ସଂକ୍ରମଣ ଟାଳିବାକୁ ଉଦ୍ୟମ, ସରକାର ଗଢିଲେ ଉପଦେଷ୍ଟା କମିଟି

ଭୁବନେଶ୍ୱର: ରାଜ୍ୟରେ ଭ୍ୟାକ୍ସିନ ବ୍ୟବସ୍ଥା ତ୍ୱରାନିତ କରିବା ଏବଂ ସମସ୍ତଙ୍କୁ ଟିକା ଦେବାକୁ ତତ୍ପର ରାଜ୍ୟ ସରକାର । ଯେଉଁଥିପାଇଁ ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର। ତିନି କୋଟି ୮୦ ଲକ୍ଷ ଟିକା କିଣିବାକୁ ଟେଣ୍ଡର କରାଯାଇଛି । ୪ ମାସ ମଧ୍ୟରେ ଟିକା କିଣିବାକୁ ସମୟ ସୀମା ଧାର୍ଯ୍ୟ କରାଯାଇଛି । ୨୮ ମେ ପରେ ବିଡିଂ ସଫଳ ହେଲେ ଖୁବଶୀଘ୍ର ଟିକା କିଣିବାକୁ ନିର୍ଦ୍ଦେଶ ଦିଆଯିବ । ସେହିଭଳି ଏକ ଉଚ୍ଚକ୍ଷମତା ସମ୍ପନ୍ନ ଉପଦେଷ୍ଟା କମିଟି ଗଠନ କରାଯାଇଛି ।

ଡକ୍ଟର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଡାକ୍ତର ଦେବୀ ସେଠୀ, ରମାକାନ୍ତ ପଣ୍ଡା ଭଳି ବହୁ ବିଶେଷଜ୍ଞ ଏହି କିମଟିରେ ରହିଛନ୍ତି । ଡିଏମଇଟି ଏଥିରେ ଆବାହକ ରହିଛନ୍ତି । ରାଜ୍ୟ ସରକାରଙ୍କୁ ଏହି କମିଟି ଟିକାକରଣ ଏବଂ କରୋନାର ଭବିଷ୍ୟତ ଲହରୀର ମୁକାବିଲା ଦିଗରେ ପରାମର୍ଶ ଦେବ । ଭବିଷ୍ୟତରେ ଶିଶୁ ଓ ସମ୍ବେଦଳଶୀଳ ଲୋକେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । କମିଟି ଏଦିଗରେ ମଧ୍ୟ ସରକାରଙ୍କୁ ପରାମର୍ଶ ଦେବେ । ଏହି କମିଟିର ଡିଏମଇଟି ଆବାହକ ଅଛନ୍ତି ।

Leave a Reply