୨ ମିନିଟ୍‌ର ଭୟ ହଟାଉଛି ‘ଡ଼ର’

ଭୁବନେଶ୍ୱର: ଦେଶରେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ସଂକ୍ରମଣ ଜାରି ରହିଛି । ଲୋକଙ୍କୁ ଘରେ ରହିବା ଲାଗି ବାର୍ତ୍ତା ଦେବା ଉଦ୍ଦେଶ୍ୟରେ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ଚହଳ ପକାଇଥିଲେ ଏହି ଯୁବ ଗୋଷ୍ଠୀ। ମାତ୍ର ୨ ମିନିଟ୍‌ର ଚିତ୍ରରେ ଢେର ବାର୍ତ୍ତା ଦେଇ ଚର୍ଚ୍ଚାକୁ ଆସିଥିଲେ। ଏବେ କୋଭିଡ ଦ୍ୱିତୀୟ ଲହର ସାରା ଦେଶକୁ ସ୍ତବ୍ଦ କରିଦେଇଛି। ଲୋକେ ଆତଙ୍କିତ ହୋଇପଡିଛନ୍ତି। ତେବେ ଭୟଭୀତ ନ ହୋଇ ପରିସ୍ଥିତିର ମୁକାବିଲା ଲାଗି ନିର୍ମିତ ଚଳଚିତ୍ର ‘ଡର’ ଏକ ସୁନ୍ଦର ପରିକଳ୍ପନା କୁହାଯାଇପାରେ।

ରେଡସ୍ମାର୍ଟ ଏଣ୍ଟରଟେନମେଣ୍ଟ ସହଯୋଗରେ ମିନିସ୍‌ ଏଣ୍ଟଟେନମେଣ୍ଟ ପ୍ରସ୍ତୁତ ଚଳଚିତ୍ର ‘ଡର’ କୁ ସୂର୍ଯ୍ୟକାନ୍ତ ଛୋଟରାୟ ନିର୍ଦ୍ଦେଶନା ଦେଇଛନ୍ତି। ଲୋପାମୁଦ୍ରା ବାରିକଙ୍କ କାହାଣୀ ଓ ଚିତ୍ରନାଟ୍ୟରେ ଅଭିନୟ କରିଛନ୍ତି ସୂର୍ଯ୍ୟକାନ୍ତ ଛୋଟରାୟ, ସୂରଜ ଶତପଥୀ ଓ ଲୋପାମୁଦ୍ରା ବାରିକ। ଫିଲ୍ମର ପୋଷ୍ଟ ପ୍ରଡକ୍ସନ ଓ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି କ୍ରିଷ୍ଣା ସିଂ କରୋନା ଭାଇରସ ମହାମାରୀକୁ ନେଇ ଲୋକଙ୍କୁ ସଚେତନ କରିବା ଏହି କ୍ଷଦ୍ର ଚଳଚିତ୍ରର ଅସଲ ଉଦ୍ଦେଶ୍ୟ। ଯେଉଁଥିରେ ମହାମାରୀକୁ ନେଇ ସରକାରଙ୍କ ପରାମର୍ଶ ମାନିବା, ସଂକ୍ରମଣରୁ ନିଜକୁ ଓ ନିଜ ପରିବାରକୁ ରକ୍ଷା କରିବାର ବାର୍ତ୍ତା ଦିଆଯାଇଛି।

କରୋନାକୁ ହରାଇବାକୁ ସାରା ଦେଶ ଏବେ ଅଣ୍ଟାଭିଡିଛି। ଏଥିରେ ଯଦି ଆମେ ଡରିଯିବା ହରାଇବା କେମିତି? କହିଛନ୍ତି ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ଛୋଟରାୟ। କୌଣସି ପରିସ୍ଥିତିରେ ହଡବଡ ନ ହୋଇ ସାଧାରଣ ଚିକିତ୍ସା ଆପଣାଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସଚେତନତା ସୃଷ୍ଟି କରାଯାଇଛି। ମାନସିକ ଦୃଢତାର ସହ କରୋନାକୁ ସାମ୍ନା କରିବା ଓ ଭୂତାଣୁକୁ ହରାଇବା ଲାଗି ଚିତ୍ରରେ ବାର୍ତ୍ତା ଦିଆଯାଇଛି। ଯାହା ଏବେ ୟୁଟ୍ୟୁବରେ ବେସ୍ ପ୍ରସାରିତ ହେଉଛି।

Leave a Reply