ରାସ୍ତା ମଝିରେ ଜଳିଗଲା ଆଳୁ ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

1 min read

ନବରଙ୍ଗପୁର: ରାସ୍ତା ମଝିରେ ଜଳି ଗଲା ଆଳୁ ବୋଝେଇ ଟ୍ରକ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ରାସ୍ତା NH -୨୬ ବାବାଜିଗୁଡା ଛକ ନିକଟରେ ଜଳିଗଲା ଆଳୁ ବୋଝେଇ ଟ୍ରକ । ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ କେବଳ ଜରୁରୀ ସେବା ଯୋଗାଉଥିବା ଦୋକାନ ସହ ସକାଳ ୬ ଟାରୁ ଅପରାହ୍ନ  ୧୨ ଟା ପର୍ଯ୍ୟନ୍ତ ସଉଦା ଓ ପନିପରିବା ଦୋକାନ ଖୋଲା ରହୁଛି । ସେଇଥିପାଇଁ ପଶ୍ଚିମବଙ୍ଗରୁ  ନବରଙ୍ଗପୁର ଅଭିମୁଖେ  ଆଳୁ ବୋଝେଇ ଟ୍ରକ  ଆସୁଥିବା ସମୟରେ ପାପଡାହାଣ୍ଡି ବ୍ଲକ ମୈଦଲପୁର ରାସ୍ତା NH -୨୬ ବାଜିଗୁଡା ଛକ ନିକଟରେ ହଠାତ ନିଆଁ ଲାଗି ଜଳି ଯାଇଥିଲା ।  ନବରଙ୍ଗପୁର କୁଆସୁଥିବା ବେଳେ ବ୍ୟାଟେରୀ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବା ନେଇ ଗାଡି ଡ୍ରାଇଭର  ସୂଚନା ଦେଇଛନ୍ତି । ଗାଡି ରେ ନିଆଁ ଲାଗିଯାଇଥିବା ଦେଖି ଗାଡିଟିକୁ ରାସ୍ତା କଡରେ ଗୋଟିଏ  ପାର୍ଶ୍ୱ ରେ ଅଟକାଇଥିଲେ । ଏବଂ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

Leave a Reply