spot_img
Home Blog Page 5809

କରୋନାକୁ ନେଇ ସଚେତନ ଥିବା ସାହିଦ କପୁରଙ୍କୁ ଟ୍ରୋଲ କଲେ ୟୁଜର୍ସ

ମୁମ୍ବାଇ: ଅଭିନେତା ସାହିଦ କପୁରଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା ସାହିଦ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ସହିତ ଏକ ନୂଆ ଉପାୟରେ ଫେସ ସିଲ୍ଡ ପିନ୍ଧିଥିଲେ ଏହାକୁ ଦେଖିବା ପରେ କିଛି ଫ୍ୟାନ୍ସ ତାଙ୍କୁ ପ୍ରଶଂସା କରିଥିଲେ ଏବଂ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି

ସାହିଦଙ୍କୁ ଏହି ନୂଆ ଲୁକରେ ଚିହ୍ନିବା ମୁସ୍କିଲ ହୋଇପଡୁଛି ତାଙ୍କ ଅଲ ବ୍ଲାକ୍ ଲୁକ୍ ସହିତ ସେ ମାସ୍କ, ଏକ କଳା ଚଷମା ଫେସ୍ ସିଲ୍ଡ ଲଗାଇଛନ୍ତି ଏଥିରେ ତାଙ୍କ ମୁହଁ ଜମା ବି ଜଣାପଡୁନି ଏବେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଟ୍ରୋଲର୍ସ ତାଙ୍କ ମଜା ଉଡାଉଛନ୍ତି ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହା କେମିତିକା ଫ୍ୟାସନ ଆଉ ଜଣେ ଲେଖିଛନ୍ତି ଯେ ଯଦି ଏତେ ଡରୁଛ ତେବେ ଘରୁ କାହିଁକି ବାହାରୁଛ

ପୂର୍ବରୁ ମୀରା ସାହିଦଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେଉଥିଲା ଯେଉଁଥିରେ ସେମାନେ ପରସ୍ପରକୁ ରଙ୍ଗ ଲଗାଉଥିବା ନଜର ଆସୁଥିଲେ ସାହିଦ ଏକ ଫଟୋ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ନିଜ ପତ୍ନୀଙ୍କୁ କିସ୍ କରୁଥିଲେ ମୀରା ଫଟୋ ସେୟାର କରି ଲେଖିଥିଲେ ଯେ ହାପି ହୋଲି ଏଥର ସେ ପ୍ରକୃତ ସାହିଦ କପୁରଙ୍କୁ ଭେଟିଲେ

ୱର୍କଫ୍ରଣ୍ଟ କଥା କହିବାକୁ ଗଲେ ସାହିଦ ଖୁବ୍ ଶୀଘ୍ର ତେଲୁଗୁ ଭାଷାର ଜାତୀୟ ପୁରସ୍କାର ବିଜେତା ଫିଲ୍ମଜର୍ସି ହିନ୍ଦୀ ରିମେକରେ ନଜର ଆସିବେ ସାହିଦ ଏଥିରେ ଜଣେ କ୍ରିକେଟର ଭୂମିକାରେ ନଜର ଆସୁଛନ୍ତି ଏବେ ସେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି

କଟକରେ ମୁଖ୍ୟମନ୍ତ୍ରୀ; ମହାତ୍ମା ଗାନ୍ଧୀଙ୍କ ବ୍ରୋଞ୍ଜ ୱାଲ ଉନ୍ମୋଚନ, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି କଲେ ଅନାବରଣ

କଟକ: ଉତ୍କଳ ଦିବସ ଅବସରରେ କଟକ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଗୋପବନ୍ଧୁଙ୍କ ମୂର୍ତ୍ତିକୁ ଅନାବରଣ କରିଥିଲେ । ପରେ ବେଲଭ୍ୟୁ ଠାରେ ନବନିର୍ମିତ ପାର୍କରେ ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ସ୍ମାରକୀ ବ୍ରୋଞ୍ଜ ୱାଲକୁ ଉଦଘାଟନ କରିଛନ୍ତି ।

୨୮ ଲକ୍ଷ ଟଙ୍କା ବ୍ୟୟରେ ବ୍ରୋଞ୍ଜ ଓ୍ବାଲକୁ ନିର୍ମାଣ କରିଛି ରାଜ୍ୟ ସଂସ୍କୃତି ବିଭାଗ । ଏଥିରେ ୧୦୦ ବର୍ଷ ତଳର ସଭାରେ ମହାତ୍ମା ଗାନ୍ଧି, କସ୍ତୁରବା ଓ ଗୋପବନ୍ଧୁଙ୍କ ଭଳି ଅବିକଳ ନକଲ ଦେଖିବାକୁ ମିଳିଛି । ମହାତ୍ମା ଗାନ୍ଧୀ କଟକ ଗସ୍ତରେ ଆସିଥିବାବେଳେ କାଠଯୋଡି ନଦୀପଠାରେ କଟକବାସୀଙ୍କୁ ଉଦବୋଧନ ଦେଇଥିଲେ । ଏହାର ସ୍ମୃତିକୁ ସାଇତିବା ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବ୍ରୋଞ୍ଜ ଓ୍ବାଲକୁ ନିର୍ମାଣ କରାଯାଇଛି ।

ଏଥି ସହ ଏଠାରେ ନିର୍ମିତ ଏକ ସୁନ୍ଦର ପାର୍କ, ଓପନ ଥିଏଟର ଓ ବାଲୁକା କଳା ମଧ୍ୟ ପାର୍କ ପରିସରରେ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଦୁଇଟି ସ୍ଥାନକୁ ଗସ୍ତ କରିବା ସହ ଗୋପବନ୍ଧୁଙ୍କ ମୂର୍ତ୍ତି ଏବଂ ସାଧାରଣ ସଭାର ବ୍ରୋଞ୍ଜ ଓ୍ବାଲକୁ ଉଦଘାଟନ କରିଥିଲେ । ଏବଂ ମୁଖ୍ୟମନ୍ତ୍ରୀ ସେଠାରେ ନିଜର ଦସ୍ତଖତ ମଧ୍ୟ କରିଥିଲେ । ସତ୍ୟ ଓ ଅହିଂସା ହେଉଛି ସାରା ବିଶ୍ବକୁ ଭାରତର ଶ୍ରେଷ୍ଠ ଅବଦାନ। ଅହିଂସାର ପୂଜାରୀ ଭାବରେ ମହାତ୍ମା ଗାନ୍ଧୀ ସାରା ବିଶ୍ବକୁ ନୂତନ ଦିଗ୍‌ଦର୍ଶନ ଦେଇଯାଇଛନ୍ତି ଏବଂ ଆଜିର ଦୁନିଆରେ ତାର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି ।

ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଆଠ ଥର ଓଡିଶା ଆସିଥିଲେ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ରାଜ୍ୟର ସମସ୍ୟା ସଂପର୍କରେ ଭଲ ଭାବରେ ଅବଗତ ହୋଇଥିଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ ଦେଇଥିଲେ। ଆଜି ଓଡିଶା ଦିବସ ଅବସରରେ ବିଂଶ ଶତାଦ୍ଦୀର ଦୁଇ ମହାପୁରୁଷ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ବପ୍ପି ଲହରି କରୋନା ସଂକ୍ରମିତ, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ପୁଣିଥରେ ଉଗ୍ର ହେବାରେ ଲାଗିଛି । ବିଶେଷକରି ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ମାମଲା ବାହାରୁଛି। କେବଳ ସାଧାରଣ ଲୋକ ନୁହଁନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ବ୍ୟକ୍ତିତ୍ୱମାନେ ମଧ୍ୟ ମହାମାରୀର ଶିକାର ହେଉଛନ୍ତି। ବର୍ତ୍ତମାନ ବଲିଉଡର କିମ୍ବଦନ୍ତୀ ଗାୟକ ବପ୍ପି ଲହରି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ବପ୍ପି ଲହରିଙ୍କ ମୁଖପାତ୍ର ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବପ୍ପି ଦା’ଙ୍କ ବୟସକୁ ଧ୍ୟାନରେ ରଖି ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ସେ ବପ୍ପି ଦା’ଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ନିଜର କୋଭିଡ୍ ଟେଷ୍ଟ କରେଇବାକୁ ପରାମର୍ଶ୍ୟ ଦେଇଛନ୍ତି।

ଅନ୍ୟପଟେ, ବପ୍ପି ଦା’ଙ୍କ ପୁଅ ରେମା ଲହରି କହିଛନ୍ତି ଯେ ତାଙ୍କ ପିତା ଏହି ମହାମାରୀର ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିଥୁଲେ ଏବଂ ସମସ୍ତ ସତର୍କତା ବି ଅବଲମ୍ବନ କରୁଥିଲେ। ଏହା ସତ୍ତ୍ୱେ ବି ସେ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଖବର ପାଇବା ପରେ ବଲିଉଡର ଅନେକ ସେଲେବ୍ରିଟି ଓ ପ୍ରଶଂସକମାନେ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି।

 

 

ପିପିଲି କସରତ; ପୁଣି ଦଳୀୟ ନେତାଙ୍କୁ ପିପିଲିର ବିଭିନ୍ନ ଅଞ୍ଚଳର ଦାୟିତ୍ୱ ଦେଲେ ସୁପ୍ରିମୋ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ପୁଣି ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ୱ ଦେଲେ ସୁପ୍ରିମୋ । ବିଜେଡି ସଭାପତି ନବୀନ ପଟ୍ଟନାୟକ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଏବଂ ପିପିଲି ବିଜ୍ଞାପିତ ପରିଷଦ ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂହ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ପ୍ରଦାନ କରିଛନ୍ତି ।

ଗତକଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ଦାୟିତ୍ୱ ଦେଇଥିଲେ। ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ଦାୟିତ୍ୱ ମିଳିଛି। ୪ ନେତାଙ୍କୁ ଏହି ପରିଚାଳନା ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି।

ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ୫୧ତମ ଦାଦା ସାହେବ୍ ଫାଲକେ ପୁରସ୍କାର ଘୋଷଣା ।  ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର । କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଗୁରୁବାର ଏହି ଘୋଷଣା କରିଛନ୍ତି । ଚଳଚିତ୍ର ଜଗତ ରଜନୀକାନ୍ତଙ୍କ ଅବଦାନ ଅତୁଳନୀୟ ।

କରୋନା ଭାଇରସ ସଂକ୍ରମଣ ହେତୁ ଚଳିତ ବର୍ଷ ଦାଦ ସାହେବ ଫେଲକେ ପୁରସ୍କାର ବିଳମ୍ବରେ ଘୋଷଣା କରାଯାଇଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରୀୟ ପୁରସ୍କାର ଘୋଷଣା କରାଯାଇଥିଲା । ଏହା ଭାରତୀୟ ସିନେମା ଜଗତରେ ଏକ ପ୍ରତିଷ୍ଟୁତ ସମ୍ମାନ ଅଟେ ।

ସୂଚନା ଅନୁଯାୟୀ ରଜନୀକାନ୍ତ ତାମିଲନାଡୁ ନିର୍ବାଚନ ରାଜନୀତିରେ ପାଦ ଥାପିବା ଆଶା କରାଯାଉଥିଲା । କିନ୍ତୁ ବିଗତ ବର୍ଷ ଜିସେମ୍ବର ମାସରେ ସେ ରାଜନୀତିରୁ ଦୂରରେ ରହିବେ ବୋଲି ମତ ପ୍ରକାଶ କରିଥିଲେ । ୨୦୧୮ ମସିହାରେ ଏହି ପୁରସ୍କାର ଅଭିନେତା ଅମିତାଭ ବଚ୍ଚନଙ୍କୁ ଏବଂ ୨୦୧୭ ମସିହାରେ ଦିବଙ୍ଗତ ବିଜେପି ନେତା ଏବଂ ଅଭିନେତା ବିନୋଦ ଖନ୍ନାକୁ ପ୍ରଦାନ କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ: ସ୍ଥଗିତ ରହିଲା ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ । ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି । ନୂଆ ସୁଧହାର ପରିବର୍ତ୍ତେ ପୁରୁଣା ସୁଧହାର ଲାଗୁ ହେବ । ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ସ୍ୱଳ୍ପ ସଞ୍ଚୟ ଯୋଜନା ପାଇଁ ବର୍ଷ ୨୦୨୦-୨୦୨୧ର ଶେଷ ୪ ମାସରେ ସୁଧହାର ଯାହା ଥିଲା ତାହା ହିଁ ରହିବ । ଅର୍ଥାତ୍‌ ୨୦୨୧ ମାର୍ଚ୍ଚ ଯାଏ ଯେଉଁ ହାରରେ ସୁଧ ମିଳୁଥିଲା ତାହା ବଜାୟ ରହିବ ।

ଆଜି ଠାରୁ ସ୍ୱଳ୍ପ ସଞ୍ଚୟ ଜମାରେ ସୁଧ ହ୍ରାସ ନିଷ୍ପତ୍ତି ନେଇଥିଲେ ସରକାର । ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାର କମାଇଥିଲେ କେନ୍ଦ୍ର ସରକାର । କିନ୍ତୁ ୨୪ ଘଣ୍ଟା ଭିତରେ ଏହି ନିଷ୍ପତ୍ତି ବଦଳାଇଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ପ୍ରଥମ ତ୍ରୈମାସ ପାଇଁ ଲାଗୁ ହେବାର ଥିଲା ସଂଶୋଧିତ ସୁଧ ହାର । ସଞ୍ଚୟ ଜମା ଉପରେ ବାର୍ଷିକ ସୁଧହାର ୪%ରୁ ୩.୫%କୁ ହ୍ରାସ କରିଥିଲେ କେନ୍ଦ୍ର ସରକାର ।

ସେହିପରି PPF ଉପରେ ବାର୍ଷିକ ସୁଧହାର ୭.୧%ରୁ ୬.୪%କୁ କମିଥିଲା । ବର୍ଷିକିଆ ଜମା ଉପରେ ତ୍ରୈମାସିକ ସୁଧହାର ୫.୫%ରୁ ୪.୪%କୁ ହ୍ରାସ କରିଥିଲେ । ବରିଷ୍ଠ ନାଗରିକଙ୍କ ସଞ୍ଚୟ ଉପରେ ତ୍ରୈମାସିକ ସୁଧହାର ୭.୪%ରୁ ୬.୫%କୁ ହ୍ରାସ କରିଥିଲେ ସରକାର ।

Farm Laws: ସୁପ୍ରିମକୋର୍ଟରେ କୃଷି ଆଇନକୁ ନେଇ ରିପୋର୍ଟ ଦାଖଲ କଲା କମିଟି

ନୂଆଦିଲ୍ଲୀ: ବିବାଦୀୟ ତିନି କୃଷି ଆଇନକୁ ନେଇ ସାରା ଦେଶରେ ଜାରି ରହିଛି ଚାଷୀଙ୍କ ବିରୋଧ ଓ ଅନଶନ। ଏହାରି ଭିତରେ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ତିନି ଜଣିଆ କମିଟି ସୁପ୍ରିମକୋର୍ଟଙ୍କ ନିକଟରେ କୃଷି ଆଇନକୁ ନେଇ ରିପୋର୍ଟ ଦାଖଲ କରିଛନ୍ତି।

ଗତ ଜାନୁଆରୀ ୧୨ ତାରିଖରେ ଶୁଣାଣି ସମୟରେ ସାରା ଦେଶରେ ଏହି ବିବାଦୀୟ କୃଷି ଆଇନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ କରାଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଏସ.ଏ ବୋବଡେଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ଏହାସହ କୃଷି ଆଇନର ବିଭିନ୍ନ ବିବାଦ ଓ ବିତର୍କ ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଗଠନ ହୋଇଥିଲା ୩ ଜଣିଆ କମିଟି।  ତେବେ ଏହି ୩ ଜଣିଆ କମିଟି ଗତକାଲି ସୁପ୍ରିମକୋର୍ଟରେ କୃଷି ଆଇନକୁ ନେଇ ରିପୋର୍ଟ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ କହି ମୋଦି ସରକାର ସଂସଦରେ ତିନୋଟି କୃଷି ବିଲ୍ ଆଗତ କରିଥିଲେ । କୁହାଯାଇଥିଲା- ଏହି ବିଲ୍ ଦ୍ୱାରା ମଧ୍ୟସ୍ଥି ହଟିବା ସହ ଚାଷୀ ଦେଶର କୌଣସି ସ୍ଥାନରେ ଫସଲ ବିକି ପାରିବେ । ହେଲେ କେନ୍ଦ୍ରର ଏହି ତିନି କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ ଏକାଧିକ ବାର ବୈଠକ ପରେ ବି ନିଷ୍କର୍ଷ ବାହାରି ପାରିନି । ଅନ୍ୟପଟେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଦେଶବ୍ୟାପୀ କୃଷି ଆଇନ୍ ବିରୋଧରେ କୃଷକ ଆରମ୍ଭ କରିଛନ୍ତି ଅଭିଯାନ।

ମାଉସୀ ମା’ ମନ୍ଦିରରୁ ଚୋରି, ରୂପା ଅଳଙ୍କାର ସହ ୩୦ ହଜାର ଟଙ୍କା ଲୁଟ୍

ପୁରୀ: ମାଉସୀ ମା’ ମନ୍ଦିରରୁ ଚୋରି । ପୁରୀରେ ଦୁର୍ବୁର୍ତ୍ତଙ୍କ ଟାର୍ଗେଟରେ ଛୋଟ ବଡ଼ ମନ୍ଦିର । କିଛିଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ପରେ ଆଜି ବଡଦାଣ୍ଡର ବଳଗଣ୍ଡି ନିକଟରେ ଥିବା ମାଉସୀମା ମନ୍ଦିରରୁ ହୋଇଛି ଚୋରି । ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ପଶିଛନ୍ତି ଲୁଟେରା । ପୁଣି ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି ।

ମନ୍ଦିରର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟ ହୋଇଥିବା ଆଶଙ୍କା କରାଯାଇଛି । ସେପଟେ ଭିତର ଆଲମିରା ଭାଙ୍ଗି ମା’ଙ୍କ ରୂପା ଅଳଙ୍କାର ଓ ଦାତା ଦେଇଥିବା ଶାଢ଼ୀ ସବୁ ଚୋରି ହୋଇ ଯାଇଛି । କୁମ୍ଭାରପଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ଓଡିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସ, ୧୯ ଦକ୍ଷ ଅଧିକରୀ ସମ୍ମାନିତ

ଭୁବନେଶ୍ବର: କଟକରେ ୮୬ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅନୁଷ୍ଟିତ ହୋଇଛି । କଟକ ଓଏସଏପି ଷଷ୍ଠ ବାଟାଲିଅନରେ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ଡିଜିପି ଅଭୟ । ବିଗତ ବର୍ଷ ନକ୍ସଲ ଦମନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି ରାଜ୍ୟ ପୋଲିସ । ୨୦୨୦ ରେ ନିଶା ଦ୍ରବ୍ୟ ଜବତ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି ପୋଲିସ । ୪୦୦୦ ଫେରାର ଏନବିଡବ୍ଲୁ ଉଆରେଣ୍ଟିଙ୍କୁ ଗିରଫ କରାଯାଇଛି। ନକ୍ସଲ ଦମନ କ୍ଷେତ୍ରରେ ରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରିଛି ଓଡିଶା ପୋଲିସ । କୋଭିଡ ଯୁଦ୍ଧରେ ଓଡିଶା ପୋଲିସ ଅବଦାନ ଅତୁଳନୀୟ ଥିବାରୁ ଡିଜିପି ପ୍ରଶଂସା କରିଛନ୍ତି ।

ଭୁବନେଶ୍ୱର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ମଧ୍ୟ  ପାଳିତ ହୋଇଛି ପ୍ରତିଷ୍ଠା ଦିବସ । ଏହି ଅବସରରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। କମିସନରେଟ ପୋଲିସର 4ଟି ବନ୍ଧୁକ ଧାରୀ ପୋଲିସଙ୍କ ଦ୍ବାରା ତ୍ରୁଫ ପରେଡ଼ କରାଯାଇଥିଲା ।

ଓଡିଶା ପୋଲିସ ଗଠନ ହେବାର ୮୬ ବର୍ଷ ମଧ୍ୟରେ ଓଡିଶା ପୋଲିସ ଦକ୍ଷ ଭାବରେ ତାର କାର୍ଯ୍ୟ ପ୍ରତିପାଦିତ କରିଛି। ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା ଏବଂ ମହାମାରୀ ସମୟରେ ପୋଲିସ ନିଜର କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କରିଛି। ଆଜିର ଦିନରେ ସମସ୍ତେ ସେବାମନୋଭାବ ରଖି କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ କଠିନ ପରିଶ୍ରମ କରିବା ପାଇଁ ସଂକଳ୍ପ ନେବାକୁ ପୋଲିସ କମିଶନର ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା କୁ ପୋଲିସ କମିଶନର ପାଠ କରିଥିଲେ। ଶେଷରେ ସେବା କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ ୧୯ ଜଣ ଦକ୍ଷ ପୋଲିସ ଅଫିସରଙ୍କୁ ୮୬ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯାଇଛି।

ଆଜିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଂକ୍ରମଣ ବଢିବାରେ ଲାଗିଛି, ଅନ୍ୟପଟେ ଭୂତାଣୁକୁ ଚେକ୍ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି। ଆଜିଠାରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ କରୋନା ଟିକା। ଏ ନେଇ ସାର୍ଟିଫିକେଟର ଆବଶ୍ୟକତା ପଡ଼ିବ ନାହିଁ । ଆଜି ଓ ଆସନ୍ତା ୨ ତାରିଖ ଉତ୍କଳ ଦିବସ ଓ ଗୁଡ୍ ଫ୍ରାଇ ଡେ’ ପାଇଁ ଛୁଟି ଥିଲେ ବି ଟିକାକକରଣ ଅଭିଯାନ ଚାଲୁ ରହିବ।

ଅନୁଗୁଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ, ନବରଙ୍ଗପୁର, କେନ୍ଦୁଝର, ସୋନପୁର, ସୁନ୍ଦରଗଡ଼ ଭଳି ୯ଟି ଜିଲ୍ଲାରେ ଟୀକାକରଣକୁ ଗୁରୁତ୍ୱ ଦିଆଯିବ। ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଷ୍ଟ୍ରିଟ ଭେଣ୍ଡର, ସେଲୁନ, ଗୁପଚୁପ ଦୋକାନୀ, ଶିକ୍ଷକ ମାନଙ୍କୁ ଟିକା ଦିଆଯିବ, ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ବିଶେଷକରି ବିମାନବନ୍ଦରରେ ନିୟମ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।