ସୋଆ ରେଡିଓରେ କାର୍ଯ୍ୟରତ ସାମ୍ବାଦିକା ସବନମ ସରିନଙ୍କ ପରଲୋକ

1 min read

ଭୁବନେଶ୍ୱର: କରୋନା ନେଇଛି ପୁଣି ଜଣେ ସାମ୍ବାଦିକଙ୍କ ଜୀବନ । ସୋଆ ରେଡିଓରେ କାର୍ଯ୍ୟରତ ସବନମ ସରିନଙ୍କର କରୋନାରେ ପରଲୋକ ହୋଇଛି । ସେ ଦୀର୍ଘ ସମୟ ଧରି କରୋନାରେ ସଂକ୍ରମିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା । କରୋନାରେ ସଂକ୍ରମିତ ହୋଇ ସେ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ଅବସ୍ଥାରେ କୌଣସି ସୁଧାର ହୋଇନଥିଲା । ଆଜି ତାଙ୍କର ଦେହାନ୍ତ ହୋଇଯାଇଛି । ସୋଆ ରେଡିଓ ସହ ସେ କନକ ନ୍ୟୁଜ୍, ନ୍ୟୁଜ୍ ସେଭେନ ଓ ଏସଟିଭିରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ସରିନଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

ସବନମ ସରିନ ଭାରତୀ ବିଦ୍ୟା ମନ୍ଦିରରୁ ନିଜ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ରମାଦେବୀ ମହିଳା ମହାବିଦ୍ୟାଳୟରୁ +୨ ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ସେ ବୋଟାନୀରେ ସ୍ନାତକ ପାସ କରିଥିଲେ । IGNOUରୁ ସେ ସାମ୍ବାଦିକ ଓ ଗଣ ଯୋଗାଯୋଗ ଶିକ୍ଷା ଲାଭ କରିଥିଲେ । ସେ ମାଇକ୍ରୋ ବାଇଲୋଜି ମଧ୍ୟ ଶିକ୍ଷା ଲାଭ କରିଥିଲେ । ଏଭଳି ଜଣେ ଦକ୍ଷ ସାମ୍ବାଦିକାଙ୍କୁ ହରାଇବା ସାମ୍ବାଦିକତା ପାଇଁ ଏକ ବିରାଟ କ୍ଷତି ।    ଏହାପୂର୍ବରୁ ମଧ୍ୟ ରାଜ୍ୟରେ ବହୁ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇସାରିଛି ।

Leave a Reply