spot_img
Home Blog Page 5769

ବଢ଼ୁଛି କରୋନା ସଂକ୍ରମଣ, ୭ ଜିଲ୍ଲାରେ ଲକଡାଉନ୍ ଲାଗୁ କଲେ ସରକାର

ରାୟପୁର: ଛତିଶଗଡ଼ରେ ଦ୍ରୁତ ଗତିରେ କୋଭିଡ୍ ସଂକ୍ରମଣ ବ୍ୟାପି ଚାଲିଛି । କରୋନା ସଂକ୍ରମଣ ବ୍ୟାପୁଥିବାରୁ କେତେକ ଜିଲ୍ଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ରାଜ୍ୟ ସରକାର ସଂକ୍ରମଣ ରୋକିବାକୁ ୩ ଜିଲ୍ଲାରେ ଲକଡାଉନ୍ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ବିଳାସପୁର, ସରଗୁଜା ଓ ସୁରଜପୁର ଜିଲ୍ଲାରେ ଲକଡାଉନ୍ ଲାଗୁ ହେବ । ବିଳାସପୁରରେ ୧୪ ଏପ୍ରିଲରୁ ଲକଡାଉନ୍ ଲାଗିବ । ସୁରଜପୁର ଓ ସରଗୁଜାରେ ୧୩ ଏପ୍ରିଲରୁ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ । ଲକଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିବ ।

ଛତିଶଗଡ଼ରେ କରୋନା ସଂକ୍ରମଣ ମାମଲା ଲଗାତାର ବଢ଼ି ଚାଲିଛି । ଏହାକୁ ଦେଖି ସରକାର ପୂର୍ବରୁ ୪ ଗୋଟି ଜିଲ୍ଲାରେ ଲକଡାଉନ୍ ଲଗାଇ ଥିଲେ । ରାଜଧାନୀ ରାୟପୁର ସମେତ ୪ ଜିଲ୍ଲାରେ ଲକଡାଉନ୍ ଲାଗୁ କରାଯାଇଥିଲା । ସଂକ୍ରମଣ ରୋକିବା ଲାଗି ଆଜି ଆଉ ୩ ଗୋଟି ଜିଲ୍ଲାରେ ଲକଡାଉନ୍ ଲାଗୁ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ଆସନ୍ତା ୧୪ ତାରିଖରୁ ରାଜ୍ୟର ୭ଗୋଟି ଜିଲ୍ଲାରେ ପୂର୍ଣ୍ଣ ଲକଡାଉନ୍ ରହିବ ।

କରୋନାର ଦ୍ୱିତୀୟ ଲହର ଛତିଶଗଡ଼ ଲାଗି ବିପଜ୍ଜନକ ସାବ୍ୟସ୍ତ ହୋଇଛି । ରାଜ୍ୟରେ ପ୍ରତିଦିନ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ମହାମାରୀ କରୋନାରେ ରାଜ୍ୟରେ ୪ ହଜାର ୬୫୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୬୮ ହଜାର ୧୨୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୨୮୦୦ରୁ ଅଧିକ ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ସହାୟତାରେ ରଖା ଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମେଡିକାଲରେ ବେଡ୍ ଅଭାବ ମଧ୍ୟ ଦେଖା ଗଲାଣି ।

ରାଜସ୍ୱ ନିରୀକ୍ଷକ ଅଫିସରେ ବେଡ୍‌ ରୁମ, ଆଉ କ’ଣ କ’ଣ ଚାଲିଛି ଦେଖନ୍ତୁ

ଭୁବନେଶ୍ୱର: ସରକାରୀ ଅଫିସରେ ରାସଲୀଳା। ଅଏସ କରୁଛନ୍ତି ରାଜସ୍ୱ ବିଭାଗର କର୍ମଚାରୀ। ରାଜସ୍ୱ ବିଭାଗ ଭଳି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଜଣେ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ନାମରେ ଆସିଛି ଏଭଳି ଏକ ସାଂଘାତିକ ଅଭିଯୋଗ। ଘଟଣାର ସତ୍ୟାସତ୍ୟ ଜାଣିବାପାଇଁ ନନ୍ଦିଘୋଷ ଟିଭି ତରଫରୁ ଢେଙ୍କାନାଳ ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ଗଦାଶିଳା RI ଅଫିସରେ କରାଯାଇଥିଲା ଷ୍ଟିଂ ଅପରେସନ। ଆଉ ଏହି ଷ୍ଟିଂ ଅପରେସନ ରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଯେତିକି ସାଂଘାତିକ ସେତିକି ଲଜ୍ଜାଜନକ। ଦିନ ଦ୍ଵିପ୍ରହର ରେ ଅଫିସ ଭିତରେ ମଦନିଶାରେ ଶୋଇଛନ୍ତି RI ବାବୁ। ଫ୍ୟାନ୍‌ ଚାଲିଛି କବାଟ ଝରକା ଖୋଲା ଅଛି। କ୍ୟାମେରା ବୁଲୁଛି ହେଲେ ବାବୁଙ୍କର ହୋସ ନାହିଁ। କ୍ୟାମେରାରେ କଏଦ ହୋଇଛି RI ବାବୁଙ୍କର ଦିନଦ୍ଵିପ୍ରହରରେ ଅଫିସ ଭିତରେ ଖୁଲ୍ଲମଖୁଲ୍ଲା ପ୍ରେମ। ସତେ ଯେପରି ଏହା କାର୍ଯାଳୟ ନୁହେଁ ବେଶ୍ୟାଳୟ। ଅଫିସ ଝରକା ପଛପଟେ ହାଇୱେ କଡରେ ଥିବା ଢାବା କିମ୍ବା ବାରର ଆଳିଆଗଦା ପରି ଗଦା ହୋଇ ରହିଛି ମଦବୋତଲ। ଏହା ପ୍ରମାଣିତ କରୁଛି ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ଗଦାଶିଳା RI ଅଫିସ କୌଣସି ବାର ଠାରୁ କମ ନୁହେଁ।

ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆରଆଇ। ସେପଟେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ଉପଜିଲ୍ଲାପାଳ। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ପ୍ରଧାନ କରିବା ପାଇଁ ଓଡ଼ାପଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପିଡିଏସ୍ ଚାଉଳ ଆଣିବାକୁ ଯାଉଥିବା ବେଳେ ଦୁର୍ଘଟଣା

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ପାଞ୍ଚଆମ୍ବ ଗାଁ ଶିବ ମନ୍ଦିର ନିକଟରେ ଦୁର୍ଘଟଣା । ପିଡିଏସ୍ ସାମଗ୍ରୀ ଆଣିବାକୁ ଯାଉଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତୁମ୍ବା ପଞ୍ଚାୟତ ଛଣା ଗାଁର ପ୍ରାୟ ୨୦ ଜଣ ପିଡିଏସ୍ ସାମଗ୍ରୀ ଆଣିବାକୁ ତୁମ୍ବା ପଞ୍ଚାୟତକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

 Tractor Over Turned In Ganjam 2 Dies

ମୃତକଙ୍କ ନାଁ ମଙ୍ଗଳ। ପ୍ରଧାନ, ସୀତା ବୋଲି ଜଣାପଡ଼ିଛି । ଭୁଲବଶତଃ ଟ୍ରାକ୍ଟର ଡାଲାଟି ହାଇଡ୍ରୋଲିକ ହୋଇଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଜରଡ଼ା ଥାନା ଠାରୁ ମାତ୍ର ୨ କିଲୋମଟିର ଦୂରରେ ଦୁର୍ଘଟଣା ଘଟିଛି । ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲ ସ୍ଥାନାନ୍ତର କରିଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଫେରାର୍ ହୋଇଯାଇଛି ।

ଯେତିକି ପାଠ ପଢାଯାଇଛି ସେତିକି ପାଠକୁ ନେଇ ପରୀକ୍ଷା କରାଯାଇପାରେ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଚାହୁଁଛନ୍ତି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ କରାଯାଇଛି। ପାଠ ପଢା ବି ସଂପୂର୍ଣ୍ଣ ହୋଇନାହିଁ। ପିଲାମାନେ ସିଲାବସ ଅନୁସାରେ ବହି ଶେଷ କରିନାହାଁନ୍ତି। ତେବେ ଯେତିକି ପାଠ ପଢାଯାଇଛି ସେତିକି ପାଠକୁ ନେଇ ପରୀକ୍ଷା କରାଯାଇପାରେ ବୋଲି ବିଭାଗ ଚିନ୍ତା କରୁଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏପ୍ରିଲା ୩୦ ତାରିଖ ପରେ ଯଦି ସ୍କୁଲ ଖୋଲିବା ସମ୍ଭବ ହୁଏ ତେବେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ କି ନାହିଁ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ଘରୋଇ ସ୍କୁଲ ପଞ୍ଜୀକରଣ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏପ୍ରିଲ ୧୩ ତାରିଖରୁ ବୃଦ୍ଧିକରି ୨୩ଯାଏ ଅବଧି ବଢ଼ାଇଛନ୍ତି ସରକାର। ରାଜ୍ୟରେ ମୋଟ୍ ୪ହଜାର ସ୍କୁଲ ରହିଥିବା ବେଳେ ୫୦୦ରୁ ଅଧିକ ସ୍କୁଲ ଏବେ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି। ସେମାନଙ୍କୁ ତୁରନ୍ତ ପଞ୍ଜୀକରଣ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏହା ସହ ଆର୍ଥିକ ଅନଗ୍ରସର ବର୍ଗ ଛାତ୍ରାଛତ୍ରୀଙ୍କ ପାଇଁ ପଞ୍ଜୀକରଣ ତାରିଖ ଏପ୍ରିଲ ୩୦କୁ ବୃଦ୍ଧି କରାଯାଇଛି। EWS କୋଟ୍ଟାରେ ପଞ୍ଜୀକରଣ କଲେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବେ।

ଦାଶିଆ ଅଜାଙ୍କ ରାସ୍ତାରେ ଏବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶିନୀଙ୍କ “ଆମ ପାଠାଗାର” ଅଭିଯାନର ତୃତୀୟ ସଂସ୍କରଣ,  ୧୧ ଏପ୍ରିଲରେ ଜାଗସରା ଆଦିବାସୀ ସାହିରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ଏକ ଅଂଶ ଭାବରେ ବର୍ଷାପ୍ରିୟଦର୍ଶିନୀ ବିଭିନ୍ନ ପୁସ୍ତକରେ ଭର୍ତ୍ତି ଏକ ଆଲମିରା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଛନ୍ତି।

ଦାଶିଆ ଅଜା ନାମରେ ଜଣାଶୁଣା ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ ଓଡ଼ିଶାରେ ପାଠାଗାର ଆନ୍ଦୋଳନର ଅଗ୍ରଣୀ ପୁରୋଧାଥିଲେ। ଦାଶିଆ ଅଜା ଅଭାବ ଅନଟନକୁ ଖାତିର ନକରି ବିଭିନ୍ନ ପ୍ରକାରର ପୁରାତନ ପୁସ୍ତକ ତଥା ଅନ୍ୟାନ୍ୟ ସ୍ମାରକପତ୍ର ସଂଗ୍ରହକରିଥିଲେ। ସେହି ପୁସ୍ତକ ଗୁଡ଼ିକୁ ନେଇ ଶେଷରେ ୧୯୫୯ ମସିହାରେ ତାଙ୍କ ଗ୍ରାମରେ ଏକ ସଂଗ୍ରହାଳୟ ସହିତ ଏକ ପାଠାଗାର ସ୍ଥାପନ କରିଥିଲେ। ଯେଉଁଠାରେ ବର୍ତ୍ତମାନ ୧.୫ ଲକ୍ଷ ଟଙ୍କାର ପୁସ୍ତକ ଏବଂ ସାମୟିକ ପତ୍ରିକା, ଖଜୁରୀପତ୍ର, ଚିତ୍ର ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ମୂଳକ ସାମଗ୍ରୀ ରହିଛି।

ବର୍ଷା ପ୍ରିୟଦର୍ଶିନୀ, “ଆମ ପାଠାଗାର” ଅଭିଯାନ ମାଧ୍ୟମରେ ଦାଶିଆ ଅଜାଙ୍କ ଦ୍ୱାରା ପରିଚାଳିତ ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବାକୁ ଚେଷ୍ଟା କରିଚାଲିଛନ୍ତି। ଏହି ଅଭିଯାନ ମାଧ୍ୟମରେ ସେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଉତ୍ସାହୀ ଦାତାମାନଙ୍କଠାରୁ ପୁସ୍ତକ ଏବଂ ପତ୍ରିକା ସଂଗ୍ରହ କରିବାରେ ଲାଗିଛନ୍ତି। ସମଗ୍ର ରାଜ୍ୟରେ ଶିକ୍ଷା ପ୍ରାପ୍ତିରୁ ବଞ୍ଚିତ ବ୍ୟକ୍ତି ତଥା ଅଭାବି ଶିକ୍ଷାର୍ଥୀ, ବିଶେଷକରି ପିଲାମାନଙ୍କୁ ସଂଗୃହିତ ପୁସ୍ତକ ଦାନ କରିବାକୁ ଯୋଜନା କରିଛନ୍ତି। ଯେପରି ଦାଶିଆ ଅଜା କଳ୍ପନା କରିଥିଲେ, ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପାଠାଗାର ସ୍ଥାପନକୁ ଉତ୍ସାହିତ କରିବାପାଇଁ ଲକ୍ଷ୍ୟରଖିଛନ୍ତି। ବର୍ତ୍ତମାନ ସୁଦ୍ଧାସେ ଏହି ଅଭିଯାନ ମାଧ୍ୟମରେ ଶହ ଶହ ପୁସ୍ତକ ସଂଗ୍ରହକରି ବିତରଣ କରିସାରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବର୍ଷା ଶିଶୁ ଜୀବନରେ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଯେକୌଣସି ମତେ ନିଜର ଆନୁଷ୍ଠାନିକ ଶିକ୍ଷା ସମାପ୍ତ କରିବାକୁ ଆହ୍ୱାନ ଦେଇଥିଲେ। ସେ ମହାମାରୀ ଦ୍ଵାରା ଆସିଥିବା କଠିନ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଛାତ୍ର ଛାତ୍ରୀ ମାନେ ଅଭିନେତ୍ରୀଙ୍କ ସହ ସେମାନଙ୍କର ସ୍ୱପ୍ନ ଏବଂ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ କିଛି ସାଂସ୍କୃତିକ କଳା ପ୍ରଦର୍ଶନୀଦ୍ୱାରା ବର୍ଷା ପ୍ରିୟଦର୍ଶିନୀଙ୍କ ମନମୋହିଥିଲେ। ଏହିକାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ସମସ୍ତ କୋଭିଡ ସତର୍କତା କଡାକଡିଭାବରେ ପାଳନ କରାଯାଇଥିଲା।

 

୧୫ ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା: ସତର୍କ କରାଇଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ୧୫ ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା । ୩୦ରୁ ୪୦ ଡିଗ୍ରୀ ବେଗରେ ପବନ ବି ବହିପାରେ । ବର୍ଷା ଆଶଙ୍କା ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଢେଙ୍କାନାଳ, କଟକ, ନୟାଗଡ଼, ଗଜପତି, ଗଞ୍ଜାମ ଓ ଦେବଗଡ଼ ଜିଲ୍ଲା । ସମ୍ପୃକ୍ତ ଜିଲ୍ଲାର କିଛି ଅଞ୍ଚଳରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା । ଏଣୁ ପାଣିପାଗ ସ୍ଥିତିକୁ ଆଖି ଆଗରେ ରଖି ଘରୁ ବହାରିବ ସହ ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ୪ ଦିନ ଯାଏଁ ରାଜ୍ୟରେ ବଢ଼ିବନି ତାତି: ଅଧିକାଂଶ ସ୍ଥାନରେ ହେବ ଘଡ଼ଘଡ଼ି ବର୍ଷା

ମୋଷ୍ଟ ଓ୍ୱାଣ୍ଟେଡ୍ ଠକ ବିଶାଲ ରାଜକୁମାର ନିଲେଞ୍ଜ ଗିରଫ

ଭୁବନେଶ୍ୱର: ମୋଷ୍ଟ ଓ୍ୱାଣ୍ଟେଡ୍ ଠକ ବିଶାଲ ରାଜକୁମାର ନିଲେଞ୍ଜ ଗିରଫ। ବିଶାଲଙ୍କ ନାମରେ ରହିଛି ଅନେକ ସଂଘାତିକ ମାମଲା। ସେ ଲୋକଙ୍କ ଠାରୁ ଆୟକର ବିଭାଗର ଅଫିସର କହି ଜୁଏଲାରୀ କିଣି ଠକୁଥିଲେ। ପୋଲିସ୍‌ ତାଙ୍କୁ ଖୋଜୁଥିବା ବେଳେ ସେ ଅଧିକାଂଶ ସମୟରେ ସ୍ଥାନ ପରିବର୍ତ୍ତନ କରୁଥିଲେ। ତେବେ ସେ ରହୁଥିଲା ପଞ୍ଚତାରକା ହୋଟେଲର ଏବଂ ଅଧିକାଂଶ ସମୟ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ବିମାନରେ ଯାତ୍ରା କରୁଥିଲେ। ତାଙ୍କୁ ଆଜି ବେଙ୍ଗାଲୁରୁର ବିଶାଲକୁ ଭୁବନେଶ୍ୱରରୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ୍। ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ରହିଥିଲା ବିଶାଲ। ଗିରଫ ପରେ ସମ୍ବଲପୁର ପୋଲିସକୁ ହସ୍ତାନ୍ତର କରାଯାଇଛି। ୩ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ପୁରୀ ପୋଲିସର ମୋଷ୍ଟ ଓ୍ୱାଣ୍ଟେଡ୍ ଲିଷ୍ଟରେ ରହିଥିଲା ବିଶାଲ। ଆୟକର ବିଭାଗ ଅଫିସର କହି ଜୁଏଲାରୀ କିଣି ଠକୁଥିଲା। ଜୁଏଲାରୀର କିଣି ଅନଲାଇନ୍‌ ପେମେଣ୍ଟ ବାହାନାରେ ଠକୁଥିଲା।

ବିଶ୍ୱାସରେ ବିଷ ଦେଲା ବୋହୂ: ଶ୍ୱଶୁର ଦେଇଥିବା ୨ ଲକ୍ଷ ଟଙ୍କା ନେଇ ଛୁ, ଜାଣନ୍ତୁ କାହିଁକି

ନୀଳଗିରି: ଔଷଧ କିଣିବାକୁ କହି ୨ ଲକ୍ଷ ଟଙ୍କା ଧରି ଛୁ’ ମାରିଲା ବୋହୂ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ଅଞ୍ଚଳରେ । ଝିଅ ବାହାଘର ପରେ ଧାର ସୁଝିବାକୁ ଜମିବିକ୍ରି କରି ରଖିଥିବା ୨ ଲକ୍ଷ ଟଙ୍କାକୁ ଧରି ଛୁ ମାରିଛି ବୋହୂ, ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହେଲେ ଶ୍ୱଶୂର । ଶ୍ୟାମସୁନ୍ଦର ଅଞ୍ଚଳର ରମେଶ ମଲ୍ଲିକଙ୍କ ପୁଅ ବିଜୟ ୩ ବର୍ଷ ପୂର୍ବେ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁର ମଦନ ମଲ୍ଲିକଙ୍କ ଝିଅକୁ ବିବାହ କରିଥଲେ। ରମେଶ ମଲ୍ଲିକ ନିଜ ଝିଅ ବାହାଘର ପରେ ହୋଇଥିବା ଋଣକୁ ଶୁଝିବା ପାଇଁ ବାରିପଦା ଅଞ୍ଚଳରେ ଥିବା ଜମିକୁ ବିକ୍ରିକରି ୨ଲକ୍ଷ ଟଙ୍କା ନିଜ ବୋହୂ ମମତା ମଲ୍ଲିକଙ୍କୁ ରଖିବାକୁ ଦେଇଥିଲେ। ଘରଲୋକ କାମକରିବାକୁ ଯାଇଥିବାବେଳେ ଉକ୍ତ ଦୁଇଲକ୍ଷ ଟଙ୍କାକୁ ଧରି ବାପ ଘର ଲୋକଙ୍କ ସହ ଛୁ ମାରିଥିବା ଅଭିଯୋଗ ହୋଇଛି। ଶଶୁର ଘରଲୋକ କାମରୁ ଫେରି ବୋହୂକୁ ଫୋନ କଲେ ଅଶ୍ରାବ୍ୟ ଭାଷାରେ ଗାଳି ଦେଉଥିବା ଅଭିଯୋଗ କରିଛନ୍ତି ଶ୍ୱଶୂର ।ତେବେ ଔଷଧ କିଣିବା ବାହାନାରେ ବହୁ  ଟଙ୍କା ନେଇ ଛୁ ମାରିଥିବା  ଘଟଣା କୁ ନେଇ ଅଞ୍ଚଳରେ  ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ନ୍ୟାୟ ପାଇବା ପାଇଁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଶ୍ୱଶୂର ରମେଶ । ତେବେ ଏ ଯାଏଁ ବୋହୂ ଏଭଳି ଟଙ୍କା ନେଇ ଚମ୍ପଟ ମାରିଥିବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ କଳହରୁ ଏଭଳି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: Flying kiss is sexual offence : ଆଖି ମାରିବା ଓ ଫ୍ଲାଇଁ କିସ୍ ଦେବା ଯୌନ ନିର୍ଯାତନା, ଯୁବକଙ୍କୁ ବର୍ଷେ ଜେଲ

ଓଡ଼ିଶା-ଛତିଶଗଡ଼ ସୀମାରେ ଚେକିଂ କଡ଼ାକଡ଼ି: ଆରଟିପିସିଆର ନେଗେଟିଭ୍ ରିପୋର୍ଟ ନେଇ ହେଉଛି ଯାଞ୍ଚ

ଭୁବନେଶ୍ୱର: ଛତିଶଗଡ଼-ଓଡିଶା ସୀମାନ୍ତରେ ଚେକିଂ ଚାଲିଛି । ଆରଟିଓ ମାନେ ମଧ୍ୟ ଚେକିଂରେ ସାମିଲ ଅଛନ୍ତି । ମାସ୍କ ଓ ଆରଟିପିସିଆର ନେଗେଟିଭ ରିପୋର୍ଟ ଏବଂ ୨ ଡୋଜ ଭ୍ୟାକ୍ସିନ ସାର୍ଟିଫିକେଟ ଦେଖାଯାଉଛି । ବସ୍ ଗୁଡ଼ିକରେ ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି । ବୋଲି କହିଛନ୍ତି ସଡ଼କ ପରିବହ ମନ୍ତ୍ରୀ ପଦ୍ମନାଭ ବେହେରା । ପଡ଼ୋଶୀ ଛତିଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥେଷ୍ଟ ସତର୍କତା ଅପଣାଯାଇଛି । ଅପରପକ୍ଷରେ ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ମାମଲା ଦିନକୁ ଦିନ ବଢ଼ିବାରେ ଲଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ହଜାରେ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୧୭ ଆକ୍ରାନ୍ତ । ସେହିପରି ରାଜ୍ୟରୁ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୭୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୮୦୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୭୧ । ସେହିପରି ଖୋର୍ଦ୍ଧାରୁ ୧୫୮, ନୂଆପଡ଼ାରୁ ୯୦, ସମ୍ବଲପୁରରୁ ୮୬, ବରଗଡ଼ରୁ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଅନୁଗୁଳରୁ ୨୭, ବାଲେଶ୍ବରରୁ ୩୩, ଭଦ୍ରକରୁ ୩୬, ବଲାଙ୍ଗୀରରୁ ୫୪, ବୌଦ୍ଧରୁ ୧, କଟକରୁ ୫୬, ଦେବଗଡ଼ ଓ ଢ଼େଙ୍କାନାଳରୁ ୪ ଜଣ ଲେଖାଏଁ, ଗଜପତିରୁ ୩, ଗଞ୍ଜାମରୁ ୩୧, ଜଗତସିଂହପୁରରୁ ୬, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୪୨, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୩୦, କୋରାପୁଟରୁ ୯, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪୯, ନବରଙ୍ଗପୁରରୁ ୭୧, ନୟାଗଡ଼ରୁ ୧୮, ପୁରୀରୁ ୪୩, ରାୟଗଡ଼ାରୁ ୨୫, ସୋନପୁରରୁ ୧୪ ଓ ଷ୍ଟେଟ୍ ପୁଲରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତ ହେଲେଣି ୩ ଲକ୍ଷ ୪୯ ହଜାର ୫୬୧ ଜଣ ।

Flying kiss is sexual offence : ଆଖି ମାରିବା ଓ ଫ୍ଲାଇଁ କିସ୍ ଦେବା ଯୌନ ନିର୍ଯାତନା, ଯୁବକଙ୍କୁ ବର୍ଷେ ଜେଲ

ମୁମ୍ବାଇ : ଜଣେ ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ୍ କରିବା ଅଭିଯୋଗରେ ମୁମ୍ବାଇର ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଏକ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ପୋକ୍ସୋ (ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ ଫ୍ରମ୍ ସେକ୍ସୁଆଲ ଅଫେନ୍ସ) ଆକ୍ଟ ଅନୁସାରେ ଏହି ସଜ୍ଜା ଅଦାଲତ ଶୁଣାଇଛନ୍ତି। ଏଥିସହିତ ବ୍ୟକ୍ତିଜଣକ ୧୫ ହଜାର ଟଙ୍କାର ଫାଇନ ବି ଦେଇଛନ୍ତି।

୨୯ ଫେବୃଆରୀ ୨୦୨୦ରେ ନାବାଳିକା ଜଣକ ତାଙ୍କ ମା’ଙ୍କୁ ଜଣେ ବ୍ୟକ୍ତି ତାଙ୍କୁ ଆଖି ମାରିଥିବା ଓ ଅନେକ ଥର ଫ୍ଲାଇଂ କିସ୍ କରିଥିବା କଥା କହିଥିଲେ । ଏହାପରେ ନାବାଳିକାଙ୍କ ପରିବାର ପକ୍ଷରୁ ମୁମ୍ବାଇର ଏଲଟି ମାର୍ଗ ଥାନାରେ ଏନେଇ ମାମଲା ରୁଜ୍ଜ କରାଯାଇଥିଲା । ପୋଲିସ ତତ୍କାଳ ପଦକ୍ଷେପ ସ୍ୱରୁପ ସଂପୃକ୍ତ ଯୁବାକଙ୍କୁ ଗିରଫ କରିଥିଲା । ସେବେଠାରୁ ଯୁବକ ଜଣକ ଜେଲରେ ଅଛନ୍ତି।

ଗିରଫ ବ୍ୟକ୍ତି ଅଦାଲତରେ ଦାବି କରିଥିଲେ ଯେ, ସେ ଅଲଗା ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ସହ କଥା ନହେବାକୁ ନାବାଳିକାଙ୍କୁ ତାଙ୍କ ମା’ କହୁଥିଲେ । ଏହା ସହିତ ତାଙ୍କୁ ମିଥ୍ୟା ମାମଲାରେ ଫଶା ଯାଇଛି ବୋଲି ସେ ଅଭିଯୋଗ କରିଥିଲେ।

ଅଦାଲତ ନାବାଳିକା, ତାଙ୍କ ମା’ ଓ ପରିବାରର ଅନ୍ୟ ସଦସ୍ୟଙ୍କ ବୟାନକୁ ପ୍ରମାଣ ଭାବେ ନେଇଥିଲେ । ନିଜ ରାୟରେ ଅଦାଲତ କହିଛନ୍ତି ଯେ, ତିନି ଜଣଙ୍କ ବୟାନ ଅଭିଯକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ। ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ୍ କରିବା ଯୌନ ନିର୍ଯାତନା ଭିତରେ ଆସୁଛି