ଋଷ ବନାଉଛି ଜୁସ ଟିକା: ଇଂଜେକସନରେ ନେବେନି, ଗ୍ଲାସରେ ପିଇବେ..

ନୂଆଦିଲ୍ଲୀ: ଋଷ ବନାଉଛି ଜୁସ ଟିକା । ଟିକା ତ ଇଂଜେକସନ୍ ମାଧ୍ୟମରେ ନିଆଯାଏ । ଏ ଜୁସ୍ ମାଧ୍ୟମରେ ଟିକାକରଣ କଣ ? ହଁ ଟିକା ଇଂଜେକସନ ମାଧ୍ୟମରେ ନେବା କଥା ଆପଣମାନେ ଶୁଣିଛନ୍ତି । ହେଲେ ବର୍ତମାନ ଜୁସ୍‌ରେ ଟିକା ଦିଆଯିବାର ଯୋଜନା କରୁଛି ରୁଷ । । ହଁ ଆଜ୍ଞା ରୁଷ ବର୍ତମାନ ନିଜ ଦେଶର ନାଗରିକଙ୍କ ପାଇଁ ଜୁସ ଟିକା ତିଆରି କରୁଛି । ଯାହାକୁ ବିଶ୍ୱର ପ୍ରଥମ ଖାଇବା ଟିକା ବୋଲି ମଧ୍ୟ କୁହାଯିବ । ସେଣ୍ଟ ପିଟରର୍ସବର୍ଗରେ ଅବସ୍ଥିତ ରୁଷିଆନ୍ ଇନ୍ ଷ୍ଟିଚ୍ୟୁଟ ଅଫ୍ ଏକ୍ସପେରିମେଣ୍ଟାଲ ମେଡିସିନ୍ ରେ ହେଉଛି ଏହାର କ୍ଲିନିକାଲ୍ ଟ୍ରାଏଲ୍ । ବିନା ଛୁଂଚିର ବ୍ୟବହାରରେ ପ୍ରଥମଥର ପାଇଁ ଟିକାକରଣ କେଉଁଭଳି ହେବ ଏହା ହିଁ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ।

ଏହାକୁ ତିଆରି କରୁଥିବା ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଟିକାକୁ ମିଲ୍କ ସେକ୍ ଭଳି ଲୋକମାନେ ପିଇପାରିବେ । ଏହାର ଟ୍ରାଏଲ ଅନୁସାରେ ଯଦି ଜଣେ ବ୍ୟକ୍ତି ଦୈନିକ ୨୦୦ରୁ ୨୫୦ ମିଲିମିଟରର ମିଲ୍ଲ ସେକ୍ ତିନିଥର ପିଅନ୍ତି  ଓ ୨୧ଦିନ ପରେ ପୁଣିଥରେ ସେହିଭଳି ପ୍ରକ୍ରିୟାରେ ଏହି ମିଲ୍କ ସେକ୍‌କୁ ପିଅନ୍ତି । ତାହାଲେ ଟିକାକରଣ ପାଇଁ ଏହା ଯଥେଷ୍ଟ ହେବ । ଏହାର ସ୍ୱାଦ କଣ ରହିବ ସେ ନେଇ ବୈଜ୍ଞାନିକ ମାନେ ଚିନ୍ତା କରୁଛନ୍ତି । ହୁଏତ ଏହା ଷ୍ଟ୍ରବେରୀ କିମ୍ବା ସୋୟା ପ୍ରୋଟିନ ଉପରେ ଆଧାର କରି ତିଆରି ହେବ ।

ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଆଲେକ୍ସଜାଣ୍ଡର ଡିମିଟ୍ରେଭ ଅନୁସାରେ ଫେଣ୍ଟେଡ୍ ଦୁଗ୍ଧଜାତ ଦ୍ରବ୍ୟରେ ଥିବା ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ ଜିନୋମରେ ଥିବା ଫାଙ୍କା ଗୁଡିକରେ କରୋନା ଭାଇରସ୍ ଡିଏନଏର କିଛି ଅଂଶରେ ଭରିଯାଇଥାଏ । ଯାହାଦ୍ୱାରା ଆଣ୍ଟିବଡି ଭଲ ଭାବରେ ବିକଶିତ ହୋଇଥାଏ । ତେଣୁକରି ନିର୍ଦ୍ଦେଶକଙ୍କ କହିବା ଅନୁସାରେ ପ୍ରୋବାୟୋଟିକ ବ୍ୟାକ୍ଟେରିୟା ବ୍ୟକ୍ତିଙ୍କର ଶରୀରରେ ଭଲ ପ୍ରଭାବ ପକାଇଥାଏ । ତେଣୁକରି କରୋନା ଓ୍ୟଷଧ ବଦଳରେ ଏହି ଖାଇବା ଟିକା ବିଶେଷ ସୁବିଧାଜନକ । ଏହି ଖାଇବା ଟିକାକୁ ଫ୍ରିଜରେ ରଖିବାର ମଧ୍ୟ କୈାଣସି ଆବଶ୍ୟକତା ନାହିଁ । ଏହା ୪ରୁ ୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ସଂରକ୍ଷିତ ହୋଇ ରହିପାରିବ ।

Leave a Reply