spot_img
Home Blog Page 5973

ଉଦ୍ଧବ ସରକାରଙ୍କ ଚେତାବନୀ, କଟକଣା ନ ମାନିଲେ ପୁଣି ଲାଗୁ ହେବ ଲକ୍‌ଡାଉନ୍

0

ମୁମ୍ବାଇ: ଗତ କିଛିଦିନ ହେବ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଦେଇଛି । ଏହା ଉପରେ ଚିନ୍ତା ବ୍ୟକ୍ତ କରିବା ସହ କଟକଣା ନ ମାନିଲେ ପୁଣି ରାଜ୍ୟକୁ ଲକ୍‌ଡାଉନ୍  ଫେରିବ ବୋଲି ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ସରକାର।

ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ବେଳେ ରାଜ୍ୟରେ କରୋନା କଟକଣା ପାଳନ ହେଉ ନ ଥିବା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହାସହ ଯଦି ଲୋକମାନେ କିଛିଟା କଟକଣା ପାଳନ ନ କରନ୍ତି, ତା’ ହେଲେ ପୁଣି ଲକ୍‌ଡାଉନ୍ ଜାରି କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି ଯେ ଲୋକମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ଯେ ସେମାନେ କିଛି କଟକଣା ମାନି ମୁକ୍ତ ଭାବେ ରହିବାକୁ ଚାହୁଁଛନ୍ତି ନା ପୁଣିଥରେ ରାଜ୍ୟରେ ଲକଡାଉନ୍ ଚାହୁଁଛନ୍ତି।

ମହାରାଷ୍ଟ୍ରରେ ରବିବାର ଦିନ ଗତ ଏକମାସ ମଧ୍ୟରେ ସବୁଠୁ ଅଧିକ କରୋନା ସମକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିଛି । ରବିବାର ରାଜ୍ୟରେ ୪ହଜାର ୯୨ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ମଙ୍ଗଳବାର ୩ ହଜାର ନୂଆ ପଜିଟିଭ ମାମଲା ଆସିଛି। ସାତ ଦିନ ଭିତରେ  ଦୈନିକ ୩ ହଜାରୁ ଅଧିକ ମାମଲା ରିପୋର୍ଟ କରାଯାଉଛି। ମୁମ୍ବାଇରୁ ୪୬୧ଟି ମାମଲା ଆସିଛି।

୨୦୦ କୋଟି ଟଙ୍କାରେ କଳିଙ୍ଗ ଷ୍ଟୁଡିଓର ହେବ କାୟାକଳ୍ପ

0

ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓର ହେବ ନବୀକରଣ । ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡ଼ିଓକୁ ନୂଆ ରୂପ ଦେବାପାଇଁ ପଦକ୍ଷେପ ନେଇଛନ୍ତି। କଳିଙ୍ଗ ଷ୍ଟୁଡିଓରେଷ୍ଟେଟ୍ଅଫ୍ଦି ଆର୍ଟଆଧୁନିକ ସିନେମା ଷ୍ଟୁଡିଓପ୍ରତିଷ୍ଠା ହେବ। ଷ୍ଟୁଡିଓକୁ ନୂଆ ରୂପରେଖ ଦେବା ପାଇଁ ପ୍ରାୟ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଷ୍ଟୁଡ଼ିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ସେହିଭଳି ପ୍ରତିଯୋଗିତାମୂଳକ ବ୍ୟବସାୟୀକ ଢଙ୍ଗରେ ଷ୍ଟୁଡ଼ିଓକୁ ବିକଶିତ କରାଯିବ।ଷ୍ଟୁଡିଓକୁ ପର୍ଯ୍ୟଟକ ସାମାଜିକ କେନ୍ଦ୍ର ଭାବେ ବିକଶିତ କରାଯିବା ପାଇଁ ଲକ୍ଷ ରଖାଯାଇଛି। ଉଚ୍ଚସ୍ତରୀୟ ବୈଠକରେ ପୁନର୍ବିନ୍ୟାସ ଯୋଜନାକୁ ଅନୁମତି ମଳିିବ।

କଳିଙ୍ଗ ଷ୍ଟୁଡ଼ିଓର ବିକାଶ ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା। ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗତ ରବିବାର କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିଲେ। ସେଠାରେ ସେ ଫିଲ୍ଡର ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ। ଏଥି ସହିତ ଶ୍ରୀ ମହାପାତ୍ର ଶିଳ୍ପ ବିଭାଗକୁ ପୁନର୍ବିନ୍ୟାସ ଯୋଜନା ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

ନୂତନ ଅତ୍ୟାଧୂନିକ ଷ୍ଟୁଡ଼ିଓରେ ମୁଖ୍ୟତଃ ତିନିଟି ଜୋନ୍‌ ପ୍ରସ୍ତୁତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଜୋନ୍‌-୧ ରେ ଇନ୍‌ଡୋର ସୁଟିଂ ଫ୍ଲାେର୍‌, ସୁଟିଂ ମୁଖଶାଳା, ଫିଲ୍ମ-ଟେକ୍‌ ଜୋନ୍‌, ବ୍ୟବସାୟିକ ସ୍ଥାନ, ଖୋଲା ଅଗଣା ଆଦି ରହିବ । ଜୋନ୍‌-୨ ରେ ଆଉଟ-୍‌ ଡୋର ସୁଟିଂ ସୁବିଧା, ବିଷୟ ଭିତ୍ତିକ ସୁଟିଂ ଉଦ୍ୟାନ, ପିଲାଙ୍କ ଜୋନ୍, ଦୁର୍ଗଦୃଶ୍ୟ, ବରଫ ଜୋନ୍‌ ଏବଂ ସାହସିକତା ପ୍ରଦର୍ଶନ କାର୍ଯ୍ୟକ୍ରମର ସ୍ଥାନ ଆଦି ରହିବ । ଜୋନ୍‌-୩ ରେ ଖାଦ୍ୟ ପ୍ରାଙ୍ଗଣ, ଫିଲ୍ମ କଳାକାରମାନଙ୍କ ନିମନ୍ତେ ରହିବା ଖାଇବା
ସୁବିଧା, ସାମାଜିକ କାର୍ଯ୍ୟକ୍ରମ କେନ୍ଦ୍ର ଆଦି  ରହିବ ।

ବର୍ତ୍ତମାନ ରହିଥିବା କେତେକ ମୁଖ୍ୟ ଗୃହ ଏବଂ ସୁବିଧା ଆଦିକୁ ଷ୍ଟୁଡ଼ିଓର ଏ୍ୟୖତିହ୍ୟ ନିମନ୍ତେ ସୁରକ୍ଷିତ ରଖାଯିବ ବୋଲି ମଧ୍ୟ ଶ୍ରୀ ଶର୍ମା ଜଣାଇଥିଲେ । ପୁନବିନ୍ୟାଶ ଯୋଜନାକୁ ଇଡ୍‌କୋ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ତରୁ ନ୍ତ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରି ବର୍ଷାଦିନ ପର୍ବରୁ ମାଟିକାମ ଆଦିସାରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଶଳ୍ପି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅର୍ଥବିଭାଗ ପ୍ରମୁଖ ଶାସନ ସଚବି ଶ୍ରୀ ଅଶୋକ କୁମାର ମୀନା, ଇଡ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିତୀନ୍‌ ଭାନୁଦାସ ଜାଓ୍ବାଲେ, ଶିଳ୍ପ ବିଭାଗ ଯୁଗ୍ମ ଶାସନ ସଚବି ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସଂପୃକ୍ତ
ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ମହିଳାଙ୍କ ଅଜବ ଦାବି, କହିଲେ ଜୋରରେ ପବନ ହେଲା, ଘଣ୍ଟେ ଭିତରେ ମୋର ଛୁଆ ହେଲା

ଇଣ୍ଡୋନେସିଆ: ଇଣ୍ଡୋନେସିଆ ପୋଲିସ ଜଣେ ମହିଳାଙ୍କ ବିଚିତ୍ର ଦାବିର ତଦନ୍ତ  କରୁଛି । ଦାବି ଏମିତି ଶୁଣିଲେ ଆପଣଙ୍କ ମୁଣ୍ଡ ଚକ୍କର କାଟିବ । ଆଉ ପୁରାଣ ଯଦି ପଢିଥିବେ ତେବେ ହନୁମାନଙ୍କ ଜନ୍ମ କଥା ମନେ ପଡିବ । ଇଣ୍ଡୋନେସିଆର ଏହି ମହିଳାଙ୍କ ଦାବି ଯେ, ସେ  ପବନ ଦ୍ୱାରା ଗର୍ଭବତୀ ହୋଇଛନ୍ତି  ।   ୨୫ ବର୍ଷୀୟା ସିତି ଜୈନାହ ନାମକ ଏହି ମହିଳାଙ୍କ ଅଜବ ଦାବି ଏତିକିରେ ଅଟକିନି । ସେ ଆହୁରି ମଧ୍ୟ କହୁଛନ୍ତି ଯେ, ଗର୍ଭବତୀ ହେବାର ମାତ୍ର ଏକ ଘଣ୍ଟା ପରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି  ।

ଖବର ଅନୁଯାୟୀ, ଦକ୍ଷିଣ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଅବସ୍ଥିତ ସିଆନଜୁର ସହରରେ ଗତ ସପ୍ତାହରେ ମହିଳା ଜଣଙ୍କ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ନିଜ ଘରେ ଥିବାବେଳେ ପ୍ରବଳ ବେଗରେ ପବନ ବହିଥିଲା । ମାତ୍ର ୧୫ ମିନିଟ୍ ପରେ, ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାକୁ ଲାଗିଲା, ଏବଂ ପେଟ ଆକାରରେ ବଡ଼ ହେବାକୁ ଲାଗିଲା । ଏହାପରେ ସେ ଏକ ଘରୋଇ କ୍ଲିନିକକୁ ଯାଇ କନ୍ୟା ସନ୍ତାନ ଜନ୍ମ ଦେଇଥିବା କହିଛନ୍ତି ।

ସେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦ୍ୱିପ୍ରହରେ ନିଜ ଘରେ ଶୋଇଥିବାବେଳେ ଗୁପ୍ତାଙ୍ଗରେ ପ୍ରବଳ ବେଗରେ ପବନ ପଶିବା ଅନୁଭୂତ ହେଲା । ମହିଳା ଜଣଙ୍କର ଏହି ବିଚିତ୍ର ଗର୍ଭଧାରଣ ଖବର ଖୁବଶୀଘ୍ର ସହରରେ ବ୍ୟାପିଗଲା ଏବଂ ଶେଷରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିତିଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ପରିଦର୍ଶନ କରିଥିଲେ, ଏହି ବିଚିତ୍ର ଘଟଣା ଶୁଣି ସେମାନେ ମଧ୍ୟ ତାଜୁବ ହୋଇଯାଇଥିଲେ ।

ତେବେ ଜନ୍ମଗ୍ରହଣ କରିଥିବା ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ଥାନୀୟ କ୍ଲିନିକ କର୍ତ୍ତୁପକ୍ଷ କହିଛନ୍ତି ।

ଗୁରୁବାର ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ, ସୁରକ୍ଷା ପାଇଁ RPFର ଅତିରିକ୍ତ ୨୦ କମ୍ପାନୀ ମୁତ୍ତୟନ

0

ନୂଆଦିଲ୍ଲୀ: କୃଷି ବିଲ ବିରୋଧରେ ଆନ୍ଦୋଳନ କ୍ରମରେ ଆସନ୍ତାକାଲି ଭାରତୀୟ କିଶାନ ୟୁନିୟନ(ବିକେୟୁ) ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ କରିବ । ବିକେୟୁ ମୁଖପାତ୍ର ରାକେଶ ଟିକାଏତ ଏ ସମ୍ପର୍କରେ ଆଜି ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ହେବାକୁ ଥିବା ରେଳ ରୋକ ଆନ୍ଦୋଳନରୁ କୌଣସି ରାଜ୍ୟକୁ ବାଦ ଦିଆଯାଇନାହିଁ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ହୋଇଥିବା ଚକା ଜାମ୍ ଆନ୍ଦୋଳନ ବେଳେ ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ବାଦ ଦିଆଯାଇଥିଲା । ତେବେ ଆସନ୍ତାକାଲିର ରେଳରୋକରେ କୌଣସି ରାଜ୍ୟକୁ ରିହାତି ମିଳିବ ନାହିଁ ବୋଲି ଟିକାଏତ କହିଛନ୍ତି ।

ଟିକାଏତ କହିଛନ୍ତି ଯେ, ଆସନ୍ତାକାଲିର ଆନ୍ଦୋଳନରେ ଗାଁ ଲୋକ ଅଧିକ ସଂଖ୍ୟାରେ ଯୋଗ ଦେବେ । କେନ୍ଦ୍ର ସରକାର ଗତ ୮ ମାସ ଧରି ସବୁ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେଉ ନାହାନ୍ତି କିନ୍ତୁ ଅନ୍ୟକ୍ଷେତ୍ରରେ କଟକଣା ଉଠାଇଛନ୍ତି । ସେ କହିଛନ୍ତି ଯେ, ଚକାଜାମରେ କିଛି ରାଜ୍ୟଙ୍କୁ ରିହାତି ଦିଆଯାଇଥିଲା । କିନ୍ତୁ ଏଥର ସେମିତି ହେବ ନାହିଁ । ଏଥର ସବୁ ରାଜ୍ୟରେ ରେଳ ରୋକ କରାଯିବ ।


ଅନ୍ୟପକ୍ଷରେ ରେଳରୋକକୁ ଦୃଷ୍ଟିରେ ରଖି ରେଳବାଇ ରେଲୱେ ପ୍ରୋଟେକ୍ସନ ଫୋର୍ସ (ଆରପିଏଫ)ର ୨୦ ଅତିରିକ୍ତ କମ୍ପାନୀକୁ ମୁତ୍ତୟନ କରିଛି । ଏଥର ରେଳରୋକ ଆନ୍ଦୋଳନରେ ପଶ୍ଟିମବଙ୍ଗ, ଉତ୍ତର ପ୍ରଦେଶ, ପଂଜାବ ଓ ହରିଆନାକୁ ବିକେୟୁ ଫୋକସରେ ରଖିଛି ।

ୟୁରୋପୀୟ ସଂଘ ପ୍ରତିନିଧିଙ୍କ ଜମ୍ମୁ-କାଶ୍ମୀର ଗସ୍ତ, ବିକାଶର କରିବେ ସମୀକ୍ଷା

0

ଜମ୍ମୁ-କଶ୍ମୀର: ୟୁରୋପ-ଆଫ୍ରିକାର ଏକ ରାଜନ୍ୟାୟିକ ପ୍ରତିନିଧି ଦଳ ଜାମ୍ମୁ-କଶ୍ମୀର ଗସ୍ତ କରିଛନ୍ତି। ୨୦୧୯ ଅଗଷ୍ଟରେ ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ କ’ଣ ସବୁ ବିକାଶ ହୋଇଛି ଏହି ଟିମ୍ ତା’ର ସମୀକ୍ଷା କରିବେ। ଦୁଇ ଦିନିଆ ଗସ୍ତରେ ଆସିଥିବା ଏହି ଟିମ୍ ଜମ୍ମୁ-କାଶ୍ମୀର ବିକାଶ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିବେ।

ଶ୍ରୀନଗରରେ  ଏହି ପ୍ରତିନିଧି ଦଳ ପହଞ୍ଚିବା ପରେ ସେମାନଙ୍କୁ ଜମ୍ମୁ-କଶ୍ମୀରର ପାରମ୍ପାରିକ ଢଙ୍ଗରେ ସ୍ୱାଗତ କରାଯାଇଥିଲା । ପରେ ବୁଦ୍ଧଗାମ ଜିଲ୍ଲାର ମାଗାମ ବ୍ଲକରେ ଫ୍ରାନ୍ସର ଦୂତ ଇମାନୁଏଲ୍ ଲେନେନ୍ ଏବଂ ଇଟାଲୀର ଦୂତ ଭିନ୍ସେଞ୍ଜୋ ଦେ ଲୁକା ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଦୁଇ ଦିନରେ ଏହି ପ୍ରତିନିଧି ଦଳ ଜମ୍ମୁ-କଶ୍ମୀରରେ କ’ଣ ବିକାଶ ହୋଇଛି ସେ ନେଇ ସମୀକ୍ଷା କରିବେ।

ଏ ନେଇ ପ୍ରତିନିଧି ଦଳ ଡିଡିସିର ନବ ନିର୍ବାଚିତ ସଦସ୍ୟ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଟିମ୍‌ରେ ୨୪ ଟି ରାଷ୍ଟ୍ରର ପ୍ରତିନିଧି ସାମିଲ ଅଛନ୍ତି।  ଅନ୍ୟପଟେ ୟୁରୋପୀୟ ସଂଘ ସଦସ୍ୟଙ୍କ ଏହି ଗସ୍ତକୁ ନେଇ ରାଜେନୖତିକ ବୟାନବାଜୀ ବି ଆରମ୍ଭ ହୋଇଯାଇଛି। ସରକାର କାଶ୍ମୀର ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ବିରୋଧୀ ।

ଏହା ପୂର୍ବରୁ ୨୦୨୦ ଫେବୃଆରୀ ୯ରେ ୧୫ଜଣିଆ ପ୍ରତିନିଧୀ ଦଳ ଶ୍ରୀନଗରକୁ ଦୁଇ ଦିନିଆ ଗସ୍ତରେ ଆସି ସ୍ଥିତିର ସମୀକ୍ଷା କରିଥିଲେ। ଅକ୍ଟୋବର ୨୦୧୯ରେ, ମଧ୍ୟ ୨୩ ଜଣିଆ ୟୁରୋପୀୟ ସଂଘ ପ୍ରତିନିଧୀ ଦଳ ଦୁଇ ଦିନିଆ ଗସ୍ତରେ ଜାମ୍ମୁ-କାଶ୍ମୀର ଆସିଥିଲେ।

ମିଛ ମାୟାଜାଲ ବୁଣି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ମିଛ କହୁଛନ୍ତି ଅପରାଜିତା । ଏନ୍‌ଏମ୍‌ର ପ୍ରସ୍ତାବିତ ବାଇ-ଲ’ ନାଁରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଏକାମ୍ରରେ ଅସନ୍ତୋଷ କୁହୁଳୁଥିବା ବେଳେ ମିଛ କୁହେଳିକା ସୃଷ୍ଟି କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ । ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ କିଏ ? ଆମ୍‌ସାର୍‌ ଆଇନ୍ ଅନୁସାରେ କୋଲକାତାସ୍ଥିତ ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ । ହେଲେ ସଂସ୍କୃତି ନିର୍ଦ୍ଦେଶକ କହି- ସମ୍ବେଦନଶୀଳ ପ୍ରସଙ୍ଗକୁ ବିବାଦ ଭିତରକୁ ଠେଲି ଦେଇଛନ୍ତି ଅପରାଜିତା ।

Ekamra Kshetra ByeLaw, MP Aparajita Sarangi Misguiding People

ବାଇ-ଲ’ ନାଁରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ । କାହିଁକି ସିଧା ପ୍ରଶ୍ନର ଉତ୍ତରରେ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ କିଏ ? ସିଧା ପ୍ରଶ୍ନର ବଙ୍କା ଉତ୍ତର ଦେଇ, ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେବାକୁ ପ୍ରୟାସ କରୁଛନ୍ତି ଅପରାଜିତା । ପ୍ରସ୍ତାବିତ ବାଇ-ଲ’ ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ପୂରାତନ କିର୍ତ୍ତୀରାଜି ଓ ଐତିହ୍ୟ ସ୍ଥଳୀ (ଆମସାର ଆଇନ) ୧୯୫୮ର ଧାରା ୨୦ ଉପଧାରା (ଇ) ଅନୁସାରେ କୋଲକାତାସ୍ଥିତ ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ହିଁ ଐତିହ୍ୟ ଚିଠା ବାଇ-ଲ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ ।

Ekamra Kshetra ByeLaw, MP Aparajita Sarangi Misguiding People

ଅପରାଜିତାଙ୍କ କଟୁ ସମାଲୋଚନା କରିବାକୁ ଯାଇ ମାନସ ମଙ୍ଗରାଜ କହିଛନ୍ତି, ସେ ତାଙ୍କ ପରି ଆଇଏଏସ୍ ଅଧିକାରୀ ହୋଇନଥିଲେ କିମ୍ବା ବିସ୍ତୃତ ଗବେଷଣା କରିନଥିଲେ ମଧ୍ୟ ଯେକୌଣସି ବ୍ୟକ୍ତି ଆମସାର ଆଇନକୁ ପଢିଲେ ମାତ୍ର ୫ ମିନିଟ୍ ମଧ୍ୟରେ ବୁଝିପାରିବେ ଯେ, ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହିଁ ବାଇ-ଲ’ ପ୍ରସ୍ତୁତ କରିବାକୁ ଅଧିକୃତ କର୍ତ୍ତୃପକ୍ଷ । ତେବେ ତାଙ୍କ ବିବୃତ୍ତିକୁ ଅପରାଜିତା ବିଭ୍ରାନ୍ତିକର କରିବା ନେଇ ସେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ସଂସ୍କୃତି ନିର୍ଦ୍ଦେଶକ ଅଧିକୃତ କର୍ତ୍ତୃପକ୍ଷ ନୁହଁନ୍ତି । କୋଲକାତା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶାର ପୁରାତନ ମନ୍ଦିର ପାଇଁ ଐତିହ୍ୟ ବାଇ-ଲ’ ଚିଠା ପ୍ରସ୍ତାବ ପଠାଇଥିଲେ ।

Ekamra Kshetra ByeLaw, MP Aparajita Sarangi Misguiding People

ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଆ ସଂସ୍କୃତିକୁ ବୁଝନ୍ତିନାହିଁ । ତେଣୁ ଭକ୍ତ, ଭଗବାନ ଓ ସେବାୟତଙ୍କ ମଧ୍ୟରେ ଥିବା ଭାବଗତ ସମ୍ପର୍କ ଓ ଧାର୍ମିକ ପ୍ରସଙ୍ଗର ସମ୍ବେଦନଶୀଳତାକୁ ବୁଝିପାରୁନାହାଁନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓଡ଼ିଆ ହୋଇଥିବାରୁ ପ୍ରସଙ୍ଗର ସମ୍ବେଦନଶୀଳତାକୁ ଅଧିକ ଭଲଭାବେ ବୁଝିଛନ୍ତି ।

Ekamra Kshetra ByeLaw, MP Aparajita Sarangi Misguiding People

ଅନେକ ଦିନ ଧରି ଅପରାଜିତା ପ୍ରଶାସନିକ ଅଧିକାରୀ ଭାବେ କାମ କରିଛନ୍ତି । କିନ୍ତୁ ଆମସାର ଆଇନକୁ ବୋଧହୁଏ ସେ ଠିକ୍ ଭାବେ ପଢିନାହାଁନ୍ତି କିମ୍ବା ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି । ଆମସାର ଆଇନକୁ ସଠିକ ଭାବେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେବା ସହ ଅପରାଜିତାଙ୍କୁ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଆମସାର ଆଇନ୍ ୧୯୫୮ର ଧାରା ୨୦-ଇ ଅନୁସାରେ ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରିବାକୁ ଯାଉଥିବା ଚିଠା ବାଇ-ଲ’ ପ୍ରସ୍ତାବ ଦେବା ପାଇଁ କିଏ ଅଧିକୃତ କର୍ତ୍ତୃପକ୍ଷ ? ସେନେଇ ଅପରାଜିତା ଉତ୍ତର ଦିଅନ୍ତୁ ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି । ମିଛ କହି ଓଡ଼ିଶାବାସୀଙ୍କୁ ଅପରାଜିତା ବୋକା ବନାଇବାକୁ ଚେଷ୍ଟା ନକରନ୍ତୁ ବୋଲି ସେ କହିଛନ୍ତି ।

ବିଧାନସଭାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନ । ଏହା ପୂର୍ବରୁ ଆଜି ବିଧାନସଭାର ୫୪ ନମ୍ବ ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ଦଳ ବଜେଟ୍ ଅଧିବେଶନରେ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

ବିଧାନସଭାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି । କୋଇଲା ରୟାଲିଟି, ଜିଏସଟି ବକେୟା ଅର୍ଥ ପ୍ରଦାନରେ ବିଳମ୍ବ, ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ଆଦି ପ୍ରସଙ୍ଗ ଉଠାଯିବ । ଏଥିସହ ବର୍ଷକୁ ୧୨ ହଜାର କୋଟି ଟଙ୍କା ହିସାବରେ ପାଞ୍ଚ ବର୍ଷରେ କେନ୍ଦ୍ର ୬୦ ହଜାର କୋଟି ଟଙ୍କା କାଟିଛି । ଏହି ପ୍ରସଙ୍ଗ ଗୃହରେ ଉଠିବ ବୋଲି ଶ୍ରୀ ଆରୁଖ ସୂଚନା ଦେଇଛନ୍ତି ।

Odisha Assembly Budget Session, BJD To Raise Centre's Negligence

ବିଜେଡି ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ସାମିଲ୍ ହେବା ସହ ଅଧ୍ୟକ୍ଷତା କରିଥିଲେ । କାଲିଠାରୁ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟକୁ କେନ୍ଦ୍ରର ଅବହେଳା ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ହେବ ।

୨୨ ତାରିଖରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ୍ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । କାଲିଠାରୁ ଏପ୍ରଲ ୯ ଯାଏ ଚାଲିବ ଅଧିବେଶନ । ଅଧିବେଶନରେ ମୋଟ ୩୧ ଟି କାର୍ଯ୍ୟଦିବସ ରହିଛି । ୬ଟି ବିଲ୍ ପାରିତ ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଶାସକ ଦଳ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଅଧିବେଶନ ସମୟରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

‘ଟୁଲକିଟ୍’ ମାମଲାରେ ଗିରଫ ଦିଶା ରବିଙ୍କ ସହଯୋଗୀ ନିକିତା ଜାକୋବଙ୍କୁ ମିଳିଲା ଅଗ୍ରୀମ ଜାମିନ

0

ମୁମ୍ବାଇ: ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ସାମାଜିକକର୍ମୀ ଦିଶା ରବିଙ୍କ ସହଯୋଗୀ ନିକିତା ଜାକୋବଙ୍କୁ ଆଶ୍ୱସ୍ତି। ନିକିତାଙ୍କୁ କୋର୍ଟ ଟ୍ରାଞ୍ଜିଟ୍ ବେଲ୍ ପ୍ରଦାନ କରିଛନ୍ତି। ନିକିତାଙ୍କ ଅଗ୍ରୀମ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଅନୁମତି ଦେଇଛନ୍ତି।

ଗ୍ରେଟା ଥନବର୍ଗ ଟୁଲ୍କିଟ ମାମଲାରେ ସମ୍ପୃକ୍ତ ଥିବା ନିକିତାଙ୍କୁ ହାଇକୋର୍ଟ ୩ ସପ୍ତାହ ପାଇଁ ଅଗ୍ରୀମ ଜାମିନ ଦେଇଛନ୍ତି। ଏହି ସମୟ ମଧ୍ୟରେ ପୋଲିସ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଜଦି ନିକିତାଙ୍କୁ ଗିରଫ କରାଯାଏ, ତାହେଲେ ତାଙ୍କୁ ୨୫ ହଜାର ଟଙ୍କା ବଣ୍ଡରେ ଜାମିନ ମିଳିପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍ ପିଡି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତି ବୈଠକ ଏହି ନିଷ୍ପତ୍ତି ନେଇଛନ୍ତି।ସୂଚନାଯୋଗ୍ୟ, ସ୍ୱିଡେନର ପରିବେଶବିତ୍  ଗ୍ରେଟା ଥନବର୍ଗ ତାଙ୍କ ଟ୍ୱିଟରରେ କୃଷକ ଆନ୍ଦୋଳନକୁ ନେଇ ଏକ ଟୁଲକିଟକୁ ସେୟାର କରିଥିଲେ। ଦିଶା ସେହି ଟୁଲକିଟକୁ ଏଡିଟ କରି ସୋସିଆଲ ମିଡିଆରେ ସେୟାର କରିଥିବା ଦିଲ୍ଲୀ ପୋଲିସ୍ ଅଭି୍ଯୋଗ କରିଥିଲା। ଆଉ ଏକଥା ଦିଶା ନିଜେ କୋର୍ଟରେ ମାନିଛନ୍ତି ମଧ୍ୟ। ତେବେ ଏହି ମାମଲାରେ । ତେବେ ଏଭଳି କରି ଦିଶା ଆନ୍ଦୋଳନକୁ ଆହୁରୀ ତିବ୍ର କରିବାକୁ ଲୋକଙ୍କୁ ଭଡକାଉଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ୍ ତାଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇଛି। ଏହି ମାମଲାରେ ଦିଶାଙ୍କ ସହଯୋଗୀ ନିକିତା ଓ ଶାନ୍ତନୁଙ୍କ ନାଁରେ ଦିଲ୍ଲୀ ପୋଲିସ ଜାମିନ ବିହୀନ ପରୱାନା ଜାରି କରିଥିଲା । ପୂର୍ବରୁ ଶାନ୍ତନୁଙ୍କୁ କୋର୍ଟ ଜାମିନ ଦେଇଥିବା ବେଳେ ଆଜି ନିକିତାଙ୍କୁ ଜାମିନ କୋର୍ଟ ପ୍ରଦାନ କରିଛନ୍ତି।

ପାଚେରୀ ଡେଇଁ ସ୍କୁଲ୍ ଭିତରେ ପଶିଲା ଭାଲୁ

ମାଲକାନଗିରି: ସ୍କୁଲ ଭିତରେ ଭାଲୁ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ହାଇସ୍କୁଲ ଭିତରେ ଭାଲୁ ପଶିଛି । ବୁଧବାର ବିଳମ୍ବିତ ରାତିରେ ସ୍କୁଲର ପାଚେରୀ ଡେଇଁ ଭାଲୁଟି ପଶିଥିଲା । ଭାଲୁ ପାଚେରୀ ଡେଇଁ ବିଦ୍ୟାଳୟ ପରିସରକୁ ଆସିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

Bear Moving In Premises Of Gobindapalli School Of Malkangiri

ଭାଲୁ ସ୍କୁଲ ପରିସରରେ ଏଣେତେଣେ ବୁଲୁଥିବା ଦେଖାଯାଇଛି । ଗୋବିନ୍ଦପାଲ୍ଲୀ ଆବାସିକ ହାଇସ୍କୁଲରେ ଭାଲୁ ପଶିବାର ଭିଡିଓ ଦେଖି ଛାତ୍ରଛାତ୍ରୀ ଓ ଶିକ୍ଷକ ଭୟଭୀତ ହୋଇ ପଡ଼ିଛନ୍ତି । ତେବେ, ରାତିରେ ସ୍କୁଲ୍ ପରିସରକୁ ପଶିଥିବା ଭାଲୁ କେଉଁ ଆଡ଼େ ଗଲା ଜଣାନାହିଁ ।

ଘର କରୁଛ, ଟଙ୍କା ଦିଅ… କହି ଆକ୍ରମଣ କଲା ଦୁର୍ବୃତ୍ତ

ବଲାଙ୍ଗିର: ଦିନକୁ ଦିନ ବଲାଙ୍ଗିର ସହର ଅସୁରକ୍ଷିତ ହୋଇ ପଡ଼ୁଛି । ଦିନ ଦ୍ୱିପ୍ରହରରେ ନିଶା ଖାଇ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ । ବଲାଙ୍ଗୀର ସହରର କନ୍ଧପାଲିପଡ଼ାରେ ଘର ନିର୍ମାଣ ବେଳେ ଅଜଣା ଦୁର୍ବୃତ୍ତ ଆସି ଦାଦାବଟି ମାଗିଥିଲା । ଦେବାକୁ ମନା କରିବାରୁ ଏକ ଧାରୁଆ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ଫେରାର ମାରିଛି ଦୁର୍ବୃତ୍ତ । ବଲାଙ୍ଗିର ସହରର ନବକିଶୋର ଆଣ୍ଠୋନୀ କନ୍ଧପାଲିପଡ଼ାରେ ନୂତନ ଘର ନିର୍ମାଣ କରୁଛନ୍ତି । ଘର ନିର୍ମାଣ ଚାଲିଥିବା ବେଳେ ଅପରାହ୍ଣ ୩ଟା ବେଳେ ନବକିଶୋର ସେଠାରେ ଠିଆ ହୋଇଥିଲେ ।

Miscreants Attacked Man Demanding Money In Bolangir

ହଠାତ୍ ଜଣେ ଅଜଣା ଦୁର୍ବୃତ୍ତ ଆସି ଘର ନିର୍ମାଣ କରୁଛ ଟଙ୍କା ଦିଅ… ବୋଲି କହିଥିଲେ । ତେବେ ନବକିଶୋର ଟଙ୍କା ଦେବାକୁ ବାରଣ କରିବାରୁ ଦୁର୍ବୃତ୍ତ ଧାରୁଆ ଭୁଜାଲିରେ ଅତର୍କିତ ଭାବେ ଆକ୍ରମଣ କରି ଫେରାର ହୋଇ ଯାଇଥିଲା । ନବକିଶୋରଙ୍କ ପାଟି ଶୁଣି ଘରକାମ କରୁଥିବା ଶ୍ରମିକ ଓ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।