ଟୁଲକିଟ୍ ମାମଲାରେ ଆକ୍ସନ୍, ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପୋଲିସର ନୋଟିସ୍

Tool Kit Case Raipur Police Sent Notice To BJP Leader Sambit Patra

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ପଚରାଉଚରା ପାଇଁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଛତିଶଗଡ଼ ପୋଲିସ୍ ନୋଟିସ୍ ଜାରି କରିଛି । ଶନିବାର ଜାରି ନୋଟିସରେ ରବିବାର ଅପରାହ୍ଣ ୪ଟା ସୁଦ୍ଧା ଥାନାରେ ହାଜର ହେବାକୁ କୁହାଯାଇଥିଲା । ଆସି ନପାରିଲେ ଭିଡିଓ କଲ୍ ମାଧ୍ୟମରେ ପଚରାଉଚରା ପାଇଁ ପୋଲିସ୍ ବିକଳ୍ପ ଦେଇଥିଲା । ଏଥିପାଇଁ ସମ୍ବିତ ପାତ୍ର ପୋଲିସକୁ ୭ ଦିନ ସମୟ ମାଗିଛନ୍ତି ।

Tool Kit Case Raipur Police Sent Notice To BJP Leader Sambit Patra

ରାୟପୁରର ସିବିଲ ଲାଇନ୍ ଥାନାରେ ପ୍ରଭାରୀ ଏକ ନମ୍ବର ମଧ୍ୟ ଭିଡିଓ କଲ୍ ପାଇଁ ଦେଇଥିଲେ । ଥାନାରେ ହାଜର ନହେବା ଅଥବା ପଚରାଉଚରାରେ ସହଯୋଗ ନକଲେ ସମ୍ବିତଙ୍କୁ ହେପାଜତକୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ବୋଲି ନୋଟିସରେ ଲେଖା ଯାଇଥିଲା । ତେବେ ସନ୍ଧ୍ୟାରେ ରାୟପୁର ପୋଲିସକୁ ମେଲ୍ ପଠାଇ ସମ୍ବିତ ୭ ଦିନ ସମୟ ମାଗିଛନ୍ତି । ସମ୍ବିତଙ୍କ ମେଲର ଉତ୍ତର ରାୟପୁର ପୋଲିସ ଦେଇନଥିବା ବେଳେ ପଚରାଉଚରା ପାଇଁ ଖୁବଶୀଘ୍ର ନୂଆ ତାରିଖ ସ୍ଥିର ହେବ ବୋଲି ଜଣାପଡ଼ିଛି ।

ସମ୍ବିତଙ୍କ ଭଳି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ପୋଲିସ ସମାନ ନୋଟିସ୍ ଜାରି କରିଛି । ପୋଲିସ ରମଣଙ୍କୁ ୨୪ ମେ ଦିନ ସାଢ଼େ ୧୨ଟା ବେଳେ ଘରେ ରହିବାକୁ କହିଛି । ପୋଲିସ ଟିମ୍ ଘରକୁ ଯାଇ ରମଣଙ୍କୁ ଜେରା କରିବ ବୋଲି କୁହାଯାଇଛି । ଟ୍ୱିଟର ଆକାଉଣ୍ଟ କାହାର ? ଟୁଲକିଟ୍ ଦସ୍ତାବିଜ୍ କେଉଁଠୁ ମିଳିଲା ? ଏଭଳି ପ୍ରଶ୍ନ ଲେଖି ରମଣଙ୍କୁ ନୋଟିସ୍ ପଠାଇଛି ପୋଲିସ । ଏଥିସହ ୯ ପ୍ରକାରର ନିର୍ଦ୍ଦେଶ ଦେଇଛି । ଯେଉଁଥିରେ ପ୍ରମାଣ ନଷ୍ଟ କଲେ ଗିରଫ କରାଯିବ ବୋଲି କୁହାଯାଇଛି ।

Leave a Reply