । ସେମଧ୍ୟରୁ  ୧ କୋଟି ୧୧ ଲକ୍ଷ ୩୦ ହଜାର ୨୮୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ଏବେବି ଦେଶରେ  ୩ ଲକ୍ଷ ୯ ହଜାର ୮୭ ସକ୍ରିୟ ମାମଲା ରହିଛି । ସେହିପରି ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୨ ଥିବାବେଳେ କେବଳ କଟକରେ ୨୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାବ୍ୟତୀତ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରେକର୍ଡ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅନ୍ୟରାଜ୍ୟରୁ ଆସୁଥିବା ବସ୍ ଚଳାଚଳ ଉପରେ ରୋକ ଲଗାଇଛନ୍ତି  । ସେପଟେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଓ ଜବଲପୁରରେ ଲକଡାଉନ୍ ଘୋଷଣା କରାଯାଇଛି  । ଦିଲ୍ଲୀରେ ମଧ୍ୟ କରୋନା କହର ଦେଖିବାକୁ ମିଳିଛି  ।

Leave a Reply