ଆସିଲା ଗୁଗଲର ନୂଆ ଫିଚର୍ : ମିଳିବ କରୋନା ଭ୍ୟାକସିନ ସହ ଜଡିତ ସମସ୍ତ ତଥ୍ୟ

1 min read

ଗୁଗଲ ବାବାଙ୍କ ବିନା ଦୁନିଆ ଅଚଳ । କିଛି ବି ଜାଣିବାର ଅଛି ତ ଗୁଗଲ ଭରସା । ଗୁଗୁଲ ଡାଉନ୍ ତ ସବୁକିଛି ଡାଉନ୍ । କରୋନା କାଳରେ ଗୁଗଲ ଅନେକଙ୍କ ପାଇଁ ସୂଚନାର ସ୍ରୋତ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଗୁଗଲ ମଧ୍ୟ ନିଜର ନୂଆ ଫିଚର୍ ଲଂଚ କରିଛି । ଆପଣମାନେ ତ ଦେଖୁଛନ୍ତି କେଉଁଭଳି ସାରା ଦେଶରେ ରହିଛି କରୋନାର ସ୍ଥିତି । ସେଥିପାଇଁ ଟେକ୍ କଂମ୍ପାନୀ ଏହି ବିଷୟକୁ ନେଇ କିଛି ନୂଆ ନୂଆ ଫିଚର ,ଲଂଚ କରୁଛନ୍ତି । ଗୁଗଲ ମଧ୍ୟ ଏହି ନୂଆ ଫିଚରକୁ ନେଇ ଆଗକୁ ଆସିଛି । ଯେଉଁଥିରେ ଆପଣ କୋଭିଡ-୧୯ ସଂମ୍ବନ୍ଧିତ ପ୍ରଶ୍ନକୁ ସର୍ଚ କରିପାରିବେ ।

ଯେମିତିକି ଭ୍ୟାକସିନ୍ କିମ୍ବା ରେଜିଷ୍ଟ୍ରେସନ ବାବଦରେ ସହଜରେ ଜାଣିପାରିବେ । ସୋମବାର ଦିନ କଂମ୍ପାନୀ ଏହି ନୂତନ ଫିଚରର ଘୋଷଣା କରିଛି । ଏଥିରେ ଯେତେବେଳେ ଗୁଗଲ ୟୁଜରସ୍ ଭ୍ୟାକସିନ ବିଷୟରେ ସର୍ଚ କରିବେ । ସେତେବେଳେ ତାଙ୍କୁ ଭ୍ୟାକସିନର ଉପକାରିତା କଣ ? କେମିତି ଭ୍ୟାକସିନ ନେବେ ? ଏହାର ସାଇଡ୍ଇଫେକ୍ଟ କଣ ? ଏସବୁ ବିଷୟରେ ବି ସୂଚନା ମିଳିବ । ତାସହ କୋୱିନ ପୋର୍ଟାଲକୁ ଯିବା ପାଇଁ ଏହିଠାରେ ଲିଙ୍କ ମଧ୍ୟ ଦିଆଯିବ । କେବଳ ସେତିକି ନୁହେଁ ଭ୍ୟାକସିନକୁ ନେଇ ଲେଟେଷ୍ଟ ଅପଡେଟ୍ ବି ଏଥିରେ ଆପଣ ମାନେ ପାଇପାରିବେ । ଏଥିରେ ଯାହା ବି ଡାଟା ୟୁଜରର୍ସ ମାନଙ୍କୁ ମିଳିବ । ତାହା ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗରୁ ଆସିଥିବା ସୂଚନା ଉପରେ ହିଁ ଆଧାରିତ ହୋଇଥିବ । ଏହିଭଳି ଲୋକଙ୍କୁ ଜରୁରୀ ସୂଚନା ପହଂଚାଇବା ପାଇଁ ହିଁ ଗୁଗୁଲ ଏହି ନୂଆ ଫିଚର୍ ଲଂଚ କରିଛି ।

କିଛିଦିନ ତଳେ ଭ୍ୟାକସିନେସନର ପ୍ରକ୍ରିୟାକୁ ଲୋକଙ୍କୁ ଆହୁରୀ ଭଲଭାବରେ ବୁଝାଇବା ପାଇଁ ନିଜ ପେଜ୍ ରେ ଡୁଡଲ ମଧ୍ୟ ବନାଇଥିଲା । ଆଗାମୀ ଦିନରେ ଗୁଗୁଲ ମ୍ୟାପରେ ବି କ୍ରିଟିକାଲ ରିସର୍ଚ ଭଳି ଜିନିଷକୁ ଅପଡେଟ୍ କରିବା ପାଇଁ କଂମ୍ପାନୀର ଯୋଜନା ରହିଛି । ଯେମିତିକି କେଉଁ ହସ୍ପିଟାଲରେ ବେଡ୍ ଉପଲବ୍ଧ ଅଛି କିମ୍ବା କେଉଁଠି ଅକ୍ସିଜେନର ଅଭାବ ଅଛି । ଏସବୁ ବିଷୟରେ ୟୁଜରସ୍ ନିଜ ମ୍ୟାପରେ ହସ୍ପିଟାଲର ସୂଚନା ପାଇବାକୁ ଚାହିଁଲେ କିଭଳି ସହଜରେ ପାଇପାରିବେ ତାର ଯୋଜନା କରୁଛି ଗୁଗଲ । ଏହିଭଳି ନୂଆ ନୂଆ ଫିଚର ଜରିଆରେ ସାଧାରଣ ଲୋକେ ବି କରୋନାସହ ଜଡିତ ସମସ୍ତ ତଥ୍ୟ ସହଜରେ ପାଇପାରିବେ ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner