ଗଛ ଡାଳରେ ନୁହେଁ ମଣିଷ ଦେହରେ ବସା ବାନ୍ଧିଛନ୍ତି ମହୁମାଛି

1 min read
Hone Bee

ବାଲେଶ୍ୱର: ମଣିଷ ଦେହରେ ମହୁବସା । ଏହା ଶୁଣି ଆପଣଙ୍କୁ ଆଶ୍ଟର୍ଯ୍ୟ ଲାଗୁଥିବା, ହେଲେ ଏହା ସତ । ଗଛ ଡାଳରେ ବଦଳରେ ମଣିଷ ଦେହରେ ମହୁମାଛିମାନେ ବସା ବାନ୍ଧିଛନ୍ତି । ହଜାର ହଜାର ମହୁମାଛିଙ୍କୁ ଖୋଲା ଦେହରେ ବସାଇ ପ୍ରେମ କରୁଛନ୍ତି ତୁକାରାମ । ମଣିଷ ଓ ମହୁମାଛିଙ୍କ ଏଭଳି ପ୍ରେମ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ଔପଦା ବ୍ଲକ ତରତୁଆରେ ।

ଗାଁର ତୁକାରାମ ନିଜ ଦେହରେ ମହୁମାଛିଙ୍କୁ ବସାଇ ପ୍ରେମ କରୁଛନ୍ତି । ଆଉ ମହୁମାଛିମାନେ ମଧ୍ୟ ତୁକାରାମଙ୍କ ବୋଲ ମାନୁଛନ୍ତି । ଦୀର୍ଘ ବର୍ଷ ହେଲା ମଣିଷ-ମହୁମାଛିମାନଙ୍କ ମଧ୍ୟମରେ ଏଭଳି ସମ୍ପର୍କ ରହିଥିବା ବେଳେ ମହୁମାଛିମାନେ ତୁକାରାମ କିମ୍ବା ତାଙ୍କ ପରିବାରର କୌଣସି କ୍ଷତି କରୁନାହାଁନ୍ତି ।

ନବମ ଶ୍ରେଣୀରୁ ତୁକାରାମ ମହୁମାଛି ଚାଷ କରିଆସୁଛନ୍ତି । ଘର ବାଡିରେ କୋଡିଏରୁ ଉର୍ଦ୍ଧ୍ୱ କାଠ ବାକ୍ସକରି ହଜାର ହଜାର ମହୁମାଛି ଚାଷ କରୁଛନ୍ତି । ଆଉ ସେଥିରୁ ମହୁ ସଂଗ୍ରହ କରି ପରିବାର ପୋଷଣ କରୁଛନ୍ତି ତୁକାରାମ ।

Leave a Reply