spot_img
Home Blog Page 5788

ଆଉ ଅପେକ୍ଷା କରିବାକୁ ପଡିବନି, ୧୦ ଦିନରେ ମିଳିବ ଏହି ସବୁ ପ୍ରମାଣ ପତ୍ର…

ଭୁବନେଶ୍ବର: ଆଗପରି ଆଉ ଲାଗିବନି ଲମ୍ବା ଲାଇନ । କିମ୍ବା ବାରମ୍ବାର ଦୌଡିବାକୁ ପଡିବନି ବିଭିନ୍ନ ଅଫିସ । ଜାତିଗତ ପ୍ରମାଣ ପତ୍ର ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ମଧ୍ୟ ପଡିବନି । କାରଣ ଏବେ ସହଜ ଏବଂ ସରଳ ହୋଇଛି ପ୍ରୋସେସ । ଏବେ ମାତ୍ର ୧୦ ଦିନ ମଧ୍ୟରେ ମିଳିଜିବ ଜାତିଗତ, ଆୟ, ସମ୍ପତ୍ତି ଓ ଆବାସିକ ପ୍ରମାଣପତ୍ର ।

ରାଜ୍ୟ ବିପର୍ଯ୍ୟୟ ଏବଂ ରାଜସ୍ୱ ସତିବ ବିଷ୍ଣୁପଦ ସେଠୀ ଏ ନେଇ ଦେଇଛନ୍ତି ନିର୍ଦ୍ଦେଶ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ବିଷ୍ଣୁପଦ । ପୂର୍ବରୁ ବିଶେଶକରି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଓ ସମସ୍ୟା ବହୁଳ ଭାବରେ ନଜିର ଆସୁଥିଲା ।

କଡାକଡ଼ି ହେଲା କୋଭିଡ ଚେକିଂ, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ରାଜ୍ୟର କରୋନା ସ୍ଥିତିକୁ ପୁଣି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତର୍କ ଏବଂ ସଚେତନ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାମାଜିକ ଦୂରତା ରକ୍ଷାକରିବା ଏବଂ ମାକ୍ସ ପିନ୍ଧିବାକୁ ପୁନର୍ବାର ଗୁରୁତ୍ବ ଦିଆଯାଇଛି । ସେପଟେ ଆଜିର ସମୀକ୍ଷା ବୈଠକରେ ଅମାନିଆଙ୍କୁ ସାବାଡ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ଆଗାମୀ ଦଶ ଦିନ ମାକ୍ସ ଚେକିଂ ସହ କୋଭିଡ ଗାଇଡଲାଇନ ମାନିବାକୁ ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅମାନିଆଙ୍କ ପ୍ରତି ପୋଲିସ ଅଧିକ କଠୋର ହେବା ସହ କୋଭିଡ କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଆଯାଇଛି ନିର୍ଦ୍ଦେଶ ।

ସେପଟେ ଯେହେତୁ ସୀମାନ୍ତବର୍ତ୍ତୀ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢୁଛି ତେଣୁ ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପଶ୍ଚିମ ଓଡିଶାର ସ୍ଥିତି ଅନୁଧ୍ୟାନ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଡାକ୍ତର, ପାରା ମେଡିକାଲ୍ କର୍ମଚାରୀ ଓ ଲ୍ୟାବ ଟେକ୍ନିସିଆନ୍‌ଙ୍କୁ ପୁନଃନିଯୁକ୍ତି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତାମିଲନାଡ଼ୁ ରାଜନିତୀରେ ଫିଲ୍ମଷ୍ଟାର ଏତେ ସଫଳ କାହିଁକି?

ତାମିଲନାଡୁ ବିଧାନସଭା ପାଇଁ ମଙ୍ଗଳବାର  ହୋଇଛି ଭୋଟିଂ। ଏଠି ଗୋଟିଏ ପର୍ଯ୍ୟାୟରେ ତାମିଲନାଡୁର ୨୩୪ ଆସନ ପାଇଁ ଭୋଟିଂ ହୋଇଛି । ତାମିଲନାଡୁରେ ଏଆଇଏଡିଏମକେ ଓ ବିଜେପି ମେଣ୍ଟ ସହ କଂଗ୍ରେସ ଓ ଡିଏମକେ ମେଣ୍ଟ ମଧ୍ୟରେ ହେଉଛି ଜୋରଦାର ଟକ୍କର। ଏଥର ତାମିଲ ସୁପରଷ୍ଟାର କମଲ ହାସନଙ୍କର ମଧ୍ୟ ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେ ଦକ୍ଷିଣ କୋଏମ୍ବାଟୁର ଆସନରୁ ଲଢୁଛନ୍ତି ନିର୍ବାଚନ । କମଲହାସନଙ୍କ ନାଁ ତାମିଲ ନାଡ଼ୁର ସେହି ବଡ଼ ବଡ଼ ନାଁ ମଧ୍ୟରେ ଅଛି ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ରାଜନୀତିରେ ଆସିଛନ୍ତି ।

କେବଳ କମଲ ହାସନ ନୁହେଁ ତାଙ୍କ ପୂର୍ବରୁ ତାମିଲନାଡ଼ୁରେ ବହୁତ ଏମତି ରଜନେତା ଓ ନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମ ଜଗତରୁ ଆସି ରାଜନୀତିରେ ଯୋଗ ଦେଇଛନ୍ତି। ସେ ଜୟଲଳିତା ହୁଅନ୍ତୁ କିମ୍ବା କରୁଣାନିଧି କିମ୍ବା ଏମ.ଜି ରାମଚନ୍ଦ୍ରନ – ଚଳଚ୍ଚିତ୍ର ଜଗତର ଏହି ସେଲିବ୍ରିଟିମାନେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇଥିବା ଏମ.ଜି ରାମଚନ୍ଦ୍ରନ୍ ପ୍ରଥମ ଭେଟେରାନ୍ ଅଭିନେତା ଥିଲେ  ଯିଏ ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇଥିଲେ । ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ଏନଟି ରାମା ରାଓ ମଧ୍ୟ ଏହି ସଫଳତା ହାସଲ କରିଛନ୍ତି। ତେବେ ଆପଣ କେବେ ଭାବିଛନ୍ତି କି ଦକ୍ଷିଣ ଭାରତରେ ବିଶେଷ କରି ତାମିଲନାଡୁରେ ଅଭିନେତାମାନେ ରାନୀତିରେ କାହିଁକି ଏବଂ କିପରି ସଫଳ ହେଉଛନ୍ତି?

ରାଜନୀତିରେ ସଫଳ ସାଉଥ୍ ଫିଲ୍ମଷ୍ଟାର୍:

ଗୋଟିଏ ବର୍ଗର କହିବା କଥା ଯେ ଦକ୍ଷିଣ-ଭାରତର ରାଜନୀତିରେ ଯେତିକି ସିନେ ତାରକା ଯୋଗ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ସଫଳତା କେବଳ କିଛି ତାରକାଙ୍କୁ ମିଳିଛି। ଅର୍ଥାତ୍ ସଫଳତାର ଅନୁପାତ ବହୁତ କମ୍। ଅନ୍ୟ ପଟେ, ଭାରତର ଅନ୍ୟ ରାଜ୍ୟ ସହ ତୁଳନା କଲେ ଦକ୍ଷିଣ ଭାରତୀୟ ଷ୍ଟାରମାନେ ବହୁତ ସଫଳ ହୋଇଛନ୍ତି। ଉତ୍ତର ଭାରତରେ ଅଭିନୟର ପୃଷ୍ଠଭୂମିରୁ ଆସି ମୁଖ୍ୟମନ୍ତ୍ରୀ ଚେୟାରରେ ବସିଥିବାଭଳି କୌଣସି ଉଦାହରଣ ଦେଖିବାକୁ ମିଳିନାହିଁ।

ସୁନିଲ ଦତ୍ତ, ଶତ୍ରୁଘ୍ନ ସିହ୍ନା, ବିନୋଦ ଖନ୍ନାଙ୍କ ଭଲି ବଡ଼ ବଡ଼ ସେଲେବ୍ରିଟି ବି ବଲିଉଡରୁ କେନ୍ଦ୍ର ମନ୍ତ୍ରୀ ପର୍ଯ୍ୟନ୍ତର ଯାତ୍ରା କରିଛନ୍ତି । ହେଲେ ଦକ୍ଷିଣ ଭାରତରେ ଫିଲ୍ମ ବ୍ରିଗେଡ୍ ଯେଉଁଭଳି ଭାବରେ ରାଜନୈତିକ ଆଭିମୁଖ୍ୟ ହାସଲ କରିଛି, ତାହା ଅନ୍ୟ କୌଣସି ରାଜ୍ୟରେ ଦେଖାଯାଇ ନାହିଁ। ପଶ୍ଚିମବଙ୍ଗର ରାଜନୀତିରେ ବି ଅନେକ ଫିଲ୍ମ ତାରକା ନଜର ଆସିଛନ୍ତି। ନିକଟରେ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଯୋଗ ଦେଇଛନ୍ତି । ହେଲେ ଅନ୍ୟ ରାଜ୍ୟ ଭଳି ଏଠି  ତାଙ୍କୁ ବି କେବଳ ଭିଡ଼ ଜମାଇବା ପାଇଁ ଷ୍ଟାର ପାୱାର ଭାବେ ବ୍ୟବହାର କରାଯାଉଛି। ଅବଶ୍ୟ ଏହା ସତ ଯେ ଲୋକସଭା ନିର୍ବାଚନରେ ପ୍ରାୟ ସମୟରେ ଫିଲ୍ମ ତାରକାମାନେ ବାଜି ମାରିଛନ୍ତି ।

କାହିଁକି ରାଜନୀତିରେ ଏତେ ସଫଳ ଦକ୍ଷିଣ ଭାରତୀୟ ଫିଲ୍ମ ଷ୍ଟାର?

ଅନ୍ନାଦୁରାଇଙ୍କଠୁ ଆରମ୍ଭ କରି କମଲ ହାସନ ପର୍ଯ୍ୟନ୍ତ  ତାମିଲନାଡ଼ୁର ରାଜନୀତିରେ ଦ୍ରାବିଡ଼ ରାଜନିତୀ କେନ୍ଦ୍ରରେ ରହିଛି। ତାମିଲନାଡୁର ପ୍ରଥମ ମୁଖ୍ୟମନ୍ତ୍ରୀ ଅନ୍ନାଦୁରାଙ୍କର ବି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଥିଲା ସମ୍ପର୍କ । ସେ ଫିଲ୍ମର ସ୍କ୍ରିପ୍ଟରେ ଦ୍ରାବିଡ଼ ଆଦର୍ଶ ଓ ବିଚାରଧାରାକୁ ପରସିବା ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ, ୧୯୫୨ର ତାମିଲ ଫିଲ୍ମ “ପରାଶକ୍ତି” ଏକ ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। ଯାହାର ସ୍କ୍ରିପ୍ଟ କରୁଣାନିଧି ଲେଖିଥିଲେ।

ଶିବାଜୀ ଗଣେଶନ ଷ୍ଟାରର ଏହି ଫିଲ୍ମରେ ଦ୍ରାବୀଡ଼ ଜନତାଙ୍କୁ କେନ୍ଦ୍ରରେ ରଖିଥିଲା । ବାସ ଏହା ପରଠୁ ଏଠାରେ ଦ୍ରାବୀଡ଼ ରାଜନୀତି ହିଁ ଜୋର୍ ସୋର୍ ରେ ଚାଲିଛି । ଫିଲ୍ମ ଇତିହାସକାର ମାନେ କୁହନ୍ତି ଯେ ଦ୍ରାବିଡ଼ ଦଳର ୭ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣ ଫିଲ୍ମ ଜଗତ ସହିତ ଜଡ଼ିତ।

ଉତ୍ତର-ଭାରତଏବଂ ଦକ୍ଷିଣ-ଭାରତ ମଧ୍ୟରେ ପାର୍ଥକ୍ୟ କ’ଣ?

ଦକ୍ଷିଣରେ ଏହି ଧାରା ସ୍ପଷ୍ଟ ଦେଖିବାକୁ ମିଳେ ଯେ ଫିଲ୍ମ ତାରକାମାନେ ନିଜ ନେତୃତ୍ୱରେ ଏକ ନୂତନ ଦଳ ଗଠନ କରିବାକୁ ଭୟ କରନ୍ତି ନାହିଁ। ତାମିଲ ରାଜନୀତି ହେଉ କିମ୍ବା ତେଲୁଗୁ ହେଉ, ଫିଲ୍ମ ଷ୍ଟାରମାନେ ରାଜନୈତିକ ଚ୍ୟାଲେଂଜ୍ ଗ୍ରହଣ କରିବାକୁ  ସବୁବେଳେ ସାହସ ଦେଖାଇଛନ୍ତି। ଅପରପକ୍ଷେ, ଉତ୍ତର କିମ୍ବା ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଫିଲ୍ମ କଳାକାରମାନେ କିଛି ଦଳୀୟ ରାଜନୀତିରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଜୟା ବଚ୍ଚନ, ହେମା ମାଳିନୀ, ଅନୁପମ ଖେର୍ଜ ପ୍ରଭୃତି ତାରକାମାନେ ବି ନିଜ ଦଳ ଗଢ଼ିବା ପରିବର୍ତ୍ତେ କୌଣସି ପାର୍ଟି ବ୍ୟାନର ତଳେ ହିଁ ରଜନୀତିରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ଚିରଞ୍ଜୀବି ଓ ପବନ କଲ୍ୟାଣ ପରି ସାଉଥ ସୁପରଷ୍ଟାରମାନେ ନିଜ ଦଳ ରାଜନୈତିକ ଆରମ୍ଭ କରିବାର ସାହସ ଦେଖାଛନ୍ତି।

ରାଜନୀତିରେ ଷ୍ଟାରଙ୍କୁ କାହିକିଁ ପସନ୍ଦ କରନ୍ତି ଜନତା ?

ଜଣାଶୁଣା ଫିଲ୍ମ କ୍ରିଟିକ୍ ଶୁଭ୍ରା ଗୁପ୍ତାଙ୍କ କହିବା କଥା ଯେ ଏଠାକାର ଜନତା ଫିଲ୍ମ ତାରକାଙ୍କ ପ୍ରତି ବହୁତ ଭାବୁକ । ଆଉ ଏହାର ବଡ଼ କାରଣ ହେଉଛି ସାଉଥ ଷ୍ଟାରମାନେ ବହୁତ ଆଧ୍ୟାତ୍ମିକ ଭୂମିକାରେ ଅଭିନୟ କରିଛନ୍ତି । ଯାହାଫଳରେ ଦର୍ଶକଙ୍କ ମଧ୍ୟରେ ତାଙ୍କର ଛବି ମଧ୍ୟ ଧାର୍ମିକ ଭାବନା ସହ ଯୋଡ଼ିହୋଇ ରହିଛି । ଏମଜିଆରଙ୍କୁ ଆରମ୍ଭ କରି ରଜନୀକାନ୍ତ ପ୍ରାୟ ଷ୍ଟାରଙ୍କର ଫ୍ୟାନ ଫଲୋଇଂ ବହୁତ ଅଧିକ । ଏଠି ଦର୍ଶକ କେବଳ ଏମାନଙ୍କୁ ପସନ୍ଦ କରନ୍ତି ନି ବରଂ ଏମାନଙ୍କୁ ପୂଜା ବି କରନ୍ତି। ଆଉ ଏହି ଲୋକପ୍ରିୟତା ଓ ଦବଦବା ବଳରେ ସେମାନେ କେବେ ବି ରାଜନିତୀକୁ ଓହ୍ଲାଇବାକୁ ଡରନ୍ତି ନାହିଁ ।

କରୋନାରେ ସଂକ୍ରମିତ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବି-ଟାଉନ୍ ରେ ମାଡ଼ିଚାଲିଛି କରୋନା । ଲଗାତର ବଲିଉଡରେ ଜଣଙ୍କ ପରେ ଜଣେ କଳାକାର କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜ ଇନଷ୍ଟାଗ୍ରମ ଜରିଆରେ ସୂଚନା ଦେଇଛନ୍ତି ।

କ୍ୟାଟ୍ରିନା ଇନଷ୍ଟା ଷ୍ଟୋରିରେ ଲେଖିଛନ୍ତି, ‘ସବୁ ସତର୍କତା ସତ୍ତ୍ୱେ କରୋନା ପଜିଟିଭ୍ ରିପୋର୍ଟ ଆସିବା ଦୁର୍ଭାଗ୍ୟଜନକ। ବର୍ତ୍ତମାନ ମୁଁ ସବୁ କୋଭିଡ ନିୟମ ପାଳନ କରି ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ଔଷଧ ମଧ୍ୟ ଖାଉଛି। ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ କରୋନା ପରୀକ୍ଷା କରେଇ ନେବାକୁ ଅନୁରୋଧ କରୁଛି। ସମସ୍ତେ ନିଜର ଯତ୍ନ ଓ ସୁରକ୍ଷିତ ରୁହନ୍ତୁ।’

କ୍ୟାଟ୍ରିନାଙ୍କ ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ଅକ୍ଷୟ କୁମାର, ଭୂମି ପେଡନେକର, ଭିକ୍କି କୌଶଲ୍, ଏଜାଜ୍ ଖାନ୍, ରଣବୀର କପୁର, ଗୋବିନ୍ଦା, ଆଲିଆ ଭଟ୍ଟ, ଆମୀର ଖାନ୍‌, ମିଲିନ୍ଦ ସୋମେନ, ଫାତିମା ସନା ଶେଖ, ବପ୍ପି ଲହରୀ, ତବୁ, ସଞ୍ଜୟଲୀଲା ଭଂଶାଲୀ, ପରେଶ ରାୱଲ, ଆର ମାଧବନ, ମନୋଜ ବାଜପାୟୀ, ସଚିନ ତେନ୍ଦୁଲକର, ନୀତୁ କପୁର, କାର୍ତ୍ତିକ ଆର୍ଯ୍ୟାନ, ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

 

ରାଜ୍ୟରେ ବଢୁଛି କୋଭିଡ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି କରୋନା । ପ୍ରତିଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ସେପଟେ ଏନେଇ ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରିଷ୍ଠ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରୁଛନ୍ତି ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାକୁ ପୋକସ କରିଛନ୍ତି ରାଜ୍ୟ ସରକାର  । ଯେଉଁଭଳି ଭାବରେ ପଡୋଶୀ ରାଜ୍ୟରେ କୋଭିଡ ବ୍ୟାପୁଛି, ତାହାକୁ ଦୃଷ୍ଟିରେ ରଖି ସୀମାନ୍ତ ଜିଲ୍ଲାରେ ବ୍ୟାପକ ବ୍ୟବସ୍ଥା କରିବାକୁ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ସେପଟେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାବେଳେ ଆଜି ୫୦୦ ଟପିଛି ସଂକ୍ରମିତ ସଂଖ୍ୟା । ଏଣୁ ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁଣି ଥରେ ସମଗ୍ର ଦେଶରେ କରୋନା ବୃଦ୍ଧି ଘଟୁଛି । ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ କିଭଳି କରୋନାର ମୁକାବିଲା କରାଯାଇପାରିବ । ଆଗାମୀ ଦିନ ପାଇଁ କଣ ରହିବ ରଣନୀତି ସେ ନେଇ ଆଲୋଚନା ଜାର ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ପଡୋଶୀ ଛତିଶଗଡ଼ରେ କୋଭିଡ ବଢୁଥିବାରୁ ରାଜ୍ୟ ସରକାର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକୁ ହାଇ ଆର୍ଲଟ ଦାରି କରିଛନ୍ତି  । ଏମିତିକି ୫ ତାରିଖ ଠାରୁ ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗିସାରିଛି  । ସେପଟେ ପଶ୍ଟିମ ଓଡିଶାର କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଯିବେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ ।

ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଡାକ୍ତର, ପାରା ମେଡିକାଲ୍ କର୍ମଚାରୀ ଓ ଲ୍ୟାବ ଟେକ୍ନିସିଆନ୍‌ଙ୍କୁ ପୁନଃନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ସଂକ୍ରମିତ ଅଞ୍ଚଳରେ ଆମ୍ବୁଲାନ୍‌ସ, ଅକ୍ସିଜେନ୍‌ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।ରୋଗୀ ସେବାରେ କୌଣସି ଅବହେଳା ବରଦାସ୍ତ କରାଯିବନାହିଁ । ଆସନ୍ତା ୧୦ ଦିନ ପାଇଁ ପଶ୍ଚିମ ଓଡ଼ିଶାରେ ଅଧିକ ଫୋର୍ସ ମୁତୟନ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ନିୟନ୍ତ୍ରଣ ପାଇଁ ପଞ୍ଚାୟତସ୍ତରର ନିର୍ବାଚିତ ପ୍ରତିନିଧି, ମିଶନ ଶକ୍ତି ସଦ

 

ସୋନୁଙ୍କ ନାଁରେ ଚାଲିଛି ଠକେଇ, ସାମ୍ନାକୁ ଆସିଲା ସତ

 ନୂଆଦିଲ୍ଲୀ:   ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢାଇଥିଲେ ସୋନୁ ଏବଂ ଲୋକଙ୍କୁ ସାହାଯ୍ୟ କରିବାର ମିଶନ ଏବେ ମଧ୍ୟ ସେ ଜାରି ରଖିଛନ୍ତି । କିନ୍ତୁ ସୋନୁଙ୍କୁ ନେଇ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ସୋନୁଙ୍କ ନାଁକୁ ବ୍ୟବହାର କରି ସୋସିଅଲ ମିଡିଆ ମାଧ୍ୟମରେ ଗରିବ ଲୋକଙ୍କୁ ଠକୁଛନ୍ତି କିଛି ବହୁରୂପିଆ । ନିକଟରେ ମୁଜାଫରପୁରରୁ ଏହିଭଳି ଏକ ଅପରାଧୀକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍। ଏହି ଠକ ଜଣକ ସୋନୁଙ୍କ ନାଁରେ ମିଛ ପ୍ରୋଫାଇଲ କ୍ରିଏଟ୍କରି ନିଜକୁ ସୋନୁଙ୍କ ପରାମର୍ଶଦାତା ବୋଲି କହୁଥିଲା । ପରେ ଘଟଣା ସାମ୍ନାକୁ ଆସିବା ପରେ ସାଇବର ପୋଲିସର ସହାୟତା ନେଇଥିଲେ ସୋନୁ ।

ଦୁଃଖୀ ମୁହଁରେ ହସ ଫୁଟାଇବା ପାଇଁ ଜୀବନରେ ଅନେକ ଲକ୍ଷ୍ୟ ରଖିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ଗତବର୍ଷ ଦେଶରେ ଲକଡାଉନ ଜାରି ହେବା ପରଠାରୁ ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଏକାଧିକ ଗରିବ ଲୋକଙ୍କୁ ସହାୟତାର ହାତ ବଢାଇଥିଲେ ସୋନୁ । ଶିକ୍ଷାପାଇଁ ଛାତ୍ରମାନଙ୍କୁ ସହାୟତା ,ବେରୋଜଗାରକୁ ନିଯୁକ୍ତି ଯୋଗାଇଦେବା, ନୂଆ ନୂଆ ସୁଯୋଗ ପ୍ରଦାନ କରିବା,ଅଭାବୀ ଲୋକଙ୍କୁ ଜୀବିକା ଯୋଗାଇଦେବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାର ଲକ୍ଷ୍ୟ ରଖିଛନ୍ତି ଏହି ପ୍ରସିଦ୍ଧ ଲୋକପ୍ରିୟ ଅଭିନେତା । ଲୋକଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ତାଙ୍କ ମିଶନରେ ଏତିକିରେ ପୂର୍ଣ୍ଣଛେଦ ଦେଇନାହାଁନ୍ତି । ତାଙ୍କ ନାଁରେ ଠକେଇ ହେଉଥିବା ଜାଣିବା ପରଠାରୁ ନିରୀହ ଲୋକଙ୍କୁ ଠକୁଥିବା ଠକଙ୍କୁ ପାନେ ଦେବାପାଇଁ ସୋନୁ ପ୍ରସ୍ତୁତ ହୋଇ ସାରିଲେଣି ।

ନିକଟରେ ସେହିଭଳି ଠକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସୋନୁ ସୁଦ୍। ସୋନୁଙ୍କ ମିଶନ ଦ୍ୱାରା ଲୋକଙ୍କ ସହିତ ପ୍ରତାରଣା କରୁଥିବା ଏକ ଠକ ସୋନୁଙ୍କ ରଡାରକୁ ଚାଲି ଆସିଛି । କେବଳ ସେତିକି ନୁହେଁ ବରଂ ଫ୍ରଡ୍ଲେଖା ହୋଇଥିବା ଷ୍ଟାମ୍ପ ସହିତ ଏହି ଠକର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଏହି ଅପରାଧୀ ବିହାରର ।

ଏଭଳି ଠକେଇ ଖବର ସାମ୍ନାକୁ ଆସିବା ପରେ ତେଲେଙ୍ଗାନାର ଜଣେ ବ୍ୟକ୍ତି ଏହି ଘଟଣା ବାବଦରେ ଥାନାରେ ଅଭିଯୋଗ କରିଥିଲେ, ଯାହାପରେ ବିବହାରର ଏହି ଅପରାଧୀକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ସୂଚନାଯୋଗ୍ୟ ଏହି ଠକ ସୋନୁଙ୍କ ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୬୦ ହଜାର ଟଙ୍କା ଠକି ନେଇଥିବା ଜଣାପଡ଼ିଛି ।

ତେବେ ଏହି ବ୍ୟକ୍ତିକୁ ଗିରଫ କରିଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସୋନୁ । ଯଦି ସମୟ ଆସିବା ପୂର୍ବରୁ ସଜାଗ ନହୁଅନ୍ତି ତେବେ ଜଣକ ପରେ ଜଣେ ଠକ ସୋନୁଙ୍କ ରଡାର ମଧ୍ୟକୁ ଖୁବଶୀଘ୍ର ଆସିଯିବେ ବୋଲି ସୋନୁ କଡ଼ା ଚେତାବନୀ ଦେଇଛନ୍ତି ।

ତେବେ ସୋନୁଙ୍କ ପକ୍ଷେ ଏହା ପ୍ରଥମ ଘଟଣା ନୁହେଁ । ଗତବର୍ଷ ସୋନୁଙ୍କ ଚାରିଟିର କର୍ମଚାରୀ କହି ସୋସିଅଲ ମିଡିଆରେ ଲୋକଙ୍କୁ ଠକୁଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ସୋନୁ ।

ଚଳିବନି ଆନ୍ଧ୍ରର ମନମାନି, ସ୍ଥଗିତ ରହିଲା କୋଟିଆ ନିର୍ବାଚନ

ଭୁବନେଶ୍ୱର: କୋଟିଆରେ ହେବନି ନିର୍ବାଚନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର କରୁଥିଲା ନିର୍ବାଚନ । ଏହି ଅଭିଯୋଗ ନେଇ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ପଡୋଶୀ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ନିର୍ବାଚନ କରିବାକୁ ବାରମ୍ବାର ପ୍ରୟାସ କରିଛି ।

ଗତ କିଛି ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିଥିବାବେଳେ ଏବେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ଚାଲ କରିଥିଲା ପଡୋଶୀ ଆନ୍ଧ୍ରପ୍ରଦେଶ । ସେପଟେ ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲେ ସୁଦ୍ଧା ଆନ୍ଧ୍ର ନିର୍ବାଚନ କରିଥିଲେ । ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅବମାନନା କରିଥିଲା ଆନ୍ଧ୍ର ପ୍ରଦେଶ ।

ପୁନର୍ବାର କରାଯାଉଥିବା ନିର୍ବାଚନକୁ ନେଇ ଖୋଦ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଜାର କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ନିର୍ବାଚନ କରାଯିବ । ବର୍ତ୍ତମାନ ଏହି ମାମଲାରେ ବିଚରାଧିନ ରହିଥିବାରୁ ନିର୍ବାଚନ ହୋଇପାରିବ ନାହିଁ ବୋଲି କହିଛନ୍ତି ଆନ୍ଧ୍ର ହାଇକୋର୍ଟ । ଏହି କାରଣରୁ କୋଟିଆରେ ସ୍ଥଗିତ ରହିବ ଆନ୍ଧ୍ର ନିର୍ବାଚନ ।

କଂଗ୍ରେସରୁ ସମ୍ପର୍କ କାଟିଲେ ସ୍ମୃତିରେଖା

ଭୁବନେଶ୍ୱର: ଗୋଟେପଟେ ପିପିଲି ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଥିବା ବେଳେ ଅନ୍ୟପଟେ କଂଗ୍ରେସ ଛାଡିଛନ୍ତି ଜଣେ ନେତ୍ରୀ । ଆଜି ଅପରାହ୍ନରେ କଂଗ୍ରେସ ଛାଡିଥିବା ଏହି ନେତ୍ରୀ ଜଣଙ୍କ ହେଉଛନ୍ତି ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି । କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି ସ୍ମୃତିରେଖା ।

ଦଳ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ମୃତିରେଖା । ଅଭିଯୋଗ କରି ସେ କହିଛନ୍ତି, ଦଳ ମତେ ସହଯୋଗ କରୁନାହିଁ । ଓଡିଶା ମାଟିରେ କଂଗ୍ରେସ ଆଗକୁ ବଢିପାରିବ ନାହିଁ । ରାଜ୍ୟରେ ଦଳ ଏକପ୍ରକାର ସ୍ଥାଣୁ ପାଲଟିଛି । ଆଗକୁ ବଢିବା ନେଇ ଦଳର କୈଣସି ଯୋଜନା ନଥିବା ମଧ୍ୟ କହିଛନ୍ତି ସ୍ମୃତିରେଖା ।
କଂଗ୍ରେସରେ ଦୀର୍ଘ ଦିନ ଘରି କାରଯ୍ୟ କରିଛି । ଦଳ ପାଇଁ ଅନେକ କିଛି କରିଛି ।

କିନ୍ତୁ ଦଳର କିଛି ନେତାଙ୍କ ଭିତିରି ବୁଝାମଣା ଆଜି ଦଳ ପାଇଁ କାଳ ସାଜିଛି । ସେ କହିଛନ୍ତି ବର୍ତ୍ତମାନ ପିପିଲି ନିର୍ବାଚନ ଚାଲିଛି । ସେଠାରେ ମଧ୍ୟ ଦଳର ସ୍ଥିତି ଶୋଚନୀୟ । ଏହାର କାରଣ କିଛି ନେତାଙ୍କ ପାଇଁ । ସେହିପରି ଦଳ ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ତୃତୀୟ ସ୍ଥାନକୁ ଖସି ଆସିଛି । ତେଣୁ ଏଭଳି ଦଳରେ ରହିବା ପାଇଁ ଉଚିତ ମନେ କରୁନଥିବା ଦର୍ଶାଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ହାତ ଛାଡିଲେ ସ୍ମୃତିରେଖା ।

ଦୁଇ ଘଣ୍ଟାରେ କାଳବୈଶାଖୀ, ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ପୁଣି ରାଜ୍ୟରେ କାଳବୈଶାଖୀ ହେବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୬ଟି ଜିଲ୍ଲାରେ ବର୍ଷା ଘଡଘଡି ସହ ପବନ ବୋହିବା ନେଇ ସତର୍କତା କରାଯାଇଛି । ଦିନବେଳା ଗ୍ରୀଷ୍ମ ପ୍ରବାହ ଜାରି ରହୁଥିବା ବେଳେ ଗତ କିଛିଦିନ ହେବ ଅପରାହ୍ନରେ କାଳବୈଶାଖୀ ହେଉଛି ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ଅପରାହ୍ନରେ କାଳବୈଶାଖୀର ପ୍ରବାଭ ଦେଖାଦେବ। ଦୁଇ ଘଣ୍ଟା ମଧ୍ୟରେ ବର୍ଷା, ଘଡଘଡ଼ି ସହ ବିଜୁଳି ହୋଇପାରେ ବୋଲି ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି କାଳ ବୈଶାଖୀ । ଦିନବେଳା ପ୍ରଚଣ୍ଡ ଖରା ହେଉଥିବାବେଳେ ଅପରାହ୍ନରେ କାଳବୈଶାଖୀ ଦେଖିବାକୁ ମିଳିଛି । ଏହି ସମୟରେ ସତର୍କ ଏବଂ ସୁରକ୍ଷିତ ରହିବାକୁ ସୂଚନା ଜାରି କରାଯାଇଛି ।

ନକ୍ସଲ ଆକ୍ରମଣରେ ଓଡ଼ିଆ ପୁଅ ସହିଦ, ସାହାସୀ ଯବାନଙ୍କୁ ଝୁରୁଛନ୍ତି ସାଥି …

ବିଜାପୁର: ଛତିଶଗଡ଼ ବିଜାପୁର ନକ୍ସଲ ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସହିଦ ସୁବାସ ନାୟକ ଓଡ଼ିଶାର ମୂଳ ବାସିନ୍ଦା । ସୁବାସଙ୍କୁ ହରାଇ ତାଙ୍କ ପରିବାର ଭାଙ୍ଗି ପଡ଼ିଥିବା ବେଳେ ସୁଭାଷଙ୍କ ସାହସିକତାକୁ ଭୁଲି ପାରୁନାହାଁନ୍ତି ସାଥୀ ଯବାନ ।

Odia Jawan Martyred In Bijapur Naxal Attack

୨୦୧୮ ମସିହାରେ ବାସାଗୁଡ଼ା ସାପ୍ତାହିକ ହାଟରେ ନକ୍ସଲ ଆକ୍ରମଣ କରିଥିଲେ । ନିଜ ଜୀବନକୁ ଭ୍ରୁକ୍ଷେପ ନକରି ନକ୍ସଲଙ୍କ ବନ୍ଧୁକ ମୁହଁରୁ ସାଥୀ ଶଙ୍କରଙ୍କ ଜୀବନ ବଞ୍ଚାଇ ଆଣିଥିଲେ  ସୁଭାଷ । ଜଣେ ନକ୍ସଲକୁ ମାରିବା ସହ ଅସ୍ତ୍ରଶସ୍ତ୍ରକୁ ଛଡ଼ାଇ ଆଣି ସାହସିକତାର ପରିଚୟ ଦେଇଥିଲେ ସୁବାସ । ତା’ପରେ ତାଙ୍କୁ ପଦୋନ୍ନତି ମଧ୍ୟ ମିଳିଥିଲା ।

ସେପଟେ  ସୁଭାଷଙ୍କ ସାହାସ ଓ ସାମର୍ଥ୍ୟକୁ ସଲାମ କରିଛନ୍ତି ସାଥି ଯବାନ । ସୁବାଷଙ୍କ ସାଥି  ଶଙ୍କର କହିଛନ୍ତି, ଏହି ସମୟରେ ସୁଭାଷ ନିଜ ଜୀବନକୁ ବାଜିରେ ଲଗାଇ ମୋ ଜୀବନ ବଞ୍ଚାଇଥିଲେ। ପ୍ରବଳ ଭିଡ ଏବଂ ନକ୍ସଲଙ୍କ ଆକ୍ରଣଣ ଭିତରେ ମଧ୍ୟ ମୋ ଜୀବନକୁ ସେ ରଖିଥିଲେ । ନିଜ ଜୀବନକୁ ବାଜି ଲଗାଇ ମୋ ଜୀବନ ରକ୍ଷା କରିଥିଲେ । ଏବଂ ନକ୍ସଲଙ୍କୁ ମାତ ଦେବାକୁ ଅତି ଦାମ୍ଭିକତାର ସହ ସେ ସେଠାରେ ସାହାସ ଦେଖାଇଥିଲେ ।

ଛତିଶଗଡ଼ ନକ୍ସଲ ଆକ୍ରମଣରେ ଓଡିଆ ଯବାନ ସୁବାଷ ସହିଦ ହୋଇଛନ୍ତି । ଆଉ ଜୀବନ ରଖିଥିବା ଏହି ସାଥିର ସହାୟତାକୁ ଭୁଲି ପାରୁନାହାଁନ୍ତି ଶଙ୍କର । କୋହଭରା କଣ୍ଠରେ ଏପରି ପୁରୁଣା ସ୍ମୃତିକୁ ମନେ ପକାଇ ଅତୀତକୁ ବଖାଣିଛନ୍ତି ଯବାନ ଶଙ୍କର । ସେପଟେ ସୁବାସଙ୍କ ବାପା ପେଟ ପୋଷିବା ଲାଗି ଛତିଶଗଡ଼ର ବିଜାପୁର ପଳାଇଥିଲେ । ଏବେ ଗୋଟିଏ ବୋଲି ପୁଅକ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ପୂରା ପରିବାର ।