ବିରୋଧୀ ଦଳ ନେତା ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମ୍ସ ଡାକ୍ତରୀ ଦଳଙ୍କ ସହ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନାୟକଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଉଭୟ ଏମ୍ସ ଓ ଏସ୍‌ସିବି ଡାକ୍ତରଙ୍କ ସହ କଥା ହୋଇଛନ୍ତି । ତେବେ ବର୍ତ୍ତମାନ ଶ୍ରୀ ନାୟକ କୋଭିଡ ନେଗେଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବାରୁ ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି ।

ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତରୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।  ଏବଂ ଆଶୁ ଆରୋଗ୍ୟ ନେଇ ସେମାନେ ଯଥା ସମ୍ଭବ ଚେଷ୍ଟା କରୁଥିବା କହିଛନ୍ତି ।

ତେବେ ପ୍ରଦୀପ୍ତଙ୍କ ଚିକିତ୍ସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସମସ୍ତ ସୁବିଧା ନେଇ ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ଆବଶ୍ୟକୀୟ ଔଷଧ ସଠିକ୍ ସମୟରେ ଯୋଗାଇ ଦିଆଯାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅପରପକ୍ଷରେ ପ୍ରଦୀପ୍ତଙ୍କ ଚିକିତ୍ସା ନେଇ ଡାକ୍ତରଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ଏଥିସହିତ ପ୍ରଦୀପ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଯୋଗ୍ୟ ଯେ, କରୋନା ସଂକ୍ରମିତ ହୋଇ ଗତ ୧୬ ଦିନ ହେଲା ଏମ୍ସ ଆଇସିୟୁରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଶ୍ରୀ ନାୟକ ।

Leave a Reply