spot_img
Home Blog Page 5812

ମକା ପୋଡ଼ିବା ବେଳେ ଜୀବନ୍ତ ଜଳିଗଲେ ୯ ଶିଶୁ

ପାଟନା: ବିହାରର ଅରାରିୟା ଓ ଭାଗଲପୁର ଜିଲ୍ଲାରେ ନିଆଁ ଲାଗି  ୯ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଅରାରିୟାର ପଲାସୀ ବ୍ଲକରେ ମଙ୍ଗଳବାର ଏହି ଘଟଣା ଘଟିଛି। ମକା ପୋଡିବା ବେଳେ ନିଆଁ ଲାଗି ୬ ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସେଭଳି ଭାଗଲପୁରୀରେ ମଧ୍ୟ ଏକ ଘରେ ନିଆଁ ଲାଗିଯିବା କାରଣରୁ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଯାଇଛି।

ଅରାରିୟା ଜିଲ୍ଲାର ପଲାସୀ ଥାନ୍ତ ଅନ୍ତର୍ଗତ କଭେୟା ଗାଁର ୬ ଜଣ ପିଲା ମକା ପୋଡୁଥିଲେ। ତେବେ ନିଆଁ ଝୁଲ ପାଖରେ ଥିବା ଏକ ପାଳରେ ତିଆରି କୁଡିଆରେ ପଡିବା କାରଣରୁ ସେଥିରେ ନିଆଁ ଲାଗିଯାଇଥିଲା। ପିଲାମାନେ ଭୟରେ ଆଉ ଏକ କୁଡିଆ ଘର ଭିତରେ ଲୁଚି ଯାଇଥିଲେ, ହେଲେ ନିଆଁ ସେହି  ଘର ଭିତରେ ଲାଗିଯାଇଥିବାରୁ ତାହା ଜଳି ଯାଇଥିଲା । ପିଲାମାନେ ମଧ୍ୟ ନିଆଁରେ ଜଳି ଯାଇଥିଲେ।

ସମସ୍ତଙ୍କ ପିଲାଙ୍କର ବୟସ ୫ ରୁ ୬ ବର୍ଷ ଭିତରେ ରହିଛି। ତାଙ୍କ ଭିତରେ ୨ ଜଣ ଝିଅ ଥିବା ବେଳେ ୪ ଜଣ ପୁଅ ରହିଛନ୍ତି। ସେହିଭଳି ଭାଗଲପୁରରେ ସୋମବାର ରାତିରେ ରୋଷେଇ କରିବା ପରେ ଏକେ ଘରେ ନିଆଁ ଲାଗି ଯାଇଥିଲା।  ଅଗ୍ନିକାଣ୍ଡରେ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୧ ରୁ ୩ ବର୍ଷ ଭିତରେ ରହିଛି।

ଆସୁଛି ଆଉ ୩ ରାଫେଲ୍, ଅମ୍ବାଲାରେ ସନ୍ଧ୍ୟା ସୁଦ୍ଧା କରିବ ଲାଣ୍ଡିଂ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶଗୁଡ଼ିକ ସହ ସୀମା ବିବାଦ ଜାରି ରହିଥିବା ବେଳେ ସେନାକୁ ସଶକ୍ତ କରବାକୁ ଚେଷ୍ଟା ଚାଲିଛି। ପୂର୍ବରୁ ୧୧ଟି ଲଢୁଆ ଯୁଦ୍ଧ ବିମାନ ରାଫେଲ ବାୟୁସେନାରେ ସାମିଲ ହୋଇଛି। ଆଜି ଆଉ ୩ଟି ରାଫେଲ ବାୟୁସେନାରେ ସାମିଲ ହେବ। ଫ୍ରାନ୍ସରୁ ଆସୁଥିବା ଏହି ଫାଇଟର ଜେଟ୍ ଆକାଶ ମାର୍ଗରେ ହିଁ ରିଫ୍ୟୁଲିଂ କରାଯିବ। ୟୁଏଇ ଆକାଶରେ ଏୟାର ଟୁ ଏୟାର ମାଧ୍ୟମରେ ବିମାନରେ ଇନ୍ଧନ ଭରାଯିବ।

ଏହି ୩ ଫାଇଟର ଜେଟ ଆଣିବାକୁ ଭାରତୀୟ ବାୟୁସେନାର ଏକ ଟିମ୍ ପୂର୍ବରୁ ଫ୍ରାନ୍ସରେ ପହଞ୍ଚିଥିଲେ। ସକାଳ ୭ଟାରୁ ଏହି ବିମାନଗୁଡ଼ିକ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଭାରତରେ ପହଞ୍ଚିବ । ସମସ୍ତ ବିମାନ ଅମ୍ବାଲା ଏୟାରବେସରେ ଲ୍ୟାଣ୍ଡ କରିବ। ଭାରତୀୟ ବାୟୁସେନାରେ ପୂର୍ବରୁ ୧୧ଟି ରାଫେଲ ଯୁଦ୍ଧ ବିମନା ସାମିଲ ହୋଇସାରିଛି। ଏବେ ଏହି ୩ ନୂଆ ରାଫେଲକୁ ମିଶାଇବା ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିବ।

ସୂଚନାଯୋଗ୍ୟ,  ଭାରତ ସରକାର ଫ୍ରାନ୍ସରୁ ୩୬ ଟି ରାଫେଲ ଯୁଦ୍ଧ ବିମାନ ଆଣିବା ପାଇଁ ୫୮ ହଜାର କୋଟି ଟଙ୍କାର ଏକ ଚୁକ୍ତିନାମା କରିଛନ୍ତି । ୨୦୨୧ ସୁଦ୍ଧା ଏହି ସମସ୍ତ ଯୁଦ୍ଧ ବିମାନ ଭାରତୀୟ ବାୟୁସେନା ନିକଟରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଏହି  ଯୁଦ୍ଧ ବିମାନର ସବୁଠାରୁ ବଡ଼ ବିଶେଷତ୍ତ୍ୱ ହେଉଛି ଏହା ଶତୃଦେଶର ସୀମାରେ ପ୍ରବେଶ ନକରି ୬ ଶହ କିଲୋମିଟର ଦୂରରୁ ଲକ୍ଷଭେଦ କରିପାରିବ। ଏହି ଯୁଦ୍ଧ ବିମାନରେ ବିନା ଲ୍ୟାଣ୍ଡିଂରେ ଇନ୍ଧନ ଭରିବାର ଟେକ୍ନୋଲୋଜି ରହିଛି।

ଦୋଳ ଘଟ ଭସାଇବାକୁ ଯାଇ ବୁଡ଼ି ଗଲେ ୨ ଛାତ୍ର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗୋବରଗାଡ଼ିଆ ଅଘଟଣ । ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଦୁଇଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି । ନିଖୋଜ ଛାତ୍ର ହେଲେ ଯୁକ୍ତ ୩ରେ ପଢୁଥିବା ସୌମ୍ୟ ରଞ୍ଜନ ଦାସ ଓ ନବମ ଶ୍ରେଣୀର ସମ୍ମୃତି ରଞ୍ଜନ ଦାସ । ନିଜର ଅନ୍ୟ ଦୁଇ ବନ୍ଧୁଙ୍କ ସହ ଉଭୟ ଆଜି ପୂର୍ବାହ୍ନରେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।

Two Student Drowned In Brahmani Kendrapada

ଏହି ଦୁଇ ଜଣ ନିଜ ଅଜାଣତରେ ଗଭୀର ପାଣିକୁ ଚାଲି ଯାଇଥିଲେ । ସୌମ୍ୟ ରଞ୍ଜନ ଓ ସ୍ମୃତି ରଞ୍ଜନଙ୍କୁ ଗଭୀର ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ତାଙ୍କର ଦୁଇ ବନ୍ଧୁ । ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଉଭୟ ଦୋଳ ପୂର୍ଣ୍ଣିମା ଘଟ ବିସର୍ଜନ କରି ସାରି ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିବା ବେଳେ ଅଘଟଣ ଘଟିଥିବା ଜଣା ପଡ଼ିଛି ।

ଭାରତ ସହ ପୁଣି ବେପାର କରିବ ପାକିସ୍ତାନ, କିଣିବ କପା ଓ ଚିନି

ଇସଲାମାବାଦ: ଭାରତ ସହ ସମ୍ପର୍କ ସ୍ଥାପନ ପାଇଁ ବାଣିଜ୍ୟ ସମ୍ପର୍କ ପୁନଃ ଆରମ୍ଭ କରିବାକୁ ପାକିସ୍ତାନ ସରକାର ବୁଧବାର ଅନୁମୋଦନ କରିଛନ୍ତି । ଅର୍ଥନୈତିକ ବ୍ୟାପାର ଉପରେ ପାକିସ୍ତାନର କ୍ୟାବିନେଟ କମିଟି ଜୁନ୍ ୩୦, ୨୦୨୧ ସୁଦ୍ଧା ଭାରତରୁ କପା ଆମଦାନୀ କରିବାକୁ ଅନୁମୋଦନ ଦେଇଛି । ଚିନି ଆମଦାନୀ ପାଇଁ ଅନୁମୋଦନ ମଧ୍ୟ ଖୁବ ଶୀଘ୍ର ଆସିବ ବୋଲି ଆଶା କରାଯାଉଛି ।

ଅବଶ୍ୟ, ଭାରତର କୌଣସି ଅଧିକାରୀ ଏହାକୁ ନେଇ ପ୍ରତିକ୍ରିୟା ଦେଇନାହାନ୍ତି । ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ରଦ୍ଦ କରି ରାଜ୍ୟକୁ ଦୁଇଟି ନୂତନ ୟୁନିଅନରେ ବିଭକ୍ତ କରିବା ପରେ ପାକିସ୍ତାନ ଅଗଷ୍ଟ ୨୦୧୯ରେ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ଭାଙ୍ଗିଥିଲା ।

ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ଇମରାନ ଖାନ

ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଜମ୍ମୁ କାଶ୍ମୀର ପ୍ରସଙ୍ଗ ସହିତ ଦୁଇ ଦେଇ ମଧ୍ୟରେ ଲମ୍ବା ସମୟ ଧରି ଲାଗିରହିଥିବା ବିଭିନ୍ନ ପ୍ରସଙ୍ଗର ସମାଧାନ କରିବା ପାଇଁ ସାର୍ଥକ ଏବଂ ଅନୁକୂଳ ପରିସ୍ଥିତି ପ୍ରସ୍ତୁତ କରିବା ପାଇଁ କହିଛନ୍ତି । ଇମରାନ ଖାନ ଏହି ଚିଠି ପାକିସ୍ତାନ ଦିବସ ଅବସରରେ ପୂର୍ବ ସପ୍ତାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପଠାଯାଇଥିବା ଶୁଭେଚ୍ଛା ପତ୍ରରେ ଜବାବରେ ଲେଖିଥିଲେ ।

୭ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୭ ବନ୍ଧୁକ ଓ ୬୫ ରାଉଣ୍ଡ ଗୁଳି ଜବତ

କଟକ: କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । କଟକ ଚାଉଳିଆଗଞ୍ଜ କାଳିଆବୁଦା ଅଞ୍ଚଳରେ ଚଢ଼ାଉ କରି ୭ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଏଥିସହ ପୋଲିସ ୭ଟି ବନ୍ଧୁକ ଓ ୬୫ ରାଉଣ୍ଡ ଗୁଳି ଜବତ କରିଛି । ଧରା ପଡ଼ିଥିବା ଅପରାଧୀଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ଥିବା କହିଛନ୍ତି ପୋଲିସ କମିଶନର । ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରୁ ବିଜୟ ନାୟକ ଓ ଜଗା ଦାସର ବିଭିନ୍ନ ଅପରାଧିକ ଗ୍ୟାଙ୍ଗ ସହ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି ।

Commissionerate Police Arrested 7 Accused And Seized Heavy Arms

କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ ଜିଲ୍ଲାର ଏସପିଙ୍କୁ ଏହି ଅପରାଧୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ଏବଂ  ଖୋଳତାଡ଼ କରିବାକୁ କୁହାଯାଇଛି । ପୋଲିସ ଏସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରଖିଛି । ଆଗକୁ ଚୋରା ବନ୍ଧୁକ, ଗୁଳି ଚାଲାଣ ବ୍ୟବସାୟକୁ ରୋକିବାକୁ ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେବେଗୌଡ଼ା ଓ ତାଙ୍କ ଧର୍ମପତ୍ନୀ କରୋନା ସଂକ୍ରମିତ ହୋଇଥିବା ନେଇ ଆଜି ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଦେବେଗୌଡ଼ା ଓ ପତ୍ନୀ ଚେନ୍ନାମାଙ୍କ ସମେତ ପୂରା ପରିବାର ବର୍ତ୍ତମାନ ଆଇସୋଲେଶନରେ ରହିଛନ୍ତି।

ତେବେ ପଜିଟିଭ ଚିହ୍ନଟ ହେବାପରେ ଦେବେଗୌଡ଼ା ଗତ କିଛିଦିନ ମଧ୍ୟରେ ତାଙ୍କ ସହ ଏବଂ ତାଙ୍କ ପରିବା ସଦସ୍ୟଙ୍କ ସହ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ଆଇସୋଲେଶନରେ ରହିବା ପାଇଁ ଏବଂ କରୋନା ଟେଷ୍ଟ କରିବାକୁ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୬ ମସିହା ଜୁନ ୧ରୁ ୧୯୯୭ ମସିହା ଏପ୍ରିଲ ୨୧ ପର୍ଯ୍ୟନ୍ତ ଦେବେଗୌଡ଼ା ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ। ପୂର୍ବରୁ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ଏବେ ସେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି ।

‘ଡିସି’ ଜିଲ୍ଲା ଅଦାଲତର ବିଚାରପତି ଭାବେ ଭାରତୀୟ-ଆମେରିକୀୟ ରୁପା ରଙ୍ଗା ପୁଟ୍ଟାଗୁଣ୍ଟାଙ୍କୁ ମନୋନୀତ କଲେ ବାଇଡେନ୍‌

ଓ୍ଵାସିଂଟନ୍‌: ‘ଡିଷ୍ଟ୍ରିକ୍ଟ୍‌ ଅଫ୍‌ କଲମ୍ବିଆ’ର ଅଦାଲତରେ ସଙ୍ଘୀୟ ବିଚାରପତି ଭାବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ-ଆମେରିକୀୟ ରୁପା ରଙ୍ଗା ପୁଟ୍ଟାଗୁଣ୍ଟାଙ୍କୁ ମନୋନୀତ କରିଛନ୍ତି। ଏହି ଶୀର୍ଷସ୍ତରୀୟ ବିଚାର ବିଭାଗୀୟ ପଦବୀ ନିମନ୍ତେ ଆଫ୍ରିକୀୟ-ଆମେରିକୀୟ ଏବଂ ମୁସ୍‌ଲିମ୍‌-ଆମେରିକୀୟଙ୍କ ସମେତ ୧୦ଜଣ ପ୍ରାର୍ଥୀ ଥିଲେ।

ହ୍ଵାଇଟ୍‌ ହାଉସ୍‌ କହିଛି, ଯଦି ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍‌ ଏହି ମନୋନୟନକୁ ସୁନିଶ୍ଚିତ କରେ ତେବେ ରୁପା ରଙ୍ଗା ପୁଟ୍ଟାଗୁଣ୍ଟା ହେବେ ‘ଡିଷ୍ଟ୍ରିକ୍ଟ୍‌ ଅଫ୍‌ କଲମ୍ବିଆ’ ତଥା ଯୁକ୍ତରାଷ୍ଟ୍ର ଆମେରିକା ଜିଲ୍ଲା ଅଦାଲତରେ ବିଚାରପତି ପଦବୀ ମଣ୍ଡନ କରିଥିବା ପ୍ରଥମ ‘ଏସିଆନ୍‌-ଆମେରିକାନ୍‌ ଆଣ୍ଡ୍‌ ପାସିଫିକ୍‌ ଆଇଲାଣ୍ଡର୍‌’ (ଏଏପିଆଇ) ମହିଳା।

ସମ୍ପ୍ରତି ରୁପା ରଙ୍ଗା ପୁଟ୍ଟାଗୁଣ୍ଟା ‘ଡିଷ୍ଟ୍ରିକ୍ଟ୍‌ ଅଫ୍‌ କଲମ୍ବିଆ ରେଣ୍ଟାଲ୍‌ ହାଉସିଙ୍ଗ୍‌ କମିସନ୍‌’ରେ ଜଣେ ପ୍ରଶାସନିକ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ‘କମିସନ୍‌’ରେ ଯୋଗ ଦେବା ପୂର୍ବରୁ ବିଚାରପତି ପୁଟ୍ଟାଗୁଣ୍ଟା ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ଜଣେ ଏକକ ‘ପ୍ରାକ୍ଟିସନର୍‌’ ଥିଲେ। ସେତେବେଳେ ସେ ଅପରାଧିକ ମାମଲାରେ ଆର୍ଥିକ ଅନଟନଗ୍ରସ୍ତ ଅଭିଯୁକ୍ତଙ୍କ ବିଚାର ଓ ଆବେଦନର ପ୍ରତିନିଧିତ୍ୱ କରୁଥିଲେ।

ଓକିଲାତି ଆରମ୍ଭ କରିବା ପୂର୍ବରୁ ୨୦୧୨ରୁ ୨୦୧୩ ପର୍ଯ୍ୟନ୍ତ ବିଚାରପତି ଗୁଟ୍ଟାଗୁଣ୍ଟା ‘ଏଲ୍‌ଏଲ୍‌ପି’ ଅଞ୍ଚଳର ‘ଡିନ୍‌ଲି ମ୍ୟାକ୍‌କିନ୍ନିରେ ‘ଫ୍ୟାମିଲି ଆଣ୍ଡ୍‌ ଅପିଲେଟିଭ୍‌ ଲ’ ପ୍ରାକ୍ଟିସ୍‌ କରୁଥିଲେ। ୨୦୦୭ରେ ବିଚାରପତି ପୁଟ୍ଟାଗୁଣ୍ଟା ‘ଓହିଓ ଷ୍ଟେଟ୍‌ ମୋରିଜ୍‌ କଲେଜ୍‌ ଅଫ୍‌ ଲ’ରୁ ‘ଜୁରିସ୍‌ ଡକ୍ଟର୍‌ ଡିଗ୍ରି’ ପାଇଥିଲେ।

ତାତିରୁ ନାହିଁ ଆଶ୍ୱସ୍ତି, ଆଉ ୨ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ବାରିପଦାରୁ ଭୁବନେଶ୍ୱର, ସୁନ୍ଦରଗଡ଼ରୁ ସୋନପୁର, କଳାହାଣ୍ଡିରୁ କଟକ ସବୁଠି ପାରଦ ଉପରମୁହାଁ । ଏଭଳି ଖରା ଆଉ ୨ ଦିନ ଲାଗି ରହିବ । ଏନେଇ ୨୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟରେ ଖରା ଠାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

Heat wave to severe heat wave conditions most likely over the districts of Odisha.

ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଆଦି ୨୧ ଜିଲ୍ଲାକୁ ପ୍ରବଳ ଖରା ନେଇ ସତର୍କ ସୂଚନା ଦିଆଯାଇଛି ।

୩ରୁ ୪ ତାରିଖ ଦୁଇଦିନ ଧରି କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୩ ତାରିଖ ଲାଗି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କମି ବେଗରେ ପବନ ବହିପାରେ । ସେହିଭଳି ୪ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Heat wave to severe heat wave conditions most likely over the districts of Odisha.

ଆଗାମୀ ୨୪ ଘଣ୍ଟା ଯାଏ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ବାରିପଦା ସହର ୪୪.୬ ଡିଗ୍ରୀ ସହ ଦୁନିଆର ଉତ୍ତପ୍ତ ସହର ଭାବେ ଉଭା ହୋଇଥିଲା ।

ଯାତ୍ରୀଙ୍କୁ ଠେଲି ଦେବା ଅଭିଯୋଗକୁ ଖଣ୍ଡନ କଲା କ୍ରୁଟ୍: ଜାରି କଲା ସିସିଟିଭି ଫୁଟେଜ୍

ଭୁବନେଶ୍ୱର: ‘ମୋ ବସ’ରୁ ଯାତ୍ରୀଙ୍କୁ ଠେଲି ଦେବା ଘଟଣା । ଆସିଲା ଘଟଣାର ସିସିଟିଭି ଫୁଟେଜ । ବସ କର୍ମଚାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି କ୍ରୁଟ୍ କହିଛି । ଏଥିସହ ଘଟଣା ନେଇ ଏକ ସିସିଟିଭି ଫୁଟେଜ ଜାରି କରିଛି କ୍ରୁଟ । ଆହତ ନିର୍ମଳେନ୍ଦୁ ପରିଡ଼ାଙ୍କୁ ବସ କର୍ମଚାରୀ ଚଳନ୍ତା ବସ୍‌ରୁ ଠେଲି ନାହାନ୍ତି ବରଂ ସେ ଓଲଟି ବସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ  । ବସ୍‌ର ଡୋର ପାଖରେ ଛିଡ଼ା ହୋଇଥିବା ବେଳେ, ସେ ହଠାତ୍ ବସରୁ ଖସି ପଡ଼ିଥିଲେ । ଗତକାଲି ହଂସପାଳ ନିକଟରେ ବସ୍‌ରୁ ପଡ଼ି ଆହତ ହୋଇଥିଲେ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା । ପରେ ଠେଲି ଦେଇଥିବା ଅଭିଯୋଗ ଆଣି ୧୬ ନମ୍ବର ବସ୍‌ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ଆଣିଲେ ଆହତଙ୍କ ପୁଅ  ।

ଏଥିସହିତ ପଢ଼ନ୍ତୁ: ଏପ୍ରିଲ୍ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍

ଏପ୍ରିଲ୍ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଏପ୍ରିଲ୍ ମାସ । ତେବେ ଯଦି ଏହି ମାସରେ ଆପଣଙ୍କର ବ୍ୟାଙ୍କରେ କିଛି କାମ ଅଛି। ତେବେ ଏହି ଖବର ଆପଣଙ୍କ ପାଇଁ। ଏପ୍ରିଲ୍ ମାସରେ ସମସ୍ତ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡିକ ୧୫ ଦିନ ପାଇଁ ବନ୍ଦ ରହିବ।  ତେଣୁ ଏହି ମାସର ଏହି  ତାରିଖଗୁଡିକ ନୋଟ କରି ରଖନ୍ତୁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟରେ ଦିଆଯାଇଥିବା ବ୍ୟାଙ୍କ ଛୁଟି ସୂଚନା ଅନୁଯାୟୀ, ଏପ୍ରିଲ୍ ୧ରେ କ୍ଲୋଜିଂ ଅଫ ଆକାଉଣ୍ଟସ ପାଇଁ ବନ୍ଦ ରହିବ। ଏବଂ ୨ ତାରିଖ ଦିନ ‘ଗୁଡ୍ ଫ୍ରାଇଡେ’ ପାଇଁ ବନ୍ଦ ରହିବ ବ୍ୟାଙ୍କ। ତେବେ ଏହି ଦିନ ଅହମ୍ମଦାବାଦ, ଚଣ୍ଡିଗଡ, ଗୌହାଟୀ, ଜୟପୁର, ଶିମଲା ଏବଂ ଜାମ୍ମୁରେ ବ୍ୟାଙ୍କ ଖୋଲା ରହିବ।

ଏହା ବ୍ୟତୀତ ଏପ୍ରିଲ୍ ୪ ଓ ୫ରେ ମଧ୍ୟ ଲଗାତାର ୨ଦିନ ବନ୍ଦ ରହିବ ବ୍ୟାଙ୍କ। ଏପ୍ରିଲ୍ ୪ ରେ ରବିବାର ହେତୁ ବନ୍ଦ ରହିବ। ଏବଂ ୫ରେ  ଆରବିଆଇ ଅନୁଯାୟୀ, କେବଳ ହାଇଦ୍ରାବାଦରେ ବାବୁ ଜଗଜୀବନ ରାମ ଜୟନ୍ତୀ ଉପଲକ୍ଷେ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟ ସମସ୍ତ ରାଜ୍ୟରେ ଏହିଦିନ ବ୍ୟାଙ୍କ ଖୋଲା ରହିବ। ତେବେ ଆସନ୍ତୁ ଏପ୍ରିଲ୍ ମାସର ସମସ୍ତ ଛୁଟିଦିନର ତାଲିକା ଉପରେ ନଜର ପକାଇବା।

ଛୁଟିଦିନ ତାଲିକା:

ଏପ୍ରିଲ୍ ୬: ରାଜ୍ୟସଭା ନିର୍ବାଚନ ହେତୁ ଚେନ୍ନାଇ ଏବଂ ଗୌହାଟୀରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଏପ୍ରିଲ୍ ୧୦: ମାସର ଦ୍ୱିତୀୟ ଶନିବାର

ଏପ୍ରିଲ୍ ୧୧: ରବିବାର

ଏପ୍ରିଲ୍ ୧୩: ଗୁଡ଼ି ପଡ଼ୱା, ବୈସାଖୀ, ପ୍ରଥମ ନବବ୍ରତ

ଏପ୍ରିଲ୍ ୧୪: ଆମ୍ବେଦକର ଜୟନ୍ତୀ, ପଣା ସଙ୍କରାନ୍ତି

ଏପ୍ରିଲ୍ ୧୫: ହିମାଚଳ ଦିବସ

ଏପ୍ରିଲ୍ ୧୬: ବୋହାଗ ବିହୁ

ଏପ୍ରିଲ୍ ୧୮: ରବିବାର

ଏପ୍ରିଲ୍ ୨୧: ଶ୍ରୀ ରାମ ନବମୀ

ଏପ୍ରିଲ୍ ୨୪: ମାସର ଚତୁର୍ଥ ଶନିବାର

ଏପ୍ରିଲ୍ ୨୫: ରବିବାର