spot_img
Home Blog Page 5972

ସମଲେଶ୍ୱରୀ ମନ୍ଦିରରେ ଲାଗିବ ବିକାଶର ରଙ୍ଗ, ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ

ସମ୍ବଲପୁର: ମା’ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ । ୫-ଟି ଅଧୀନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ସମ୍ବଲପୁରର ମା’ ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ଷୋଡଶ ଶତାଦ୍ଦୀରେ ନିର୍ମିତ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ୨୦୨୧-୨୨ ଆର୍ଥିକବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରି ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ ।

ଏହି ଯୋଜନାରେ ମା’ଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ । ମା’ଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମିରେ ପ୍ରତିଷ୍ଠିତ । ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଧାଡ଼ି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମ ଗୃହ ନିର୍ମାଣ କରାଯିବ । ମନ୍ଦିରର ଚାରି ଦିଗରେ ୪ଟି ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ । ଭକ୍ତମାନେ ପୂର୍ବ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ । ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ, ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯିବ। ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯିବ ଏବଂ ଏହାର ବିକାଶକୁ ମୂଳ ଯୋଜନା ସହ ସମନ୍ବିତ କରାଯିବ ।

ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ । ସମ୍ବଲପୁରର ଜଳବାୟୁକୁ ଦୃଷ୍ଟିରେ ରଖି ପରିକ୍ରମା ପଥରେ ଛାୟାପ୍ରଦ ବୃକ୍ଷ ରୋପଣ କରାଯିବ । ଯାତ୍ରୀଙ୍କ ପାଇଁ ସେଠାରେ ପର୍ଯ୍ୟାପ୍ତ ସୁବିଧାର ବିକାଶ କରାଯିବ ଏବଂ ତାସହିତ ପାର୍କିଂ ଜାଗା, ସ୍ବତନ୍ତ୍ର Vending zone, ଶୌଚାଳୟ, ସୂଚନା କେନ୍ଦ୍ର, ଦାନକେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ । ସେବାୟତଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧା ରହିବ । ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ, ସେଥିପାଇଁ କରାଯିବ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତା । ବର୍ତ୍ତମାନର ରିଙ୍ଗ୍‌ ରୋଡ୍‌କୁ ଚଉଡ଼ା କରାଯିବ ଏବଂ ସେଥିରେ ସ୍ବତନ୍ତ୍ର ଭାବରେ ନଦୀ କୂଳେରେ ଚଲାପଥ ଓ ଅବସର ସୁବିଧା ରହିବ । ନଦୀକୂଳର ଯୋଜନାବଦ୍ଧ ବିକାଶ କରାଯିବ ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କ ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ କରାଯିବ ପ୍ଲାଟଫର୍ମର ବ୍ୟବସ୍ଥା ।

ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦକୂଳର ବିକାଶ କରାଯିବ। ଏଥିରେ wetlandର ବିକାଶ ସହିତ 5 MLD Sewerage Treatment Plant ନିର୍ମାଣ କରାଯିବ । Wetland ଅଞ୍ଚଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ। ଏହାସହିତ ସେଠାରେ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ Food Park, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଂଗମଞ୍ଚର ବ୍ୟବସ୍ଥା ରହିବ । ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାର୍ଶ୍ବକୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ । ଦୂର ହେବ ଟ୍ରାଫିକ ସମସ୍ୟା । ବର୍ତ୍ତମାନ ଥିବା ଶଶ୍ମାନକୁ ପୂର୍ବପଟକୁ ସ୍ଥାନାନ୍ତର କରାଯିବ ଏବଂ ଏଠାରେ ଆଧୁନିକ ସୁବିଧାର ବିକାଶ କରାଯିବ । ଶ୍ମଶାନ ପାଖରେ ଶେଷକୃତ୍ୟ, ଶ୍ରାଦ୍ଧମଣ୍ଡପ ଓ ବିଶ୍ରାମଗୃହର ବ୍ୟବସ୍ଥା କରାଯିବ । ଏଥିରେ ଘରୋଇ ଜମିରେ ଘର ସରକାରୀ ଜମିରେ ଥିବା ବସ୍ତି, ସରକାରୀ ଜମିରେ ଅନ୍ୟ ବାସଗୃହ, ସରକାରୀ ଜମିରେ ଦୋକାନ ଘର, ସରକାରୀ ଜମିରେ vendorଙ୍କ ପାଇଁ ସୁବିଧା ପାଇଁ ପ୍ୟାକେଜରେ ବିସ୍ତୃତ ବ୍ୟବସ୍ଥା ରଖାଯିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ମଦ ନିଶାରେ ଚୁର୍ ହୋଇ ମାଆକୁ ହତ୍ୟା କଲା ପୁଅ

0

ବାଲେଶ୍ୱର: ମଦ ନେଲା ମାର ଜୀବନ । ମଦ ନିଶାରେ ଚୁର୍ ହୋଇ ପୁଅ ସାଜିଲା ସୈତାନ । ମଦ ପିଇ ଘରକୁ ଆସି ବାପା ମା ଓ ଭଉଣୀଙ୍କୁ ଆକ୍ରମଣ କରିଥିଲା ପୁଅ । ବାପା ଭଉଣୀ ଭୟରେ ଘରୁ ପଳେଇଥିବା ବେଳେ ମାକୁ ବାଡି ଓ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲା ପୁଅ । ଘଟଣା ଘଟିଛି ବାଲେଶ୍ୱର ଇରା ବ୍ଲକ୍ ମିରିପୁର ଖଇରା ଗାଁରେ ।

ରଘୁନାଥ ଶିଆଳଙ୍କ ସାନ ପୁଅ ପ୍ରତିଦିନ ମଦ ପିଇ ଘରକୁ ଆସେ । ଗତକାଲି ବିଳମ୍ବିତ ରାତିରେ ମଦ ପିଇ ଘରକୁ ଆସି ମା ସହ ଯୁକ୍ତିତର୍କ କରିଥିଲା ନିଶାସକ୍ତ ଜଗବନ୍ଧୁ ସିଆଳ । ହଠାତ୍ ସମସ୍ତଙ୍କୁ ଠେଙ୍ଗା ଓ କଟୁରୀରେ ଆକ୍ରମଣ କରିଥିଲା । ପୁଅର ଆକ୍ରମଣରେ ମା ମଣି ସିଆଳଙ୍କ ମୃତ୍ୟୁ ହୋଇଛି । ମାର ମୃତ୍ୟୁ ପରେ ଜଗବନ୍ଧୁ ଫେରାର ହୋଇଯାଇଛି । ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଆଜି ଦେଶବ୍ୟାପୀ ରେଳରୋକ କରିବ ଭାରତୀୟ କିଷାନ ୟୁନିୟନ

ନୂଆଦିଲ୍ଲୀ: କେନ୍ଦ୍ର କୃଷିବିଲକୁ ବିରୋଧ କରି ଆଜି ଦେଶବ୍ୟାପୀ ରେଳ ରୋକ କରିବ ଭାରତୀୟ କିଶାନ ୟୁନିୟନ । ରେଳ ରୋକ ଆନ୍ଦୋଳନରୁ କୌଣସି ରାଜ୍ୟକୁ ବାଦ ଦିଆଯାଇନାହିଁ । ରେଳରୋକକୁ ଦୃଷ୍ଟିରେ ରଖି ଆରପିଏଫର ୨୦ ଅତିରିକ୍ତ କମ୍ପାନିକୁ ମୁତୟନ ହୋଇଛନ୍ତି । ରେଳରୋକ ପାଇଁ ପଶ୍ଟିମବଙ୍ଗ, ଉତ୍ତର ପ୍ରଦେଶ, ପଂଜାବ ଓ ହରିଆନାକୁ ଫୋକସରେ ରଖିଛି ବିକେୟୁ ।

ଏନେଇ ବିକେୟୁ ମୁଖପାତ୍ର ରାକେଶ ଟିକାଏତ ସୂଚନା ଦେଇଛନ୍ତି । କିଛି ଦିନ ତଳେ ହୋଇଥିବା ଚକା ଜାମ୍ ଆନ୍ଦୋଳନ ବେଳେ ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ବାଦ ଦିଆଯାଇଥିଲା । ତେବେ ରେଳରୋକରେ କୌଣସି ରାଜ୍ୟକୁ ରିହାତି ମିଳିବ ନାହିଁ ବୋଲି ଟିକାଏତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରେଳରୋକରେ ଗାଁ ଲୋକ ଅଧିକ ସଂଖ୍ୟାରେ ଯୋଗ ଦେବେ । କେନ୍ଦ୍ର ସରକାର ଗତ ୮ ମାସ ଧରି ସବୁ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେଉ ନାହାନ୍ତି କିନ୍ତୁ ଅନ୍ୟକ୍ଷେତ୍ରରେ କଟକଣା ଉଠାଇଛନ୍ତି ।

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ, ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ । ଚଳିତ ଅଧିବେଶନ ପାଇଁ ସମୟ ସାରଣୀ ବଦଳିଥିବା ବେଳେ ଏଥର ପେପରଲେସ ହେବ ଗୃହକାର୍ଯ୍ୟ । ବଜେଟ୍‌ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ଏଥିସହ ମୁଲତବୀ ଆଲୋଚନା ବି ହେବ । ଦୈନିକ ୫ଘଣ୍ଟା ଚାଲିବ ଗୃହ । ସକାଳ ୧୦ଟା ୩୦ରୁ ୧୧ଟା ୩୦ ଯାଏଁ ପ୍ରଶ୍ନକାଳ ଚାଲିବ । ତାରକା ପ୍ରଶ୍ନ ମଧ୍ୟ ପଚାରି ପାରିବେ ବିଧାୟକ ।

୧୧ଟା ୩୦ରୁ ଶୂନ୍ୟକାଳ ଓ ପରେ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ । ଦେଢ଼ଘଣ୍ଟା ଧରି ଆଲୋଚନା ହେବ ମୁଲତବୀ ପ୍ରସ୍ତାବ । ସେଥିରୁ ୫୫ମିନଟ ବିରୋଧୀ ଦଳଙ୍କ ପାଇଁ ରହିଛି । ଦୈନିକ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ସକାଳ ୧୦ଟା ୩୦ରୁ ଦିନ ସାଢ଼େ ଗୋଟାଏ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହ । ସ୍ବତନ୍ତ୍ର କାର୍ଯ୍ୟଦିବସରେ ରାତି ୭ଟା ପର୍ଯ୍ୟନ୍ତ ଗୃହ ଚାଲିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସବର୍ଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଫେବ୍ରୁଆରୀ ୧୮ରୁ ୨୮ ଯାଏଁ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଥିବା ବେଳେ ମାର୍ଚ୍ଚ ୧୧ରୁ ୩୧ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ୨୨ତାରିଖ ଦିନ ଅର୍ଥମନ୍ତ୍ରୀ ବଜେଟ୍‌ ଆଗତ କରିବେ । ପ୍ରଥମ ଦିନରେ ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର, ବିଭୂତି ଭୂଷଣ ନାୟକ, ଯଜ୍ଞନାରାୟଣ କର, କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ସେପଟେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରଙ୍କୁ ଘେରିବାକୁ ବିରୋଧୀ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ବିଜେଡି ବି ପ୍ରସ୍ତୁତ ଥିବା କହିଛ । ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଲମ୍ବା ପ୍ରସଙ୍ଗ ଧରି ଶାସକ ଦଳକୁ ଘେରିବା ପାଇଁ ପ୍ରସ୍ତୁତି କରିଛନ୍ତି ।

ସେପଟେ ବିଧାନସଭାରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି । ବିଶେଷ କରି କୋଇଲା ରୟାଲିଟି, ଜିଏସଟି ବକେୟା ଅର୍ଥ, ସ୍ବାମୀନାଥନ କମିଟିକୁ କାର୍ଯ୍ୟକାରୀ କରିବା, ବକେୟା ଧାନ ସବସିଡି ଦେବେ ଓ ବାଇ ଲ ପ୍ରସଙ୍ଗକୁ ଗୃହରେ ଉଠାଇବ ଶାସକ ବିଜେଡି । ବର୍ଷକୁ ୧୨ ହଜାର କୋଟି ଟଙ୍କା ହିସାବରେ ରୟାଲଟି ବାବଦକୁ ୫ବର୍ଷରେ ୬୦ହଜାର କୋଟି କାଟିଛି କେନ୍ଦ୍ର । ଏସବୁ ନେଇ ଗୃହରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭେଟେରାନ୍ କଂଗ୍ରେସ ନେତା କ୍ୟାପଟେନ୍ ସତୀଶ ଶର୍ମାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭେଟେରାନ୍ କଂଗ୍ରେସ ନେତା କ୍ୟାପଟେନ୍ ସତୀଶ ଶର୍ମାଙ୍କ ପରଲୋକ ହୋଇଛି । କ୍ୟାପଟେନ୍ ସତୀଶ ଶର୍ମା ଦୀର୍ଘ ଦିନ ଧରି ଆମେଠି ଲୋକସଭା କ୍ଷେତ୍ରରେ ଗାନ୍ଧି ପରିବାରର ପ୍ରତିନିଧି ଥିଲେ । ସତୀଶଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ବିଶ୍ୱସ୍ତ ବୋଲି କୁହାଯାଏ । ତାଙ୍କ ଦେହାନ୍ତରେ ଅନେକ ରାଜନୀତିକ ଦଳର ନେତା ଦୁଃଖ ପ୍ରକାଶ କରିଛନ୍ତି ।

କଂଗ୍ରେସ ନେତା ଜିତେନ ପ୍ରସାଦ କ୍ୟାପଟେନ୍ ଶର୍ମାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି- ସତୀଶ ଶର୍ମାଙ୍କ ଦେହାନ୍ତ ଶୁଣି ଦୁଃଖ ଲାଗୁଛି । ତାଙ୍କ ବ୍ୟବହାର ତଳସ୍ତରର କର୍ମୀଙ୍କ ସବୁବେଳେ ପ୍ରୋତ୍ସାହନକାରୀ ଥିଲା ବୋଲି ଜିତେନ ଉଲ୍ଲେଖ କରିଛନ୍ତି ।

ନମ୍ବର ବନ୍ଦ ହୋଇଯିବ କହି ଡାକ୍ତରଙ୍କ ଆକାଉଣ୍ଟ ଖାଲି କରିଦେଲେ ଅନଲାଇନ୍ ଠକ

କଟକ: ଅନଲାଇନ୍ ଲୁଟେରାଙ୍କ ଜାଲରେ ଡାକ୍ତର । ବନ୍ଦ ହୋଇଯିବ ଆପଣଙ୍କ ଫୋନ୍ ନମ୍ବର । ଜଲଦି ରିଚାର୍ଜ କରାନ୍ତୁ । ଏମିତି ମୋବାଇଲ୍ ନମ୍ବର ବନ୍ଦ ହେବାର ଭୟ ଦେଖାଇ ଡାକ୍ତରଙ୍କୁ ୭୭ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ଅନଲାଇନ୍ ଲୁଟେରା । କଟକ ସିଡିଏ ସେକ୍ଟର-୭ରେ ରହୁଥିବା ଡାକ୍ତର ସନାତନ ମହାନ୍ତି ଏନେଇ ସାଇବର ଥାନାରେ ଏତଲା ଦେଇଛନ୍ତି । ଫେବ୍ରୁଆରୀ ୯ ତାରିଖରେ ସନାତନଙ୍କ ବିଏସଏନଏଲ ନମ୍ବରୁ ଏକ ମେସେଜ୍ ଆସିଥିଲା । ଯେଉଁଥିରେ ଲେଖାଥିଲେ ରିଚାର୍ଜ ନକଲେ କିଛି ଘଣ୍ଟା ମଧ୍ୟରେ ନମ୍ବର କଟିଯିବ । ମେସେଜ ତଳେ ଏକ ନମ୍ବର ମଧ୍ୟ ଥିଲା ।

Dr. Sanatan Mohanty Losses 77 Lakhs In Cuttack Cyber Fraud

ଉକ୍ତ ନମ୍ବରରେ କଲ୍ କରିଥିଲେ ସନାତନ । ଠକ ଜଣଙ୍କ ହିନ୍ଦୀର କଥାବାର୍ତ୍ତା ହେବା ସହ ୧୦ ଟଙ୍କା ରିଚାର୍ଜ କରିବାକୁ କହିଥିଲେ । ସନାତନ ବିଏସଏନଏଲ ଅଫିସ୍ ଯାଇ ରିଚାର୍ଜ କରିବେ ବୋଲି କହିବାରୁ ଠକ ଡେବିଟ୍ କାର୍ଡ ଅଛି କି ବୋଲି ପଚାରିବା ସହ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଥିଲେ । ଏଖିସହ ଗୁଗୁଲ ପ୍ଲେ ଷ୍ଟୋରରୁ କ୍ୱିକ୍ ଷ୍ଟାର୍ଟ ଅପ୍ ଡାଉନଲୋଡ୍ ପାଇଁ କହିଥିଲେ । ତା’ପରେ ଫୋନରେ ସନାତନଙ୍କୁ ଫୋନରେ ବତାଇଥିଲେ ଠକେଇର ଫର୍ମୁଲା ।

Dr. Sanatan Mohanty Losses 77 Lakhs In Cuttack Cyber Fraud

ଗୋଟିଏ ପରେ ଗୋଟିଏ ଲାଇନ୍ ଫିଲଅପ୍ କରିବା ପରେ ଏଟିଏମ ନମ୍ବର ଓ ସିଭିଭି କୋଡ୍ ମାଗିଥିଲା ଠକ । ତା’ପରେ ମାଗିଥିଲେ ବ୍ୟାଙ୍କ ଆକାଉଣ୍ଟ ନମ୍ବର । ସନାତନ ମୋବାଇଲକୁ ଆସିଥିବା ଓଟିପି ମଧ୍ୟ ଠକକୁ ଦେଇଥିଲେ । ତା’ପରେ ୨୦ ମିନିଟ୍ ମଧ୍ୟରେ ମୋବାଇଲ୍ ଚାଲୁ ହୋଇଯିବ ବୋଲି ଠକ କହିଥିଲେ । ଠିକ୍ ଅଧ ଘଣ୍ଟା ପରେ ସନାତନଙ୍କ ମୋବାଇଲକୁ ଆସିଥିଲା ମେସେଜ । ଯାହାକୁ ଦେଖି କାବା ହୋଇଯାଇଥିଲେ ସନାତନ । କାରଣ ତାଙ୍କ ଆକାଉଣ୍ଟରୁ ୨୪ ଓ ୨୫ ହଜାର ଟଙ୍କା କଟିଛି ।

Dr. Sanatan Mohanty Losses 77 Lakhs In Cuttack Cyber Fraud

ଏନେଇ ସନାତନ ସେହିଦିନ ହିଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ, ଠକ ଜଣଙ୍କ ସନାତନଙ୍କ ମୋବାଇଲ୍ ନମ୍ବର ବଦଳାଇ ଦେଇଥିଲେ । ଆଉ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ସନାତନଙ୍କ ଆକାଉଣ୍ଟରେ ଥିବା ୬ଟି ଫିକ୍ସଡ୍ ଡିପୋଜିଟ୍ ଉଠାଇ ନେଇଥିଲେ । ଏହିଭଳି ଭାବେ ଠକ ୯ରୁ ୧୫ ତାରିଖ ମଧ୍ୟରେ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମେ ବ୍ୟବହାର କରୁଥିବା ନମ୍ବର ୧୦ ଟିକିଆ । କିନ୍ତୁ ସନାତନଙ୍କୁ ୮ ଡିଜିଟ୍ ନମ୍ବରରୁ କଲ୍ ଆସିଥିଲା ।

ଆଦିବାସୀ ନୃତ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ୪ ମୃତ, ୩୦ରୁ ଅଧିକ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟ୍ରାକ୍ଟରଟି ୧୦ ଫୁଟ୍ ତଳକୁ ଖସି ପଡ଼ିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ, ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ଆହତଙ୍କୁ ଉଦ୍ଧାର କରିଛନ୍ତି ।

Tractor Over Turned In Murunia Of Baripada, 4 Killed  

ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବାରପିଦା ପିଆରଏମ୍ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ଟ୍ରାକ୍ଟରରେ ପାଖାପାଖି ୩୫ ଜଣ ଥିଲେ । ଡମଣ ସାହିରୁ ଆଦିବାସୀ ନୃତ୍ୟ ପରିବେଷଣ କରି ଘରକୁ ଫେରିବା ବେଳେ ମୁରୁଣିଆ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ବିଲକୁ ଖସି ପଡ଼ିଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଦୁଇ ପୁରୁଷ, ଜଣେ ଦେଢ଼ ବର୍ଷର ନାବାଳିକା ଥିବା ସୂଚନା ମିଳିଛି ।

ଓଡ଼ିଶା ହାତରେ ଆନ୍ଧ୍ରର ‘କୋଟିଆ’ ଷଡ଼ଯନ୍ତ୍ର ଦସ୍ତାବିଜ୍

କୋରାପୁଟ/ଭୁବନେଶ୍ୱର: କୋଟିଆ ପାଇଁ ଆନ୍ଧ୍ର ସହ ଆଇନଗତ ଲଢେଇ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା । ଏଥିଲାଗି ସମସ୍ତ ତଥ୍ୟ ଯୋଗାଡ଼ କରି ସୁପ୍ରିମକୋର୍ଟରେ କୋଟିଆ ଓଡ଼ିଶାର ବୋଲି ଦାବି ରଖିବ । ପଟାଙ୍ଗୀ ବିଧାୟକଙ୍କ କହିବା ଅନୁସାରେ, ସରକାରଙ୍କ ପାଖରେ ସବୁ ତଥ୍ୟ ରହିଛି । ତେଣୁ ଆସନ୍ତା ୧୯ ତାରିଖରେ ଓଡ଼ିଶା ନିଶ୍ଚିତ ନ୍ୟାୟ ପାଇବ ବୋଲି ଶାସକ ଦଳ ଆଶା ରଖିଛି । ଅନ୍ୟପଟେ ବିସ୍ତାରବାଦୀ ନୀତିରେ ପଞ୍ଚାୟତ ନିର୍ବାଚନ ପରେ ଏବେ ତେଲୁଗୁ ସ୍କୁଲ ଖୋଲି ଓଡ଼ିଆ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ ପାଠ ପଢ଼ିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି ।

Kotia Controversy, Odisha To Present Legal Documents On SC

ଦିନକ ପରେ କୋଟିଆ ଶୁଣାଣି । ଆଇନଗତ ଲଢେଇ ପାଇଁ ପୂରା ପ୍ରସ୍ତୁତ ଓଡ଼ିଶା । ସମସ୍ତ ତଥ୍ୟ ସହ ସୁପ୍ରିମକୋର୍ଟରେ କୋଟିଆ ଓଡ଼ିଶାର ବୋଲି ଦାବି ରଖିବ । ଏହାସହ ଆନ୍ଧ୍ର କିପରି ଚୁକ୍ତି ଖିଲାପ କରି ଓଡ଼ିଶା ସୀମା କୋଟିଆର ପଞ୍ଚାୟତରେ ନିର୍ବାଚନ କରିଛି ସେ କଥା ମଧ୍ୟ ସମସ୍ତ କାଗଜପତ୍ର ସହ କୋର୍ଟଙ୍କୁ ଅବଗତ କରିବ ରାଜ୍ୟ । ଏ ନେଇ ରାଜସ୍ୱ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ସେପଟେ ପଟାଙ୍ଗୀ ବିଧାୟକ କହିଛନ୍ତି ଯେ, ସରକାରଙ୍କ ପାଖରେ ସବୁ ତଥ୍ୟ ଅଛି । ତାହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଉପସ୍ଥାପନ କରିବେ ।

Kotia Controversy, Odisha To Present Legal Documents On SC

କେବଳ ସେତିକି ନୁହେଁ ଗତ ଦୁଇ ବର୍ଷ ମଧ୍ୟରେ ସରକାର କୋଟିଆ ପାଇଁ ୧୫୦ କୋଟି ଟଙ୍କା ଘୋଷଣା କରିଛନ୍ତି । ତେଣୁ ସୁପ୍ରିମକୋର୍ଟରେ ଓଡ଼ିଶା ନିଶ୍ଚିତ ନ୍ୟାୟ ପାଇବ ବୋଲି ଶାସକ ଦଳ ଯୁକ୍ତି ବାଢିଛି । କାରଣ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବ ପରେ ଆନ୍ଧ୍ର ଗଠନ ହୋଇଥିଲା । ସେପଟେ କୋଟିଆ ପ୍ରସଙ୍ଗରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏହାସହ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସଠିକ୍ ତଥ୍ୟ ଉପସ୍ଥାପନ କରିବା ପାଇଁ ଦାବି କରିଛନ୍ତି ବିରୋଧୀ । ଅନ୍ୟପଟେ କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

Kotia Controversy, Odisha To Present Legal Documents On SC

ତେବେ ଆନ୍ଧ୍ରର ଦାଦାଗିରି ଏଇଠି ସରିନାହିଁ । କୋଟିଆରେ ଜୋର ଜବରଦସ୍ତ ପଞ୍ଚାୟତ ନିର୍ବାଚନ କରିବା ସହ ସୀମାନ୍ତରେ ଖୋଲିଛି ଆନ୍ଧ୍ର ସ୍କୁଲ । ତେଲୁଗୁ ସ୍କୁଲରେ ପିଲାଙ୍କୁ ପାଠ ପଢାଇବାକୁ ସେଠାକାର ସରକାର ଟଙ୍କା ଲୋଭ ଦେଖାଉଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ତେଲୁଗୁ ଭାଷାରେ ଚାଲିଛି ଶିକ୍ଷା ଦାନ । ଫାଟୁସିନେରୀ ଗାଁରେ ଏକ ଅସ୍ଥାୟୀ ଛାମୁଣ୍ଡିଆରେ ଚଳାଇଛି ସ୍କୁଲ । ଆନ୍ଧ୍ରର ଜଣେ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ପାଉଛନ୍ତି । ଏହାସହ ମାଗଣାରେ ବହିପତ୍ର, ଡ୍ରେସ୍, ମଧ୍ୟାହ୍ନ ଭୋଜନ ମଧ୍ୟ ପାଉଛନ୍ତି ।

Kotia Controversy, Odisha To Present Legal Documents On SC

ତେବେ ଆନ୍ଧ୍ରର ଏପରି ଦାଦାଗିରିରେ କିଏ ଲଗାଇବ ବ୍ରେକ୍ ? ଆସନ୍ତା ୧୯ ତାରିଖରେ ଏ ନେଇ ସୁପ୍ରିମକୋର୍ଟ ଚୂଡ଼ାନ୍ତ ଶୁଣାଣି କରିବେ । କୋରାପୁଟ ଜିଲ୍ଲା କୋଟିଆରେ କାହିଁକି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରୁଛି ? ଏଥିପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ସୁପ୍ରିମକୋର୍ଟ । ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ଦାଖଲ କରିବାକୁ ଆନ୍ଧ୍ରକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି ।

୨୨ଟି ବୃହତ ଶିଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହନ । ୨୨ଟି ବୃହତ ଶିଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୧୩ ହଜାର ୩୧୧କୋଟି ୫୩ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ । ୧୭ଟି ଶିଳ୍ପର ଶିଳାନ୍ୟାସ ସହ ୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏସବୁ ପ୍ରକଳ୍ପ ଦ୍ୱାରା ସୃଷ୍ଟି ହେବ ୧୦ହଜାର ୬୭୭ ନିଯୁକ୍ତି ସୁଯୋଗ । ଧାତବ, ପର୍ଯ୍ୟଟନ, ବୟନ, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଏଥିରେ ଗୁରୁତ୍ୱ ଦିଆଯାଇଛି । ଏହି ଅବସରରେ ଓଡ଼ିଶା ଉତ୍ପାଦନ ଶିଳ୍ପର ହବ୍‌ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋ ସରକାର ଓ 5T ଅଧୀନରେ ଶିଳ୍ପାୟନ ପ୍ରକ୍ରିୟାକୁ ସୁଗମ କରାଯିବ ।

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶିଳ୍ପାନୁଷ୍ଠାନକୁ ଅନୁମତି ମିଳିବ । ଏଥିପାଇଁ ଆରମ୍ଭ ହୋଇଛି ଗୋ ପ୍ଲସ ମୋବାଇଲ ସେବା । ସେହିଭଳି MSME କ୍ଷେତ୍ର ପାଇଁ ସୃଷ୍ଟି ହୋଇଛି ଲ୍ୟାଣ୍ଡ ବ୍ୟାଙ୍କ ସୁବିଧା । ଏବେ ସୁଦ୍ଧା ୧ଲକ୍ଷ ଏକର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ହୋଇଛି । ଶିଳ୍ପାୟନ ପାଇଁ ଚୌଦ୍ୱାରରେ ଆଜି ଉଦଘାଟିତ ହୋଇଛି ଲଜିଷ୍ଟିକ୍ ପାର୍କ । ଲାଇଫଲାଇନ୍ ପକ୍ଷରୁ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଛି ପଞ୍ଚ ତାରକା ହୋଟେଲ । ଆଜି ମୁଖ୍ୟମନ୍ତ୍ରୀ ସମ୍ପ୍ରସାରିତ ଶ୍ୟାମ ମେଟାଲିକ୍ସର ପେଲେଟ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିଛନ୍ତି । ସେହିପରି ଝାରସୁଗୁଡାରେ ଉଦଘାଟିତ ହୋଇଛି ୱାଟରପାର୍କ ଏବଂ ରମ୍ଭାରେ ପ୍ଲାଷ୍ଟିକ ବର୍ଜ୍ୟ ପ୍ରକ୍ରିୟାକରଣ ପାର୍କ ଉଦଘାଟିତ ହୋଇଛି ।

ଓମଫେଡ୍ ପାଉଚ୍ ସ୍କାମ୍, IAS ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତଙ୍କ କ୍ଲିନ୍ ଚିଟ୍

ଭୁବନେଶ୍ୱର: ଓମଫେଡ୍ ପଲି ଫିଲ୍ମ ପାଉଚ୍ ସ୍କାମ ଦୁର୍ନୀତି ଅଭିଯୋଗ ମାମଲାରେ IAS ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ କ୍ଲିନ୍ ଚିଟ୍ ଦେଇଛନ୍ତି । ୨୦୧୫ ଅଗଷ୍ଟରୁ ୨୦୧୬ ଜୁନ୍ ମଧ୍ୟରେ ଆଇଏଏସ୍ ବିଷ୍ଣୁପଦ ସେଠୀ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ ଦୁର୍ନୀତି ଅଭିଯୋଗ ହୋଇଥିଲା । ପଲି ଫିଲ୍ମ ପାଉଚ୍ କିଣାରେ ଦୁର୍ନୀତି ଯୋଗୁଁ ଓମଫେଡକୁ ୬ କୋଟି ୩୫ ଲକ୍ଷ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା ।

Odisha Lokayukta Gives Clean Chit To IAS Bishupada Sethi On Omfed Scam Case

ଅଭିଯୋଗ ଅନୁସାରେ, IAS ବିଷ୍ଣୁପଦ ସେଠୀ ଓମଫେଡ୍ ଏମଡି ଥିବାବେଳେ ୬୬୮ ମେଟ୍ରିକ ଟନ୍ ପଲି ଫିଲ୍ମ ପ୍ୟାକେଜିଂ ମାଟେରିଆଲ୍ କିଣିଥିଲେ । ଯାହାଦ୍ୱାରା ଓମଫେଡ୍ କ୍ଷତି ସହିଥିବା ବେଳେ କମଳା ଏଜେନ୍ସି କଟକକୁ ଲାଭ ମିଳିଥିଲା । ଏନେଇ ଅଭିଯୋଗ ପରେ ୨୦୧୬ ଡିସେମ୍ବର ୧ ତାରିଖରେ ତତ୍କାଳୀନ ଓମଫେଡ୍ ଏମଡି ମଧୁସୂଦନ ପାଢ଼ୀ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ।

ଏହା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଉତ୍ତର ଦେଇଥିଲେ । ଏପରିକି ପଲି ଫିଲ୍ମ ପାଉଚ୍ ବାବଦକୁ କଟକର କମଳା ଏଜେନ୍ସି ପାଇବାକୁ ଥିବା ୩ କୋଟି ୩୧ ହଜାର ୪୯ ହଜାର ୧୮୦ ଟଙ୍କା ଓମଫେଡ୍ ସ୍ଥଗିତ ରଖିଥିବା କହିଥିଲେ ।

Odisha Lokayukta Gives Clean Chit To IAS Bishupada Sethi On Omfed Scam Case

୨୦୦୯ ମସିହାରୁ ଓମଫେଡ୍ IDMC Ltd ଠାରୁ ପଲିରୋଲ୍ସ କିଣୁଛି । IDMC Ltd, NDDBର ଏକ ସବସିଡାରୀ କମ୍ପାନୀ । ୨୦୧୫ ପୂର୍ବ ଯାଏ ଓମଫେଡ୍ ୪୮ ମାଇକ୍ରନର ପଲିରୋଲ୍ କିଣୁଥିଲା । ୨୦୧୫ ଦୁର୍ଗା ପୂଜା ସମୟରେ ଓମଫେଡର ଲିକ୍ୱିଡ୍ ମାର୍କେଟ୍ ସେୟାର ଖସିଥିଲା । ସେହି ସମୟରେ ଓମଫେଡ୍ କର୍ତ୍ତୃପକ୍ଷ IDMC Ltd ଠାରୁ ଉଚ୍ଚକ୍ଷମତା ଥିକ ପଲିରୋଲ୍ କିଣିବାକୁ ସ୍ଥିର କରିଥିଲେ । ୬୦ରୁ ୬୫ ମାଇକ୍ରନ ପଲିରୋଲ ଯାହାର ଭିତର ପଟ ଆସ୍ତରଣ କଳା ଓ ବାହାର ପଟ ୪ ପ୍ରକାରର ରଙ୍ଗ ଥିବ କିଣିବା ନେଇ ନିଷ୍ପତ୍ତି ହୋଇଥିଲା । ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପଲିରୋଲ୍ କିଣିବାକୁ ନିଷ୍ପତ୍ତି ନେଇଥିଲା ଓମଫେଡ୍ ।

ତଦନୁସାରେ, ଓମଫେଡ୍ IDMC Ltdକୁ ଆମନ୍ତ୍ରଣ କରିଥିଲା । IDMC Ltd ଉକ୍ତ ମାନର ପଲିରୋଲ୍ ପାଇଁ ତାର ଅଧିକୃତ ଷ୍ଟକିଷ୍ଟ କଟକର କମଳା ଏଜେନ୍ସିକୁ ୬୦ରୁ ୬୫ ମାଇକ୍ରନ ପଲିରୋଲ୍ କେଜି ପିଛା ୨୧୯ ଟଙ୍କା ୩୪ ପଇସା ଦେବାକୁ ରାଜି ହୋଇଥିଲା । ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ IDMC Ltd ଓମଫେଡକୁ ୫୫୭.୪୩ ମେଟ୍ରିକ୍ ଟନ୍ ୬୫ ମାଇକ୍ରନ ପଲିରୋଲ୍ ଓ ୧୪୮ ମେଟ୍ରିକ୍ ଟନ୍ ୪୮ ମାଇକ୍ରନ୍ ପଲିରୋଲ୍ ଯୋଗାଇ ଥିଲା । ୬୫ ମାଇକ୍ରନର ୫୫୭.୪୩ ମେଟ୍ରିକ୍ ଟନ୍ ପଲିଥିନକୁ ୧୦ କୋଟି ୭୬ ଲକ୍ଷ ଟଙ୍କା ଏବଂ ୪୮ ମାଇକ୍ରନର ୧୪୮ ମେଟ୍ରିକ୍ ଟନ୍ ପଲିରୋଲ୍ ପାଇଁ ୨ କୋଟି ୭୮ ଲକ୍ଷ ଟଙ୍କା ଏଭଳି ଭାବେ ୭୦୫.୩୫ ମେଟ୍ରିକ୍ ଟନ୍ ପଲିରୋଲ ପାଇଁ ୧୩ କୋଟି ୫୪ ଲକ୍ଷ ଟଙ୍କା ବିଲ୍ ହୋଇଥିଲା ।

Odisha Lokayukta Gives Clean Chit To IAS Bishupada Sethi On Omfed Scam Case

ମୋଟ ଦେୟରୁ ଓମଫେଡ୍ ୧୧ କୋଟି ୭୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ ବଳକା ଅର୍ଥ ଦିଆଯାଇନାହିଁ । ଓମଫେଡ୍ ପଲିରୋଲ୍ କିଣାରେ କୌଣସି ଦୁର୍ନୀତି କିମ୍ବା କ୍ଷତି ହୋଇନଥିବା ତଦନ୍ତ ବେଳେ ଜଣାପଡ଼ିଛି । ଏପରିକି ୨୦୧୭ ଏପ୍ରିଲ ୨୨ ଓ ୨୦୧୯ ମାର୍ଚ୍ଚ ୨୯ରେ ହୋଇଥିବା ସ୍ୱତନ୍ତ୍ର କମିଟି ତଦନ୍ତରେ ମଧ୍ୟ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି । ବରଂ ବିଷ୍ଣୁପଦ ସେଠୀ ନେଇଥିବା ନିଷ୍ପତ୍ତି ଗ୍ରାହକ, ଚାଷୀ ଓ ଓମଫେଡର ହିତକାରୀ ବୋଲି ରିପୋର୍ଟରେ କୁହାଯାଇଛି ।

Odisha Lokayukta Gives Clean Chit To IAS Bishupada Sethi On Omfed Scam Case

ସବୁ ରିପୋର୍ଟକୁ ତର୍ଜମା ଓ ଅନୁସନ୍ଧାନ ପରେ ଓଡ଼ିଶା ଲୋକାୟୁକ୍ତ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଓମଫେଡ୍ ପଲି ଫିଲ୍ମ ପାଉଚ୍ ସ୍କାମ ମାମଲାରେ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି ।