spot_img
Home Blog Page 5767

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀର ପ୍ରଭାବ

ଭୁବନେଶ୍ୱର: ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀର ପ୍ରଭାବ । ବିଜୁଳି ଓ ଘଡଘଡି ସହ ବର୍ଷା ପବନ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଶେଷକରି, ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବିଜୁଳି ଓ ଘଡଘଡି ସହ ବର୍ଷା ଓ ପବନ ହୋଇପାରେ । ଆସନ୍ତା ୨୪ ଘଣ୍ଟା ପାଇଁ ୧୭ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନୟାଗଡ, ମାଲକାନଗିରି, କୋରାପୁଟ, ଗଜପତି, ନୂଆପଡା, ରାୟଗଡା, ନବରଙ୍ଗପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଯାଜପୁର ଏବଂ ଦେବଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ଜନିତ ବର୍ଷା ପବନ ଜାରି ରହିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। କାଳବୈଶାଖୀ ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।

ସନ୍ ରାଇଜର୍ସ ହାଇଦ୍ରାବାଦ ଆଗରେ ୧୮୮ ରନର ଟାର୍ଗେଟ୍, ନୀତିଶ ଖେଳିଲେ ବିସ୍ଫୋରକ ୮୦ ରନର ଇନିଂସ

0

ଚେନ୍ନାଇ: ଆଇପିଏଲର ତୃତୀୟ ମ୍ୟାଚରେ ଟସ୍ ହାରି ବ୍ୟାଟଂ କରିଥିବା କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୮୭ ରନ୍ କରିଛି । ଦଳ ପକ୍ଷରୁ ନୀତିଶ ରଣା ୫୬ ବଲରେ ସର୍ବାଧିକ ୮୦ ରନ୍ କରିଛନ୍ତି । ୪ଟି ଛକା ୯ଟି ଚୌକା ସାହଯ୍ୟରେ ଏହି ନୀତିଶ ଦଳକୁ ବଡ଼ ସ୍କୋର୍ କରିବାରେ ସହଯୋଗ କରିଥିବା ବେଳେ ରାହୁଲ ତ୍ରିପାଠୀ ୨୯ ବଲରେ ୫୩ ରନ୍ କରିଛନ୍ତି ।

KKR Sets 188 Run Targets For SRH In IPL 3Rd Match

ସନ୍ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମହମ୍ମଦ ନବି ଓ ରସିଦ ଖାନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ଟି. ନଟରାଜନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରି ସନ୍ ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ ଆରମ୍ଭ କରିଛି । ଦଳ ପକ୍ଷରୁ ଋଦ୍ଧିମାନ ଶାହ ଓ ଡେଭିଡ୍ ୱାର୍ଣ୍ଣର ଓପନିଂ କରିଛନ୍ତି ।

ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଘେରାଉ କରି ଗାଡ଼ି ଭାଙ୍ଗିଲେ ବିଜେପି କର୍ମୀ, ବିଜେପି ପ୍ରାର୍ଥୀ ଆଶ୍ରିତ ଆକ୍ରମଣରେ ସାମିଲ ନେଇ ଅଭିଯୋଗ

ପିପିଲି: ପିପିଲି ଉପନିର୍ବାଚନ ପ୍ରଚାର ବେଳେ ଡେଲାଙ୍ଗରେ ଉତ୍ତେଜନା। ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ। ଏଥିରେ ୩ଜଣ ବିଜେଡି କର୍ମୀ ଗୁରୁତର ହୋଇଛନ୍ତି। ୨ଜଣଙ୍କ ମୁଣ୍ଡ ଓ ଜଣଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ଆହତଙ୍କ ମଧ୍ୟରୁ ଜଣଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ହସପିଟାଲକୁ ଆସି ବିଜେପି କର୍ମୀ ଧମକ ଦେଇଥିବା ଅଭିଯୋଗ ହୋଇଛି । ୩ ଆହତ ବିଜେଡି କର୍ମୀଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ଭେଟିଥିବା ତାଙ୍କୁ ଘେରାଉ କରିଛନ୍ତି ବିଜେପି କର୍ମୀ। ମନ୍ତ୍ରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

ପୂର୍ବରୁ ଆଜି ବିଜେଡିର ମହିଳା ସମାବେଶ ପରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀ ଦୁର୍ବ୍ୟବହାର କରିଥିଲେ । ସମାବେଶରୁ ଫେରିବା ବେଳେ ବିଜେଡି କର୍ମୀଙ୍କୁ ଆକ୍ଷେପ କରିବା ସହିତ ଟଙ୍କାର ଲୋଭ ଦେଖାଇଥିଲେ ବିଜେପି କର୍ମୀ । ବିଜେଡି କର୍ମୀମାନେ ଏହାର ପ୍ରତିବାଦ କରିବାରୁ ବିଜେପି ତରଫରୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛି ବିଜେଡି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ଆକ୍ରମଣରେ ସାମିଲ ଥିବା ଅଭିଯୋଗ ହୋଇଛି ।

ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାକୁ ଦେଖି ପ୍ରସ୍ତୁତ ହେବ ରିପୋର୍ଟ କାର୍ଡ

ଭୁବନେଶ୍ୱର: ଆସନ୍ତା ମେ’ ୨୯ରେ ନବୀନ ସରକାରର ପଞ୍ଚମ ପାଳିର ୨ବର୍ଷ ପୂର୍ତ୍ତି। ଏହି ଅବସରରେ ରାଜ୍ୟବାସୀଙ୍କୁ ସଫଳତାର ହିସାବ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ମେ’ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମୀକ୍ଷା କରିବେ। ସମୀକ୍ଷା ପରେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାକୁ ଦେଖି ପ୍ରସ୍ତୁତ ହେବ ରିପୋର୍ଟ କାର୍ଡ। କେଉଁ ବିଭାଗ କେଉଁ କାମ କେତେ କରିଛି ? ୨ବର୍ଷ ମଧ୍ୟରେ ଲୋଙ୍କ ସ୍ୱାର୍ଥକୁ କେତେ ଗୁରୁତ୍ୱ ଦେଇଛନ୍ତି ମନ୍ତ୍ରୀ ? ନିର୍ବାଚନୀ ପ୍ରତିଶ୍ରୁତି କେତେ ପୂରଣ ହୋଇଛି ? କଥା ନୁହେଁ, କାମରେ ଆମ ସରକାର ବିଶ୍ୱାସ କରେ, ଏକଥାକୁ କେତେ ମାନିଛନ୍ତି ?

୨୦୧୯ରେ ବିଜେଡି ଇସ୍ତାହାର କେତେ ପାଳନ ହୋଇଛି ? ପ୍ରତି ବିଭାଗରେ ପ୍ରମୁଖ ୫ଟି ସଫଳତା କ’ଣ ? ଫାଇଭ୍‌- ଟି ଓ ମୋ ସରକାର ସବୁ ବିଭାଗରେ କେତେ କାର୍ଯ୍ୟକାରୀ ହୋଇଛି ? ଏ ସବୁର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଜ ବିଭାଗର କାର୍ଯ୍ୟଧାରା ରଖିବା ପାଇଁ ମନ୍ତ୍ରୀମାନେ ପ୍ରସ୍ତୁତ ହେଲେଣି। ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ସରକାରର ବାର୍ଷିକ ସମୀକ୍ଷାକୁ ମନ୍ତ୍ରୀ ସ୍ୱାଗତ କରିଛନ୍ତି।

ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ। ଗଣତନ୍ତ୍ରରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ସାଢ଼େ ଚାରି କୋଟି ଲୋକ ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି ଓ ଆମେ ଯେଉଁ ପ୍ରତିଶ୍ରୁତି ଲୋକଙ୍କୁ ଦେଇଛୁ, ତାହା ପାଳନ କରିବାରେ ଆମେ କେତେ ସଫଳ ହୋଇଛୁ, ତା’ର ହିସାବ ଲୋକଙ୍କୁ ଦେବାକୁ ହେଵ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାର୍ଚ୍ଚ ୧୫ରୁ ୨୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ବିଭାଗ କାମର ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ଓଡ଼ିଶା ପୋଲିସର ନିଦ ହଜାଇଛି ହାଇଦର, ସମ୍ବଲପୁରରେ ଷଡ଼ଯନ୍ତ୍ର କଟକରୁ ହେଲା ଫେରାର

କଟକ: ଅପରେସନ ଗ୍ୟାଙ୍ଗଷ୍ଟର ହାଇଦର। ଓଡ଼ିଶା ପୋଲିସର ନିଦ ହଜାଇଛି ହାଇଦର। ହାଇଦରକୁ ଧରିବାକୁ ହାଇ ଆଲର୍ଟ। ହାଇଦର ହାତରେ ହାତକଡି ପକାଇବାକୁ ଡିଜି କ୍ୟାମ୍ପରେ ମାଷ୍ଟର ପ୍ଳାନ। ଆଲର୍ଟରେ ୩୦ ଜିଲ୍ଲାର ଏସପି। ସଡ଼କ ପଥରୁ ରେଳପଥ, ସୀମା ଅଞ୍ଚଳରୁ ପ୍ରମୁଖ ଛକ। ସବୁଠି କ୍ରାଇମବ୍ରାଞ୍ଚର ୮ଟି ସ୍ପେଶାଲ ଟିମର ଅପରସେନ। ସଜାଗ ରହିଛି STF। ଧଳା ରଙ୍ଗର କାରରେ ମେଡିକାଲରୁ ଚମ୍ପଟ ମାରିଛି ହାଇଦର। ପରିବାର ଲୋକ ନା ସହଯୋଗୀଙ୍କ ଜରିଆରେ ଚମ୍ପଟ ମାରିଛି ହାଇଦର ତାକୁ ନେଇ ତନାଘନା କରୁଛି ପୋଲିସ। ଏସସିବିର ନର୍ସଙ୍କ ବୟାନ ରେକର୍ଡ କରାଯିବା ପରେ ମେଡିକାଲ ସିସିଟିଭି ଯାଞ୍ଚ ହେଉଛି। ହାଇଦରକୁ ତୁରନ୍ତ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ରେଳବାଇ ଥାନା ପୋଲିସ ମଧ୍ୟ ସର୍ଚ୍ଚ ଅପରସେନ ଆରମ୍ଭ କରିଛି। ଲୋକଙ୍କୁ ହାଇଦରର ଫଟୋ ଦେଖାଇ ଯାଞ୍ଚ କରୁଛି। ଘଟଣାରେ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗୁଇନ୍ଦା ତଥ୍ୟକୁ ଆଧାର କରି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ହାଇଦରର ଆଡା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ବୁର୍ଲାରୁ ମାର୍ଚ୍ଚ ୨୩ରେ ଆସି ଏସସିବିରେ ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲା ହାଇଦର। ୫ ନମ୍ବର କେବିନରେ ତାର ଚିକିତ୍ସା ଚାଲିଥିବା ବେଳେ ଫେରାର ହେବା କଥା ଡ୍ୟୁଟିରେ ଥିବା ନର୍ସ ଜାଣିବାକୁ ପାଇଥିଲେ। ପରେ ବିଭାଗ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା।

ଏପଟେ ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି। ଏମାନେ ସମସ୍ତେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିଲେ। ବିଭାଗୀୟ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

କେଉଁଠି ଆତ୍ମଗୋପନ କରିଛି ହାଇଦର ? ହାଇଦର ଫେରାର ହେବା କଥା କେମିତି ଜାଣି ପାରିଲେନି ପୋଲିସ ? ଏସସିବିରେ ଥାଇ ପ୍ଳାନ କରିଥିଲା କି ? ସୁରକ୍ଷା କର୍ମୀ ଫେରାର ପାଇଁ ସହଯୋଗ କରିଛନ୍ତି କି ? ଫେରାର ହୋଇଥିବା ଧଳା ରଙ୍ଗର କାର କାହାର ? ରାଜ୍ୟ ବାହରକୁ ଖସି ପଳାଇଲା କି ହାଇଦର ? ଜଳପଥରେ ବାଂଲଦେଶ ଖସି ପଲାଇବ କି ହାଇଦର ?  ଏଭଳି ଅନେକ ପ୍ରଶ୍ନ ପୋଲିସର ନିଦ ହଜାଇଛି।

ବିଗୁଡ଼ୁଛି ସ୍ଥିତି, ଦିଲ୍ଲୀର ୫୦ ହସ୍ପିଟାଲରେ ଖାଲି ନାହିଁ ଗୋଟିଏ ବି ଭେଣ୍ଟିଲେଟର କି ICU ବେଡ୍

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟ ଭଳି ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରାଜଧାନୀରେ ନୂଆ ସଂକ୍ରମଣ ମାମଲା ୧୦ ହଜାର ଡେଇଁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ସ୍ଥିତି ଚିନ୍ତାଜନକ କିନ୍ତୁ ଡରିବାର କିଛି ନାହିଁ । କିନ୍ତୁ ରାଜଧାନୀର ବିଭିନ୍ନ ହସ୍ପିଟାଲ ରେ ଉପଲବ୍ଧ ଥିବା ଭେଣ୍ଟିଲେଟର ଓ ଆଇସିୟୁ ବେଡ୍ ଉପରେ ନଜର ପକାଇଲେ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠୁଛି ।

ରବିବାର ସନ୍ଧ୍ୟା ୫ଟା ସୁଦ୍ଧା କରୋନା ଆପ୍ ମୁତାବକ ଦିଲ୍ଲୀର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଥିବା ୧୧ ହଜାର ୭୨୭ ସାଧାରଣ ବେଡ୍ ମଧ୍ୟରୁ ୫ ହଜାର ୩୬୩ଟି ଶଯ୍ୟା ଖାଲି ରହିଛି । ଅର୍ଥାତ୍ ମୋଟ୍ ଶଯ୍ୟାର ୫୪.୩୬ ପ୍ରତିଶତ ବେଡରେ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।

କରୋନା ଆକ୍ରାନ୍ତଙ୍କ ଲାଗି ମୋଟ ୧ ହଜାର ୧୫୩ଟି ଭେଣ୍ଟିଲେଟର ରହିଛି । ସେଥିରୁ ପ୍ରାୟ ୩୦୭ଟି ବେଡ୍ ଖାଲି ରହିଛି । ଅର୍ଥାତ୍ ମୋଟ ଭେଣ୍ଟିଲେଟର ମଧ୍ୟରୁ ୭୩.୩୭ ପ୍ରତିଶତ ବେଡରେ ରୋଗୀ ଅଛନ୍ତି । ସେହିଭଳି ମୋଟ ୧୮୫୨ଟି ଆଇସିୟୁ ବେଡ୍ ମଧ୍ୟରୁ ୫୧୧ଟି ଖାଲି ରହିଛି । ଅର୍ଥାତ୍ ୭୨.୪ ପ୍ରତିଶତ ICU ବେଡରେ ରୋଗୀ ଅଛନ୍ତି ।

ଦିଲ୍ଲୀ ସରକାରଙ୍କ ୩ଗୋଟି ବଡ଼ ଓ କେନ୍ଦ୍ରର ୪ ଗୋଟି ସରକାରୀ ହସ୍ପିଟାଲରେ ଭେଣ୍ଟିଲେଟର ଖାଲି ନାହିଁ । ସେହିଭଳି ୪୪ଟି ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ଖାଲି ନଥିବା ବେଳେ ୨୫ଟି ବଡ଼ ହସ୍ପିଟାଲରେ ବି ଭେଣ୍ଟିଲେଟରେ ରୋଗୀ ଭର୍ତ୍ତି ହୋଇ ଅଛନ୍ତି । ୨୫ଟି ବଡ଼ ହସ୍ପିଟାଲରେ ଗୋଟିଏ ବି ଆଇସିୟୁ ବେଡ୍ ଖାଲି ନାହିଁ ।

ସେହୱାଗଙ୍କ ଖୁଲାସା- ୨୦୦୬ରେ ପାକିସ୍ତାନ ଗସ୍ତ ବେଳେ ଧୋନିଙ୍କ ଉପରେ ରାଗିଥିଲେ ରାହୁଲ୍ ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଜଣା । ଖେଳ ପଡ଼ିଆରେ ରାଗିଥିବା ରାହୁଲଙ୍କୁ କେହି ଦେଖି ନଥିବେ । ହଁ… ଜିତିବା ପରେ ଉତ୍ସବ ପାଳନରେ ତାଙ୍କୁ ଦେଖିବାକୁ ମିଳେ । ତେବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ଏମିତି ଏକ ଖୁଲାସା କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ସେହୱାଗଙ୍କ ଅନୁସାରେ, ଦ୍ରାବିଡ୍ ପଡ଼ିଆରେ ରାଗିଥିଲେ । ଦ୍ରାବିଡ଼ ପୂର୍ବତନ ଅଧିନାୟକ ଧୋନିଙ୍କ ଉପରେ ରାଗିଥିବା ସେହୱାଗ ଖୁଲାସା କରିଛନ୍ତି ।

ବୀରେନ୍ଦ୍ର ସେହୱାଗଙ୍କ ଅନୁସାରେ, ୨୦୦୬ ପାକିସ୍ତାନ ଗସ୍ତରେ ଧୋନି ଏକ ଭୁଲ୍ ସଟ୍ ଖେଳିଥିଲେ । ଯାହାକୁ ନେଇ ଧୋନିଙ୍କ ଉପରେ ବେଶ୍ ରାଗି ଯାଇଥିଲେ ଦ୍ରାବିଡ୍ । ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିବା ବେଳେ ଧୋନି ଡେବ୍ୟୁ କରିଥିଲେ । ଗାଙ୍ଗୁଲିଙ୍କ ପରେ ଦ୍ରାବିଡ଼ ଭାରତୀୟ ଦଳର ମଙ୍ଗ ସମ୍ଭାଳିଥିଲେ । ଏକ ସାକ୍ଷାତକାରରେ ସେହୱାଗ କହିଛନ୍ତି- ‘ପାକିସ୍ତାନ ଗସ୍ତରେ ଥିବାବେଳେ ଧୋନି ନୂଆ ନୂଆ ଦଳକୁ ଆସିଥିଲେ । ଧୋନି ଏକ ସଟ୍ ଖେଳି ପଏଣ୍ଟରେ ଆଉଟ୍ ହୋଇ ଯାଇଥିଲେ । ଯାହା ପରେ ଦ୍ରାବିଡ଼ ରାଗି ଯାଇଥିଲେ । କହିଥିଲେ ତୁମେ ଏମିତି ଖେଳ, ତୁମକୁ ଖେଳ ଶେଷ କରିବା ଉଚିତ୍ ।’

ପରେ ଧୋନି ଯେତେବେଳେ ବ୍ୟାଟିଂ କରିବାକୁ ଯାଆନ୍ତି ତ ଅଧିକ ସଟ୍ ଖେଳନ୍ତି ନାହିଁ । ମୁଁ ତାଙ୍କୁ ପଚାରିଥିଲି କଣ ହେଲା ? ସେ କହିଥିଲେ- ଦ୍ରାବିଡ଼ଙ୍କ ଠାରୁ ଗାଳି ପୁଣି ଶୁଣିବାକୁ ଚାହୁଁନାହିଁ ।

ଝରାଫୁଲ ମର୍ଡର ମାମଲାରେ ଅମରେଶ ଗିରଫ, ରାକେଶଙ୍କ ସହ ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

ଯାଜପୁର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ଆଉ ଜଣେ ଗିରଫ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାର ଅମରେଶ ରାଉତକୁ ଯାଜପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଯାଜପୁର ଏସପି ରାହୁଲ୍ ପି.ଆର୍ ସୂଚନା ଦେଇଛନ୍ତି । ପୋଲିସ ସୂଚନା ଅନୁସାରେ, ଅମରେଶ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍ ।

 Jharaphual Murder Case, Jajpur Police Arrested An Other Accused

୨୦୨୧ ଜାନୁଆରୀ ୨୬ରେ ବସ୍ ଯୋଗେ ଭୁବନେଶ୍ୱରରୁ ଘରକୁ ବାହାରିଥିଲେ ଝରାଫୁଲ । ହଠାତ୍ ଦେହ ଭଲ ନଲାଗିବାରୁ ବାଣୀବିହାରରେ ଓହ୍ଲାଇ ପଡ଼ିବା ସହ ପୁରୁଷ ବନ୍ଧୁ ରାକେଶଙ୍କୁ କଲ୍ କରିଥିଲେ । ସେଦିନ ଦୁହେଁ ବୁଲିବା ସହ ହୋଟେଲରେ ରହିଥିଲେ । ସକାଳୁ ଝରାଫୁଲଙ୍କୁ ରାକେଶ ଏକ ସ୍କୁଟିରେ ସାଙ୍ଗଙ୍କ ସହ ମିଶି ଯାଜପୁରର କୁଆଖିଆରେ ଫିଙ୍ଗି ଦେଇଥିଲେ । ରାକେଶ ନିଜେ ଏହି କଥାକୁ ମାନିଛି ।

 Jharaphual Murder Case, Jajpur Police Arrested An Other Accused

ମାମଲାରେ ପୋଲିସ ଜାନୁଆରୀ ୨୮ ତାରିଖରେ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା । ପରେ ରାକେଶକୁ ରିମାଣ୍ଡରେ ଆଣି ଜେରା କରିଥିଲା ପୋଲିସ । ସେବେଠାରୁ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଫେରାର୍ ଥିଲା । ପ୍ରାୟ ୩ ମାସ ପରେ ଅଭିଯୁକ୍ତ ଅମରେଶକୁ ଗିରଫ କରିଛି ଯାଜପୁର ପୋଲିସ । ଏବେବି ମାମଲାର ତଦନ୍ତ ଜାରି ରହିଛି ।

ଦେଶରେ କରୋନା ସ୍ଥିତି ନସୁଧୁରିବା ଯାଏ ରପ୍ତାନୀ ହେବନି ରେମଡେସିବିର ଇଞ୍ଜେକ୍ସନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେମଡେସିବିର ଇଞ୍ଜେକ୍ସନ୍ ରପ୍ତାନୀ କଟକଣା ଜାରି କରିଛନ୍ତି । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । କୋଭିଡ୍ ଯୁଦ୍ଧରେ ବିଶେଷ କରି ବୟସ୍କ ଯେଉଁମାନେ ଗମ୍ଭୀର ରୋଗରେ ପୀଡ଼ିତ । ସେମାନଙ୍କ ଲାଗି ରେମଡେସିବିର ଗୁରୁତ୍ୱପୂର୍ଣ୍ଣ ଆଣ୍ଟି-ଭାଇରଲ ଔଷଧ ।

 Remdesivir Injection Export Prohibited Till Coronavirus Situation Improves In India

ସରକାରଙ୍କ ପକ୍ଷରୁ କୁହାଯାଇଛି- ଦେଶରେ ଯେବେ ଯାଏ କରୋନା ଭାଇରସ୍ ସଂକ୍ରମଣ ମାମଲାରେ ସୁଧାର ଆସିନାହିଁ ସେ ପର୍ଯ୍ୟନ୍ତ ରେମଡେସିବିର ଇଞ୍ଜେକ୍ସନ୍ ଓ ରେମଡେସିବିର ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଇଗ୍ନୋଡିଏଣ୍ଟସ୍ (API) ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିସହ ଆଗାମୀ ଦିନରେ ରେମଡେସିବିର ଚାହିଦା ବଢ଼ିପାରେ ।

ପିପିଲିରେ ପ୍ରଚାର ବେଳେ ବିଜେଡି ମହିଳା କର୍ମୀଙ୍କୁ ବିଜେପି କର୍ମୀଙ୍କ ଦୁର୍ବ୍ୟବହାର

ପିପିଲି: ଆଉ କିଛି ଦିନ ପରେ ପିପିଲି ଉପନିର୍ବାଚନ। ଏତିକି ବେଳେ ହାରିବା ଭୟରେ ଭୁଲ ପନ୍ଥା ଆପଣେଇବାରେ ଲାଗିଛି ବିଜେପି। କେବେଳେ ଭୋଟରଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଛି ତ ପୁଣି କେତେବେଳେ ବଜେଡି କର୍ମୀଙ୍କ ଉପରେ ଦୁର୍ବ୍ୟବହାର କରୁଛି। ତେବେ ପିପିଲି ଉପନିର୍ବାଚନକୁ ନେଇ ଡେଲାଙ୍ଗରେ ନିର୍ବାଚନୀ ଉତ୍ତେଜନା ଦେଖା ଦେଇଛି। ବିଜେଡି ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ବିଜେପି କର୍ମୀ। ନିଜକୁ ସବୁବେଳେ ଭଲ କହି ଡିଣ୍ଡିମ ପିଟୁଥିବା ବିଜେପି ଏବେ ଗୁଣ୍ଡାଗର୍ଦିର ଟ୍ରାକ୍‌କୁ ଓହ୍ଲାଇଛି। ବିହାର ୟୁପି ଭଳି ଗଣ୍ଡୋଗଳ କରି ନିର୍ବାଚନ ଜିତିବାର ଷ୍ଟ୍ରାଟେଜି ଓଡ଼ିଶାରେ ଆଣିବାକୁ ଚାହୁଁଛି ବିଜେପି ।

 

ବିଜେଡିର ମହିଳା ସମାବେଶ ବେଳେ ବିଜେଡି କର୍ମୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ବିଜେପି କର୍ମୀ। ସମାବେଶ ସାରି ଫେରୁଥିବାବେଳେ ବିଜେଡି କର୍ମୀଙ୍କୁ ଆକ୍ଷେପ କରିବା ସହିତ ଟଙ୍କାର ଲୋଭ ଦେଖାଇଥିଲେ ବିଜେପି କର୍ମୀ। ଏହାକୁ ବିଜେଡି କର୍ମୀମାନେ ପ୍ରତିବାଦ କରିବାରୁ ବିଜେପି ତରଫରୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛି ବିଜେଡି। ପ୍ରତିବାଦରେ ବିଜୁ ଜନତା ଦଳର କର୍ମୀମାନେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ବିଜେପି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜେଡି କର୍ମୀ।