ରାଉରକେଲା ମାଛ ମାର୍କେଟରେ ଚଢାଉ, ୮୦ କେଜି ମାଛ ଜବତ ସହ ଦୋକାନ ସିଲ୍

1 min read

ରାଉରକେଲା: ରାଉରକେଲା ଡେଲି ମାର୍କେଟରେ କୋଭିଡ ନିୟମର ଉଲ୍ଲଂଘନ । ମାଛ ମାର୍କେଟରେ ଚଢାଉ କରାଯାଇ ୮୦ କେଜି ମାଛ ଜବତ କରିଛି ଏନଫୋର୍ସମେଣ୍ଟ ଟିମ୍ । ଏହାସହ ଗୋଟିଏ ମାଛ ଦୋକାନ ସିଲ କରାଯାଇଛି । ପୋଲିସ ଓ ରାଉରକେଲା ମହାନଗର ନିଗମ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ଅନ୍ୟପକ୍ଷରେ ରାଉରକେଲାରେ ଟିକାକରଣ ପାଇଁ ନୂଆ ସୂଚୀ ଜାରି କରିଛି ପ୍ରଶାସନ । ଆସନ୍ତା ୧୮ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ନୂଆ ସୂଚୀ ପ୍ରକାଶ ପାଇଛି । ଆଜି ସନ୍ଧ୍ୟା ୫ଟାରେ ହିତାଧିକାରୀଙ୍କ ପାଇଁ ନୂଆ ସ୍ଲଟ୍ ଖୋଲିବ । ୧୮-୪୪ ବର୍ଗଙ୍କ ସହିତ ୪୫ରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ ।

ରାଉରକେଲା ସହରରେ ଟିକାଦାନ ପାଇଁ ୮ଟି କେନ୍ଦ୍ର କରାଯାଇଛି । ଆଇଜିଏଚ୍, ଆରଜିଏଚ୍, ୟୁସିଏଚସି ପାନପୋଷ, ରେଲେଓ୍ବେ ହସ୍ପିଟାଲ-ବନ୍ଧମୁଣ୍ଡା, ରିଜର୍ଭ ପୋଲିସ ହସ୍ପିଟାଲ, ସେଲ୍ ହେଲଥ ସେଣ୍ଟର ଫର୍ଟିଲାଇଜର ଟାଉନସିପ୍, ସେକ୍ଟର-୬ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଇଏସ୍ଆଇ ହସ୍ପିଟାଲରେ ଏହି କେନ୍ଦ୍ର କରାଯାଇଛି ।

Leave a Reply