ଝିଅମାନେ ସାବଧାନ, ରାହୁଲ ଗାନ୍ଧିଙ୍କ ଠାରୁ ଦୂରେଇ ରୁହ

1 min read

ରାହୁଲ ଗାନ୍ଧୀ ଅବିବାହିତ ଅଛନ୍ତି, ଝିଅମାନେ ତାଙ୍କ ଠାରୁ ଦୂରେଇ ରୁହ । ଏଭଳି ବିବାଦୀୟ ବୟାନ ଦେଇଛନ୍ତି କେରଳର ଇଦୁକୀର ପୂର୍ବତନ ସାଂସଦ ଜୋଏସ୍ ଜଜ୍ । ଯାହାକୁ ନେଇ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି ଏବଂ ଏହାକୁ ଘୋର ନିନ୍ଦା କରିଛନ୍ତି ବିରୋଧୀ ।

କେରଳରେ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧୀ । ଗତ ସୋମବାର ରାହୁଲ ଗାନ୍ଧୀ କୋଚିର ସେଣ୍ଟ ଟେରେସା କଲେଜରେ ନିର୍ବାଚନ ପ୍ରଚାର ସମୟରେ ଜଣେ ଛାତ୍ରୀଙ୍କ ଅନୁରୋଧରେ ତାଙ୍କୁ ଜାପାନୀ ମାର୍ସଲ ଆର୍ଟ ଆଇକିଡୋ ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ । ଏହି ସମୟରେ ଉପସ୍ଥିତ ଥିବା ଛାତ୍ରୀ ମାନଙ୍କ ମଧ୍ୟରେ ମଧ୍ୟ କ୍ରେଜ୍ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ମହିଳା ସଶକ୍ତିକରଣକୁ ନେଇ ରାହୁଲ ଗାନ୍ଧୀ ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟପଟେ ଛାତ୍ରୀଙ୍କୁ ଜାପାନର ମାର୍ଶଲ ଆର୍ଟ ଶିଖାଇଥିବାରୁ ଇଦୁକୀର ପୂର୍ବତନ ସାଂସଦ ଜୋଏସ୍ ଜଜ୍ ତାଙ୍କୁ ଘୋର ନିନ୍ଦା କରିଛନ୍ତି । ଚେତାବନୀ ଦେଇ ସେ କହିଛନ୍ତିଯେ, ଝିଅମାନେ ରାହୁଲ ଗାନ୍ଧୀଙ୍କ ଠାରୁ ଦୂରେଇ ରହିବା ଉଚିତ୍ । କାରଣ ରାହୁଲ ଅବିବାହିତ ଅଛନ୍ତି । ଏହା ସହିତ ସେ କହିଛନ୍ତିଯେ, ରାହୁଲ ଜାଣିଶୁଣି ସମସ୍ତ କାର୍ଯ୍ୟକ୍ରମ ମହିଳା କଲେଜରେ ଆୟୋଜନ କରୁଛନ୍ତି । ସୂଚନାଯୋଗ୍ୟ ଜୋଏସ୍ ଜଜ୍ କେରଳର ଇଦୁକି ଜିଲ୍ଲାରେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ନିର୍ବଚାନ ପ୍ରଚାର ସମୟରେ ଏଭଳି ବୟାନ ଦେଇଛନ୍ତି ।

ଜଜ୍ କେରଳର ଇଦୁକି ଜିଲ୍ଲାର LDF ସମର୍ଥିତ ଆଶାୟୀପ୍ରାର୍ଥୀ ଏମଏମ.ମଣିଙ୍କ ପାଇଁ ପ୍ରଚାର କରୁଥିଲେ । ଗତ ସୋମବାର ରାହୁଲ ଗାନ୍ଧୀ କୋଚିର ସେଣ୍ଟ ଟେରେସା କଲେଜରେ ଜଣେ ଛାତ୍ରୀଙ୍କ ଅନୁରୋଧରେ ତାଙ୍କୁ ଜାପାନୀ ମାର୍ସଲ ଆର୍ଟ ଆଇକିଡୋ ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ । ଯାହାକୁ ନେଇ ଇସାରା କରିଛନ୍ତି ଜଜ୍ ।

ଜୋଏସ୍ ଜଜଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି କେରଳର କଂଗ୍ରେସ ନେତା ରମେଶ ଚେନ୍ନିଥଲା । ତାଙ୍କ ମତରେ ଏଭଳି କମେଣ୍ଟ ଦେଇ କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ବରଂ ମହିଳାଙ୍କର ମଧ୍ୟ ଅପମାନ କରାଯାଇଛି । ଏହା ସହିତ ଜଜଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସେ କହିଛନ୍ତି । ତେବେ କେବଳ ରମେଶ ଚନ୍ନିଥଲା ନୁହଁନ୍ତି ବରଂ ଇଦୁକୀରୁ କଂଗ୍ରେସ ସାଂସଦ ଡିଜ୍ କୁରିଆକୋସେ ମଧ୍ୟ ଜଜଙ୍କ ଏହି ବୟାନକୁ ଘୋର ନିନ୍ଦା କରିଛନ୍ତି ।

Leave a Reply