ନେଗେଟିଭ୍ ରିପୋର୍ଟ ଥିଲେ ସେବାୟତଙ୍କୁ ଚନ୍ଦନଯାତ୍ରାରେ ଅନୁମତି

ପୁରୀ: ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ ମାନଙ୍କର ବୁଧବାର ଦିନ ଆରଟିପିସିଆର ଟେଷ୍ଟ କରାଯିବ । କେବଳ ନେଗେଟିଭ୍ ରିପୋର୍ଟ ଥିବା ସେବାୟତମାନେ ଚନ୍ଦନ ଯାତ୍ରାରେ ସାମିଲ ହୋଇପାରିବେ । ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାସ୍ ଦିଆଯିବ ।

ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ସ୍ବତନ୍ତ୍ର ଏସ୍ଓପି ଜାରି କରାଯାଇଛି । ଚନ୍ଦନ ଯାତ୍ରାର ପ୍ରତ୍ୟେକ ଦିନ ସୀମିତ ସେବାୟତଙ୍କୁ ନେଇ ସମସ୍ତ ରୀତିନୀତି କରାଯିବ । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ୨୧ ଦିନ ଧରି ମନ୍ଦିର ବାହାରେ ହେବାକୁ ଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖରେ ୧୪୪ଧାରା ଜାରି ହେବ ।

ତେବେ ଅକ୍ଷୟ ତୃତୀୟାଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । କରୋନା ସଂକ୍ରମଣ ଭୟ ଥିବାରୁ ଚନ୍ଦନ ଯାତ୍ରାରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ ।

ଏହା ପୂର୍ବରୁ ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମା ରଥଖଳା ଓ ଚନ୍ଦନ ପୋଖରୀ ବୁଲି ଅନୁଧ୍ୟାନ କରିଛନ୍ତି ।  କିପରି ସୀମିତ ସେବାୟତ କରୋନା କଟକଣାରେ ଚନ୍ଦନଯାତ୍ରା ନୀତିକାନ୍ତି କରିବେ ଏବଂ ତା’ର ସମୀକ୍ଷା କରିଛନ୍ତି। ସେହିପରି ଚନ୍ଦନଯାତ୍ରାର ଅପୂର୍ବ ଦୃଶ୍ୟର ଲାଇଭ ଫିଡ୍ ଦେବା ବ୍ୟବସ୍ଥା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

Leave a Reply