‘ତୋ ସ୍ୱାମୀ ମରିଯିବ’, ଏଭଳି କହି ICUରେ ସ୍ୱାମୀଙ୍କ ସାମ୍ନାରେ ସ୍ତ୍ରୀକୁ ଅସାଦାଚରଣ କଲେ ୱାର୍ଡ଼ ବୟ

ପାଟଣା: ମୋତେ ବହୁତ ଡ଼ର ଲାଗୁଛି, ମେତେ ଏଠୁ ନେଇଯାଅ, ମୁଁ ଆଉ ବଞ୍ଚିବିନି ଅକ୍ସିଜେନର ଡର ମୋତେ ମାରିଦେବ। ତୁମକୁ ଆମ ଝିଅ ଲାଗିଲା । ତୁମେ ତା’ର ଯତ୍ନ ନେବ। ଏ ହେଉଛି ମୃତ୍ୟୁ ପୂର୍ବରୁ ଜଣେ ସ୍ୱାମୀର ସ୍ତ୍ରୀଙ୍କୁ କହୁଥିବା କେଇପଦ ଶେଷ କଥା…..

କରୋନାର ଦ୍ୱିତୀୟ ଲହରୀରେ କ୍ଷତିଗ୍ରସ୍ତ ହୋଇଛି  ସାରା ଦେଶ। ପଦାର ପଡୁଛି ବିଭନ୍ନ ରାଜ୍ୟର ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। କେଉଁଠି ଅମ୍ଲଜାନ ମିଳୁନି,  କେଉଁଠି ବେଡ୍ ମିଳୁନି। ତ ପୁଣି କେଉଁଠି ଡାକ୍ତର ଓ ମେକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ପ୍ରତ୍ୟେକ ଦିନ ଚିଲିଯାଉଛି ହଜାର ହଜାର ଜୀବନ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ବିହାରରୁ। ଯେଉଁଠି ମେଡିକାଲ କର୍ମଚାରୀ ଅପେକ୍ଷା କରିରହୁଛନ୍ତି ରୋଗୀଙ୍କ ମୃତ୍ୟୁକୁ ଓ ବେଡ୍ ଖାଲି ହେବାକୁ।

ବିହାରରର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ସ୍ତ୍ରୀ ରୁଚି ଶର୍ମା ଆଣିଛନ୍ତି ଏମିତି କିଛି ସାଙ୍ଗାତିକ ଅଭିଯୋଗ ଯାହା ଆପଣଙ୍କ ଛାତି ଥରାଇ ଦେବ। ତୋ ସ୍ୱାମୀ ଆଉ ବଞ୍ଚିବନି , ସ୍ୱାମୀକୁ ବଞ୍ଚାଇବାର ସଂଘର୍ଷ ସମୟରେ ସ୍ତ୍ରୀକୁ ବାରମ୍ବାର ଶୁଣିବାକୁ ମିଳିଥିଲା ଏମିତି କଥା ।  ଖାଲି ସେତିକି ନୁହେଁ ସ୍ୱାମୀ ବଞ୍ଚାଇବା ପାଇଁ ନେହୁରା ହେଉଥିବାବେଳେ ଶୋଷଣର ଶିକାର ବି ହୋଇଥିଲେ।

ଗତ ଏପ୍ରିଲ ୯ରେ ରୁଚିଙ୍କ ସ୍ୱାମୀଙ୍କୁ ଥଣ୍ଡା ଜ୍ୱର ହୋଇଥିଲା । ଯାହାପରେ ତାଙ୍କୁ ଭାଗଲପୁରର ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ହେଲେ ଏହା ପରେ ବି ତାଙ୍କ ସ୍ୱାମୀ ଠିକ୍ ହୋଇନଥିଲେ । ପରେ ଜଣାପଡ଼ିଲା ଯେ ତାଙ୍କର ଅକ୍ସିଜେନ୍ ସପ୍ଲାଇ ବନ୍ଦ କରିଦିଆଯାଇଛି ।

ରୁଚି ଆହୁରି ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲରେ ସଫାସୁତୁରା ପ୍ରତି ବି ଧ୍ୟାନ ଦିଆଯାଉ ନଥିଲା । ତାଙ୍କ ସ୍ମାମୀ ଶୌଚ ସାରିବା ପରେ ସେମିତେ ଅବସ୍ଥାରେ ବେଡରେ ପଡ଼ିଥିଲେ। ଆଉ ସେ ଯେତେବେଳେ ଏହାକୁ ସଫା କରିବା ପାଇଁ ମେଡିକାଲ ଷ୍ଠାଫ୍ଙଙ୍କୁ  କହିଥିଲେ। ସେତେବଳେ ତାଙ୍କ ସହ ଦୁର୍ବ୍ୟବହାର କରି ଶୋଷଣ କରିବାକୁ ଚେଷ୍ଟା କରାଯାଇଥିଲା। ଜ୍ୟୋତିକୁମାର ନାମକ ୱାର୍ଡ୍ ବୟ ସ୍ୱାମୀଙ୍କ ସାମ୍ନାରେ ତାଙ୍କ ଓଢ଼ଣି ଟାଣିନେବା ସହିତ ଅଣ୍ଟାକୁ ଧରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ହସ୍ପିଟାଲ କର୍ତ୍ତୁପକ୍ଷ କିନ୍ତୁ ଏନେଇ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲେ ଓଲଟା ଧମକ ଦେଇଥିବା କହିଛନ୍ତି ରୁଚି ।

ଅକ୍ସିଜେନ ଅଭାବରେ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିବାରୁ ସେ ଡାକ୍ତରଙ୍କ ପାଖରେ ବାରମ୍ବାର ନେହୁରା ହେଉଥିଲେ। ହେଲେ ଡାକ୍ତର କହୁଥିଲେ ଯେ ଆମେ କ’ଣ ଆଉ ବିଶ୍ରାମ ନେବୁନି । ବିଶ୍ରମ ନେବାର ବି କ’ଣ ଆମର ଅଧିକାର ନାହିଁ?

ରୁଚି ଅଭିଯୋଗ କରିଛନ୍ତି ଯେ ରାତିରେ ଯେତେବେଳେ ରୋଗୀମାନେ ଛଟପଟ ହେଉଥିଲେ, ସେତେବେଳେ ଷ୍ଟାଫମାନେ ନାଇଟ ଡ୍ୟୁଟି ନ କରି କବାଟ ଓ ଲାଇଟ ବନ୍ଦ କରି ଫିଲ୍ମ ଦେଖୁଥିଲେ। ରୋଗୀଙ୍କ ପାଖରେ କେହି ବି ରହୁ ନଥିଲେ । ଏମିତି ଅବସ୍ଥାରେ ଯେତେବେଳେ ରୁଚି ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହିଁଲେ । ସେତେବେଳେ ମେଡିକାଲର କମ୍ପାଉଣ୍ଡର ତାଙ୍କୁ ଧକ୍କା ଦେଇ ବାହାର କରିଦେବାର ଧମକ ଦେଇଥିଲେ। ସେ ନିଜେ ସ୍ୱାମୀଙ୍କ ସୌଚ ସଫା କରିବାକୁ ଅନୁରୋଦ କରିଥିଲେ ହେଲେ କମ୍ପାଉଣ୍ଡର ତାଙ୍କୁ ସିଧା ମନା କରିଦେଇଥିଲେ ଓ କହିଥିଲେ ଯେ ସକାଳେ ସଫେଇ କର୍ମଚାରୀ ଆସିଲେ ଯାଇ ସଫା ହେବ ।

ଏହାପରେ ସେ ତାଙ୍କ ସ୍ୱାମୀଙ୍କୁ ସେଠୁ ପାଟଣାର ଅନ୍ୟ ଏକ ମେଡିକାଲକୁ ନେଇଥିଲେ । ହେଲେ ସେ
ଠାରେ ବି ସେହିଭଳି କରୂଣ ପରିସ୍ଥିତି । କେହି ବି ରୋଗୀଙ୍କ ଯତ୍ନ ନେଉ ନଥିଲେ । ସେଥି ଡାକ୍ର ଓ ନର୍ସ ମାନେ କେବଳ ରୋଗାଙ୍କ ମୃତ୍ୟୁ କୁ ଆଉ ବେଡ୍ ଖାଲି ହେବାକୁ ଅପେକ୍ଷା କରି ରହୁଥିଲେ। ଶେଷରେ ରୁଚିଙ୍କ ସ୍ୱମୀ ଚିକିତ୍ସାରେ ଅବହେଳା ଯୋଗୁ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ସ୍ତ୍ରୀ ଓ କୁନି ଝୁଅକୁ ଏକା ଛାଡ଼ି ସବୁଦିନ ପାଇଁ ଆଖି ବୁଜିଦେଲେ।

ବାରମ୍ବାର ଦେଶର ବିକାଶକୁ ନେଇ ଡିଣ୍ଡିମ ପିଟାହେଉଥିବାବେଳେ ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟାବସ୍ଥାର ବିକଳାଙ୍ଗ ଚିତ୍ର। ତେବେ ଆମର ପ୍ରଶ୍ନ ଏ ସବୁ କ’ଣ ପ୍ରଶାସନ ନଜରକୁ ଆସୁ ନାହିଁ । ନା ପ୍ରଶାଶନ ଜାଣି ଜଣି ଆଖି ବୁଜିଦେଇଛି ।

Leave a Reply