ଜୁନ୍ ପହିଲାରେ CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ହୋଇପାରେ ତାରିଖ ଘୋଷଣା

1 min read
Decision on Class 12 board exams to be taken at the earliest Education Minister

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ଥିବା CBSE-ICSE ବୋର୍ଡ ପରୀକ୍ଷା ନେଇ ଆଜି ବସିଥିବା କେନ୍ଦ୍ରୀୟ ମନ୍ତ୍ରିସ୍ତରୀୟ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ସୂଚନା ଅନୁସାରେ, CBSE ବୋର୍ଡ ପରୀକ୍ଷା ତାରିଖ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ଜୁନ୍ ୧ରେ ତାରିଖ ଘୋଷଣା କରିପାରନ୍ତି ।

ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ବିଭିନ୍ନ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାର ଆସନ୍ତା ୨୫ ତାରିଖ ସୁଦ୍ଧା ସେମାନଙ୍କ ସମ୍ପୂର୍ଣ୍ଣ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରାଯାଇଛି ।

ଦ୍ୱାଦଶ ପରୀକ୍ଷା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ସୁରକ୍ଷା ଆମର ପ୍ରାଥମିକତା । ଏସବୁକୁ ନେଇ ଯାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ୨ ଘଣ୍ଟା ଧରି ଚାଲିଥିବା ବୈଠକରେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟର ଶିକ୍ଷାମନ୍ତ୍ରୀ ଓ ସଚିବ ଯୋଗ ଦେଇଥିଲେ । ଦିଲ୍ଲୀକୁ ବାଦ୍ ଦେଲେ ସମସ୍ତ ରାଜ୍ୟ ପରୀକ୍ଷା ନେଇ ସହମତି ମଧ୍ୟ ପ୍ରଦାନ କରିଛନ୍ତି ।

Leave a Reply