spot_img
Home Blog Page 5768

ଦନ୍ତେୱାଡ଼ାରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ

ରାୟପୁର: ଛତିଶଗଡ଼ର ଦନ୍ତେୱାଡ଼ାରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି । ଏଥିରେ କେତେକ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଜଣେ ନକ୍ସଲଙ୍କ ମୃତଦେହ ମିଳିଛି । ଦନ୍ତେୱାଡ଼ାର ଗାଦମ ଓ ଜଙ୍ଗମପାଳ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି । ଡିଆରଜି ଯବାନ ଓ କଟେକଲ୍ୟାଣ କ୍ଷେତ୍ର ସମିତି ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।

ନିହତ ମାଓବାଦୀ ବେଟ୍ଟି ହଙ୍ଗା ବୋଲି ଜଣାପଡ଼ିଛି । ହଙ୍ଗା ମୁଣ୍ଡରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏହି ଗୁଳି ବିନିମୟରେ ଆଉ କେତେକ ମାଓବାଦୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ସେଠାରୁ ଗୋଟିଏ ୮ ଏମ୍ଏମ୍ ପିସ୍ତଲ ଏବଂ ଗୋଟିଏ ଦେଶୀ କଟ୍ଟା ଜବତ କରାଯାଇଛି । ଏହା ବାଦ୍ ୨ କେଜି ଆଇଇଡି, ବାଣ, ଔଷଧ ଓ ଅନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି ।

ଏଥିସହ ପଢ଼ନ୍ତୁ- ପୁଣି ମାତିଲେ ମାଓବାଦୀ, ୱାଟର ପ୍ଲାଣ୍ଟ କାର୍ଯ୍ୟରେ ନିୟୋଜିତ ଗାଡ଼ି ଜାଳିଦେଲେ

ଛତିଶଗଡ଼ ସରକାରଙ୍କ ଅନୁସାରେ ରାଜ୍ୟରେ ୮ଟି ଜିଲ୍ଲା ନକ୍ସଲ ପ୍ରଭାବିତ । ବିଜାପୁର, ସୁକମା, ବସ୍ତର, ଦନ୍ତେୱାଡ଼ା, କାଙ୍କେର, ନାରାୟଣପୁର, ରାଜନନ୍ଦଗାଓଁ ଓ କୋଡ଼ଗାଓଁରେ ମାଓ ଗତିବିଧି ରହିଛି ।

ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ମୋବାଇଲ୍ ନେବା ଘଟଣା, ଦାୟିତ୍ୱରେ ଥିବା ତିନି ଜଣ ଶିକ୍ଷକ ଚାକିରିରୁ ନିଲମ୍ବିତ

ଦେବଗଡ଼: ଓଟିଇଟି ପରୀକ୍ଷା ବେଳେ ଦେବଗଡରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ମୋବାଇଲ୍ ନେବା ଘଟଣା। ପରୀକ୍ଷା ଦାୟିତ୍ୱରେ ଥିବା ତିନି ଜଣ ଶିକ୍ଷକ ଚାକିରିରୁ ନିଲମ୍ବିତ। ନିଲମ୍ବିତ ଶିକ୍ଷକ ହେଲେ ଦେବଗଡ଼ ସରକାରୀ ବାଳିକା ବିଦ୍ୟାଳୟର ସହକାରୀ ଶିକ୍ଷକ ଶୁଶାନ୍ତ ରାୟ, ସୁନାମୁଣ୍ଡା ସରକାରୀ ୟୁଜି ହାଇସ୍କୁଲ ର ସହକାରୀ ଶିକ୍ଷକ ବିଶ୍ୱନାଥ କିଷାନ ଓ ଦେବଗଡ଼ ସରକାରୀ ବାଳିକା ବିଦ୍ୟାଳୟର ପିଇଟି ଶିଷକ ରଞ୍ଜିତା ମିଶ୍ର। ପରୀଷା କେନ୍ଦ୍ରକୁ ଜଣେ ପରୀକ୍ଷାର୍ଥୀ ମୋବାଇଲ ଫୋନ ନେଇଥିବା ଜଣାପଡିବା ପରେ ମୋବାଇଲ ଫୋନ ଜବତ କରାଯାଇଥିଲା। ପରୀକ୍ଷାର୍ଥୀ ଜଣକ ମୋବାଇଲରେ ପ୍ରଶ୍ନପତ୍ରର ଫଟୋ ଉଠାଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଘଟଣାର ତଦନ୍ତ ହୋଇଥିଲା। ତଦନ୍ତ ପରେ କାର୍ଯ୍ୟରେ ଅବହେଳା ପାଇଁ ୩ଜଣଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଶିକ୍ଷାଧୀକାରି।

 

 

ନନ୍ଦିଘୋଷ ଟିଭିର ମହା ପ୍ରଭାବ, ରସିକ RIଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ରାଜସ୍ୱ ସଚିବ

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ମହା ପ୍ରଭାବ। ସରକାରୀ କାର୍ଯ୍ୟାଳୟରେ RIଙ୍କ ରାସଲୀଳା ପ୍ରସଙ୍ଗ। ଗଦାଶିଳା RI ରଞ୍ଜନ ପାଣିଗ୍ରାହୀଙ୍କୁ ନିଲମ୍ବନ ନିର୍ଦ୍ଦେଶ। ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜସ୍ୱ ସଚିବ। ଖାଲି ସେତିକି ନୁହେଁ ନିଲମ୍ବନ ସହିତ ଅପରାଧିକ ମାମଲା ରୁଜୁ କରିବାକୁ କହିଲେ ରାଜସ୍ୱ ସଚିବ। ଏଭଳି ଏକ ଅଭାବନୀୟ ଘଟଣାକୁ ପ୍ରଥମେ ଷ୍ଟିଂ ଅପରେସନ କରି ସମସ୍ତଙ୍କ ସାମ୍ନାକୁ ଆଣିଥିଲା ନନ୍ଦିଘୋଷ ଟିଭି। ତେବେ ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନିଆଯାଇଛି। ନନ୍ଦିଘୋଷ ଟିଭିକୁ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀଙ୍କ ସୂଚନା।

ସୂଚନା ଅନୁଯାୟୀ ଆଜି ନନ୍ଦିଘୋଷ ଟିଭି ସରକାରୀ ଅଫିସରେ ରାସଲୀଳାର ଏକ ଷ୍ଟିଂ ଅପରେସନ ଦେଖାଇଥିଲା। ଯେଉଁଥିରେ ରାଜସ୍ୱ ନିରୀକ୍ଷକ ବିଭାଗର କର୍ମଚାରୀ ରଞ୍ଜନ ପାଣିଗ୍ରାହୀ ମହିଳାଙ୍କ ସହ ରାସଲୀଳା କରୁଥିଲେ। ଦିନଦ୍ଵିପ୍ରହର ରେ ଅଫିସ ଭିତରେ ମଦନିଶାରେ ସୋଇଛନ୍ତି RI ବାବୁ। ଫ୍ୟାନ୍‌ ଚାଲିଛି କବାଟ ଝରକା ଖୋଲା ଅଛି। କ୍ୟାମେରା ବୁଲୁଛି ହେଲେ ବାବୁଙ୍କର ହୋସ ନାହିଁ।

କ୍ୟାମେରାରେ କଏଦ ହୋଇଛି RI ବାବୁଙ୍କର ଦିନଦ୍ଵିପ୍ରହରରେ ଅଫିସ ଭିତରେ ଖୁଲ୍ଲମଖୁଲ୍ଲା ପ୍ରେମ। ସତେ ଯେପରି ଏହା କାର୍ଯାଳୟ ନୁହେଁ ବେଶ୍ୟାଳୟ। ଅଫିସ ଝରକା ପଛପଟେ ହାଇୱେ କଡରେ ଥିବା ଢାବା କିମ୍ବା ବାରର ଆଳିଆଗଦା ପରି ଗଦା ହୋଇ ରହିଛି ମଦବୋତଲ। ଏହା ପ୍ରମାଣିତ କରୁଛି ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ଗଦାଶିଳା RI ଅଫିସ କୌଣସି ବାର ଠାରୁ କମ ନୁହେଁ।

ଭାରତରେ କରୋନା ମୁକାବିଲା କରିବେ ୭ ଟିକା, ୧୦ ଦିନ ମଧ୍ୟରେ ଋଷ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କେତେକ ରାଜ୍ୟ କୋଭିଡ୍ ଟିକା ନିଅଣ୍ଟ ନେଇ ଅଭିଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି ନେଇ ପଦକ୍ଷେପ ନେଉଛନ୍ତି । ରିପୋର୍ଟ ଅନୁସାରେ, ଅକ୍ଟୋବର ମାସ ମଧ୍ୟରେ ଦେଶରେ କୋଭିଡ୍-୧୯ର ଆଉ ୫ଗୋଟି ଟିକା ଉପଲବ୍ଧ ହେବ । ଏବେ ଭାରତରେ କେବଳ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକାର ଉତ୍ପାଦନ ହେଉଛି । ଋଷ ପ୍ରସ୍ତୁତ କରିଥିବା ସ୍ପୁଟନିକ ଭି ଭ୍ୟାକ୍ସିନକୁ ଆସନ୍ତା ୧୦ ଦିନ ଭିତରେ ମଞ୍ଜୁରୀ ମିଳିପାରେ ।

ଆସିବାକୁ ଥିବା ୫ ଟିକା

ସ୍ପୁଟନିକ ଭି

ଜନସନ୍ ଆଣ୍ଡ ଜନସନ୍ ଭ୍ୟାକ୍ସିନ୍

ନୋବାଭ୍ୟାକ୍ସ ଭ୍ୟାକ୍ସିନ୍

ଭାରତ ବାୟୋଟେକର ଇଣ୍ଟ୍ରାନେଜଲ ଭ୍ୟାକ୍ସିନ୍

ଜାୟଡସର କ୍ୟାଡିଲା ଭ୍ୟାକ୍ସିନ୍

5 More Coronavirus Vaccine By October As Sputnik V Expected To Get Emergency Use Approval

କେବେ ଆସିବ କେଉଁ ଟିକା ?

ସୂତ୍ର ଅନୁସାରେ, ସ୍ପୁଟନିକ ଭି ଟିକା ଭାରତରେ ଜୁନ୍ ସୁଦ୍ଧା ଉପଲବ୍ଧ ହୋଇପାରେ । ଯଦି ସବୁକିଛି ଠିକ୍ ରୁହେ ତ ଜନସନ୍ ଆଣ୍ଡ ଜନସନ୍ ଭ୍ୟାକ୍ସିନ୍ ଅଗଷ୍ଟ ସୁଦ୍ଧା ଆସିଯିବ । ଜାୟଡସ୍ କ୍ୟାଡିଲା ଟିକା ମଧ୍ୟ ଅଗଷ୍ଟ ସୁଦ୍ଧା ଆସିବାର ସମ୍ଭାବନା ରହିଛି । ନୋଭାଭ୍ୟାକ୍ସ ଅକ୍ଟୋବର ସୁଦ୍ଧା ଭାରତରେ ଉପଲବ୍ଧ ହୋଇପାରେ ।

ଋଷ ପ୍ରସ୍ତୁତ ଭ୍ୟାକ୍ସିନ୍ ସ୍ପୁଟନିକ ଭିକୁ ଆଗାମୀ ୧୦ ଦିନ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ । ରଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) ଭାରତର କେତେକ ଫାର୍ମା କମ୍ପାନୀ ସହ ଭ୍ୟାକ୍ସିନ୍ ତିଆରି ଲାଗି ଚୁକ୍ତି କରିଛି । ଭାରତରେ ପ୍ରତିବର୍ଷ ୮୫ କୋଟି ସ୍ପୁଟନିକ୍ ଭି ଟିକା ତିଆରି ହେବ ।

ଲଭ୍‌ ସେକ୍ସ ଧୋକ୍କା :ବିବାହର ବଚନ ଦେଇ ଠକିଲେ ପ୍ରେମିକ,ଲୁଟିନେଲେ ଟଙ୍କା,ସୁନା

ଭୁବନେଶ୍ୱର: ରାଜଧାନୀରେ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଘରେ କଳାକନା ବୁଲେଇ ଛୁ ମାରିଲା ରଙ୍ଗିଲା ଯୁବକ। ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଡୁମୁଡୁମାରେ। ସ୍ୱାମୀର ଅଭିନୟ କରି ସାତ ଜନମର ସାଥୀ ହେଲା। ମୌକା ଦେଖି କଳା କନା ବୁଲାଇଲା। ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଲା ସର୍ବହରା ମହିଳା।  ଅଭିଯୋଗ ଆଣିଛନ୍ତି ଖଣ୍ଡଗିରି ଥାନା ଡୁମାଡୁମା ଅଞ୍ଚଳର ଜଣେ ମହିଳା। ଠକେଇର ଶିକାର ହେବା ପରେ ମୋବାଇଲରେ ଥିବା ଫଟୋକୁ ଧରି କାନ୍ଦି କାନ୍ଦି ଏଭଳି ଠକ ଠାରୁ ଦୂରେଇ ରହିବାକୁ ନିବେଦନ କରୁଛନ୍ତି।

 

ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣଙ୍କ ଚାକିରୀ ଖୋଜୁଥିଲେ। ଏହି ସମୟରେ ସଞ୍ଜୟ ମଲ୍ଲିକ ଓରଫ ରାଜା ବିଶ୍ୱାଳ ନାମକ ଜଣେ ଯୁବକ ତାଙ୍କୁ ଚାକିରି ଦେବାକୁ କହି ସମ୍ପର୍କ ଆରମ୍ଭ କରିଥିଲେ। ପରେ ସମ୍ପର୍କ ଭଲ ପାଇବା ଆଡ଼କୁ ଯିବା ସହ ବିବାହ ଆଡ଼କୁ କଥା ବଢିଥିଲା। ସୁନ୍ଦରଗଡ଼ରେ କୋଠା ବାଡ଼ି ଅଛି, ତୁମକୁ ବିବାହ କରିବି। ଏପରିକି ଉଭୟ ୬ ମାସ ଏକାଠି ରହିଥିଲେ। ଏକ ବ୍ୟାଙ୍କରେ ଗାଡ଼ି ଲଗାଇ ମାସକୁ ୩୫ ହଜାର ଟଙ୍କା ମିଳିବାର ଲୋଭ ଦେଖାଇଥିଲେ। ଏନେଇ ୮ ଲକ୍ଷ ଟଙ୍କା ଦରକାର ବୋଲି ମହିଳାଙ୍କୁ କହିଥିଲେ। ପରେ ସୁଯୋଗ ଦେଖି ରାଜା ମହିଳାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ନେଇ ଛୁ ମାରିଥିଲେ। ଏ ନେଇ ମହିଳା ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

 

କେବଳ ରଘୁନାଥ ନଗରର ଜଣେ ମହିଳା ନହେଁ। ଏକାଧିକ ମହିଳାକୁ ଏଭଳି ବିବାହର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ପରିବାର ସହ ମିଶି ସେ ସ୍ୱାମୀର ଅଭିନୟ କରି ଟଙ୍କା ଲୁଟିଛି। ସେପଟେ ଖଣ୍ଡଗିରି ଥାନାରେଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ରଙ୍ଗିଲା ଯୁବକ ଜଣଙ୍କର ପ୍ରକୃତ ନାମ ରାଜା ନୁହେଁ ସଞ୍ଜୟ ମଲିକ । ଠକ ରାଜାକୁ ଧରିଲା ପରେ ପୁରା ପରିବାରରଅସଲ ଚେହେରା ପଦାକୁ ଆସିବ। ଏବେ ଅପେକ୍ଷା କେବେ ଗିରଫ ହେବ ଧୂର୍ତ୍ତ ଠକ ସ୍ୱାମୀ ।

ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀ ପୀଠରେ ଲାଗିଲା ୧୪୪ ଧାରା

ଗଞ୍ଜାମ: ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀ ପୀଠରେ ଲାଗିଲା ୧୪୪ ଧାରା। ଜିଲ୍ଳା ପ୍ରଶାସନ ପକ୍ଷରୁ ଆଜି ୧୪୪ଧାରା ଲାଗୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଲାଗୁ କରାଯିବ କଟକଣା। ଅସ୍ଥାୟୀ ପୀଠରୁ ରାଜବାଟୀ ଯାଏଁ ୧୪୪ ଧାରା ଲାଗୁ କରାଯିବା ନେଇ ସୂଚନା ଦିଆଯାଇଛି। ପରମ୍ପରା ଅନୁଯାୟୀ ଅସ୍ଥାୟୀ ପୀଠରୁ ରାଜବାଟୀ ଯିବେ ମା’ ଠାକୁରାଣୀ। ପୀଠରେ ପୂଜା, ପ୍ରସାଦ ସେବନ, ନଡ଼ିଆ ଭଙ୍ଗା ମନା ହୋଇଥିବା ବେଳେ କେବଳ ମା’ଙ୍କର ଆଳତି କରାଯିବ । ମୋଟ୍ ୨୦ଜଣ ପୂଜକ/ସେବାୟତଙ୍କ ମଧ୍ୟରେ ହେବ ରୀତିନୀତି। ପୋଲିସ କର୍ଡନରେ କେବଳ ପାରମ୍ପରିକ ରୀତିନୀତି ସମ୍ପର୍ଣ୍ଣ ହେବ। ରାତି ୧୦ଟା ସୁଦ୍ଧା ସବୁ କାର୍ଯ୍ୟକ୍ରମ ସାରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି। ଠାକୁରାଣୀଙ୍କ ନିକଟକୁ ଯିବାକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିବା ବେଳେ ମାଇକ୍ ବଜାଇବା, ଲୋକଙ୍କୁ ଏକାଠି କରି ପ୍ରବଚନ ଦେବାକୁ ପ୍ରଶାସନ ପକ୍ଷରୁ ମନା କରାଯାଇଛି।

ପୁଣି ମାତିଲେ ମାଓବାଦୀ, ୱାଟର ପ୍ଲାଣ୍ଟ କାର୍ଯ୍ୟରେ ନିୟୋଜିତ ଗାଡ଼ି ଜାଳିଦେଲେ

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ମାଓ ହିଂସା ଥମିବାର ନାଁ ନେଉନି । ବିଜାପୁରରେ ଲାଲବାହିନୀ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟଣା ଚାଲିଛନ୍ତି । ମିଙ୍ଗାଚଲ ନଦୀ ନିକଟରେ ନିର୍ମାଣାଧୀନ ୱାଟର ଫିଲ୍ଟର ପ୍ଲାଣ୍ଟକୁ ବିରୋଧ କରି ହିଂସାକାଣ୍ଡ ଘଟାଇଛନ୍ତି । ୱାଟର ଫିଲ୍ଟର ପ୍ଲାଣ୍ଟ ନିର୍ମାଣରେ ନିୟୋଜିତ ଏକାଧିକ ଗାଡ଼ିକୁ ଜାଳି ଦେଇଛନ୍ତି ନକ୍ସଲ ।

Naxal Attack In Bijapur, 5 Vehicle Blowed

ମାଓବାଦୀ ୫ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ୨ଟି ପ୍ରୋକଲିନ୍, ୨ଟି ଏଜୋକସ୍ ଓ ଗୋଟିଏ ଟ୍ରାକ୍ଟରକୁ ମାଓବାଦୀ ପୋଡ଼ି ଦେଇଛନ୍ତି । ବିଜାପୁର ଜିଲ୍ଲା ନେଇମେଡ୍ ଥାନା ମିଙ୍ଗାଚଲ ନଦୀ ପଠାରେ ଏହି ଘଟଣା ଘଟିଛି । ଆବିଦାସୀ ଅଞ୍ଚଳରେ ହେଉଥିବା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଛି ଲାଲ୍ ବାହିନୀ ।

ନିକଟରେ ବିଜାପୁରରେ ସୁରକ୍ଷାବାହିନୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ । ଜଣେ ସିଆରପିଏଫ୍ ଯବାନଙ୍କୁ ଅପହରଣର ୬ ଦିନ ପରେ ମାଓବାଦୀ ଛାଡ଼ିଥିଲେ । ୯ ତାରିଖରେ ମାଓବାଦୀ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଥିବା ଖବର ଆସିଥିଲା । ଉକ୍ତ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ନକ୍ସଲ ପୁଣି ଆଉ ଗୋଟିଏ ହିଂସାକାଣ୍ଡ ଘଟାଇଛନ୍ତି ।

ଆହାର କେନ୍ଦ୍ରର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠୀ

ଭୁବନେଶ୍ୱର: ଆହାର କେନ୍ଦ୍ରର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠୀ। ମହିଳା ଗୋଷ୍ଠୀର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଞ୍ଚଳର ଆହର କେନ୍ଦ୍ରଗୁଡ଼ିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି। ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସେମାନଙ୍କୁ ସାମିଲ କରାଯାଇଥିଲା। ୧୬୬ଟି ଆହାର କେନ୍ଦ୍ରର ପରିଚାଳନାରେ ୧୫୭ ମିଶନ ଶକ୍ତି ଗୋଷ୍ଠୀର ୨୦୦୦ରୁ ଅଧିକ ସଦସ୍ୟା ନିୟୋଜିତ ହୋଇଛନ୍ତି। ୨୦୨୦ ନଭେମ୍ବର ମାସରୁ ଏହି ମହିଳାମାନେ ସଫଳତାର ସହ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି।

୧୫୭ଟି ମିଶନ ଶକ୍ତି ଗୋଷ୍ଠୀକୁ ଆହାର କେନ୍ଦ୍ରଗୁଡିକରେ ସେବା ଯୋଗାଇବା ଓ ତଦାରଖ ବାବଦରେ ଏକ କୋଟି ୧୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ଆହାର କେନ୍ଦ୍ରରେ ମହିଳାଗୋଷ୍ଠିଙ୍କୁ ନିୟୋଜିତ କରାଯିବା ଫଳରେ ଖାଦ୍ୟ ବିତରଣ ଠାରୁ ଆରମ୍ଭକରି ଶାନ୍ତିଶୃଙ୍ଖଳା ରକ୍ଷା, ପରିଷ୍କାର ପରିଚ୍ଛନ୍ନତା ଆଦି ଠିକଣା ଭାବେ ପରିଚାଳନା କରାଯାଇ ପାରୁଛି। ମହିଳାମାନେ ଏବେ ଆହାର କେନ୍ଦ୍ରର ବଳ ପାଲଟିଛନ୍ତି। ବିଶେଷକରି କୋଭିଡ-୧୯ ମହାମାରୀ ସମୟରେ ମହିଳାଙ୍କ ସଫଳ ପରିଚାଳନା ଯୋଗୁଁ ଆହାରକେନ୍ଦ୍ର ଗୁଡ଼ିକ ଖୋଲା ରହିବା ସହିତ ନିୟମିତ ଭାବେ ଅସହାୟମାନଙ୍କୁ ଖାଦ୍ୟ ଯୋଗାଇବାରେ ସଫଳ ହୋଇଛି।

କେବଳ ଆହାର କେନ୍ଦ୍ର ନୁହେଁ ମହିଳାଙ୍କ ସଫଳ ପରିଚାଳନାକୁ ଦେଖି ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀଗୁଡିକର ପରିଚାଳନା ଦାୟିତ୍ୱବି ଗୃହ ଏବଂ ନଗର ଉନ୍ନୟନ ବିଭାଗ ମହିଳା ଗୋଷ୍ଠୀଙ୍କ ହାତରେ ଦେଇଛନ୍ତି। ଏହାର ସଫଳ ପରିଚାଳନା ପାଇଁ ମୋଟ ଖର୍ଚ୍ଚ ହେଉଥିବା ଅର୍ଥର ୧୦ ପ୍ରତିଶତ ମିଶନ ଶକ୍ତି ଗୋଷ୍ଠିକୁ ମିଳୁଛି । କେବଳ ଏହି ଦୁଇଟିରେ ମିଶନ ଶକ୍ତିର ମହିଳାଗୋଷ୍ଠି ନିଜର ସଫଳତାର ପ୍ରମାଣ ଦେଇନାହାନ୍ତି ବରଂ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଜଳଯୋଗାଣ ଠାରୁ ଆରମ୍ଭ କରି ପରିମଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ଆତ୍ମନିର୍ଭର ହୋଇ ପାରୁଛନ୍ତି।

ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଗୁରୁତର, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ସେ କୋଭିଡ୍ ସଂକ୍ରମିତ ହୋଇଥିବା ନେଇ ଫେସବୁକରେ ସୂଚନା ଦେଇଥିଲେ ।

ଅଜିତ ମଙ୍ଗରାଜ ଲେଖିଥିଲେ ’ବନ୍ଧୁଗଣ ମୁଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ଧ୍ୟାନ ଦିଅନ୍ତୁ । ଆପଣମାନଙ୍କ ଭଲ ପାଇବା ସହିତ ଜଲଦି ଫେରିବି ।’

Congress Pipili Candidate Admitted In Medical After Tested Covid Positive

ଅଜିତଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଦଳର ଅନ୍ୟ ନେତା ପିପିଲିରେ ପ୍ରଚାର ଚଳାଇଛନ୍ତି । ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୨ରେ ଗଣତି ସହ ଆସିବ ଫଳାଫଳ ।

ଗୋଟିଏ ଦେହରେ ଦୁଇଟି ମୁଣ୍ଡ ଥିବା ଶିଶୁ କନ୍ୟା ଜନ୍ମ, ଶିଶୁ ଭବନ ସ୍ଥାନାନ୍ତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମ ରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି। ଯାହାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ ଟି ହାତ, ୪ ଟି ଆଖି ଓ ୪ ଟି କାନ ସହିତ ଦୁଇଟି ଗୋଡ଼ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭାର୍ତ୍ତି କରାଯଇଥିଲା। କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ କଣୀ ଗାଁର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ଏହି ଶିଶୁ କନ୍ୟା ଟିକୁ ଜନ୍ମ ଦେଇଛନ୍ତି। ଶିଶୁ ଟିର ପିଠି ପଟକୁ ଗୋଟେ ହାତ ବାହାରିଛି। ତେବେ ଶିଶୁଟିର ଶରୀର ଅସୁସ୍ଥ ହେବାରୁ ଡାକ୍ତର ମାନେ ଶିଶୁ ଟିକୁ କଟକ ଶିଶୁ ଭବନ କୁ ପଠାଇ ଦେଇଛନ୍ତି। କିନ୍ତ ଶିଶୁଟିର ମାଆ ଏବେ କେନ୍ଦ୍ରାପଡ଼ାରେ ରହିଛନ୍ତି। ମାଆର ଦେହ ମଧ୍ୟ ଏବେ ଅସୁସ୍ଥ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି।