#CycloneYaas: ‘କରୋନା ପାଇଁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ’

1 min read
Cyclone Yaas Additional Cyclone Shelter Ready In View Of Covid Says SRC

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆସନ୍ତାକାଲି ସୁଦ୍ଧା ତାହା ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପାରାଦୀପରୁ ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି । ସମ୍ଭାବ୍ୟ ଲ୍ୟାଣ୍ଡଫଲ ଆକଳନ କରି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ଏଥିସହ ପଢ଼ନ୍ତୁ: #CycloneYaas: ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଂକେତ ଜାରି

ତଳିଆ ଅଞ୍ଚଳରେ କଚ୍ଚାଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯିବ । କୋଭିଡ୍ କଟକଣାକୁ ମଧ୍ୟ ଧ୍ୟାନ ଦିଆଯିବ । ଓଡ଼ିଶାରେ ବାତ୍ୟା ଲ୍ୟାଣ୍ଡଫଲ ହେଲେ ୧୨୦ରୁ ୧୬୫ କିଲୋମିଟର ଘଣ୍ଟାପ୍ରତି ବେଗରେ ପବନ ବହିପାରେ । ୨୦୦ରୁ ୩୦୦ ମିଲିମିଟରର ବର୍ଷା ଓ ୩ରୁ ୪ ମିଟରର ବାତ୍ୟା ଝଡ଼ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି ।

Cyclone Yaas Additional Cyclone Shelter Ready In View Of Covid Says SRC

ବାତ୍ୟା ଆଶ୍ରୟସ୍ଥଳୀକୁ ସାନିଟାଇଜ୍ କରାଯାଇଛି । ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀରେ ଭିଡ଼ ନହେବା ପାଇଁ ଅଧିକ ସେଲ୍ଟର ବ୍ୟବସ୍ଥା କରାଯାଇଛି । ସେଠାରେ ଅତିରିକ୍ତ ପିଇବା ପାଣି, ପାୱାର ବ୍ୟାକଅପ୍ ସହ କୋଭିଡ୍ ନିୟମ ଅନୁସାରେ ଆରଆରଟି ଟିମ୍ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ । ବାତ୍ୟା ପରବର୍ତ୍ତୀ ସମୟରେ ଅସୁବିଧା ନହେବା ପାଇଁ ପାୱାର ବ୍ୟାକଅପ୍ ସହ ପାଣି ଟାଙ୍କି ମାଧ୍ୟମରେ ଜଳ ଯୋଗାଣ କରାଯିବ । ବିଦ୍ୟୁତ୍ ବ୍ୟବସ୍ଥା ବ୍ୟାହାତ ହେଲେ ସଜାଡ଼ିବା ଲାଗି ପଦକ୍ଷେପ ନିଆଯାଇଛି । ସେହିଭଳି ଟେଲିକମ୍ ଟାୱାର କ୍ଷତିଗ୍ରସ୍ତ ହେଲେ ସେନେଇ ପଦକ୍ଷେପି ନିଆଯାଇଛି । କୌଣସି ସ୍ଥାନରେ ଗୋଟିଏ ଟାୱାର କଟିଗଲେ ଅନ୍ୟ ଟାୱାର ଜରିଆରେ ଅନ୍ୟ ଅପରେଟରର ଉପଭୋକ୍ତା କଥା ହୋଇପାରିବେ ।

Cyclone Yaas, Likely Intesified Into Deep Depression In Next 4 Hour

ଏବେ ସୁଦ୍ଧା ୨୨ଗୋଟି ଏନଡିଆରଏଫ୍ ଟିମ୍, ୫୦ରୁ ଅଧିକ ଓଡ୍ରାଫ୍ ଟିମ୍ ଏବଂ ୧୭୫ଟି ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଏଥିସହ ଏନଡିଆରଏଫର ଆଉ ୧୦ଟି ଟିମ୍ ଆସିବେ । ୩୫ଟି ଟ୍ରି-କଟର ଗ୍ରୁପ୍ ରହିବେ । ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ୧୨ରୁ ୧୩ ହଜାର ୱାର୍କର ପ୍ରସ୍ତୁତ ହୋଇ ଅଛନ୍ତି ବୋଲି ଏସଆରସି ସୂଚନା ଦେଇଛନ୍ତି ।

Leave a Reply