ହୋଲି ପୂର୍ବରୁ ଏହିସବୁ ଟ୍ରେନକୁ ବାତିଲ କଲା ରେଲୱେ, ଦେଖନ୍ତୁ ତାଲିକା

1 min read
Indian Railways Rules And Regulations Between 6 Am To 10 Pm

ନୂଆଦିଲ୍ଲୀ: ଏଥର ହୋଲି ପୂର୍ବରୁ ଯଦି ଆପଣ କୌଣସି ସ୍ଥାନକୁ ଯିବାକୁ ଯୋଜନା କରୁଛନ୍ତି କିମ୍ବା କୌଣସି ସ୍ଥାନକୁ ଯିବାକୁ ଟ୍ରେନ ଟିକେଟ୍ ବୁକ୍ କରିଛନ୍ତି, ତେବେ ଆପଣଙ୍କୁ ଥରେ ଟ୍ରେନର ଷ୍ଟାଟସ ଯାଞ୍ଚ କରିନିଅନ୍ତୁ ।  ଭାରତୀୟ ରେଲୱେ କିଛି ଟ୍ରେନର ମାର୍ଗକୁ ପରିବର୍ତ୍ତନ କରିବାସହ ଅନେକ ଟ୍ରେନର ସମୟ ମଧ୍ୟ ବଦଳାଇ ଦେଇଛନ୍ତି । ତେଣୁ ଯାତ୍ରା ପୂର୍ବରୁ ଆପଣ ଆପଣଙ୍କ ଟ୍ରେନ ବିଷୟରେ ସୂଚନା ଅବଶ୍ୟ ଯାଞ୍ଚ କରି ନିଅନ୍ତୁ । ପଶ୍ଚିମ ରେଲୱେ ଅହମ୍ମଦାବାଦ ଡିଭିଜନର ଧ୍ରାଙ୍ଗଧ୍ରା-ସମାଖିଆଲୀ ବିଭାଗରେ ନନ୍-ଇଣ୍ଟରକ୍ଲିଂ କାର୍ଯ୍ୟ ହେତୁ ପଶ୍ଚିମ ରେଳରୁ ବାହାରୁ ଥିବା ଏବଂ ଅନ୍ୟ କିଛି ଦୂର ଦୂରଗାମୀ ଟ୍ରେନକୁ ବାତିଲ କିମ୍ବା ଟ୍ରେନର ସମୟସୀମା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।

ପଶ୍ଚିମ ରେଲୱେର ମୁଖ୍ୟ ସୁମିତ ଠାକୁର ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି । ଆସନ୍ତୁ ଜାଣିବା କେଉଁ ଟ୍ରେନ୍ ବାତିଲ୍ ହୋଇଛି ଏବଂ କେଉଁ ଟ୍ରେନର ରୁଟରେ ପରିବର୍ତ୍ତନ ହୋଇଛି ।

  • ଟ୍ରେନ୍ ନମ୍ବର ୦୯୧୧୬ୟ୦୯୧୧୫କୁ ୨୧ ମାର୍ଚ୍ଚରୁ ୨୩ ମାର୍ଚ୍ଚକୁ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
  • ଟ୍ରେନ୍ ନମ୍ବର ୦୨୯୭୪କୁ ୨୦ ମାର୍ଚ୍ଚରେ ଅହମ୍ମଦାବାଦ ଏବଂ ଗାନ୍ଧୀଧାମ ମଧ୍ୟରେ ଆଂଶିକ ବାତିଲ କରାଯାଇଛି ।
  • ଟ୍ରେନ୍ ନମ୍ବର ୦୨୯୭୩କୁ ୨୪ ମାର୍ଚ୍ଚ ୨୦୨୧ରେ ଗାନ୍ଧୀଧାମ ଏବଂ ଅହମ୍ମଦାବାଦ ମଧ୍ୟରେ ଆଂଶିକ ବାତିଲ କରାଯାଇଛି ।

ପରିବର୍ତ୍ତନ କରାଯାଇଥିବା ଟ୍ରେନର ତାଲିକା

  • ମାର୍ଚ୍ଚ ୨୦ ଓ ୨୩ ଆରମ୍ଭ ହେବାକୁ ଥିବା ଟ୍ରେନ୍ ନମ୍ବର ୦୪୩୧୧ ବରେଲି-ଭୁଜକୁ ପାଲନପୁର-ଭିଲାଡି-ସାମାଖିଆଲି ରୁଟରେ ଚାଲିବ ।
  • ୨୩ ଏବଂ ୨୪ ମାର୍ଚ୍ଚରୁ ଆରମ୍ଭ ହେବକୁ ଥିବା ଟ୍ରେନ୍ ନମ୍ବର ୦୪୩୧୨ ଭୁଜ୍-ବରେଲିକୁ ସମାଖିଆଲି-ବିଲଡି-ପାଲନପୁର ରୁଟ ଦେଇ ଚଳାଚଳ କରିବ ଏବଂ ଏହି ସେବା ୧୭.୦୫ ରେ ଭୁଜରୁ ପ୍ରସ୍ଥାନ କରିବ ।

ସଂକ୍ଷିପ୍ତ ବାତିଲ କରାଯାଇଥିବା ଟ୍ରେନ୍

  • ଟ୍ରେନ୍ ନମ୍ବର ୦୯୩୩୬ ଇନ୍ଦୋର-ଗାନ୍ଧୀଧାମକୁ ୨୧ ମାର୍ଚ୍ଚ ୨୦୨୧ ରେ ଆରମ୍ଭ ହେବାକୁ ଥିବା ସେବାକୁ ଅହମ୍ମଦାବାଦରେ ବନ୍ଦ କରାଯିବ । ଅହମ୍ମଦାବାଦ ଏବଂ ଗାନ୍ଧୀନଗର ମଧ୍ୟରେ ଏହା ବାତିଲ ହୋଇ ରହିବ ।
  • ଟ୍ରେନ୍ ନମ୍ବର ୦୯୩୩୫ ଗାନ୍ଧୀଧାମ୍-ଇନ୍ଦୋର ସ୍ୱତନ୍ତ୍ର ୨୨ ମାର୍ଚ୍ଚ ୨୦୨୧ରେ ଆରମ୍ଭ ହେବାକୁ ଥିବା ସେବା ଅହମ୍ମଦାବାଦରେ ବନ୍ଦ କରାଯିବ । ଗାନ୍ଧୀଧାମ୍ ଏବଂ ଅହମ୍ମଦାବାଦ ମଧ୍ୟରେ ଏହି ଟ୍ରେନ୍ ବାତିଲ ରହିବ ।
  • ଟ୍ରେନ୍ ନମ୍ବର ୦୯୦୦୩କୁ ୨୧ ମାର୍ଚ୍ଚ ୨୦୨୧ରେ ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ବାତିଲ ରହିବ ।
  • ଟ୍ରେନ୍ ନମ୍ବର ୦୯୦୦୪କୁ ଭୁଜ-ବାନ୍ଦ୍ରା ଟର୍ମିନସ୍ ୨୨ ମାର୍ଚ୍ଚ ୨୦୨୧ ରେ ଭୁଜ୍ ଏବଂ ଅହମ୍ମଦାବାଦ ମଧ୍ୟରେ ବାତିଲ୍ ରହିବ ।
  • ଟ୍ରେନ୍ ନମ୍ବର ୦୬୫୦୫କୁ ଗାନ୍ଧୀଧାମ୍ ଏବଂ ଅହମ୍ମଦାବାଦ ମଧ୍ୟରେ ୨୩ ମାର୍ଚ୍ଚ ୨୦୨୧ ମଧ୍ୟରେ ବାତିଲ ରହିବ ।

Leave a Reply