spot_img
Home Blog Page 5797

ଦେଶରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି: ମେ’ ବେଳକୁ ୧.୪ କୋଟି ଟପିପାରେ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟଗୁଡ଼ିକରେ କରୋନା ସମ୍ପ୍ରକିତ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ୪୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରୁ ୫ ହଜାର ୮ଶହ ଏବଂ ଦିଲ୍ଲୀରୁ ୩ ହଜାର ୫ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ କରୋନାର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ ଛୁଇଁଛି । କରୋନା ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି ତାକୁ ନଜରରେ ରଖି ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଅନୁମାନ କରିଛି ଯେ, ମଇ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ୧.୪ କୋଟିରେ ପହଞ୍ଚିବ ।

କରୋନା ଗବେଷକଙ୍କ କହିବାନୁଯାୟୀ ଏପ୍ରିଲ ମଧ୍ୟ ବେଳକୁ କରୋନା ନିଜର ପିକ୍ ଛୁଇଁ ସାରିଥିବ । ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭.୩ ଲକ୍ଷରେ ପହଞ୍ଚିସାରିଥିବ । ଏବଂ ମଇ ଶେଷ ଆଡ଼କୁ ଏହି ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିସାରିଥିବ ।

ଗବେଷକଙ୍କ ମୁତାବକ ଯଦି ଏବେ ଠାରୁ ଲୋକେ କରୋନା ନିୟମ ପାଳନ କରିବେ ଏବଂ ମାସ୍କ ଲଗାଇବେ, ସାମାଜିକ ଦୂରତା ରକ୍ଷା କରିବେ ଏବଂ ଅଧିକରୁ ଅଧିକ ସଂଖ୍ୟାରେ ଭ୍ୟାକ୍ସିନ୍ ଲଗାଇବେ ତେବେ ଯାଇଁ ଦ୍ରୁତଗତି ବଢ଼ୁଥବା ସଂକ୍ରମିତଙ୍କ ସଂଖ୍ୟା ଉପରେ ଅଙ୍କୁଶ ଲାଗିପାରିବ । ଦେଶରେ ବର୍ତ୍ତମାନ ଦୈନିକ ୯୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏଥିରୁ ବର୍ତ୍ତମାନ ଦେଶର କରୋନାର ସ୍ଥିତି କେତେ ଗମ୍ଭୀର ତାହା ସ୍ପଷ୍ଟ କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଶନିବାର ସାରା ଦେଶରେ ୯୨ ହଜାର ୯୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ

ରାଜ୍ୟରେ ଆଉ ୪୭୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୭୧ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୭୮, ଲୋକାଲ କେସ୍ ୧୯୩ । ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୮୫, କଳାହାଣ୍ଡିରୁ ୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୪୨, ଖୋର୍ଦ୍ଧାରୁ ୪୦, ବଲାଙ୍ଗୀରରୁ ୩୬, ସମ୍ବଲପୁରୁ ୨୭, ଝାରସୁଗୁଡ଼ାରୁ ୨୩, କଟକରୁ ୨୨, ନବରଙ୍ଗପୁରରୁ ୧୭, ମୟୂରଭଞ୍ଜରୁ ୧୬, ବାଲେଶ୍ବରରୁ ୧୫, ପୁରୀରୁ ୧୪, ଗଞ୍ଜାମରୁ ୧୨, ଯାଜପୁରରୁ ୧୧, ଅନୁଗୁଳରୁ ୧୦, ଷ୍ଟେଟପୁଲରୁ ୯, ରାୟଗଡ଼ାରୁ ୮, କୋରାପୁଟରୁ ୭, ଭଦ୍ରକରୁ ୬, ବରଗଡ଼ରୁ ୫, ନୟାଗଡ଼ରୁ ୪, କନ୍ଧମାଳରୁ ୩, ସୋନପୁର, ଗଜପତି, କେନ୍ଦ୍ରାପଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୬୯୫ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩ହଜାର ୮୫ ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟଗୁଡ଼ିକରେ କରୋନା ସମ୍ପ୍ରକିତ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ୪୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରୁ ୫ ହଜାର ୮ଶହ ଏବଂ ଦିଲ୍ଲୀରୁ ୩ ହଜାର ୫ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ କରୋନାର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏଥିସହିତ ପଢ଼ନ୍ତୁ:ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ

 

 

ବିଜେପି ସଦସ୍ୟଙ୍କୁ ସସ୍‌ପେଣ୍ଡ ଘଟଣା: ଧାରଣାରୁ ଓହରିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଧାରଣାରୁ ଓହରିଲେ ବିଜେପି ବିଧାୟକ । ବିଧାନସଭା ପରିସରରେ ଗତକାଲି ରାତି ତମାମ ବିଜେପି ବିଧାୟକମାନେ ଧାରଣାରେ ବସିଥିଲେ । ଗତକାଲି ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ ବିଜେପିର ୩ ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କୁ ନିଲମ୍ବନ କରାଯାଇଥିଲା । ଏହା ପରେ ନାଟକବାଜି ଆରମ୍ଭ କରି ଦେଇଥିଲେ ବିଜେପି ବିଧାୟକ । ସେମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ପାଖରେ ଧାରଣା ଦେଇଥିଲେ । ନିଜେ ବାଚସ୍ପତି ଆସି ଧାରଣରୁ ହଟିଯିବାକୁ ଅନୁରୋଧ କରିଥିଲେ । ପ୍ରଥମେ ବିଜେପି ସଦସ୍ୟମାନେ ଧାରଣା ପ୍ରତ୍ୟାହାର ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ରାତି ତମାମ ଧାରଣାରେ ବସିଥିଲେ । ଆଜି ସେମାନଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଜେପି ରାଜ୍ୟ ସହ ପ୍ରଭାରୀ ଧାରଣାରେ ବସିଥିବା ବିଧାୟକଙ୍କୁ ଫଳ ରସ ପିଆଇବା ପରେ ସେମାନ ଧାରଣାରୁ ଉଠିଛନ୍ତି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବେ ବିଜେପି ବିଧାୟକ । ରାଜ୍ୟପାଳଙ୍କୁ ଭେଟି ବିଲ୍‌ ପାରିତ ହେବା ସମୟରେ ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ନ ଦିଆଯିବା ନେଇ ରାଜ୍ୟପାଳଙ୍କ ପାଖରେ ଅଭିଯୋଗ କରିବେ ବୋଲି କହିଛନ୍ତି । ପରିତାପର କଥା, ବିଧାନସଭା ପରି ଗଣତନ୍ତ୍ରର ପବିତ୍ର ମନ୍ଦିରରେ ନିଜ ଅଶୋଭନୀୟ ଆଚରଣକୁ ନେଇ ତିଳେ ହେଲେ ପଶ୍ଚାତାପ ବି କରିନାହାନ୍ତି ବିଜେପି ବିଧାୟକ । ସେମାନଙ୍କ ଏଭଳି ଆଚରଣକୁ ସାରା ରାଜ୍ୟ ନିନ୍ଦା କରିଛି । ସେପଟେ ୫ଦିନ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ ହୋଇଥିବାରୁ ଆଜି ଓ ଆସନ୍ତାକାଲି ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ ।

ରାୟପୁରରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ: ୨୧ଜଣ ଯବାନ ନିଖୋଜ

ରାୟପୁର: ଛତିଶଗଡ଼ ବିଜାପୁରରେ ଗୁଳିବିନିମୟ ପରେ ୬ ଜଣ ଯବାନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି ।  ଏବେବି ୨୧ ଜଣ ଯବାନ ନିଖୋଜ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ୨୧ଜଣଙ୍କ ମଧ୍ୟରୁ ୭ଜଣ ହେଉଛନ୍ତି CRPF ଯବାନ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂହ । ଅନ୍ୟପଟେ ୩୦ ଜଣ ଗୁରୁତରଙ୍କ ମଧ୍ୟରୁ ୨୩ ଜଣଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୭ ଜଣ ଯବାନଙ୍କୁ ବାୟୁ ସେନାର ହେଲିକପ୍ଟର ଯୋଗେ ରାଇପୁର ସ୍ଥାନାନ୍ତର କରାଯାଇଛି। ଏନେଇ ରାୟପୁର ଡିଆଇଜି ଓମ୍ ପ୍ରକାଶ ପାଲ୍ ସୂଚନା ଦେଇଛନ୍ତି । ଗତକାଲି ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୂଚନା ଅନୁସାରେ ଡି ଆର୍ ଜି ଏଵଂ ଆଇ ଟି ବି ପି ଯବାନର ଏକ ଟିମ୍ ଅବୁଝମଡର କାକୁର୍ ଅଞ୍ଚଳରେ କୁମ୍ବିଂ ପାଇଁ ଯାଇଥିଲେ । ସେଠାରେ ଯବାନଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ ମାଓବାଦୀ ।

ଏଥିସହିତ ପଢ଼ନ୍ତୁ: ବିଜାପୁରରେ ଯବାନ-ନକ୍ସଲ ମୁହାଁମୁହିଁଁ; ୫ ସୁରକ୍ଷାକର୍ମୀ ସହିଦ, ୨ ନକ୍ସଲ ନିହତ

ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ

ମୁମ୍ୱାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା  । ଏନେଇ ନିଜେ ଅକ୍ଷୟ ସୋସିଆଲ ମିଡିଆରେ ଜରିଆରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ସେ ଆଜି ସକାଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କହିଛନ୍ତି । ଏହା ପରେ ସେ ସମସ୍ତ ପୋର୍ଟକଲ ମାନି ନିଜକୁ ଆଇସୋଲେସନ୍‌ରେ ରଖିଛନ୍ତି । ଏଥିସହିତ ଆବଶ୍ୟକ ମେଡିସିନ ମଧ୍ୟ ସେବନ କରିଛନ୍ତି । ଯେଉଁ ମାନେ ଗତ କିଛି ଦିନ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜ ନିଜ କରୋନା ଟେଷ୍ଟ କରାଇନେବାକୁ ସେ ନିବେଦନ କରିଛନ୍ତି । ଏଥିସହିତ ସେ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ାରେ ୧୭ କରୋନା ସଂକ୍ରମିତ ଚିହ୍ନଟ: ୧୨ଟି ସ୍ଥାନରେ ଲାଗୁହେଲା କଣ୍ଟେନମେଣ୍ଟ କଟକଣା

ଝାରସୁଗୁଡ଼ା: ପୁଣି ଝାରସୁଗୁଡାରୁ କରୋନା ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ ୧୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l କିଛି ମାସର ବ୍ୟବଧାନ ପରେ ପୁଣି ଫେରିଲା କଣ୍ଟନମେଣ୍ଟ ଜୋନ l ଝାରସୁଗୁଡାକୁ  କରୋନା ର ଦ୍ୱିତୀୟ ଲହର ଲେଉଟିବା ପରେ ୧୭ଜଣ ପଜିଟିଭ ଚିହ୍ନଟ ହୋଇଥିବା ୧୨ଟି ସ୍ଥାନକୁ ଜ଼ିଲ୍ଲାପାଳ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛନ୍ତି l ଯାହା ଝାରସୁଗୁଡା ପୌରପରିଷଦର ରେଳବାଇ କଲୋନୀର ଦୁଇଟି ସ୍ଥାନ, କବରସ୍ଥାନ ପଡ଼ା, ସରବାହାଲ, ବମ୍ବେ ଛକ, ବେହେରାମାଲ ଏବଂ ବେଲପାହାଡ଼ ଥାନା  ଅଧିନ ପିପିଲିମାଲ ସମେତ କିରମିରା ବ୍ଲକର ମାଲୁଆପଡା, ନକ୍ସlପାଲି, କୁଟୁରାଛୁଆଁ ଆଦିକୁ କଣ୍ଟନମେଣ୍ଟ ଜୋନ ଘୋଷଣା  କରାଯାଇଛି l ସମସ୍ତେ ଘରେ ରହିବା ସହ ସମସ୍ତ କଟକଣା ମାନିବାକୁ ଜ଼ିଲ୍ଲାପ୍ରଶାସନ ସଜାଗ କରିଛି l ସମସ୍ତଙ୍କ କଣ୍ଟାକଟ୍ରେସିଂ କରାଯିବା ସହ ଆକ୍ଟିଭ ସର୍ଭଲାନ୍ସ ଲାଗି ପଦକ୍ଷେପ ଆରମ୍ଭ କରାଯାଇଛି l

ଏଥିସହିତ ପଢ଼ନ୍ତୁ: ବଢୁଛି ସଂକ୍ରମଣ; ପ୍ରତି ରବିବାର ବନ୍ଦ ରହିବ ଜଗା ଦର୍ଶନ

ସନ୍ଧ୍ୟା ୬ଟା ୩୦ରୁ ୭ ଯାଏଁ ବିଦ୍ୟୁତ ଉପକରଣ ବନ୍ଦ କରିବାକୁ କଂଗ୍ରେସର ଆହ୍ୱାନ

ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିବ କଂଗ୍ରେସ  । ସନ୍ଧ୍ୟା ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ସମସ୍ତ ବିଦ୍ୟୁତ ଉପକରଣ ବନ୍ଦ କରି ପ୍ରତିବାଦ କରିବ କଂଗ୍ରେସ । ଅଧଘଣ୍ଟାଏ ପର୍ଯ୍ୟନ୍ତ ବିଦ୍ୟୁତ ଉପକରଣ ବନ୍ଦ କରି ପ୍ରତିବାଦ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  କରୋନା ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ଥିବା ବେଳେ, ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳୀତା ବିଡା ସଦୃଶ ହୋଇଛି । ରାଜ୍ୟରେ ପ୍ରତି ୟୁନିଟ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ୩ ଟଙ୍କା ଥିବା ବେଳେ, ବିଦ୍ୟୁତ କମ୍ପାନୀ ୬ଟଙ୍କା ଦରରେ ଗ୍ରାହକଙ୍କଠାରୁ ଆଦାୟ କରୁଛନ୍ତି । ବର୍ତ୍ତମାନ ସମୟରେ ବିଦ୍ୟୁତ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ କରୁଛି । ସେଥିପାଇଁ ରାଜ୍ୟର ସମସ୍ତ ବ୍ଲକ ଓ ସଦର ମହକୁମାରେ ଧାରଣା, ବିକ୍ଷୋଭ କରି ସ୍ମାରକ ପତ୍ର ପ୍ରଦାନ କରାଯାଉଛି ବୋଲି ନିରଞ୍ଜନ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ

ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି, ୯ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ ଲଘୁଚାପ ସହିତ କାଳବୈଶାଖୀ ବର୍ଷା କମାଇଛି ଦିନର ତାପମାତ୍ରା । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁ ଚାପ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇ କ୍ରମଶଃ ଦୁର୍ବଳ ହୋଇଛି  । ଛତିଶଗଡ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି  । ଏହା ସହିତ ଝାଡଖଣ୍ଡ ଅଞ୍ଚଳରେ ମଧ୍ୟ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖି ମଧ୍ୟ ଜାରି ରହିଛି । ଏହା ପ୍ରଭାବରେ ଗତକାଲି ରାଜ୍ୟର କେତେକ ସ୍ଥାନରେ କୁଆପଥର ସହିତ ବର୍ଷା ହୋଇଛି  । ଆଜି ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କୋରାପୁଟ, କନ୍ଧମାଳ ,ନୟାଗଡ଼, ଖୋର୍ଦ୍ଧା, ଯାଜପୁର ଓ ଭଦ୍ରକରେ କାଳବୈଶାଖୀ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ପାଇଁ ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଏଥିସହିତ ପଢ଼ନ୍ତୁ: ‘ଜମି ପ୍ରଦାନରେ କିଛି ଶିଳ୍ପସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଲାପାଳ’