ସ୍ୱାସ୍ଥ୍ୟସେବାକୁ ନେଇ ଯୋଗୀ ସରକାରଙ୍କୁ କୋର୍ଟଙ୍କ କଡ଼ା ସମାଲୋଚନା

Allahabad High Court Makes Harsh Comment On UP Government

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳରେ ଦ୍ରୁତଗତିରେ ବ୍ୟାପୁଛି କରୋନା । ଗାଁରେ ସଂକ୍ରମଣ ବ୍ୟାପୁ ଥିବାବେଳେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । କରୋନା ସହ ଜଡ଼ିତ ଏକ ମାମଲାର ଶୁଣାଣି ବେଳେ ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ହାଇକୋର୍ଟ । ଖଣ୍ଡପୀଠ କହିଛନ୍ତି, ଛୋଟ ସହର ଓ ଗାଁରେ ଚିକିତ୍ସା ସେବା ‘ରାମଙ୍କ ଭରସାରେ’ ଅଛି ।

Allahabad High Court Makes Harsh Comment On UP Government

ମୀରଟର ମେଡିକାଲ କଲେଜରୁ ୬୪ ବର୍ଷୀୟ ବୃଦ୍ଧ ସନ୍ତୋଷ କୁମାରଙ୍କ ମାମଲାର ଶୁଣାଣି କରି କୋର୍ଟ ଏଭଳି ଟିପ୍ପଣୀ କରିଛନ୍ତି । ସୂଚନା ଅନୁସାରେ ହସ୍ପିଟାଲର ବାଥରୁମରେ ଖସି ପଡ଼ିବାରୁ ସନ୍ତୋଷ କୁମାରଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଡ୍ୟୁଟିରେ ଥିବା କର୍ମଚାରୀ ଓ ଡାକ୍ତର ପରିଚୟ ଖୋଜିବା ବଦଳରେ ମୃତଦେହକୁ ଅଜଣା ବୋଲି ଦର୍ଶାଇଥିଲେ ।

Allahabad High Court Makes Harsh Comment On UP Government

ଖଣ୍ଡପୀଠ ସ୍ୱାସ୍ଥ୍ୟସେବାର ଏଭଳି ସ୍ଥିତିକୁ ଦେଖି କହିଛନ୍ତି, ଯଦି ମୀରଟ ମେଡିକାଲ୍ କଲେଜ ଭଳି ସହରରେ ଏଭଳି ସ୍ଥିତି ତ ବୁଝାପଡ଼ୁଛୁ ଛୋଟ ସହର ଓ ଗାଁରେ ସ୍ୱାସ୍ଥ୍ୟସେବା ଭଗବାନ ରାମଙ୍କ ଭରସାରେ ଥିବ । କୋର୍ଟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣାରେ ଡାକ୍ତର ଓ ପାରା ମେଡିକାଲ୍ କର୍ମଚାରୀଙ୍କ ଆଚରଣ ସିରିୟସ୍ ମିସ୍ କଣ୍ଟକ୍ଟ ଅଟେ ।

ଏଥିସହ ଜଷ୍ଟିସ୍ ଅଜିତ୍ କୁମାର ଓ ଜଷ୍ଟିସ୍ ସିଦ୍ଧାର୍ଥ ବର୍ମାଙ୍କ ଖଣ୍ଡପୀଠ ସରକାରଙ୍କୁ ୫ଟି ପରାମର୍ଶ ଦେଇଛନ୍ତି ।

  • ବଡ଼ ଶିଳ୍ପପତି, ଉଦ୍ୟୋଗ ଦାନ ଅର୍ଥକୁ ଟିକାକରଣରେ ଲଗାନ୍ତୁ ।
  • ଭିଏଚୟୁ ବାରଣାସୀ ସହ ଗୋରଖପୁର, ପ୍ରୟାଗରାଜ, ଆଗ୍ରା, ମୀରଟ ମେଡିକାଲ୍ କଲେଜକୁ ୪ ମାସ ମଧ୍ୟରେ ଏସଜିପିଜିଆଇ ସ୍ତରର ସୁବିଧାଯୁକ୍ତ କରାଯାଉ । ସରକାର ୨୨ ତାରିଖ ସୁଦ୍ଧା ମେଡିକାଲ୍ କଲେଜ୍ ଅପଗ୍ରେଡେସନ୍ ପ୍ଲାନ୍ ଦିଅନ୍ତୁ ।
  • ପ୍ରତି ଛୋଟ ସହରରେ ୨୦ଟି ଆମ୍ବୁଲାନ୍ସ, ପ୍ରତି ଗାଁରେ ଆଇସିୟୁ ସୁବିଧା ଥିବା ୨ଟି ଆମ୍ବୁଲାନ୍ସ ନିଶ୍ଚୟ ରଖାଯାଉ ।
  • ନର୍ସିଂ ହୋମ୍ ବଢ଼ାଯାଉ । ୨୦ ଶଯ୍ୟା ବିଶିଷ୍ଟ ନର୍ସିଂ ହୋମରେ ୪୦ ପ୍ରତିଶତ ଆଇସିୟୁ ବେଡ୍ ରହୁ ।
  • ୩୦ ଶଯ୍ୟା ବିଶିଷ୍ଟ ନର୍ସିଂ ହୋମର ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ ରହିବା ଆବଶ୍ୟକ ।

Leave a Reply