spot_img
Home Blog Page 5813

ଭାବିଚିନ୍ତି କରନ୍ତୁ Android Smartphone ଅପଡେଟ୍, ଫୋନ ହୋଇପାରେ ହ୍ୟାକ୍

ନୂଆଦିଲ୍ଲୀ: Android Users ପାଇଁ ପୁଣି ଥରେ ମାଲୱେୟାର ଆଟାକର ସଙ୍କଟ ବଢୁଛି । ଫେକ ସିଷ୍ଟମ ଅପଡେଟ ଜରିଆରେ Android Users ଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରାଯାଉଛି ।  ସିଷ୍ଟମ ଅପଡେଟ ବୋଲି ଭାବି Android Users ମାନେ ମାଲୱେୟାରକୁ ନିଜ ଡିଭାଇସରେ ଡାଉନଲୋଡ କରିନିଅନ୍ତି । ଏହାପରେ ମାଲୱେୟାରକୁ ୟୁଜର୍ସଙ୍କର ଅନେକ ଡାଟା ଆକସେସ କରିବାକୁ ମିଳିଯାଏ । ଏହି ଡାଟାରେ ହ୍ୱାଟସଆପ ଏବଂ ଟେଲିଗ୍ରାମର କଣ୍ଟେଣ୍ଟ ମଧ୍ୟ ସାମିଲ ରହିଛି । ଏହା ବ୍ୟତୀତ ଆପଣଙ୍କ ବ୍ରାଉଜରର ବୁକମାର୍କ ଏବଂ ଗ୍ୟାଲେରୀର ଇମେଜ ଇତ୍ୟାଦି ମଧ୍ୟ ମାଲୱେୟାର ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ।

ସିକ୍ୟୁରିଟି ରିସର୍ଚ୍ଚ ଫର୍ମ Zimperium ର ସୂଚନା ମୁତାବକ Android Usersଙ୍କୁ ଏହି ମାଲୱେୟାରକୁ ଇନଷ୍ଟଲ କରିବା ପାଇଁ ସିଷ୍ଟମ ନୋଟିଭିକେସନ ମିଳିଥାଏ । ଏହି ସିଷ୍ଟମ ନୋଟିଭିକେସନ ପ୍ରକୃତ ମେସଜ ଭଳି ଦୃଶ୍ୟମାନ ହୋଇଥାଏ । ଏହି କାରଣରୁ ୟୁଜର୍ସ ଠକାମିର ଶିକାର ହୋଇଥାଆନ୍ତି ।  ଏହାକୁ ଇନଷ୍ଟଲ କରିବା ମାତ୍ରେ ୟୁଜସଙ୍କ ଡିଭାଇଜରେ ମାଲୱେୟାର ଇନଷ୍ଟଲ ହୋଇଯାଇଥାଏ ।

ଏହି ମାଲୱେୟାରକୁ ଖୁବ ଆଡଭାନ୍ସ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଛି । ଏହି କାରଣରୁ ଆପଣଙ୍କ ଡିଭାଇସକୁ କୌଣସି ସୂଚନା ଆସିବା ମାତ୍ରେ ଏହା ରିୟଲ ଟାଇମରେ ସୂଚନା ସଂଗ୍ରହ କରି ନିଜ ମଦରଶିପକୁ ପଠାଇଥାଏ । ଏହି ମାଲୱେୟାର କାରଣରୁ କେତେ ଡିଭାଇସ ଉପରେ ପ୍ରଭାବ ପଡ଼ିଛି ତା ରିପୋର୍ଟ ଆଜି ଯାଏ ସାମ୍ନାକୁ ଆସିନାହିଁ ।

ଆପଣମାନେ ଜାଣିଥିବେ ଯେ ସିଷ୍ଟମ ଅପଡେଟ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ନଥାଏ । ଏହାକୁ ଇନଷ୍ଟଲ କରିବା ପାଇଁ ମଧ୍ୟ ୟୁଜର୍ସଙ୍କୁ ଏହାଉପରେ ମାନୁଆଲ କ୍ଲିକ କରିବାକୁ ପଡ଼ିବ । ଟେକନୋଲୋଜି ଉପର କମ୍ ଜ୍ଞାନ ରଖୁଥିବା ବ୍ୟକ୍ତିମାନେ ଏହି ଠକାମିକୁ ସହଜରେ ଜାଣିପାରିବେ ନାହିଁ । ଅନ୍ୟପଟେ ଏହିସବୁ ବିଷୟରେ ଜାଣିଥିବା ୟୁଜର୍ସ ମାନେ ପୂର୍ବରୁ ସତର୍କ ରହିପାରିବେ । Android ରେ System Default ରେ ଅଜଣା ଆପ୍ ଗୁଡ଼ିକର ଅନଷ୍ଟଲେସନ ଅଫ୍ ହୋଇଥାଏ । ଯଦି ଆପଣ ଏହାକୁ ଅଫ୍ କରିଛନ୍ତି ତେବେ ଏହି ମାଲୱେୟର ଆପଣଙ୍କ ଡିଭାଇଜରେ କୌଣସି କ୍ଷତି କରିପାରିବ ନାହିଁ ।

ତେବେ ଏଭଳି ସ୍ଥଳେ ୟୁଜର୍ସ ମାନଙ୍କୁ ପରାମର୍ଶ ରହିବ ଯେ, ଆପ ଗୁଡ଼ିକ ସର୍ବଦା ଗୁଗୁଲ ପ୍ଲେ ଷ୍ଟୋରରୁ ହିଁ ଡାଉନଲୋଡ କରନ୍ତୁ । ଯଦି କୌଣସି ଥାର୍ଡ ପାର୍ଟି ଆପ୍ କୌଣସି ଆପକୁ ଇନଷ୍ଟଲ କରିବା ପାଇଁ ଅନୁମତି ମାଗେ ତେବେ ଏହାକୁ ଜମାବି ପରମିଶନ ଦିଅନ୍ତୁ ନାହିଁ ।

ଉପ-ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଟେଷ୍ଟିଂ ଜୋରଦାର : ଉତ୍କଳ ୟୁନିଭରସିଟିରେ କେହି ବି ନୁହଁନ୍ତି କରୋନା ସଂକ୍ରମିତ

ଭୁବନେଶ୍ୱର: ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟରେ କରାଯାଇଛି କରୋନା ଟେଷ୍ଟ  । ଉତ୍କଳ ବିଶ୍ୱବିଦ୍ୟାଳୟରେ କେହି ବି କରୋନା ସଂକ୍ରମିତ ହୋଇନାହାନ୍ତି  ।  ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ଆସନ୍ତାକାଲି ଆରଟିପିସିଆର ଟେଷ୍ଟ କରାଯିବ । ବିଶ୍ବବିଦ୍ୟାଳୟ ତରଫରୁ ୪୦୦ଜଣଙ୍କର ଟେଷ୍ଚ ପାଇଁ ତାଲିକା ହୋଇଛି । ଏହା ସହ ପୋଲିସ ଷ୍ଟାଫ୍ ଏବଂ ଅନ୍ୟ ଷ୍ଟାଫ୍ ମାନଙ୍କର ମଧ୍ୟ ଟେଷ୍ଟିଂ କରାଯିବ । ଅନ୍ୟପଟେ କାଲିଠୁ ମ୍ୟାସିଭ ଭ୍ୟାକ୍ସିନେସନ୍ ଆରମ୍ଭ ହେବାକୁ ଯାଉଛି। ତିନୋଟି ଜୋନରେ ଜେଡିସି ମାନେ ତାଲିକା ପ୍ରସ୍ତୁତ କରି ଆମକୁ  ଦେଇଛନ୍ତି । ୬ଟି ବିଭାଗରେ କାର୍ଯ୍ୟରତ ଲୋକଙ୍କୁ ଏଥର ଗୁରୁତ୍ବ ଦିଆଯାଇଛି  । ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କ ଲିଷ୍ଟ ଆମେ ପ୍ରସ୍ତୁତ କରିଛି ବିଏମସି । ଏଣିକି ସମସ୍ତ ସରକାରୀ ହସ୍ପିଟାଲରେ ଦିନକୁ ୨୦୦ ଲୋକଙ୍କୁ ଭ୍ୟାକ୍ସିନ ପାଇଁ ଟାର୍ଗେଟ ଦିଆଯାଇଛି । ପ୍ରତି ହସ୍ପିଟାଲରେ ୨ଟା ଭ୍ୟାକ୍ସିନେଟର ଟିମ୍ କାର୍ଯ୍ୟ କରୁଛି । ପୂର୍ବରୁ ଗୋଟିଏ ଟିମ୍ ୧୦୦ ଲୋକଙ୍କର ଭ୍ୟାକ୍ସିନେସନ୍ କରୁଥିଲେ । ସେହିପରି ପ୍ରାଇଭେଟ୍ ହସ୍ପିଟାଲମାନଙ୍କରେ  ମୋବିଲାଇଜେସନ୍  ୩୦ ପ୍ରତିଶତରୁ ୫୦ପ୍ରତିଶତକୁ ବଢାଇ ଦିଆଯାଇଛି। ରାଜ୍ୟ ସରକାର ବିଏମସିକୁ ୬ ହଜାରର  ଟାର୍ଗେଟ ଦେଇଛନ୍ତି । କାଲିଠାରୁ ଭୁବନେଶ୍ବରର ୨୪ଟି ସରକାରୀ ଏବଂ ୩୧ ପ୍ରାଇଭେଟ୍ ହସ୍ପିଟାଲରେ ଟୀକାକରଣ କରାଯିବ । କଣ୍ଟେନମେଣ୍ଟ ଜୋନ୍ କରିବା ପାଇଁ ବିଏମସି ପାଖରେ କ୍ଷମତା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ସେଭଳି କୌଣସି ସ୍ଥାନରେ କଣ୍ଟେନମେଣ୍ଟ କରିବା ପରିସ୍ଥିତି ଉପୁଜିନି । ଯେଉଁ ସବୁ ସ୍ଥାନରେ ଉପୁଜିଛି ସେ ଅନୁଷ୍ଠାନକୁ ସିଲ୍ କରାଯାଇଛି । ଯଦି ସେଭଳି ପରିସ୍ଥିତି ଆସେ ତେବେ ଲୋକଙ୍କ ସୁରକ୍ଷା ପାଇଁ ଏରିଆ କଣ୍ଚେନମେଣ୍ଟ ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି  ।

କୁଲଡ଼ିହା ସଂରକ୍ଷିତ ଜଙ୍ଗଲର ୧୦ରୁ ଅଧିକ ଜାଗାରେ ଲାଗିଛି ନିଆଁ

ନୀଳଗିରି: କୁଲଡିହା ସଂରକ୍ଷିତ ଜଙ୍ଗଲ ବିଷ୍ଣୁପୂର୍ ପାହାଡ଼ରେ ୧୦ରୁ ଅଧିକ ଜାଗାରେ ଲାଗିଛି ନିଆଁ । ଗୋଟେ ପାହାଡ଼ରୁ ଆଉ ଗୋଟେ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି। ପାହାଡ଼ରେ ଥିବା ମୂଲ୍ୟବାନ ଗଛପତ୍ର ଜଳି ପୋଡ଼ି ପାଉଁଶ। ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ଏବଂ ସବୁଜ ବାହିନୀର ପ୍ରୟାସ। କିନ୍ତୁ ଅଣାୟତ୍ତ ଅଵସ୍ଥାରେ ଲାଗିଥିବା ନିଆଁ। ବାରମ୍ବାର ବନବିଭାଗ ମାଇକ ଦ୍ଵାରା ପ୍ରଚାର ପ୍ରସାର କରିବା ସହ ପାହାଡ଼ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାମାନଙ୍କୁ  ସଚେତନ କରିବା ସତ୍ତ୍ୱେ ଦୁର୍ବୃତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଉଛନ୍ତି । ଆଜି ସନ୍ଧ୍ୟାରେ କେହି ଦୁର୍ବୃତ୍ତ ବିଷ୍ଣୁପୂର ପାହାଡ଼ରେ ନିଆଁ  ଲଗାଇଛନ୍ତି। ଶିକାର କରିବା ଆଶାରେ ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ହେତୁ ଲକ୍ଷଲକ୍ଷ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ । ତେବେ ବାରମ୍ବାର ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇବା ହେତୁ ଗାଁ ମୁହାଁ ଏବଂ ସହର ମୁହାଁ ହେଉଛନ୍ତି ଜଙ୍ଗଲରେ ଥିବା ବନ୍ୟଜନ୍ତୁ  ।

ଏଥିସହିତ ପଢ଼ନ୍ତୁ: ୩ ଶହ ଟପିଲା ଦୈନିକ ମୃତ୍ୟୁ ସଂଖ୍ୟା, ୫୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ପିପିଲି ଉପ ନିର୍ବାଚନ ପରିଚାଳନା ପାଇଁ ୪ ପୁରୁଖା ନେତାଙ୍କୁ ନିଯୁକ୍ତ କଲା ବିଜେଡି

ପିପିଲି: ପାଖଉଛି ପିପିଲି ଉପନିର୍ବାଚନ ତାରିଖ। ପ୍ରାର୍ଥୀ ସେମାନଙ୍କ ପ୍ରଚାର ଆରମ୍ଭ କଲେଣି । ଏହାରି ଭିତରେ ପିପିଲି ଉପନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜୁ ଜନତା ଦଳ । ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ଦିଆଯାଇଛି ଦାୟିତ୍ୱ।  ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ଦାୟିତ୍ୱ ମିଳିଛି। ୪ ନେତାଙ୍କୁ ଏହି ପରିଚାଳନା ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି।

ଅନ୍ୟପଟେ ପ୍ରଚାର ମୈଦାନରେ ଜୁନିଅର ମହାରଥୀ । ବାପାଙ୍କ ପରି ସମାନ କଥା ‘ଆଗ ମାଟି ପରେ ପାର୍ଟି’ । ଗତକାଲି ନାମାଙ୍କନ ପତ୍ର ଦାଖଲ କରିବା ପରେ ଆଜି ନିର୍ଵାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପିପିଲି ତେଇଶିପୁର ପଞ୍ଚାୟତରୁ ରୁଦ୍ର ତାଙ୍କ ସମର୍ଥକ ମାନଙ୍କ ସହିତ ଭୋଟରମାନଙ୍କ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଥିଲେ । ତାଙ୍କ ବାପାଙ୍କୁ ପିପିଲିବାସୀଙ୍କ ଯେପରି ଭଲ ପାଇବା ଥିଲା ସେହିପରି ପିପିଲିବାସୀ ତାଙ୍କୁ ବହୁମତ ଦେଇ ନିର୍ଵାଚନ ଜିତାଇବେ ବୋଲି ଆଶାବାଦୀ ରୁଦ୍ର ପ୍ରତାପ।

West Bengal Election 2021: ସରିଲା ପ୍ରଚାର, ଏଥର ଭାଗ୍ୟ ପରୀକ୍ଷା କରିବେ ଭୋଟର

କୋଲକାତା: ପ୍ରଚାର ଦାଣ୍ଡରେ ଢେର ଝାଳ ବୁହାଇଲେ ନେତା । ଏଥର ଭାଗ୍ୟ ପରୀକ୍ଷା କରିବେ ଭୋଟର। ନେତାଙ୍କ ପରେ ଏବେ ଜନତାଙ୍କ ପାଳି। ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର। କାଲି ହେବ ମତଦାନ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଆସନ୍ତାକାଲି ପଶ୍ଚିମବଙ୍ଗର ୩୦ଟି ଓ ଆସାମର ୩୯ଟି ବିଧାନସଭା ଆସନରେ ହେବ ଭୋଟିଂ। ତେବେ ପଶ୍ଚିମବଙ୍ଗ ଉପରେ ଦେଶବାସୀଙ୍କ ନଜର ରହିଥିବାବେଳେ ନନ୍ଦିଗ୍ରାମରେ ହେଉଛି ହାଇଭୋଲଟେଜ୍ ଟକ୍କର। ଏଠି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମୈଦାନରେ ଅଛନ୍ତି ବିଜେପିର ହେଭିଓ୍ବେଟ୍ ତଥା ପୂର୍ବତନ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ। ନନ୍ଦିଗ୍ରାମ ହାତେଇବା ପାଇଁ ଦିଦି ଓ ଦାଦା ଜି-ଜାନ୍ ଲଗାଇଥିବାବେଳେ ଏବେ ଭୋଟର କାହା ଉପରେ ଭରସା କରିବେ ତାହା ଉପରେ ରହିଛି ନଜର।

ପଶ୍ଚିମବଙ୍ଗରେ ଯେଉଁ ୩୦ଟି ଆସନରେ ନିର୍ବାଚନ ହେବ ଗତ ନିର୍ବାଚନରେ ଏହି ଆସନ ଉପରେ ଟିଏମସିର ଅଧିକ ପ୍ରାର୍ଥୀ ବିଜୟୀ ହୋଇଥିଲେ । ହେଲେ ଏଥର ଚିତ୍ର କିନ୍ତୁ ଓଲଟା। ସେପଟେ ଆସାମରେ ବିଜେପି ଶାସନରେ ଥିବାବେଳେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଜୋର ଲଗାଇଛି। ତାମିଲନାଡୁ, କେରଳ ଓ ପୁଡୁଚେରୀରେ ମଧ୍ୟ ଜୋର ଧରିଛି ନିର୍ବାଚନୀ ପ୍ରଚାର।

ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ରହିବ । ଏନେଇ ରାଜ୍ୟ ସରକାରଙ୍କ ଦକ୍ଷତା କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛି । ଏ ସମ୍ପର୍କରେ ବିଭାଗ ପକ୍ଷରୁ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ରାଜ୍ୟ ସରକାରଙ୍କୁ ପୂର୍ବରୁ ସୁପାରିସ୍ କରିଥିଲା । ହାଇକୋର୍ଟର ପୂର୍ବତନ ବିଚାରପତି ଡକ୍ଟର ଏ.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ୮ ତାରିଖରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ ହୋଇଥିଲା । ହାଇପାୱାର କମିଟିର ସୁପାରିସ୍ ଗୁଡ଼ିକ ହେଲା, ସରକାରୀ ସ୍କୁଲ ଓ ଜୁନିଅର କଲେଜରେ ପାସ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ପ୍ରଦାନ । ଏହି ସଂରକ୍ଷଣ ବ୍ୟବସ୍ଥା ଉଭୟ ସାଧାରଣ ବର୍ଗ ଓ ସରଂକ୍ଷିତ ବର୍ଗଙ୍କ କ୍ଷେତ୍ରରେ ସମାନଭାବରେ ଲାଗୁ ହେବ । ଓଡ଼ିଶା ପ୍ରଫେସନାଲ ଏଜୁକେସନ୍ ଆଇନ ୨୦୦୭ର ସେକ୍ସନ-୯ ଅନୁସାରେ ରାଜ୍ୟ ସରକାର ଏ ନେଇ ବିଜ୍ଞପ୍ତି କରିପାରିବେ ବୋଲି କମିଟି ସୁପାରିସ କରିଥିଲା । ସେହି ଅନୁସାରେ ଆଜି କୌଶଳ ବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ବିଜ୍ଞପ୍ତି ଅନୁସାରେ ୧୫ ପ୍ରତିଶତ ସଂରକ୍ଷଣ ସୁବିଧା ପାଇବାକୁ ଥିବା ଶିକ୍ଷାନୁଷ୍ଠାନଗୁଡିକ ହେଲେ ସରକାରୀ ହାଇସ୍କୁଲ, ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ସ୍କୁଲ, ଜୁନିଅର କଲେଜ ପ୍ରମୁଖ । ସେହିପରି ସଂରକ୍ଷଣ ସୁବିଧା ଥିବା ଡାକ୍ତରୀ ପାଠ୍ୟକ୍ରମରେ ଏମବିବିଏସ, ବିଡିଏସ, ବିଏଚଏମଏସ, ବିଏଏମଏସ, ବିଏସଏମଏସ, ବିୟୁଏମଏସ ସାମିଲ ରହିଛି । ଇଂଜିନିୟରିଂ କୋର୍ସରେ ବି.ଟେକ, ବି.ଇ, ଏବଂ ବି.ଆର୍କକୁ ସାମିଲ କରାଯାଇଛି । ସେହିପରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଛାତ୍ରଛାତ୍ରୀ ଅଣସଂରକ୍ଷିତ ସିଟ ପାଇଁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିପାରିବେ । ଯଦି ୧୫ ପ୍ରତିଶତ ସିଟ ପୂରଣ ନହୁଏ ତେବେ ସେହି କ୍ଷେତ୍ରରେ ତାହା ଅନ୍ୟବର୍ଗର ଛାତ୍ରଛାତ୍ରୀଙ୍କୁ ଆବଣ୍ଟନ କରାଯାଇପାରିବ ।

ରାଜ୍ୟରେ ଆଉ ୨୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୭୪ ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଅନୁଗୁଳରୁ ୯, ବାଲେଶ୍ୱର ୬, ବରଗଡ଼ ୧୮, ଭଦ୍ରକ ୨, କଟକ ୧୭, ଢେଙ୍କାନାଳ ୧, ଗଞ୍ଜାମ ୭, ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡ଼ା ୫, କଳାହାଣ୍ଡି ୫୭, କେନ୍ଦ୍ରାପଡ଼ା ୨,  କେନ୍ଦୁଝର ୧୨, ଖୋର୍ଦ୍ଧା ୩୩, କୋରାପୁଟ ୫, ମୟୂରଭଞ୍ଜ ୭, ନବରଙ୍ଗପୁର ୩, ନୟାଗଡ଼ ୨, ନୂଆପଡ଼ା ୩୧, ପୁରୀ ୬, ସମ୍ୱଲପୁର ୧୭, ସୋନପୁର ୩, ସୁନ୍ଦରଗଡ଼ ୩୮ ଏବଂ ଷ୍ଟେଟ୍ ପୁଲ୍‌ରୁ ୪ ଜଣ ସଂକ୍ରମିତ ଚହ୍ନଟ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ୯୦ ଲକ୍ଷ ୪୩ ହଜାର ୯୭୨ ଜଣଙ୍କ କରୋନା ଟେଷ୍ଟିଂ ହୋଇସାରିଥିବା ବେଳେ ୩ ଲକ୍ଷ ୪୦ ହଜାର ୯୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୬ ହଜାର ୯୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୧୩ ଜଣ ଏବେ ଚିକିତ୍ସାଧିନ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ୩ ଶହ ଟପିଲା ଦୈନିକ ମୃତ୍ୟୁ ସଂଖ୍ୟା, ୫୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

୩ ଶହ ଟପିଲା ଦୈନିକ ମୃତ୍ୟୁ ସଂଖ୍ୟା, ୫୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହରୀ। ଗତ ୨୪ ଘଣ୍ଟାରେ ପୁଣିଥରେ  ୫୦ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ଆଉ ୫୩ ହଜାର ୪୮୦ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଟ୍ୱିଟ୍ କରି ସୂଚନା ଦେଇଛି।

ସେହିପରି କରୋନାରୁ ଆଉ ଆଉ ୪୧ ହଜାର ୨୮୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ତେବେ ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫ ଛୁଇଥିବା ବେଳେ, ୧ କୋଟି ୧୪ ଲକ୍ଷ ୩୪ହଜାର ୩୦୧ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏବେ ବି  ସାରାଦେଶରେ ୫ ଲକ୍ଷ ୫୨ ହଜାର ୫୬୬ ସକ୍ରିୟ ମାମଲା ରହିଛି। ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୪୬୮ରେ ପହଞ୍ଚିଛି। ସେପଟେ ଦେଶରେ ଟିକାକରଣ ଜାରି ଥିବା ବେଳେ, ଏବେ ସୁଦ୍ଧା ୬ କୋଟି ୩୦ ଲକ୍ଷ ୫୪ ହଜାର ୩୫୩ ଜଣଙ୍କୁ ଟିକା ଦିଆଯାଇଛି।

ବନ୍ଦ ହେବ ତାଳଚେର ଥର୍ମାଲ ପାଓ୍ୱାର ଷ୍ଟେସନ୍

ଅନୁଗୁଳ: ଏନ୍‌ଟିପିସି ପରିଚାଳିତ ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍‌)କୁ ନେଇ ଲାଗି ରହିଥିବା ନାନା କଳ୍ପନାଜଳ୍ପନାର ଏକ ପ୍ରକାର ଅନ୍ତଃ ଘଟାଇଛନ୍ତି ଏନ୍‌ଟିପିସି କର୍ତ୍ତୃପକ୍ଷ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ୩୧ ତାରିଖରୁ  ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୟୁନିଟ୍‌ ଗୁଡ଼ିକୁ ବିଧିବଦ୍ଧ ଭାବେ ବନ୍ଦ କରାଯିବ ବୋଲି କମ୍ପାନୀ ନିଷ୍ପତ୍ତି ନେଇଛି । ଏନେଇ ଏନ୍‌ଟିପିସି ସେକ୍ରେଟାରୀ ନନ୍ଦିନୀ ସରକାର କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇ ଦେଇଛନ୍ତି । ତେବେ ଟିଟିପିଏସ୍‌ରେ ଷ୍ଟେଜ-୩ ୟୁନିଟ୍‌ ସ୍ଥାପନ ସମ୍ପର୍କରେ ଏନ୍‌ଟିପିସି କର୍ତ୍ତୃପକ୍ଷ କିଛି ଉଲ୍ଲେଖ କରି ନଥିବା ସୂଚନା ମିଳିଛି । ଆଜି ସକାଳୁ ପ୍ଲାଣ୍ଟର ସମସ୍ତ ୟୁନିଟ ବନ୍ଦ କରାଯାଇଥିବା ଦେଖାଯାଇଛି । ପ୍ଲାଣ୍ଟରେ ଥିବା ୬ଟି ଯାକ ୟୁନିଟରୁ ବିଦ୍ୟୁତ ଉତ୍ପାଦନ ଠପ୍ ହୋଇଯାଇଛି । ସୂଚନା ଅନୁସାରେ , କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପାଳନ କରିନଥିବାରୁ ମାର୍ଚ୍ଚ ୩୧ ପରଠାରୁ ଟିଟିପିଏସ୍‌ ପରିଚାଳନା ପାଇଁ ଏନ୍‌ଟିପିସିକୁ ଅନୁମତି ମିଳିନାହିଁ । ତେବେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଗତ ୨୨ ତାରିଖ ରାତିରୁ ଏନ୍‌ଟିପିସି କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ଟିଟିପିଏସ୍‌ର ୬ଟି ୟୁନିଟ୍‌କୁ ବନ୍ଦ କରିଦେଇଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଷ୍ଟେଜ୍‌-୩ ପ୍ରକଳ୍ପ ସ୍ଥାପନ କରିବାକୁ ଅନୁମୋଦନ ଦେଇସାରିଥିବାରୁ ତୁରନ୍ତ ଉକ୍ତ କାର୍ଯ୍ୟ ଆରମ୍ଭ ନିମନ୍ତେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ. ସିଂଙ୍କୁ ମୁଖ୍ୟମନ୍ତ୍ରୀ ଗତ ୨୪ ତାରିଖରେ ଚିଠି ଲେଖିଥିଲେ । ଏହା ସତ୍ୱେ କେନ୍ଦ୍ର ସରକାର ନା ପରିବେଶ ମଞ୍ଜୁରୀ ଦେଇଛନ୍ତି ନା ପ୍ଲାଣ୍ଟର ସମ୍ପ୍ରସାରଣ ଏବଂ ନବୀକରଣ କରାଇଛନ୍ତି । ଯାହା ଫଳରେ କମ୍ପାନୀ କର୍ତ୍ତୃପକ୍ଷ ଆଜି ପ୍ଲାଣ୍ଟକୁ ବନ୍ଦ କରି ଦେଇଥିବା ଜଣା ପଡ଼ିଛି  ।