ମୁକେଶ ଖନ୍ନାଙ୍କ ମୃତ୍ୟୁ ନେଇ ଗୁଜବ, ଖୋଦ୍ ଶକ୍ତିମାନ କହିଲେ- ‘ମୁଁ ସମ୍ପୂର୍ଣ୍ଣ ଠିକ୍’

1 min read
Mukesh Khanna Clears Rumors Of His Death Share Video

ମୁମ୍ବାଇ: ସୋସିଆଲ ମିଡିଆରେ ମୃତ୍ୟୁ ଗୁଜବ । ଆଉ ନାହାନ୍ତି ସମସ୍ତଙ୍କ ପ୍ରିୟ ଶକ୍ତିମାନ । ଏମିତି ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଖୋଦ୍ ମୁକେଶ ଖନ୍ନା ଏହାର ଖଣ୍ଡନ କରିଛନ୍ତି । ଫେସବୁକରେ ତାଙ୍କ ମୃତ୍ୟୁ ଖବର ଆସିବା ପରେ ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କୌଣସି ବି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ମୋତେ ନିୟମିତ ଭାବ ଫୋନ୍ ଆସୁଛି । ମୁଁ ଏଠି ମୋ ଭଉଣୀଙ୍କ ଲାଗି ଆଇସିୟୁ ବେଡ୍ ଖୋଜୁଛି । ଦିଲ୍ଲୀରେ ମୋ ଭଉଣୀକୁ ଆଇସିୟୁ ବେଡ୍ ଦରକାର ।

କରୋନା ସମୟରେ ସାବଧାନ ରହିବା ନେଇ ମୁକେଶ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ମୁଁ ନିୟମ ମାନି ଚଳୁଛି । ଗୋଟିଏ ବର୍ଷ ହେଲା କୌଣସି ପାର୍ଟି, ଫଙ୍କସନକୁ ଯାଇ ନାହିଁ । ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେଉଛି । ମୁଁ ୨ଟି ଡୋଜ୍ ଭ୍ୟାକ୍ସିନ୍ ବି ନେଇଛି । ଚାହୁଁଛି ମୋର ଫ୍ୟାନ୍ସ ମଧ୍ୟ ସମସ୍ତ ନିୟମ ପାଳନ କରନ୍ତୁ ।

ମୁକେଶ ଖନ୍ନା ନିଜେ ଏକ ଭିଡିଓ ଜାରି କରି ପ୍ରଶଂସକଙ୍କୁ କରୋନା ନିୟମ ପାଳନ ନେଇ ପରାମର୍ଶ ଦେଇଛନ୍ତି । ଭିଡିଓରେ ସେ କହିଛନ୍ତି, ମୁଁ ଠିକ୍ ଅଛି । ଗୁଜବକୁ ସେ ଖଣ୍ଡନ କରିବା ସହ ନିନ୍ଦା କରିଛନ୍ତି । ମୋ ସହିତ ଆପଣମାନଙ୍କ ଭଲ ପାଇବା ଓ ଆଶୀର୍ବାଦ ରହିଛି । ମୋର କିଛି ହେବନାହିଁ ।

Leave a Reply