ବିଜୁ ଯୁବ ଜନତା ଦଳର କୋଭିଡ୍ ସହାୟତା ସମୀକ୍ଷା ବୈଠକ ସମ୍ବନ୍ଧୀୟ ୱେବିନାର

BJYD Webinar On Covid Help

ଭୁବନେଶ୍ୱର: ବିଜେଡିର ସାମାଜିକ ପ୍ରତିବଦ୍ଧତାକୁ ସଦା ସର୍ବଦା ପ୍ରାଥମିକତା ଦେଇ ଆସିଛି ବିଜୁ ଯୁବ ଜନତା ଦଳ । ଏହି ପରିପ୍ରେକ୍ଷୀରେ ୱେବିନାର୍ ମାଧ୍ୟମରେ ଯୁବ ବିଜେଡି ପକ୍ଷରୁ କୋଭିଡ୍ ସହାୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ମୁଖ୍ୟ ଅତିଥି ଭାବେ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ମାଧ୍ୟମରେ ଆଜି ଓଡ଼ିଶା ସମଗ୍ର ବିଶ୍ୱରେ କରୋନା ମୁକାବିଲା କରିବା କ୍ଷେତ୍ରରେ ପ୍ରଶଂସିତ ହେଉଛି । କୋଭିଡ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ସେଥିପାଇଁ ଜୀବନ ବିନ୍ଦୁ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହ ଜନସାଧାରଣଙ୍କୁ କୋଭିଡ୍ ସହାୟତା ଯୋଗାଇ ଦେବାପାଇଁ ଯୁବ ବିଜେଡିର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ । ସେହିଭଳି ଡ. ରାୟ କହିଛନ୍ତି, ବିଜୁ ଯୁବ ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ସାମାଜିକ ପ୍ରତିବଦ୍ଧତା ପାଇଁ ସଂକଳ୍ପବଦ୍ଧ । ଟିକାକରଣ ପୂର୍ବରୁ କୋଭିଡ୍ ନିୟମକୁ ପାଳନ କରି ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଯୁବ ବିଜେଡି ଜୀବନ ବିନ୍ଦୁ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିବ ଏବଂ କୋଭିଡ୍ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଜାରି ରଖିବ । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବିଜେଡିର ପ୍ରତ୍ୟେକଟି ସାମାଜିକ ପ୍ରତିବଦ୍ଧତାକୁ ଯୁବ ବିଜେଡି ସଫଳ କରୁଥିବାରୁ ପ୍ରତ୍ୟେକ ଯୁବ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଏବଂ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତଙ୍କୁ କହିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି କୋଭିଡ୍ ସମୀକ୍ଷା ଏବଂ କୋଭିଡ୍ ସ୍ଥିତିର ସୁପରିଚାଳନା କରିଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ଶ୍ରୀ ଦାସଙ୍କ ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଏହି କୋଭିଡ୍ ସହାୟତା ସମୀକ୍ଷା ବୈଠକରେ ବିଜେଡି ଆଇ.ଟି ସଂଯୋଜକ ସୁବ୍ରତ ଛାଟୋଇଙ୍କ ସମେତ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ ବରିଷ୍ଠ ଉପସଭାପତି, ଜୋନ୍ ସଭାପତି,ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଜିଲ୍ଲା ସଭାପତି ଏବଂ ସମସ୍ତ  ଡିଜିଟାଲ ସମ୍ପାଦକ ମାନେ ଯୋଗଦେଇ ନିଜର ମତାମତ ଉପସ୍ଥାପନ କରିଥିଲେ ।

Leave a Reply