spot_img
Home Blog Page 5810

ଋଷ୍ ଆଣିଲା ପଶୁ ମାନଙ୍କ ପାଇଁ ପ୍ରଥମ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆକ୍ଟିଭ୍ କେସ୍ ବି ବଢୁଛି । କେତେକ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାରାଷ୍ଟ୍ର ସମେତ ଦିଲ୍ଲୀ, ପଞ୍ଜାବ, କେରଳ, କର୍ନାଟକରେ ବେକାବୁ ହୋଇଛି ସ୍ଥିତି । ସବୁଠୁ ଖରାପ ସ୍ଥିତି ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ କ୍ଷେତ୍ରରେ କରୋନା ଲକ୍ଷଣ ଦେଖାଯାଉ ନ ଥିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ।

ଭୂତାଣୁକୁ ଚେକ୍ ଦେବା ପାଇଁ ବିଶ୍ୱବ୍ୟାପି ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି । କରୋନା ମହାମାରୀଠାରୁ ମୁକ୍ତି ପାଇବା ପାଇଁ ଲୋକମାନେ କରୋନା ଭ୍ୟାକସିନ ନେବା ସହ ସଚେତନ ରହୁଛନ୍ତି ।

ତେବେ ଇତି ମଧ୍ୟରେ ପଶୁମାନଙ୍କ ପାଇଁ ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ବିକଶିତ କରିଛି ଋଷ୍ । କରୋନା ଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତ ସଦ୍ୟ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପଶୁଙ୍କ ଦେହରୁ ମନୁଷ୍ୟ ଶରୀରକୁ ସଂକ୍ରମଣ ବ୍ୟାପିଛି ବୋଲି ସ୍ପଷ୍ଟ କରିବା ସହ ଏଥି ପାଇଁ ଚିନ୍ତା ପ୍ରକଟ କରିଥିବା ବେଳେ ପଶୁଙ୍କ ପାଇଁ ରୁଷିଆର ଏହି କାର୍ଣ୍ଣିଭାକ୍‌-କୋଭ୍‌ ନାମକ ଟିକାର ବିକାଶ ଗୁରୁତ୍ୱ ବହନ କରୁଛି ।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ମାସରୁ ବିଭିନ୍ନ ପଶୁଙ୍କ ଠାରେ ରୁଷିଆ ଚଳାଇଥିବା ନୈଦାନିକ ପରୀକ୍ଷଣରେ କୁକୁର, ବିରାଡ଼ି, କୋକିଶିଆଳି ଓ ମିଙ୍କ୍‌ ପରି ପ୍ରାଣୀଙ୍କ ଠାରେ କରୋନାବିରୋଧୀ ଆଣ୍ଟିବଡି ବିକଶିତ ହୋଇଥିବା ସ୍ପଷ୍ଟ ହୋଇଛି। ଫଳରେ ଟିକାକରଣ ଦ୍ୱାରା ବିଭିନ୍ନ ପଶୁଙ୍କୁ କରୋନାଭୂତାଣୁ ଦାଉରୁ ମୁକ୍ତ ରଖିବା ସହ ଏହାର ରୂପାନ୍ତରୀକରଣକୁ ମଧ୍ୟ ପ୍ରତିରୋଧ କରିହେବ ବୋଲି ରୁଷୀୟ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି। ଏଥି ସହିତ ଏହି ଟିକାର ଗଣପ୍ରସ୍ତୁତି ଚଳିତ ମାସରେ ଆରମ୍ଭ ହେବ ବୋଲି ଋଷ୍ ଘୋଷଣା କରିଛି ।

ଅବିସ୍ମରଣୀୟ ଉତ୍କଳ ଦିବସ; ମନେପକାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୧୯୩୬ ଏପ୍ରିଲ ୧ । ଓଡିଶା ପାଇଁ ଅବିସ୍ମରଣୀୟ ଆଜିର ଦିନ । ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଆମେ ପାଇଥିଲେ ପରିଚୟ । ଖଣ୍ଡ ବିଖଣ୍ଡିତ ହୋଇ ବିକ୍ଷିପ୍ତ ଅବସ୍ଥାରେ ଥିବା ଓଡ଼ିଶା ଏହାର ପରିଚୟ ସମ୍ପୂର୍ଣ୍ଣ ହରାଇବାକୁ ବସିଥିଲା । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୁଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ମେହେର, ରାଧାନଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା ।

 

ପ୍ରଥମେ ୬ଟି ଜିଲ୍ଲାକୁ ନେଇ ଗଠନ ହୋଇଥିବା ଓଡିଶା ଆଜିର ଦିନରେ ନିଜର ପରିଚୟ ପାଇଥିଲା । ଏପ୍ରିଲ ୧, ୧୯୩୬ ମସିହାରେ ଅସ୍ତିତ୍ବ ପାଇଥିବା ଓଡିଶାର ଏହି ପବିତ୍ର ଦିବସକୁ ମନେ ପକାଇଛନ୍ତି ସମସ୍ତେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପବିତ୍ର ଉତ୍କଳ ଦିବସରେ ଓଡିଶାର ପ୍ରତିଟି ଜନସାଧାରଣଙ୍କୁ ଶୁଭେଛା ଜଣାଇଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଉତ୍କଳ ଦିବସରେ ସମସ୍ତଙ୍କୁ ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ। ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥାପତ୍ୟ, ହସ୍ତ କଳା ଓ ନୃତ୍ୟ ପାଇଁ ଏ ଦେଶ ଗର୍ବିତ। ଓଡ଼ିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭକାମନା ବୋଲି କହିଛନ୍ତି ରାଷ୍ଟ୍ରପତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭକାମନା ଜଣାଇବା ସହ କହିଛନ୍ତି, ଓଡ଼ିଶାର ବିଶେଷ ସଂସ୍କୃତିକୁ ମୋର ସମ୍ମାନ । ଦେଶର ପ୍ରଗତି ପାଇଁ ଓଡ଼ିଶାର ଜନସାଧାରଣଙ୍କ ଅବଦାନ ଅତୁଳନୀୟ । ରାଜ୍ୟର ଜନସାଧାରଣଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି । ଅନ୍ୟପଟେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ନିଜର ଶୁଭେଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟର ଅନେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଉତ୍କଳ ଦିବସରେ ଜଣାଇଛନ୍ତି ଶୁଭେଛା ।

ଏପ୍ରିଲ ପାଇଁ ଗାଇଡଲାଇନ୍; ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଆଜିଠୁ ଏପ୍ରିଲ ମାସର ନୂଆ କରୋନା ଗାଇଡଲାଇନ୍ ଲାଗୁ। ଏସଆରସି ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି। ଜିଲ୍ଲା ଓ ପୌରାଞ୍ଚଳସ୍ତରରେ ହେବ ମାଇକ୍ରୋ କଣ୍ଟେନମେଣ୍ଟ । କେନ୍ଦ୍ରୀୟ ଓ ରାଜ୍ୟ ଗାଇଡଲାଇନ୍ ଆଧାରରେ କଣ୍ଟେନମେଣ୍ଟ ଜୋନ୍ କରାଯିବ। କଣ୍ଟେନମେଣ୍ଟ ନେଇ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର ନିଷ୍ପତ୍ତି ନେବେ।

ସେପଟେ RT-PCR ଟେଷ୍ଟ ବଢ଼ିବ। ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସମ୍ବେଦନଶୀଳ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯିବ। ତେବେ କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ କାର୍ଯ୍ୟକୁ ଅନୁମତି ଦିଆଯିବ । ଘରକୁ ଘର ସର୍ଭେଲାନ୍ସ କରାଯିବ । ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଏକତ୍ରୀକରଣ ଉପରେ କଟକଣା ଲଗାଯାଇଛି । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ହୋଇପାରିବ କାର୍ଯ୍ୟକ୍ରମ । ତେବେ ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ସଭାକୁ ଅନୁମତି ଦିଆଯିବ । ଖୋଲା ମୈଦାନରେ ସଭା ପାଇଁ ଅନୁମତି ଦେବ ଜିଲ୍ଲା ପ୍ରଶାସନ । ସ୍କୁଲ ଓ ହଷ୍ଟେଲ ଖୋଲିବା ନେଇ ବିଭାଗ ନିଷ୍ପତ୍ତି ନେବ । ତେବେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ସରକାରଙ୍କ ଅନୁମତି ଆବଶ୍ୟକ।

ଉତ୍କଳ ଦିବସ; କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କଟକ: ଉତ୍କଳ ଦିବସ ଅବସରରେ ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରର ଦୁଇଟି ପ୍ରମୁଖ ସ୍ଥାନରେ ଦୁଇଟି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଗୋପବନ୍ଧୁଙ୍କ ମୂର୍ତ୍ତିକୁ ପ୍ରଥମେ ଅନାବରଣ କରିବେ ଏହା ସହ ବେଲଭ୍ୟୁ ଠାରେ ନବନିର୍ମିତ ପାର୍କରେ ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ସ୍ମାରକୀ ବ୍ରୋଞ୍ଜ ୱାଲକୁ ଉଦଘାଟନ କରିବେ ।

୨୮ ଲକ୍ଷ ଟଙ୍କା ବ୍ୟୟରେ ବ୍ରୋଞ୍ଜ ଓ୍ବାଲକୁ ନିର୍ମାଣ କରିଛି ରାଜ୍ୟ ସଂସ୍କୃତି ବିଭାଗ । ଏଥିରେ ୧୦୦ ବର୍ଷ ତଳର ସଭାରେ ମହାତ୍ମା ଗାନ୍ଧି, କସ୍ତୁରବା ଓ ଗୋପବନ୍ଧୁଙ୍କ ଭଳି ଅବିକଳ ନକଲ ଦେଖିବାକୁ ମିଳିବ । ଏଥି ସହ ଏକ ସୁନ୍ଦର ପାର୍କ, ଓପନ ଥିଏଟର ଓ ବାଲୁକା କଳା ମଧ୍ୟ ପାର୍କ ଶୋଭାପାଇବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସହରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ୩୦ ଆସନ ପାଇଁ ହେବ ଭୋଟିଂ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ୩୦ଟି ଆସନରେ ହେବ ଭୋଟିଂ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧୭୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୭୫ ଲକ୍ଷ ୯୪ ହଜାର ୫୪୯ ଭୋଟର । ୧୦ ହଜାର ୬୨୦ଟି ମତଦାନ କେନ୍ଦ୍ରରେ ହେବ ଭୋଟିଂ ।

ପଶ୍ଚିମବଙ୍ଗରେ ମୋଟ୍ ୮ଟି ପର୍ଯ୍ୟାୟରେ ହେଉଛି ମତଦାନ । ଆଜି ୨୪ ପ୍ରଙ୍ଗଣା, ବାଙ୍କୁରା, ପଶ୍ଚିମ ମେଦିନିପୁର ଓ ନନ୍ଦିଗ୍ରାମ ଭଳି ହାଇପ୍ରୋଫାଇଲ୍ ସ୍ଥାନରେ ହେବ ମତଦାନ। ସଭିଁଙ୍କ ନଜର ରହିଛି ନନ୍ଦିଗ୍ରାମ ଉପରେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିରଗ୍ରାମରେ ହେଉଛି କଡା ଟକ୍କର । ଶୃଙ୍ଖଳିତ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଯେଭଳି କୌଣସି ହିଂସା ପରିସ୍ଥିତି ସୃଷ୍ଟି ନ ହୁଏ ତାହା ଉପରେ ବିଶେଷଭାବେ ଧ୍ୟାନ ଦିଆଯାଇଛି ।

ସେପଟେ ଆସାମରେ ମଧ୍ୟ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ଭୋଟିଂ। ୩୯ଟି ଆସନରେ ହେବ ମତଦାନ । ୩୪୫ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୨୬ ଜଣ ମହିଳା ପ୍ରାର୍ଥୀ । ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆସାମରେ ତିନୋଟି ପର୍ଯ୍ୟାୟରେ ହେବ ମତଦାନ । ମେ ୨ ତାରିଖରେ ଆସିବ ନିର୍ବାଚନ ଫଳାଫଳ।

PPF ସୁଧହାର କମାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ପୁଣି ଥରେ ସାଧାରଣ ଲୋକଙ୍କୁ ବଡ ଝଟକା ଦେଇଛନ୍ତି କେନ୍ଦ୍ର ସରକାର । ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ(PPF) ସୁଧହାର କମାଇଛନ୍ତି ମୋଦି ସରକାର । ୬.୪ ପ୍ରତିଶତକୁ କମିଛି PPF ସୁଧହାର । ଦୀର୍ଘ ୪୬ବର୍ଷ ପରେ PPF ସୁଧହାର କମିଛି । ନ୍ୟାସନାଲ ସେଭିଙ୍ଗସ୍ ସାର୍ଟିଫିକେଟ୍(NSC) ୫.୯ ପ୍ରତିଶତକୁ ହ୍ରାସ ପାଇଛି । ଆସନ୍ତାକାଲିଠାରୁ ଲାଗୁ ହେବ ଏହି ନୂଆ ସୁଧହାର ।

ପୂର୍ବରୁ ୭ ପ୍ରତିଶତ ସୁଧହାର ମିଳୁଥିଲା  । ଏବେ ଏହାକୁ କମ୍ କରିଛନ୍ତି କେନ୍ଦ୍ର ସରକାର । ସେହିଭଳି ମିଆଦି ଜମା ଉପରେ ମଧ୍ୟ ସୁଧ କମିଛି । ବର୍ଷିକିଆ ମିଆଦି ଜମା ଉପରେ ସୁଧହାର ୫.୪ ପ୍ରତିଶତରୁ ଖସି ୪.୪ ପ୍ରତିଶତ,  ୨ରୁ ୫ ବର୍ଷ ମଧ୍ୟରେ ସୁଧାହାର ୦.୫ ପ୍ରତିଶତ କମ କରାଯାଇଛି । ରିକରିଂ ଜମା ଉପରେ ୫ ପ୍ରତିଶତରୁ ୫.୮ ପ୍ରତିଶତ ସୁଧ ମିଳିବ ।

ଗଣଦୁଷ୍କର୍ମ ମାମଲା, ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ସହ ଜରିମାନା

ଝାରସୁଗୁଡ଼ା: ବନହରପାଲି ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ । ରମାକାନ୍ତ ନାୟକ, ପ୍ରକାଶ ନାଏକ ଓ ବାବଲୁ ମିର୍ଦ୍ଧାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ଦୌରାଜଜ ।

Jharasuguda Gang Rape Case, 3 Accused Convicted For 20 Year

୨୦୧୫ ମସିହା ଜୁନ୍ ୨୩ ତାରିଖରେ ବନହରପାଲି ଅଞ୍ଚଳର ଜଣେ ମହିଳା ନିକଟସ୍ଥ ଡୁଙ୍ଗୁରିକୁ ଶୌଚ ପାଇଁ ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ । ଏନେଇ ମହିଳା ଜଣକ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବୁଧବାର ଝାରସୁଗୁଡ଼ା ଜିଲ୍ଲା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ଦୌରା ଜଜ ହର ପ୍ରସାଦ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ଦୁଷ୍କମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଓ ୫ ହଜାର ଟଙ୍କା ଲେଖାଏଁ ଜରିମାନା ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୁକ୍ତମାନେ ଜରିମାନା ପୈଠ ନକଲେ ସେମାନଙ୍କ ଜେଲ ଦଣ୍ଡାଦେଶ ଆହୁରି ୬ ମାସ ଯାଏ ବୃଦ୍ଧି କରାଯିବ ବୋଲି ଶ୍ରୀ ପଟ୍ଟନାୟକ ରାୟ ପ୍ରକାଶ କରିଛନ୍ତି । ୧୯ ଜଣ ସାକ୍ଷୀଙ୍କୁ ପଚରାଉଚରା କରିବା ପରେ ମାନ୍ୟବର କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ପୀଡିତାଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ସତପାଲ ସିଂ ମାମଲଟିକୁ ପରିଚାଳନା କରିଥିଲେ ।

ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା, ମହାତ୍ମା ଗାନ୍ଧୀଙ୍କ ସ୍ୱଦେଶୀ ଆନ୍ଦୋଳନର ବହୁ ପୂର୍ବରୁ ମଧୁସୂଦନ ଏହା ଆରମ୍ଭ କରିଥିଲେ

୧୯୩୬ ଅପ୍ରେଲ ୧ । ଉତ୍କଳ ଇତିହାସର ସ୍ୱର୍ଣ୍ଣିମ ଦିନ । ବ୍ରିଟିଶ୍ ଶାସନ କାଳରେ ସ୍ୱତନ୍ତ୍ର ରାଜ୍ୟ ଭାବେ ରାଜ୍ୟ ଭାବେ ଏପ୍ରିଲ୍ ୧ରେ ନବଗଠିତ ହୋଇଥିଲା ଓଡ଼ିଷା । ଏହି ସ୍ମୃତିକୁ ଉଜ୍ଜୀବତ କରିବା ଲାଗି ପ୍ରତିବର୍ଷ ଏପ୍ରିଲ୍ ୧ରେ ପାଳନ ହେଉଛି ଉତ୍କଳ ଦିବସ । ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେଉଛି ଓଡ଼ିଶା । ସାଲ୍ ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୁଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ମେହେର, ରାଧାନଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା ।

ପ୍ରଥମେ ଛଅଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ଓଡ଼ିଶା । କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଜିଲ୍ଲାକୁ ଗଠିତ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଥିଲେ ସାର ଅଷ୍ଟିନ ହବାକ୍‌ । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ପରିଣତ କରାଗଲା । ପ୍ରତି ବର୍ଷ ଏପ୍ରିଲ୍ ପହିଲାକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।

ଭାଷାଭିତ୍ତିରେ ପ୍ରଥମ ରାଜ୍ୟ ଓଡ଼ିଶା । ତେଣୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି ।

ପୂର୍ବରୁ ଉତ୍କଳ ଖଣ୍ଡବିଖଣ୍ଡିତ ହୋଇ ପଡ଼ି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ ଥିଲା, କେତେକ ଅଞ୍ଚଳ ବିହାରରେ ଥିବା ବେଳେ, ଦକ୍ଷିଣରେ ଗଂଜାମ, ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିଲା। ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରି କେତେକ ବୀରପୁତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରଙ୍କ ସଂଘର୍ଷରେ ୧୯୦୩ରେ ପ୍ରଥମେ ଗଠନ ହେଲା ଉତ୍କଳ ସମ୍ମିଳନୀ । ଏହା ପରେ ଜୋରଦାର ହୋଇଥିଲା ସଂଗ୍ରାମ । ଶେଷରେ ସାକାର ହେଲା ସ୍ୱପ୍ନ । ଓଡ଼ିଆଙ୍କୁ ମିଳିଥିଲା ନିଜ ପାଇଁ ଏକ ସ୍ୱତନ୍ତ୍ର ଭୌଗୋଳିକ ଭୂଖଣ୍ଡ।

ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ । ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ । ମାତ୍ର ଦୁଃଖର କଥା ଯେ, ଆଜକୁ ୮୫ ବର୍ଷ ତଳେ ମଧୁ ବାବୁ ଯେଉଁ ସ୍ୱପ୍ନ ନେଇ ସ୍ୱତନ୍ତ୍ର ଉତ୍କଳର ଚିନ୍ତା କରିଥିଲେ, ତାହା ପରବର୍ତ୍ତୀ ପିଢି ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି । ଖଣି, ଖାଦାନ, ଜଙ୍ଗଲ, ଜଳରେ ପରିପୂର୍ଣ୍ଣ ଓଡ଼ିଶା । ଓଡ଼ିଶାରେ ସବୁ ଥାଇ ମଧ୍ୟ ଆମ ରାଜ୍ୟର ଲୋକେ ଗରିବ ହୋଇ ରହିଛନ୍ତି । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କାମ ମିଳୁ ନଥିବାରୁ ପେଟ ପୋଷିବା ପାଇଁ ଓଡ଼ିଆ ଲୋକ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି ।

ମଧୁସୂଦନ ଦାସଙ୍କ ଅବଦାନ

ଉତ୍କଳ ଗୌରବ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅସୀମ ଜାତି ପ୍ରୀତି, ଚରମ ତ୍ୟାଗ, ଗଭୀର ଅଧ୍ୟବସାୟ, ଆନ୍ତରିକ ନିଷ୍ଠା ଓ ବିଚକ୍ଷଣ ଦୂରଦର୍ଶିତା ପ୍ରଣିଧାନଯୋଗ୍ୟ । ସତ୍ୟ, ନ୍ୟାୟ ଓ ସାଧୁତା ପ୍ରଦର୍ଶନ କରି ଓଡ଼ିଆ ଜାତିର ନୈତିକତା ଓ ସଚ୍ଚୋଟତାର ଗୌରବମୟ ପରମ୍ପରା ସେ ସୃଷ୍ଟି କରିଥିଲେ । ମହାତ୍ମା ଗାନ୍ଧୀ ଆନୁଷ୍ଠାନିକ ଭାବେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କରିବାର ବହୁ ପୂର୍ବରୁ ମଧୁସୂଦନ ଓଡ଼ିଶାରେ ଏହା ଆରମ୍ଭ କରିଥିଲେ । ଓଡ଼ିଆ ଜାତୀୟ ଆନ୍ଦୋଳନର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ବିଚ୍ଛିନ୍ନାଚଂଳକୁ ଏକତ୍ର କରି ଆଧୁନିକ ଓଡ଼ିଶା ଗଠନ କରିବାରେ ସେ ଥିଲେ ପ୍ରଧାନ ପୁରୋଧା । ୧୮୮୨ରେ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସଭା ଏବଂ ୧୯୦୩ରେ ଉତ୍କଳ ସମ୍ମିଳନୀ ।

ଆଧାର-ପ୍ୟାନ୍ ଲିଙ୍କ ପାଇଁ ୩ମାସ ବଢିଲା ଡେଡ୍‌ଲାଇନ୍, ଆଜି ଥିଲା ଶେଷ ତାରିଖ

ନୂଆଦିଲ୍ଲୀ: ଆଧାରକାର୍ଡଧାରୀଙ୍କୁ ଆଶ୍ୱସ୍ତି । ଘୁଞ୍ଜିଲା ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରାଇବାର ତାରିଖ । ଆଜି ଲିଙ୍କ କରାଇବାର ଶେଷ ତାରିଖ ଥିବାବେଳେ ଏହାକୁ ଜୁନ୍ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଅର୍ଥାତ ଆହୁରି ତିନି ମାସ କୋହଳ କରିଛନ୍ତି ସରକାର । କରୋନା କଟକଣା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

ଏହି ତିନି ମାସ ମଧ୍ୟରେ ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରାଇବା ବାଧ୍ୟତାମୂଳକ କରାଯାଇଛି । ଆଧାର ସହ ପାନ୍ କାର୍ଡ ଲିଙ୍କ ନହେଲେ ଆଗାମି ଦିନରେ ବହୁ ସମସ୍ୟା ଭୋଗିବାକୁ ପଡିବ । ଜମି କିଣା ବିକା ସହ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବା ସମ୍ଭବ ହେବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ଆଧାର କାର୍ଡ ଜରିଆରେ ସରକାରୀ ସୁବିଧା ପାଉଛନ୍ତି ।

ପାନ୍ କାର୍ଡ ଲିଙ୍କ ନଥିବାରୁ ସେମାନଙ୍କର ଅର୍ଥନୀତିର ସଂପୂର୍ଣ୍ଣ କାରବାର ଅଦୃଶ୍ୟ ହୋଇ ରହୁଛି । କିନ୍ତୁ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ ହେଲେ ଟଙ୍କା କାରବାରର ସବୁ ତଥ୍ୟ ସାମ୍ନାକୁ ଆସିଯିବ । ଆୟକର ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ପତ୍ତା ଲଗାଇବ ଏହି ବ୍ୟବସ୍ଥା । ତେଣୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୧ ଅର୍ଥ ବିଲ ସଂଶୋଧନରେ ଏହି ବ୍ୟବସ୍ଥା ଆଣିଛନ୍ତି କେନ୍ଦ୍ର ସରକାର ।

ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରାଜସ୍ବ ଆଦାୟ କରିଛି ବିଏମସି

ଭୁବନେଶ୍ୱର: ରାଜସ୍ବ ଆଦାୟ କ୍ଷେତ୍ରରେ ବିଏମସିର ବଡ଼ ସଫଳତା । ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରାଜସ୍ବ ଆଦାୟ କରିଛି ବିଏମସି । କେବଳ ହୋଲ୍ଡିଂ ଟ୍ୟାକ୍ସରୁ ଆଦାୟ ହୋଇଛି ୫୦କୋଟିରୁ ଅଧିକ ରେକର୍ଡ ପରିମାଣର ଅର୍ଥ । ୧ ହଜାର ୬୦୮ଜଣ ବଡ଼ ବଡ଼ ଖିଲାପକାରୀ ଚିହ୍ନଟ ହୋଇଛନ୍ତି । ଖିଲାପକାରୀଙ୍କ ଠାରେ ପଡ଼ି ରହିଛି ୩୩ କୋଟି ଟଙ୍କା ।

BMC Collected Holding TAX More Than Target

ବାରମ୍ବାର ନୋଟିସ ପରେ ମଧ୍ୟ ଟିକସ ଦେବାରେ ଅବହେଳା କରୁଛନ୍ତି ବିଭିନ୍ନ ସଂସ୍ଥା । ଖିଲାପକାରୀଙ୍କ ପାଖରେ ବକେୟା ପଡିଛି ପ୍ରାୟ ୩୩କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ । ଆଦାୟ ପାଇଁ ସେମାନଙ୍କ ନାମରେ ସର୍ବସାଧାରଣରେ ଲଗାଯାଇଛି ନାମ ତାଲିକା । ପଠାଯାଇଛି ରେଡ୍ ନୋଟିସ୍ । ଏବେ ଓପିଡିଆର କେସ୍ ରୁଜୁ ସହ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କରାଯାଉଛି ନୋଟିସ୍ । ଚଳିତ ଆର୍ଥିକ ବର୍ଷରେ ବିଏମସି ମୋଟ ୯୦କୋଟି ଟଙ୍କାର ରାଜସ୍ବ ଆଦାୟ କରିବାର ଲକ୍ଷ୍ୟ ରଖିଥିଲା । ସେଥିରୁ ୪୩କୋଟି କେବଳ ହୋଲ୍ଡିଂ ଟ୍ୟାକ୍ସ । ତେବେ କୋଭିଡ ଓ ବର୍ଦ୍ଧିତ ଟ୍ୟାକ୍ସ ସ୍ଥଗିତ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସତ୍ତ୍ୱେ ରେକର୍ଡ ପରିମାଣର ପ୍ରାୟ ୫୦କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇଛି । ଯାହା ବିଏମସି ପାଇଁ ସର୍ବକାଳୀନ ରେକର୍ଡ ।

BMC Collected Holding TAX More Than Target

ଚଳିତ ଆର୍ଥିକ ବର୍ଷରେ ରାଜସ୍ବ ଆଦାୟ କମ୍ ହେବା ଆଶଙ୍କା ଥିଲା । ତଥାପି ୩ଟି ଜୋନରେ ଜୋନାଲ ଡେପୁଟି କମିଶନରଙ୍କ ସହିତ ୱାର୍ଡ ଅଫିସରଙ୍କୁ ଟାର୍ଗେଟ୍ ଦିଆଯାଇଥିଲା । ବାରମ୍ବାର ନୋଟିସ୍ ପରେ ମଧ୍ୟ ବଡ଼ ଖିଲାପକାରୀ ଅବହେଳା କରିବା ପରେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯାଇଛି । ଏଭଳି ପରିସ୍ଥିତିରେ ପାହାଳ ସ୍ଥିତ ଆପେକ୍ସ କଲେଜ ୨୦୧୨-୧୩ ମସିହାରୁ ବକେୟା ଥିବା ୬ କୋଟି ୨୯ଲକ୍ଷ ଟଙ୍କାରୁ ଶତକଡା ୫୦ ପ୍ରତିଶତ ୩କୋଟି ଟଙ୍କା ପ୍ରଦାନ କରିଛି । ଅବଶିଷ୍ଟ ପର୍ଯ୍ୟାୟ କ୍ରମେ ପଇଠ କରିବାକୁ ଲିଖିତ ଦେଇଛି ।

BMC Collected Holding TAX More Than Target

ସେପଟେ ବଡ଼ ବଡ଼ ଖିଲାପକାରୀଙ୍କ ଠାରୁ ବକେୟା ଟ୍ୟାକ୍ସ ଆଦାୟ ପାଇଁ ନିୟୋଜିତ ହୋଇଥିବା କିନ୍ନରଙ୍କ ଟିଜି ସ୍ବିକୃତୀ ଗ୍ରୁପ୍ ଦୁଇ ମାସରେ ପ୍ରାୟ ୫କୋଟି ଟଙ୍କାର ବକେୟା ହୋଲ୍ଡିଂ ଟେକ୍ସ ଆଦାୟରେ ସଫଳ ହୋଇଛନ୍ତି । ବର୍ଦ୍ଧିତ ଡୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ପରେ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ସେପଟେ ବଡ ବଡ ଖିଲାପକାରୀଙ୍କୁ ମଧ୍ୟ ପ୍ରଥମେ ଶତକଡା ୫୦ଭାଗ ଓ ଅବଶିଷ୍ଟ ପର୍ଯ୍ୟାୟ କ୍ରମେ ପଇଠ କରିବାକୁ ସୁଯୋଗ ଦେଇଛି ବିଏମସି ।