ମହାମାରୀ କରୋନା ନେଲା ଆଉ ୨୨ ଜୀବନ, ମୃତ୍ୟୁସଂଖ୍ୟା ୨୩୫୭କୁ ବୃଦ୍ଧି

1 min read
More 22 Covid Death In Odisha In Last 24 Hour

ଭୁବନେଶ୍ୱର: ମହାମାରୀ ମୃତ୍ୟୁରେ ଲାଗୁନି ବ୍ରେକ୍ । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ୧୨ ହଜାର ଭିତରେ ରହୁଥିବା ବେଳେ ଲଗାତାର ଦ୍ୱିତୀୟ ଦିନରେ ଆଖି ବୁଜିଛନ୍ତି ଆଉ ୨୨ ଜଣ ଆକ୍ରାନ୍ତ । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୩୫୭କୁ ବୃଦ୍ଧି ପାଇଛି ।

ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୩ ଜଣ, ଗଜପତିରୁ ୨ ଜଣ, କଳାହାଣ୍ଡିରୁ ୩ ଜଣ, ଖୋର୍ଦ୍ଧାରୁ ୩ ଜଣ, କୋରାପୁଟରୁ ୨ ଜଣ, ନୂଆପଡ଼ାରୁ ୩ ଜଣ, ରାୟଗଡ଼ାରୁ ୨ ଜଣ ଓ ସୁନ୍ଦରଗଡ଼ରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ୩ ମୃତ୍ୟୁ ସହ ଖୋର୍ଦ୍ଧା ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୧୫ ହଜାର ୪୯୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୨୨୯କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୮ ହଜାର ୮୯୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ୩ ମୃତ୍ୟୁସହ ମୋଟ ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧି ପାଇଥିବା ବେଳେ ଏବେ ଜିଲ୍ଲାରେ ୩ ହଜାର ୩୫୮ ଆକ୍ରାନ୍ତ ଅଛନ୍ତି । ସେହିଭଳି ବୌଦ୍ଧି ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ୨ ହଜାର ୩୫୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave a Reply