ଅଗ୍ରାଧିକାର ଭିତ୍ତିରେ ଦ୍ୱିତୀୟ ଡୋଜ୍ ଦେବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଟିକାର ପ୍ରଥମ ଡୋଜ ନେଇ ସାରିଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଅଗ୍ରାଧିକାର ଭିତ୍ତିରେ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଯେଉଁମାନେ ଦ୍ୱିତୀୟ ଡୋଜ୍ ଲଗାଇବା ପାଇଁ ଅପେକ୍ଷାରେ ଅଛନ୍ତି ଏଭଳି ଲଭାର୍ଥିଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯିବା ଆବଶ୍ୟକ । ଭୂଷଣ ଏ ସମ୍ପର୍କରେ ରାଜ୍ୟମାନଙ୍କୁ କହିଛନ୍ତି ସେମାନଙ୍କ ଠାରେ ମହଜୁଦ ଟିକାର ୭୦ ପ୍ରତିଶତ ଦ୍ୱିତୀୟ ଡୋଜ୍ ପାଇବାକୁ ଥିବା ଲୋକଙ୍କ ପାଇଁ ସଂରକ୍ଷିତ ରଖିଥିବା ବେଳେ ବାକି ୩୦ ପ୍ରତିଶତ ପ୍ରଥମ ଡୋଜ୍ ପାଇବାକୁ ଥିବା ବ୍ୟକ୍ତିଙ୍କ ପାଇଁ  ସଂରକ୍ଷିତ ରଖିପାରିବେ ।

କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଟିକାକରଣ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୩ ଦିନ ମଧ୍ୟରେ ୭ ଲକ୍ଷ କରୋନା ଡୋଜ୍ ଦିଆଯିବ । ଏଯାବତ୍ ମୋଟ ୧୭.୨୬ କୋଟି ଡୋଜ ଦିଆଯାଇସାରିଛି । ମନ୍ତ୍ରାଳୟ ଅନୁଯାୟୀ ପ୍ରଥମ ମଇ ଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏଯାବତ ମୋଟ ୨୫,୫୨, ୮୪୩ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇ ସାରିଛି ।

ଏଥିସହିତ ପଢ଼ନ୍ତୁ: ବିରୋଧୀ ଦଳ ନେତା ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

Leave a Reply