ବ୍ୟୁରୋ ରିପୋର୍ଟ: ଦକ୍ଷିଣପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଛି ଏହି ସାମୁଦ୍ରିକ ଝଡ । ଏବଂ ଏହାର ନାମ ରଖାଯାଇଛି ତୌକତେ । ଆପଣଙ୍କୁ ଜଣାଇବାକୁ ଚାହେଁ, ଏଭଳି ନାମକରଣ କାହିଁକି କରାଯାଏ । ପାଣିପାଗ ବିଭାଗ, ବୈଜ୍ଞାନିକଏବଂ ସାଧାରଣ ଲୋକଙ୍କୁ ଜାଣିବାକୁ ସହଜ ହୋଇଥାଏ । ଅର୍ଥାତ ଯେଉଁ ଅଞ୍ଚଳରୁ ବାତ୍ୟାର ସୃଷ୍ଟି ହୋଇଥାଏ ସେହି ଦେଶ କିମ୍ବା ଅଞ୍ଚଳ ସହିତ ନାମକରଣର ଏକ ସମ୍ବନ୍ଧ ଥାଏ । ଠିକ ଆରବସାଗରରେ ଘନୀଭୂତ ଏହି ସାମୁଦ୍ରିକ ଝଡର ନାମ ମିଆଁମାରରୁ ଆସିଛି । ମିଆଁମାରରେ ତୌକତେର ଅର୍ଥ ହେଉଛି ଜୋରରେ ଗର୍ଜନ କରୁଥିବା ଝିଟିପିଟି । ଅର୍ଥାତ ଏହି ସାମୁଦ୍ରିକ ଝଡ ମଧ୍ୟ ମିଆଁମାରର ଝିଟିପିଟି ଭଳି । ସମୁଦ୍ର ଭିତରେ ଗମ୍ଭୀର ଗର୍ଜନ କରି ଉପକୂଳ ଆଡକୁ ଅଗ୍ରସର ହେଉଛି ।

ତେବେ ଏକଥା ମଧ୍ୟ ଆସିବା ସ୍ବଭାବିକ ଯେ, ଏଭଳି ନାମକରଣ କେବେ ଠାରୁ ଆରମ୍ଭ କରାଗଲା ? ଏକ ରିପୋର୍ଟ ମୁତାବକ, ୧୯୫୩ ମସିହାରେ ଆଣ୍ଟଲାଟିକା ମହାସାଗରରେ ଆସିଥିବା ଏକ ସାମୁଦ୍ରିକ ଝଡ଼ର ପ୍ରଥମ ନାମକରଣ କରାଯାଇଥିଲା । ଏହାପରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଭଳି ଉପକୂଳବର୍ତ୍ତୀ ଦେଶ ଗୁଡିକୁ ଅନେକ ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଅନେକ ଝଡ଼ର ନାମକରଣ କରାଯାଇ ନାହିଁ । ତାହାର ମଧ୍ୟ ଅନେକ କାରଣ ରହିଛି । କିନ୍ତୁ ଭାରତ ମହାସାଗର କ୍ଷେତ୍ରରେ ଥିବା ଆଠଟି ଦେଶ ୨୦୦୪ ମସିହାରେ ଏହି ନାମକରଣ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହି ଆଠଟି ଦେଶ ଥିଲେ, ଭାରତ, ବାଂଲାଦେଶ, ମାଲଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ତାଇଲ୍ୟାଣ୍ଡ, ଏବଂ ଶ୍ରୀଲଙ୍କା । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ଇରାନ, କତାର, ସାଉଦି ଆରବ, ୟମାନ ଏବଂ ୟୁଏଇ ଭଳି ଦେଶ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା କୈଣସି ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ହିଁ ନାମକରଣ ପାଇଁ ବିଚାର ବିମର୍ଶ କରୁଛନ୍ତି । ଏବଂ ଝଡ଼ ସୃଷ୍ଟି ହୋଇଥିବା ସ୍ଥାନର ଅବସ୍ଥିତି ଏବଂ ଅଞ୍ଚଳକୁ ପରିଲିଖିତ କରି ନାଁ ଧାର୍ଯ୍ୟ କରାଯାଉଛି ।

କିନ୍ତୁ କୌଣସି ସାମୁଦ୍ରିକ ଝଡର ନାମ କମିଟି ଦିଏ ନାହିଁ । ବଂର ଏହା ପାଇଁ ଏକ ବ୍ୟବସ୍ଥା ରହିଛି । ଏଥିପାଇଁ ଆଲ୍ଫା ବେଟ ସିଷ୍ଟମ ମଧ୍ୟ ରହିଛି । ଯଦି ଭାରତ ମହାସାଗରରେ କୌଣସି ଝଡ ସୃଷ୍ଟି ହୁଏ, ତେବେ ଆଲ୍ଫାବେଟ ଅନୁଯାୟୀ ଯେଉଁ ଦେଶର ନାମ ପ୍ରଥମେ ଆସିବ ସେହି ଦେଶ ନାମକରଣ ଦିଏ । ଯେମିତିକି ପ୍ରଥମେ ବାଲାଂଦେଶ, ଭାରତ ପରେ କ୍ରମ ଅନୁଯାୟୀ ଅନ୍ୟଦେଶ ଗୁଡିକ ଦେଇଥାନ୍ତି । କିନ୍ତୁ ପ୍ରତିଟି ଥର ଭିନ୍ନ ଭିନ୍ନ ଦେଶ ବାତ୍ୟାର ନାମ ଦେଇଥାନ୍ତି । ତୌକତେ ବାତ୍ୟାର ନାମ ଯେଉଁଭଳି ଏଥର ମିଆଁମାର ଦେଇଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସ୍ଥଳଭାଗ ମୁହାଁ ବାତ୍ୟା ତୌକତେ । ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତୌକତେ ବାତ୍ୟାର ରୂପ ନେଇ ସାରିଛି । ଏହା ୧୮ ତାରିଖ ସଂଧ୍ୟା ଭିତରେ ଗୁଜୁରାଟ ମାଙ୍ଗାଲୋର ନିକଟରେ ସ୍ଥଳଭାଗ ଛୁଇଁପାରେ । ଏନେଇ ପୋରବନ୍ଦର ବେରାଓ୍ୱଲରେ ରେଡ ଆଲର୍ଟ ଜାରି କରାଯାଇଛି । କଚ୍ଛ, ଦ୍ୱାରିକାରେ ମଧ୍ୟ ରେଡ ଆଲର୍ଟ ଜାରି କରିଛି ପ୍ରଶାସନ । ସେପଟେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳକୁ ବି ଆଲର୍ଟ ଜାରି କରିଛି ଆଇଏମଡି । ଏନେଇ ମହାରାଷ୍ଟ ସରକାର ଓ ଗୁଜୁରାଟ ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମହାରାଷ୍ଟରେ ଦୁଇ ଦିନ ପାଇଁ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ମଧ୍ୟ ରଖାଯାଇଛି । ସମୁଦ୍ର ତଟ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ । କିନ୍ତୁ ବାତ୍ୟା ତୌକତେର ନାଣକରଣକୁ ନେଇ ଆପଣଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ନିଶ୍ଚୟ ପାଇସାରିଥିବେ ।

Leave a Reply