ମାଫିଆଙ୍କ ଆତଙ୍କରାଜ, ଅନ୍ଧାରରେ ଗାୟବ କରୁଛନ୍ତି ଟ୍ରିପ୍‌ ଟ୍ରିପ୍‌ ବାଲି…

1 min read
Sand Mafia

ଢେଙ୍କାନାଳ: ପୁଣି ସକ୍ରିୟ ହେଲେଣି ବାଲି ମାଫିଆ । ରାତିର ଅନ୍ଧାରରେ ଚକ୍‌ମା ଦେଇ ଚୋରି କରୁଛନ୍ତି ଟ୍ରିପ୍ ଟ୍ରିପ୍ ବାଲି । ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ସବୁ ଜାଣିଶୁଣି ରାଜସ୍ୱ ବିଭାଗ ଚୁପ୍ ରହୁଥିବା ଅଭିଯୋଗ ହୋଇଛି ।

ବାଲି ଚୋରି କରି ମାଲାମାଲ୍ ମାଫିଆ, ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । କିଛିଦିନ ପରେ ଢେଙ୍କାନାଳ ଜିଲ୍ଲାରେ ପୁଣି ବାଲି ମାଫିଆ ସକ୍ରିୟ ହୋଇଛନ୍ତି । ରାତିର ଅନ୍ଧାରର ସୁଯୋଗ ନେଇ ରାଜସ୍ୱ ବିଭାଗକୁ ଚକ୍‌ମା ଦେଇ ବେଆଇନ ଭାବେ ବାଲି ଚୋରି କରୁଥିବା ଅଭିଯୋଗ ହୋଇଛି । ବିଶେଷକରି ଗଁଦିଆ କାଲୁରିଆ ବାଲିଘାଟରୁ ଶହ ଶହ ଟ୍ରିପ୍ ବାଲି ଉଠାଯାଉଛି । ଚୋରା ବାଲି ଚାଲାଣ ବେଳେ ଟ୍ରାକ୍ଟର ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଛି ସତ।

ରାଜସ୍ୱ ବିଭାଗ ବାଲି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଏନେଇ ଢେଙ୍କାନାଳ ଉପ-ଜିଲ୍ଲାପାଳଙ୍କୁ ପଚାରିବାରୁ ଆଇନ ଅନୁଯାୟୀ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Leave a Reply