spot_img
Home Blog Page 5974

ଚୀନ ଆମଦାନୀ ବନ୍ଦ କରିବ ଆମାଜନ୍, ଭାରତରେ ହେବ ଉତ୍ପାଦନ

ଭୁବନେଶ୍ବର: ଭାରତ ପାଇଁ ଭାରତରେ ନିର୍ମାଣ କରିବ ଆମାଜନ୍। ଯେଉଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିଦେଶରୁ ବିଶେଷକରି ଚୀନ୍ ଓ ତାଇୱାନ୍ରୁ ଆମଦାନୀ ହେଉଛି ତାହାକୁ ରୋକାଯିବ। ଚଳିତ ବର୍ଷ ଶେଷ ଆଡ଼କୁ ଏହିକ୍ରମରେ ପ୍ରଥମ ଉତ୍ପାଦନ ଆରମ୍ଭ ହେବ ବୋଲି ଆମାଜନ୍ ପକ୍ଷରୁ ସୂଚନା ଦିଆଯାଇଛି। ଚେନ୍ନାଇସ୍ଥିତ ଏକ ଉତ୍ପାଦନ ଫାର୍ମ ସହ ଆମଜନ୍ ଚୁକ୍ତି କରିଛି। ଏହି ଫାର୍ମରୁ ଆମାଜନ୍ ଷ୍ଟିକ୍ସ ଉତ୍ପାଦନ ହେବ।

ଭାରତର ଜ୍ଞାନ କୌଶଳ, ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଏଠାର ଅର୍ଥନୀତିକୁ ବଢ଼ାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଆମାଜନ୍ ଏହି ନିଷ୍ପତ୍ତି ନେଇଛି। ମେକ୍ ଇନ୍ ଇଣ୍ଡିଆ ନୀତି ପ୍ରତି ଏହା ଏକ ପ୍ରତିବଦ୍ଧତା ବୋଲି ଆମାଜନ୍ ଭାରତ ସିଇଓ ଅମିତ୍ ଅଗ୍ରୱାଲ ଟ୍ବିଟ୍ ଯୋଗେ ଜଣାଇଛନ୍ତି।

ପ୍ରଥମ ଉତ୍ପାଦନରେ ସାମିଲ୍ ରହିଛି ଆମାଜନ୍ ଷ୍ଟିକ୍ସ। ଏହି ସାମଗ୍ରୀ ଦ୍ବାରା ସାଧାରଣ ଟିଭିରେ ସର୍ସ୍ମ ଟିଭିର ମଜା ଉଠାଇପାରୁଛନ୍ତି ଗ୍ରାହକ। ବିଭିନ୍ନ ଷ୍ଟ୍ରିମଂ ପ୍ଲାଟଫର୍ମକୁ ଏହି ସାମଗ୍ରୀ ଦ୍ବାରା ଦେଖି ହେଉଛି। ବର୍ଷକୁ ପ୍ରାୟ ୧ ଲକ୍ଷ ଷ୍ଟିକ୍ସ ବିକ୍ରି କରୁଛି ଆମାଜନ୍। ଏହା ମୁଖ୍ୟତଃ ଚୀନରୁ ଆମଦାନୀ ହେଉଛି।

ଆମାଜନ୍ ଷ୍ଟିକ୍ସ ବ୍ୟତୀତ ଆମାଜନ୍ ବେସିକ୍ସ ନାଁରେ ଅନେକ ବୈଦ୍ୟୁତିକ ସାମଗ୍ରୀ କମ୍ପାନୀ ଇ-କମର୍ସ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଉଛି। ଧୀରେ ଧୀରେ ଏହିସବୁ ଆବଶ୍ୟକକୁ କମ୍ପାନୀ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି କହିଛନ୍ତି ଅଗ୍ରୱାଲ୍।
ଏବେ ଭାରତର ଦେଶୀ କମ୍ପାନୀ ଭାବେ ପରିଚିତ ଲେନ୍ସ କାର୍ଟ ଏବଂ ବୋଟ୍ ପ୍ରଭୃତି ବିଦେଶରୁ ସାମଗ୍ରୀ ଆମଦାନୀ କରୁଛନ୍ତି। ଆଗକୁ ସେମାନେ ମଧ୍ୟ ଏଠାରେ ଉତ୍ପାଦନ କରିବେ ବୋଲି ସୂଚନା ଦେଇଛନ୍ତି। ସରକାର ଉତ୍ପାଦନ ସଂଯୁକ୍ତ ନିବେଶ ଯୋଜନାକୁ ପ୍ରୋତ୍ସାନ ଦେବାକୁ ନୀତି ଘୋଷଣା କରିବା ପରେ ଏହିପରି ଉଦ୍ୟମ ଆରମ୍ଭ ହୋଇଛି।

ବିଜେପି ରାସ୍ତାରେ ଚାଷୀ ଅଡୁଆ: ପଞ୍ଜାବ ପୌର ନିର୍ବାଚନରେ ବାଜି ମାରିଲା କଂଗ୍ରେସ

0

ପଞ୍ଜାବ ଚାଷୀଙ୍କ ନେତୃତ୍ୱରେ ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ପଞ୍ଜାବରେ ପ୍ରଥମ କରି ନିର୍ବାଚନ ଅନୁଷ୍ଠିତ ହୋଇଛି। ଯେଉଁଥିରେ ବିଜେପି ପ୍ରତି ଜନତାଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ିଛି। ନିର୍ବାଚନରେ ବିଜେପିର ଫଳ ବେଶ୍ ନୈରାଶଜନକ ରହିଛି। ଅନ୍ୟପଟେ କଂଗ୍ରେସ କିନ୍ତୁ ବାଜି ମାରିନେଇଛି।

ଫେବୃୟାରୀ ୧୪ରେ ୧୧୭ ପୌରପରିଷଦ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଆଜି ନିର୍ବାଚନ ଫଳ ବାହାରୁ ଥିବା ବେଳେ ଆରମ୍ଭରୁ ପ୍ରାୟ ସବୁ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି। ଗୁରୁଦାସପୁରର ମୋଟ ୨୯ଟି ୱାର୍ଡ଼ ମଧ୍ୟରୁ ୧୫ଟିରେ କଂଗ୍ରେସ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ସୁଲତାନପୁରର ୭ଟି ୱାର୍ଡ଼ରୁ ୨ଟିରେ ଅକାଳି ଦଳ ଓ ଅନ୍ୟ ୫ଟିରେ କଂଗ୍ରେସ ବାଜିମାତ କରିଛି। ସେପଟେ ପଟିଆଲାର ରାଜପୁରା ନଗର କାଉନସିଲ ଅଞ୍ଚଳରେ ୩୧ ୱାର୍ଡରୁ ୨୭ଟିରେ କଂଗ୍ରେସ ଜିତିଛି। ୨ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିଏ ସିଟ୍ ଅକାଳି ଦଳ ଖାତାରେ ପଡିଛି।

ଅମୃତସର ଜିଲାରେ ୧୫ଟି ୱାର୍ଡ ମଧ୍ୟରୁ ୮ଟିରେ ଅକାଳି ଦଳ ଆଗରେ ଥିବା ବେଳେ ୭ଟି ସିଟ୍ କଂଗ୍ରେସ କବଜା କରିଛି। ସେହିପରି ମୋଗାରେ ଅକାଳି ଦଳ ହାତକୁ ୧୫ ସିଟ୍ ଯାଇଥିବା ବେଳେ କଂଗ୍ରେସ ହାତକୁ ୨୦ ସିଟ୍ ଯାଇଛି। ବିଜେପି ମାତ୍ର ଗୋଟିଏ ସିଟ୍ ପାଇଛି। ଆପ୍ ୪ଟି ସିଟରେ ଜିତିଥିବା ବେଳେ ଅନ୍ୟ ୧୦ଟିରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି। ଆହୁରି ଅନେକ ସ୍ଥାନରେ ଫଳାଫଳ ଆସି ନ ଥିବା ବେଳେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଯୋଗୁ ବିଜେପି ହାତରୁ ଅନେକ ସିଟ୍ ଖସି ଯାଇଛି ବୋଲି କୁହାଯାଉଛି।

ଭାରତରେ କରୋନା ଭୂତାଣୁର ନୂଆ ରୂପ: ଟିକା ନେଇଥିଲେ ବି ସଂକ୍ରମଣ ଭୟ

0

ଭୁବନେଶ୍ବର: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଭୟ ପୁଣିଥରେ ବଢ଼ିଛି। ଏ ସଂକ୍ରମଣ ଯଦି ବଢ଼େ ତେବେ ତାହା ପୂର୍ବଠାରୁ ଅଧିକ ଭୟଙ୍କର ହେବ ବୋଲି ଆଶଙ୍କା ହେଉଛି । କାରଣ ଏହି ରୂପ ବଦଳାଇଥିବା କରୋନା ଭୁତାଣୁ, ଉପଲବ୍ଧ ଟିକାକୁ ବି ମାତ୍ ଦେଇପାରେ। ଏଣୁ ମୁହଁରେ ମାସ୍କ ଓ ସାମାଜିକ ଦୂରତାକୁ ନିରନ୍ତର ରଖିବା ଲାଗି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି।

ଭାରତରେ ଦେଖାଦେଇଥିବା ଏହି ନୂଆ କୋରାନା ଭୂତାଣୁ ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାରେ ନୂଆକରି ସଂକ୍ରମଣ କରାଉଥିବା ଭୂତାଣୁର ଏକ ରୂପ । ଏହି ଭୂତାଣୁ ଖୁବ୍ ସଂକ୍ରମଣଶୀଳ। ଏଣୁ ଯଦି ଭାରତରେ ଏହା କାୟା ବିସ୍ତାର କରେ ତେବେ ଖୁବ୍ ଶୀଘ୍ର ଏହା ସାରା ଦେଶକୁ କବଳିତ କରିପାରେ। ଦେଶରେ ଯେଉଁ ପ୍ରକାରେ ଅନଲକ୍ ପ୍ରକ୍ରିୟା ଚାଲିଛି ତାହା ଏପରି ସଂକ୍ରମଣ ପାଇଁ ବାଟ ଫିଟାଇପାରେ ବୋଲି ଆଶଙ୍କା କରାଯାଉଛି।

ଜାନୁୟାରୀ ଆରମ୍ଭରୁ ଦେଶରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ଦେଶରେ ପ୍ରାୟ ସବୁ କାରବାର ପୂରା ଦମରେ ଚାଲିଛି। ଅର୍ଥନୀତିକ କ୍ଷେତ୍ରରେ ସୁଧାର ଆଣିବାକୁ ଏହା ଅପରିହାର୍ଯ୍ୟ ବୋଲି କୁହାଯାଉଥିଲେ ମଧ୍ୟ ଦେଶ ଏବେ ବି ସଂକ୍ରମଣକୁ ରୋକିବାକୁ ସମର୍ଥ ହୋଇ ନାହିଁ। ଏଯାଏ ଦେଶରେ ସାଧାରଣ ଜନତାଙ୍କୁ ଟିକାକରଣ କରିବା ସମ୍ଭବପର ହୋଇପାରି ନାହିଁ। ଏହାର ମୂଳ କାରଣ ହେଉଛି ଟିକାର କ୍ଷୀଣ ଉପଲବ୍ଧତା। ଯଦିଓ ଏହି ଟିକା ନୂଆ ରୂପର ଏହି କରୋନା ଭୁତାଣୁକୁ ହରାଇବାରେ ବିଫଳ ହେଉଛି କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଏହା ରୋଗୀ ଶରୀରରେ ଅନ୍ୟ ରୋଗ ସଂକ୍ରମଣକୁ ରୋକିପାରିବ। ଏଣୁ ତୁରନ୍ତ କରୋନା ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ ଦାବି ହୋଇଛି ।

ଲୁହବୁହା ଗ୍ୟାସ୍ ଭଲ ଅଛି କି ନାହିଁ ଜାଣିବାକୁ କର୍ମଚାରୀଙ୍କ ଉପରେ ଟେଷ୍ଟ୍ କରିଥିଲୁ, କେଉଁ ଦେଶର ଗୃହମନ୍ତ୍ରୀ ଏମିତି କହିଲେ ?

ଇସଲାମାବାଦ: ନିଜ ଓଲଟା ସିଧା ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରଶିଦ ଅହମ୍ମଦ ପୁଣିଥରେ ଏମିତି ଗୋଟିଏ ବୟାନ ଦେଇଛନ୍ତି ଯେଉଁଥିପାଇଁ ସରକାରକୁ ଅପଦସ୍ତ ହେବାକୁ ପଡ଼ିଛି । ଦରମା ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ସରକାରଙ୍କୁ ଏନେଇ ବିରୋଧୀ ଦଳ ଘେରିବା ପରେ ଆସିଥିଲା ଗୃହମନ୍ତ୍ରୀଙ୍କ ବୟାନ । ଯେଉଁଥିରେ ରଶିଦ କହିଥିଲେ ଯେ, ପୋଲିସ ପାଖରେ ଥିବା ଲୁହବୁହା ଗ୍ୟାସ୍ ଅନେକ ଦିନରୁ ଗୋଦାମରେ ଥିଲା । ଏହା ଠିକ୍ ଅଛି କି ନାହିଁ ତାହାର ଟେଷ୍ଟିଂ ଜରୁରୀ ଥିଲା । ଟେଷ୍ଟିଂ ପାଇଁ ଅଳ୍ପମାତ୍ରାରେ ଲୁହବୁହା ଗ୍ୟାସ୍ ବିକ୍ଷୋଭକାରୀଙ୍କ ଉପରୁ ଛଡ଼ା ଯାଇଥିଲା ବୋଲି ସେ କହିଛନ୍ତି ।

Fired little tear gas on government employees to test it, says Pakistan Minister

 

ରାୱଲପିଣ୍ଡିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରଶିଦ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସର ଟିୟର ଗ୍ୟାସ ପ୍ରୟୋଗ ଠିକ୍ ଥିଲା ବୋଲି କହିବାକୁ ଯାଇ ଯୁକ୍ତି କରିଥିଲେ ଯେ, ଅସଲ ସମସ୍ୟା ବିକ୍ଷୋଭକାରୀଙ୍କ ଉପରକୁ ଟିୟର ଗ୍ୟାସ୍ ପ୍ରୟୋଗ କରିବା ନୁହେଁ । ଅସଲ ସମସ୍ୟା ହେଉଛି ବେତନ ବୃଦ୍ଧି । ବର୍ତ୍ତମାନ ପରିସ୍ଥିତିରେ ଦରମା ବଢାଇବା ଦ୍ୱାରା ସରକାରୀ ରାଜକୋଷ ଉପରେ ବୋଝ ବଢିବ ।

Fired little tear gas on government employees to test it, says Pakistan Minister

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୧୦ ତାରିଖ ଦିନ ଇସଲାମାବାଦରେ ଦରମା ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସରକାରୀ କର୍ମଚାରୀଙ୍କ ଉପରକୁ ପାକିସ୍ତାନୀ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ରଶିଦଙ୍କ ଏଭଳି ବକ୍ତବ୍ୟକୁ ପାକିସ୍ତାନରେ ବ୍ୟାପକ ବିରୋଧ ହେଉଛି । ଏକ ବେସରକାରୀ ଟିଭି ଅନୁସାରେ ୧୦ ତାରିଖ ଦିନ ପ୍ରାୟ ୨ ହଜାର କର୍ମଚାରୀ ପାକିସ୍ତାନୀ ସଂସଦ ଭବନ ଆଡ଼କୁ ଯାଉଥିବା ବେଳେ ପୋଲିସ ସେମାନଙ୍କ ଉପରକୁ ଟିୟର ଗ୍ୟାସ୍ ପ୍ରୟୋଗ କରିଥିଲା ।

ଏମ.ଜେ ଆକବରଙ୍କୁ ଝଟକା; ପ୍ରିୟା ରମାନିଙ୍କ ବିରୁଦ୍ଧରେ ମାନହାନି ମାମଲା ଖାରଜ କଲେ କୋର୍ଟ

0

ନୂଆଦିଲ୍ଲୀ: ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୁଦ୍ଧରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ.ଜେ ଆକବର କରିଥିବା ମାନହାନି ମାମଲାକୁ ଖାରଜ କଲେ କୋର୍ଟ। କୌଣସି ପ୍ରମାଣ ନ ମିଳିବାରୁ ପ୍ରିୟା ରମାନୀଙ୍କୁ ଅପରାଧିକ ମାନହାନି ମାମଲାରେ ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ଦୋଷମୁକ୍ତ କରିଛନ୍ତି।

୨୦୧୮ରେ ‘ମିଠୁ ଅଭିଯାନ’ ସମୟରେ ସାମ୍ବାଦିକ ପ୍ରିୟା ରମାନି କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହି କାରଣରୁ ତାଙ୍କ ମନ୍ତ୍ରୀ ପଦ ଚାଲିଯାଇଥିଲା। ତେବେ ଏହାର ପାଲଟା ଯବାବରେ ସେ ପ୍ରିୟାଙ୍କ ବିରୁଦ୍ଧରେ ଅପରାଧୀକ ମାନହାନି ମକଦ୍ଦମା ଦାୟର କରିଥିଲେ। ଆକବର ଆବେଦନରେ କହିଥିଲେ ଯେ ପ୍ରିୟା ରମାନି ମିଥ୍ୟା ଅଭିଯୋଗ ଆଣି ତାଙ୍କ ସାମାଜିକ ଛବିକୁ ଖରାପ କରିଛନ୍ତି। ତେବେ ଆଜି କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

ମାମଲାର ଶୁଣାଣିରେ କୋର୍ଟ କହିଛନ୍ତି ଯେ ଭାରତୀୟ ସମ୍ବିଧାନ ମହିଳାମାନଙ୍କୁ ସେମାନଙ୍କ ସହ ଘଟିଥିବା ଘଟଣାକୁ ଯେକୌଣସି ସ୍ଥାନରେ ଓ ଯେ କୌଣସି ସମୟରେ ଉଠାଇ ପାରିବାର ଅଧିକାର ଦେଇଛି। ଏହାକୁ ଅଣଦେଖା କରାଯାଇପାରିବ ନାହିଁ ଯେ ଯୌନ ନିର୍ଯାତନା ସବୁବେଳେ ବନ୍ଦ ଦ୍ୱାର ପଛରେ ହିଁ ହୋଇଥାଏ। ଶୋଷଣର ଶିକାର ହୋଇଥିବା ଅଧିକାଂଶ ମହିଳା କଳଙ୍କ ଏବଂ ଚରିତ୍ର ସଂହାର ଭୟରେ ସ୍ୱର ଉଠାଇପାରନ୍ତି ନାହିଁ। ଯୌନ ନିର୍ଯାତନା ଜଣଙ୍କ ଠାରୁ ସମ୍ମାନ ଓ ଆତ୍ମ ବିଶ୍ୱାସ ସବୁଦିନ ପାଇଁ ଛଡ଼ାଇ ନେଇଥାଏ। ପୀଡ଼ିତାଙ୍କ ଉପରେ ଏହାର କି ପ୍ରକାରର ପ୍ରଭାବ ପକାଉଛି, ସମଗ୍ର ସମାଜ ଏହାକୁ ବୁଝିବା ଦରକାର। ଏଥିସହିତ କୋର୍ଟ କହିଥିଲେ ଯେ ଜଣେ ମହିଳା ଦୀର୍ଘ ଦଶନ୍ଧି ପରେ ମଧ୍ୟ ନିଜ ଅଭିଯୋଗ ଉପସ୍ଥାପନ କରିପାରିବେ।

୨୦୧୮ରେ ପ୍ରିୟା ଟ୍ୱିଟ୍ କରି ଅଭିଯୋଗ କରିଥିଲେ ଯେ ୨୦ ବର୍ଷ ପୂର୍ବେ ଆକବର ଏସିଆନ ଏଜର ମୁଖ୍ୟ ଥିବା ବେଳେ ତାଙ୍କୁ ଇଣ୍ଟରଭ୍ୟୁ ପାଇଁ ହୋଟେଲ ବେଡ୍‌ରୁମକୁ ଡାକିଥିଲେ ଓ ସେଠାରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। କେବଳ ପ୍ରିୟା ନୁହେଁ, ଆହୁରି କିଛି ମହିଳା ମଧ୍ୟ ଆକବରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ଏହାପରେ ୨୦୧୮ ଅକ୍ଟୋବର୧୭ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

 

ପୋଲିସ ହାତରେ ବାଇକ୍ ଚୋରି ରାକେଟ୍, ୧୧ ବାଇକ୍ ଜବତ

ଜୟପୁର: ଟାଉନ୍ ଥାନା ପୋଲିସ୍ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି । ଜୟପୁର ଟାଉନ୍ ଥାନା ପୋଲିସ ୩ ଜଣ ଯୁବକ ଓ ୨ ଜଣ ନାବାଳକଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ ୧୧ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜବତ କରିଛି । ଅଭିଯୁକ୍ତାମାନେ ଚୋରି ବାଇକ୍ ବିକ୍ରି ଲାଗି ଯୋଜନା କରୁଥିବା ବେଳେ ପୋଲିସ ଏମାନଙ୍କୁ ଧରିଛି ।

Jeypore Town Police Seized 11 Stolen Bike

ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ଲାଗି ଏସପିଙ୍କ ନିର୍ଦ୍ଦେଶ କ୍ରମେ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ମାଲକାନଗିରି, ନବରଙ୍ଗପୁର ସହ ଜୟପୁର ଉପଖଣ୍ଡର କୁନ୍ଦୁରା, ବୈପାରୀଗୁଡ଼ା, ବୋରିଗୁମ୍ମା ଅଞ୍ଚଳରେ ଚଢ଼ାଉ କରିଥିଲା । ପୋଲିସ ଡମ୍ଭୁରୁ ହରିଜନ, ରାଜ କୁମାର ପାଣି ଓ ସଞ୍ଜୟଙ୍କୁ ଗିରଫ କରିଥିବା ବେଳେ ୨ ଜଣ ନାବାଳକଙ୍କୁ ଧରିଥିବା ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି ।

ଜାତିଗତ ଜନଗଣନା ପାଇଁ ମତ ରଖିଲେ ବିହାର ମୁଖ୍ୟମନ୍ତ୍ରୀ

ପାଟନା: ସଂରକ୍ଷଣକୁ ନେଇ ଜନତା ଦଳ ୟୁନାଇଟେଡ୍ ମୁଖପାତ୍ର ଅଜୟ ଆଲୋକଙ୍କ ବୟାନ ପରେ ବିହାର ରାଜନୀତି ଗରମ ହୋଇଛି । ରାଜନୀତିକ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ, ଖୋଦ୍ମୁ ଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ କୈଫତ ଦେବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଛନ୍ତି ଯେ, ସଂରକ୍ଷଣ ଲାଭ ଯେଉଁମାନେ ପାଉଛନ୍ତି ସେମାନଙ୍କ ପରିବାରକୁ ମଧ୍ୟ ଏହି ଫାଇଦା ମିଳିବା ଜାରି ରହୁ । ଏହାକୁ ରୋକିବାର କୌଣସି ପ୍ରଶ୍ନ ଉଠୁ ନାହିଁ । ସୂଚନାଯୋଗ୍ୟ ଯେ, ଅଜୟ ଆଲୋକ ଏକ ଟ୍ୱିଟ୍ କରି କହିଥିଲେ- ପରିବାରର ଜଣେ ସଦସ୍ୟଙ୍କୁ ସଂରକ୍ଷଣ ଫାଇଦା ମିଳିବା ପରେ ଆଉ କାହାକୁ ମିଳିବା ଉଚିତ୍ ନୁହେଁ । ଅନ୍ୟପକ୍ଷରେ ନୀତିଶ ମୋଦି ସରକାରକୁ ଜାତିଗତ ଆଧାରରେ ଜନଗଣନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଜାତିଗତ ଆଧାରରେ ଜନଗଣନା ପାଇ ଆଗରୁ ଲାଲୁ ଯାଦବ କହିଥିଲେ । ଏବେ ନୀତିଶ ଲାଲୁଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ।

Bihar CM Nitish Kumar On Favour Of Caste Based Census

ନିଜ ଦଳର ମୁଖପାତ୍ରଙ୍କ ନାମ ନନେଇ ନୀତିଶ ସଂରକ୍ଷଣ ଉପରେ ତାଙ୍କ ରାୟକୁ ଖାରଜ କରି ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ ଆର୍ଥିକ ଆଧାରରେ ସଂରକ୍ଷଣ ଦିଆଯିବାକୁ କୁହାଯାଉଛି । ତେଣୁ ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ।

Bihar CM Nitish Kumar On Favour Of Caste Based Census

ଅନ୍ୟପକ୍ଷରେ ଜାତିଗତ ଆଧାରରେ ଜନଗଣନା ପାଇଁ ସେ ଯୁକ୍ତି ରଖି କହିଛନ୍ତି ଯେ, ସ୍ୱାଧୀନତା ପରଠାରୁ ଜାତିଗତ ଆଧାରରେ ଜନଗଣନା ବନ୍ଦ ଅଛି । କିନ୍ତୁ ଆମର ବିଶ୍ୱାସ ଏଭଳି ପୁଣିଥରେ ଆରମ୍ଭ ହେବା ଆବଶ୍ୟକ । ଏନେଇ ଆମେ ଅନେକ ଥର ବିଧାନସଭାରେ ପ୍ରସ୍ତାବ ପାସ୍କ ରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛୁ । ଜାତିଗତ ଆଧାରରେ ଜନଗଣନା ହେଲେ ଅନେକ ବାବଦରେ ସଠିକ୍ ତଥ୍ୟ ମିଳିପାରିବ । କେଉଁ ଜାତିର ଜନସଂଖ୍ୟା କେତେ ତାହା ଜାତିଗତ ଜନଗଣନାରୁ ଜଣା ପଡ଼ିବ । ଉଲ୍ଲେଖନୀୟ ଯେ, ଲାଲୁ ଯାଦବ ଅନେକ ଦିନ ଧରି ଜାତିଗତ ଆଧାରରେ ଜନଗଣନା କରିବାକୁ ଦାବି କରିଆସୁଛନ୍ତି ।

ହାଜତରେ ୪ ନାବାଳକଙ୍କୁ ପୋଲିସର ମାଡ଼ ଅଭିଯୋଗ, ନିଜ ଆଡ଼ୁ ମାମଲା ରୁଜୁ କଲେ OHRC

ଚିତ୍ରକୋଣ୍ଡା: ମାଲକାନଗିରି ଚିତ୍ରକୋଣ୍ଡା ପୋଲିସର ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରିତ ହେବା ପରେ ନିଜ ଆଡୁ ମାମଲା ରୁଜୁ କରିଛି ଓଡ଼ିଶା ମାନବାଧିକାର କମିଶନ । ଘଟଣାର ତଦନ୍ତ କରି ଆସନ୍ତା ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ମାଲକାନଗିରି ଏସପିଙ୍କୁ ନୋଟିସ୍ ଜାରି କରିଛନ୍ତି କମିଶନ ।

OHRC Issue Notice To Malkangiri SP Over Chitrakonda Police Third Degree To Minor

ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଆଇନ୍ ଅଧିକାରୀ ଆଜି ଚିତ୍ରକୋଣ୍ଡାରେ ପହଞ୍ଚି ନାବାଳକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହାର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଗତ ୧୨ ତାରିଖରେ ଘଟିଥିବା ଏକ ଚୋରି ଘଟଣାରେ ପୋଲିସ ୪ ନାବାଳକଙ୍କୁ ଘରୁ ଉଠାଇ ଆଣି ହେପାଜତକୁ ନେଇଥିଲା ।

OHRC Issue Notice To Malkangiri SP Over Chitrakonda Police Third Degree To Minor

୨୪ ଘଣ୍ଟା ମଧ୍ୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବାକୁ ନିୟମ ରହିଛି । ହେଲେ ନାବାଳକ ଅଭିଯୁକ୍ତଙ୍କୁ ୩ ଦିନ ଧରି ହାଜତରେ ରଖି ପୋଲିସ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏପରିକି ଥାନାରେ ବିଦ୍ୟୁତ୍ ସକ୍ ଦେବା ସହ ଥାର୍ଡ ଡିଗ୍ରୀ ଚାର୍ଜ କରିଥିଲା । ପରିବାର ଲୋକଙ୍କ ଆଗରେ ନାବାଳକଙ୍କୁ ମାଡ଼ ମାରିଥିଲା ପୋଲିସ । ପୋଲିସର ଏଭଳି ଅମାନବୀୟ କାର୍ଯ୍ୟ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକେ ।

ତାମିଲ୍ସାଇ ସୌନ୍ଦରାଜନ୍ ହେଲେ ପୁଡୁଚେରୀର ଉପରାଜ୍ୟପାଳ

0

ପୁଡୁଚେରୀ: ପୁଡୁଚେରୀ ଉପରାଜ୍ୟପାଳ ପଦବୀରୁ କିରଣ ବେଦୀଙ୍କୁ ଅଚାନକ ପ୍ରତ୍ୟାହାର କରାଯିବା ପରେ ତେଲେଙ୍ଗାନା ରାଜ୍ୟପାଳଙ୍କୁ କାର୍ଯ୍ୟକାରୀ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦେଶନାମା ଅନୁସାରେ ତାମିଲ୍ସାଇ ସୌନ୍ଦରାଜନ୍ ଙ୍କୁ ହାଇଦ୍ରାବାଦସ୍ଥିତ ରାଜଭବନ ପରିସରରେ ପୁଡୁଚେରୀର ରେସିଡେନ୍ସ କମିଶନ ସମ୍ପୃକ୍ତ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ମଙ୍ଗଳବାର ରାତିରେ କିରଣ ବେଦୀଙ୍କୁ ଦାୟିତ୍ୱରୁ ଅପସାରଣ କରାଯାଇଥିଲା। ନିର୍ବାଚନ ପାଖେଇ ଆସୁଥିବା ବେଳେ ସେଠାରେ ରାଜନୀତି ଅସ୍ଥିରତା ସୃଷ୍ଟି ହୋଇଥିଲା। ଏଥିଲାଗି ରାଜ୍ୟପାଳଙ୍କୁ ଶାସକ କଂଗ୍ରେସ ଦାୟୀ କରିଥିଲା।ଏହାପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ରାଜ୍ୟପାଳ କିରଣଙ୍କୁ ପଦବୀରୁ ହଟାଇ ନିଆଯାଇଥିବା ନେଇ ସୂଚନା ପ୍ରକାଶ ପାଇଥିଲା।

କମିଶନରେଟ୍ ପୋଲିସ କବଜାରେ ୪ ଲୁଟେରା, ୧୨ ସୁନା ଚେନ୍ ଜବତ

ଭୁବନେଶ୍ୱର: ଛିନତାଇ ସୁନା ବନ୍ଧକ ରଖି ଋଣ । ଏଭଳି ଏକ ଦୁର୍ଦ୍ଦାନ୍ତ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଗ୍ୟାଙ୍ଗର ୪ ଜଣ ଲୁଟେରାକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ଛିନତାଇ ସୁନାକୁ ଝଳେଇ କରି ଋଣ ସଂସ୍ଥାରେ ବନ୍ଧକ ରଖି ଟଙ୍କା ଆଣୁଥିଲେ । ସେହି ଟଙ୍କାକୁ ଗର୍ଲ ଫ୍ରେଣ୍ଡଙ୍କ ପଛରେ ଉଡ଼ାଇ ମଉଜ କରୁଥିଲେ ।

Commissionerate Police Nabbed 4 Lootera, Seized 12 Gold Chain In City

ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ ୧୨ଟି ସୁନା ଚେନ୍, ୩ଟି ବାଇକ, ମାରଣାସ୍ତ୍ର ଜବତ କରିଛି ପୋଲିସ । ଏଥିସହ ସୁନା ବନ୍ଧକ ରଖି ଋଣ ଦେଇଥିବା ସମ୍ପୃକ୍ତ ସଂସ୍ଥା ମାନଙ୍କୁ କମିଶନରେଟ୍ ପୋଲିସ ନୋଟିସ୍ ଜାରି କରିଛି ।

Commissionerate Police Nabbed 4 Lootera, Seized 12 Gold Chain In City

କାଗଜପତ୍ର ଦେଖି ଋଣ ଦେବାକୁ କମିସନରେଟ ପୋଲିସ ପକ୍ଷରୁ ସଂସ୍ଥା ଗୁଡ଼ିକୁ ପରାମର୍ଶ ଦିଆଯାଇଛି । ବିନା କାଗଜପତ୍ରରେ ସୁନା ବନ୍ଧକ ରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।