ରାଜ୍ୟରେ ଆଉ ୧୧ହଜାର ୭୩୨ କରୋନା ସଂକ୍ରମିତ ଚିହ୍ନଟ, ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧ହଜାର ୭୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୧୯ଜଣଙ୍କ ଜୀବନ ନେଇଛି କରୋନା । କ୍ୱାରେଣ୍ଟାଇନରୁ ୬୫୬୯ ଲୋକାଲ କେସ୍ ୫୧୬୩ । ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୮୭୦, ଅନୁଗୁଳରୁ ୭୦୦, ସୁନ୍ଦରଗଡ଼ରୁ ୬୪୧ ସଂକ୍ରମିତ ଚିହନଟ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୧୨ହଜାର ୨୨୪ ଥିବା ବେଳେ ସୁସ୍ଥ ହେଲେଣି ୫ଲକ୍ଷ ୨ହଜାର ୪୫୫ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସହ ତାଳ ଦେଇ ବଢିଚାଲିଛି ସୁସ୍ଥ ସଂଖ୍ୟା । ଦୈନିକ ପ୍ରାୟ ୧୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ସମାନ ଅନୁପାତରେ ବଢିଚାଲିଛି । ରାଜ୍ୟରେ ୫ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ଅଧିକ ଟେଷ୍ଟିଂ କରାଯାଉଥିବାରୁ ଅଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଉଛି । ରାଜ୍ୟରେ ସଂକ୍ରମଣ ଏବେ ପ୍ଲାଟ୍ୟୁ ଷ୍ଟେ୍‌ଜରେ ରହିଛି । ତେବେ ଲକ୍‌ଡାଉନ୍‌ ହଟାଗଲେ ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସେପଟେ କଟକ ଓ ଭୁବନେଶ୍ବରର କୋଭିଡ୍‌ ହସପିଟାଲ ଗୁଡ଼ିକରେ ଆଇସିୟୁ ଓ ଭେଣ୍ଟିଲେଟର ଯାଞ୍ଚ ପାଇଁ ୪ଟି ଟିମ୍ ଗଠନ ହୋଇଛି । ଏଥିରେ ୮ଜଣ ବରିଷ୍ଠ ଡାକ୍ତର ଅଛନ୍ତି । କଟକ ପାଇଁ ଗୋଟିଏ ଟିମରେ ୨ଜଣ ଡାକ୍ତର ଥିବା ବେଳେ ଭୁବନେଶ୍ବର ପାଇଁ ୩ଟି ଟିମ୍‌ରେ ୬ଜଣ ଡାକ୍ତର ଅଛନ୍ତି । ଗୁରୁତର ରୋଗୀ ଆଇସିୟୁ ବେଡ୍‌ ପାଇ ନଥିଲେ, ସେନେଇ ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।.

ସେହିପରି ରାଜ୍ୟରେ ସପ୍ତାହାନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନ । ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲକଡାଉନ୍ ସହ ସଟଡାଉନ୍ ଫର୍ମୁଲା ଆପଣାଇଛନ୍ତି ରାଜ୍ୟ ସରକାର । ସଟଡାଉନ୍ ପ୍ରଭାବରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର । ଗାଡି ଚଳାଚଳ ବି ବନ୍ଦ ରହିଛି । ଟ୍ୱିନ୍ ସିଟିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଉଛି । ଯେଉଁମାନେ ଅମାନିଆ ହୋଇ ବାହାରକୁ ବାହାରୁଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ନିୟମ ମାନି ଲୋକେ ଚଳିବା ପାଇଁ ଅପିଲ୍ କରିଛନ୍ତି ସରକାର । କରୋନା ସଂକ୍ରମଣକୁ ଚେକ୍ ଦେବା ପାଇଁ ରାଜ୍ୟରେ ଲକଡାଉନ ସହ ପ୍ରତି ଶନିବାର ଓ ରବିବାର ସଟଡାଉନ ଜାରି ରହିଛି ।

Leave a Reply