କଙ୍ଗୋରେ ଆଗ୍ନେୟଗିରି ଉଦଗିରଣ, ଲୋକଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ଯବାନ

1 min read
Volcano Eruption In The Congo Created A Stir

କିଶାସା : କଙ୍ଗୋର ଗୋମା ସହର ନିକଟ ମାଉଣ୍ଟ ନ୍ୟାରାଗୋଙ୍ଗୋରେ ଆଗ୍ନେୟଗିରି ଉଦଗିରଣ ହୋଇଛି । ଫଳରେ ଆକାଶ ଲାଲ୍ ରଙ୍ଗର ହୋଇଯିବା ସହ ଆଗ୍ନେୟଗିରି ଉଦଗିରଣ ପରେ ଲାଭା ସଡ଼କକୁ ବୋହି ଆସିଥିଲା । ସ୍ଥାନୀୟ ଲୋକ ଭୟଭୀତ ହେବା ସହ ଘର ଛାଡ଼ି ପଳାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଗୋମାକୁ ଅନ୍ୟ ପ୍ରଦେଶ ସହ ଯୋଡ଼ୁଥିବା ରାସ୍ତାରେ ଲାଭା ପଡ଼ିଛି । ତେବେ ଏଯାଏଁ ଜଣାପଡ଼ିନି ଆଗ୍ନେୟଗିରି ଉଦଗିରଣ ଯୋଗୁଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି ।

ଏହି ଆଗ୍ନେୟଗିରି ଶେଷଥର ପାଇଁ ୨୦୦୨ ମସିହାରେ ଉଦଗିରଣ ହୋଇଥିଲା । ସେତେବେଲେ ସଂଖ୍ୟାଧିକ ଲୋକଙ୍କ ଜୀବନ ହାନି ହୋଇଥିବା ବେଳେ ଲାଭା ସମସ୍ତ ବିମାନବନ୍ଦରର ରନୱେକୁ ପଳାଇ ଆସିଥିଲା । ଜାତିସଂଘର ଶାନ୍ତିରକ୍ଷା ମିଶନ ପକ୍ଷରୁ ଆଗ୍ନେୟଗିରି ଉଦଗିରଣ ପରେ ସହରର ଫଟୋ ଟ୍ୱିଟ୍ କରାଯାଇଛି । ବିମାନ ଜରିଆରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଉପରେ ନଜର ରଖାଯାଇଥିବା ଟ୍ୱିଟରେ କୁହାଯାଇଛି । କଙ୍ଗୋରେ ଜାତିସଂଘ ମିଶନରେ ସାମିଲ୍ ଥିବା ଭାରତୀୟ ସେନାର ଯବାନ ଲାଭା ପ୍ରଭାବିତ ଗୋମା ସହରରେ ନାଗରିକ ଓ ଜାତିସଂଘର ଅନ୍ୟ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏହି ସକ୍ରିୟ ଆଗ୍ନେୟଗିରି ମେ ୨୨ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଉଦଗିରଣ ହୋଇଥିଲା ।

Leave a Reply