ସପ୍ତାହକ ଭିତରେ ରାଜ୍ୟରେ ପିକକୁ ଯିବ କରୋନା: ସ୍ୱାସ୍ଥ୍ୟ ବିଶେଷଜ୍ଞ

Corona May Go On Peak This Weak Says Health Expert Niroj Mishra

ଭୁବନେଶ୍ୱର: ମେ ୧ରେ ରାଜ୍ୟରେ ପ୍ରଥମଥର ପାଇଁ ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁଥିଲା । ମେ ୧୨ ତାରିଖରୁ ସଂକ୍ରମଣ ଲଗାତାର ୧୦ ହଜାରରୁ ୧୨ ହଜାର ଭିତରେ ରହୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ରଙ୍କ ଆକଳନ ଅନୁସାରେ ସପ୍ତାହେ ଭିତରେ ରାଜ୍ୟରେ କରୋନା ସଂକ୍ରମଣ ପିକକୁ ଯିବ । ଏହାପରେ ଧିରେ ଧିରେ କରୋନା ସଂକ୍ରମଣ କମିବ ।

ସଂକ୍ରମଣ ଟ୍ରେଣ୍ଡ କମିବା ଆଶ୍ଵସ୍ତିକର କଥା । ହେଲେ ଖୋର୍ଦ୍ଧାରେ ପଜିଟିଭ୍ କେସ୍ ସୋମବାର ୩୫ ପ୍ରତିଶତ ହେବା ଚିନ୍ତାର କାରଣ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର । ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଟିକାକରଣରେ ସାମିଲ କରାଯିବା ଉଚିତ ।

ସେହିଭଳି ରାଜ୍ୟରେ ଏବେ ଲକଡାଉନ୍ ବଳବତ୍ତର ରହିଛି । ୧୯ ତାରିଖରେ ଲକଡାଉନ୍ ଅବଧି ସରୁଥିବାବେଳେ ଲକଡାଉନ୍ ବୃଦ୍ଧି ନେଇ କୌଣସି ଘୋଷଣା ହୋଇନାହିଁ । ସଂକ୍ରମଣ ୧୦ ପ୍ରତିଶତ ତଳକୁ ଆସିବା ଯାଏ ଲକଡାଉନ୍ ରହିବା ଦରକାର ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର । ଲୋକମାନଙ୍କୁ ଅଧିକ ସତର୍କ ହେବାକୁ ଆହ୍ୱାନ୍ ଦେଇଛନ୍ତି ।

Leave a Reply