ଇସ୍ରାଏଲ ରକେଟ ଧ୍ୱଂସ କଲା ଗାଜାର ଦୁଇଟି ନ୍ୟୁଜ ଚ୍ୟାନେଲ

ଜେରୁସାଲେମ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସ୍ଥିତି ସଙ୍ଗୀନ । ବେଳକୁ ବେଳ ଦୁଇ ଦେଶ ମଧ୍ୟରେ ସ୍ଥିତି ଜଟିଳ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ରକେଟ ମାଡ଼ ଜାରି ରହିଛି । ସେପଟେ ଇସ୍ରାଏଲର ରକେଟ ମାଡ଼ରେ ଘାଇଲା ହୋଇଛି ପାଲେଷ୍ଟାଇନ୍‌ । ଗାଜାରେ ଇସ୍ରାଏଲର ରକେର୍ଟ ମାଡରେ ଦୁଇଟି ବିଦେଶୀ ନ୍ୟୁଜ ଚ୍ୟାନେଲ ଧ୍ବଂଶ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ ଇସ୍ରାଏଲର ରକେଟ ମାଡରେ ମାତ୍ର ଦୁଇ ମିନିଟ୍‌ ଭିତରେ ଏକ ବହୁତଳ ପ୍ରାସାଦ ଧ୍ବଂଶ ହୋଇଯାଇଛି । ଏହି କୋଠାରେ ଦୁଇଟି ବିଦେଶୀ ନ୍ୟୁଜ୍‌ ଚ୍ୟାନେଲ ଧ୍ବଂଶ ହୋଇଯାଇଥିବା ଜଣା ପଡିଛି। ନ୍ୟୁଜ ଚ୍ୟାନେଲ ଅଲଜଜିରା ଓ ଆମେରିକାର ନ୍ୟୁଜ ଚ୍ୟାନେଲ ଆସୋସିଏଟ ପ୍ରେସ ସମ୍ପୂର୍ଣ୍ଣ ଧ୍ବଂଶ ହୋଇଯାଇଛି।

ସପ୍ତାହରୁ ଅଧିକ ଦିନ ହେବ ଦୁଇ ଦେଶ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ବିବାଦ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ରାତି ଅଧିଆ ରକେଟ ମାଡ ଭୟଙ୍କର ସ୍ଥିତି ଉପୁଜାଇଛି । ଦୁଇ ଦେଶ ମଧ୍ୟରେ ଏଭଳି ସଂଘର୍ଷ ନେଇ ଚିନ୍ତାରେ ବିଶ୍ବ ସମୁହ । ଏନେଇ ଆସନ୍ତକାଲି ଜାତୀସଂଘ ନିରାପତ୍ତା ପରିଷଦରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ।

Leave a Reply