IMAର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର କେକେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ

1 min read
Padma Shri Dr KK Agarwal Passed Away Admitted In AIIMS Covid ICU

ନୂଆଦିଲ୍ଲୀ: ହାର୍ଟ କେୟାର୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ଓ IMAର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ମୀ ଡାକ୍ତର କେକେ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି । ସୋମବାର ରାତି ପ୍ରାୟ ୧୧ଟା ୩୦ରେ ତାଙ୍କର ପରଲୋକ ଘଟିଛି । ସେ କରୋନା ସଂକ୍ରମିତ ହେବା ପରେ ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ନିଜ ଟ୍ୱିଟର ଆକାଉଣ୍ଟରେ ଏନେଇ ସେ ଏପ୍ରିଲ୍ ୨୮ରେ ସୂଚନା ଦେଇଥିଲେ । ସେ କରୋନା ଭ୍ୟାକ୍ସିନର ୨ଗୋଟି ଡୋଜ୍ ବି ନେଇଥିଲେ ।

ତାଙ୍କ ମୃତ୍ୟୁ ନେଇ ଅଧିକାରୀକ ଘୋଷଣା ହୋଇଛି । ମେ ୧୭ ରାତି ୧୧ଟା ୩୦ରେ କରୋନା ସହିତ ଲମ୍ବା ଯୁଦ୍ଧ ଲଢ଼ି କେକେ ଅଗ୍ରୱାଲଙ୍କ ପରଲୋକ ହୋଇଛି । ଲୋକ ଏବଂ ସ୍ୱାସ୍ଥ୍ୟ ସଚେତନତା ଲାଗି କେକେ ଅଗ୍ରୱାଲ ନିଜ ଜୀବନକୁ ସମର୍ପିତ କରି ଦେଇଥିଲେ ।

ଡାକ୍ତର କେକେ ଅଗ୍ରୱାଲ ହାର୍ଟ କେୟାର ଫାଉଣ୍ଡେସନର ସଭାପତି ଥିଲେ । ଏହା ପୂର୍ବରୁ ସେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ଅଧ୍ୟକ୍ଷ ରହିଥିଲେ । ୨୦୧୦ରେ ମେଡିକାଲ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

Leave a Reply