spot_img
Home Blog Page 5719

ଆଜି ବି ୬ ହଜାର ଉପରେ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: କ୍ରମାଗତ ଚତୁର୍ଥ ଦିନରେ ରାଜ୍ୟରେ ୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୬ ହଜାର ୧୧୬ ଜଣ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୩ ହଜାର ୫୪୬ଟି ମାମଲା ଆସିଥିବା ବେଳେ ୨୫୭୦ଟି ସ୍ଥାନୀୟ ସଂକ୍ରମଣ ମାମଲା । ସବୁଦିନ ଭଳି ଆଜି ବି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ସବୁଠୁ ଉପରେ ରହିଛି ।

ଅନୁଗୁଳରୁ ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୨୬୨, ଭଦ୍ରକରୁ ୮୭, ବରଗଡ଼ରୁ ୧୮୯, ବୌଦ୍ଧରୁ ୩୨, କଟକରୁ ୩୪୩, ଦେବଗଡ଼ରୁ ୩୯, ଢେଙ୍କାନାଳରୁ ୮, ଗଜପତିରୁ ୭୮, ଗଞ୍ଜାମରୁ ୧୩୪, ଜଗତସିଂହପୁରରୁ ୭୩, ଯାଜପୁରରୁ ୩୨୪, ଝାରସୁଗୁଡ଼ାରୁ ୨୫୪, କଳାହାଣ୍ଡିରୁ ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୧୧୮, ଖୋର୍ଦ୍ଧାରୁ ୮୭୫, କୋରାପୁଟରୁ ୭୧, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୫୮, ନବରଙ୍ଗପୁରରୁ ୩୧୮, ନୟାଗଡ଼ରୁ ୯୯, ନୂଆପଡ଼ାରୁ ୪୩୦, ପୁରୀରୁ ୧୮୦, ରାୟଗଡ଼ାରୁ ୧୦୪, ସମ୍ବଲପୁରରୁ ୨୮୦, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୭୮୫ ଏବଂ ଷ୍ଟେଟ୍ ପୁଲରୁ ୧୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୭ ହଜାର ୪୫୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୪୫ ହଜାର ୯୪୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୩ ଲକ୍ଷ ୫୯ ହଜାର ୪୬୭ ଜଣ କରୋନାକୁ ମାତ୍ ଦେଇଛନ୍ତି ।

ଚା’ ତିଆରି ବେଳେ ଗ୍ୟାସ୍ ଲିକ୍, ଜୀଅନ୍ତା ଜଳିଗଲା ନାବାଳକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସାଙ୍କରା ଗାଁରେ ସକାଳୁ ଦୁଃଖଦ ଘଟଣା ଘଟିଛି । ଚା’ ତିଆରି କରୁଥିବା ଥିବାବେଳେ ଅଚାନକ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ଘର ପୋଡ଼ି ଯିବା ସହ ଜଣେ ୧୦ ବର୍ଷର ବାଳକ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି ।

Minor Boy Died In Fire At Sonepur

ନାବାଳକ ବାବୁଶାନ୍ ଗୁଡ଼ୁରିଆଙ୍କ ମୃତ୍ୟୁ ହୋଇଛି । ନିଆଁରୁ ଉଦ୍ଧାର କରି ଗ୍ରାମବାସୀ ନାବାଳକକୁ ବିନିକା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ବାବୁଶାନକୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଦିଲ୍ଲୀରେ ସପ୍ତାହେ ଯାଏ ବଢ଼ିପାରେ ଲକଡାଉନ୍, ବିଚାର କରୁଛନ୍ତି କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଲାଗିଥିବା ଗୋଟିଏ ସପ୍ତାହର ସମ୍ପୂର୍ଣ୍ଣ ଲକଡାଉନ୍ ସତ୍ତ୍ୱେ କରୋନା ସଂକ୍ରମଣ ଥମୁନି । ସ୍ଥିତି ଏବେବି ବେଶ୍ ଚିନ୍ତାଜନକ ରହିଛି । ଏସବୁକୁ ଦେଖି ଆଉ କିଛିଦିନ ଲାଗି ଲକଡାଉନ୍ ଅବଧି ବଢ଼ାଇବା ଲାଗି ବିଚାର କରୁଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ଏପ୍ରିଲ୍ ୨୬ ପରେ ଲକଡାଉନ୍ ଅବଧି ବୃଦ୍ଧି ସପକ୍ଷରେ ଅଛନ୍ତି ଦିଲ୍ଲୀର ୭୦ ପ୍ରତିଶତ ବ୍ୟବସାୟୀ ।

Covid Lockdown In Delhi May Be Extended By A Week

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ୱିୱାଲ୍ ୧୯ ଏପ୍ରିଲରେ ୬ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଯାହାକି ସୋମବାର ସକାଳ ୫ଟା ଯାଏ ଲାଗୁ ହେବ । ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜଭୁତ୍ କରିବା ଲାଗି ଏହି ଲକଡାଉନ୍ ଲାଗୁ କରାଯାଇଥିଲା । ତଥାପି ସ୍ଥିତି ଖରାପରୁ ଆହୁରି ଖରାପ ହେବାରେ ଲାଗିଛି । ଫଳରେ ଲକଡାଉନକୁ ଆଉ ଗୋଟିଏ ସପ୍ତାହ ଲାଗି ବୃଦ୍ଧି ନେଇ ସରକାର ଚିନ୍ତା କରୁଛନ୍ତି ।

ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି । ବିଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩୫୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏବେ ଯାଏ ଦିଲ୍ଲୀରେ କରୋନାରେ ୧୩ ହଜାର ୮୯୮ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ଦିଲ୍ଲୀରେ ୯୩, ହଜାର ୮୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୫୦ ହଜାର ୨୮୫ ଜଣ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି ।

କୋଭିଡ୍ କେୟାର ଭାବେ ବ୍ୟବହାର ପାଇଁ ୩,୮୧୬ ରେଲୱେ କୋଚ୍ ଉପଲବ୍ଧ

ନୂଆଦିଲ୍ଲୀ: ଦେଶ ସହ କୋଭିଡ୍ ସହ ଲଢ଼ୁଛି । ବିଭିନ୍ନ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ଲାଗି ଅକ୍ସିଜେନ୍ ଅଭାବ ରହିଥିବା ବେଳେ ନୂଆ ସଂକଟ ସୃଷ୍ଟି କରିଛି ଶଯ୍ୟାଭାବ । ଏଭଳି ପରିସ୍ଥିତିରେ ଆଶାର କିରଣ ସାଜିଛି ଭାରତୀୟ ରେଳବାଇ । ଏବେ ୩ ହଜାର ୮୧୬ କୋଚ କୋଭିଡ୍-୧୯ କୋଚ ଭାବେ ବ୍ୟବହାର ପାଇଁ ଉପଲବ୍ଧ ରହିଛି । ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁସାରେ ଏହି କୋଚକୁ ମୁତୟନ କରାଯିବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି ।

3816 rail coaches available for use at present for COVID care Railways

ରେଲୱେ ଅନୁସାରେ, ୨୧ଟି କୋଭିଡ୍ କୋଚକୁ ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ ମୁତୟନ କରାଯାଇଛି । ଯେଉଁଠି ଏବେ ୪୭ ଜଣ ଆକ୍ରାନ୍ତି ଚିକିତ୍ସିତ ହେଉଛନ୍ତି । ସେହିଭଳି ଶକୁର ବସ୍ତିରେ ୫୦ଟି କୋଚ୍, ଆନନ୍ଦବିହାରରେ ୨୫ଟି କୋଚ୍, ବାରଣାସୀରେ ୧୦ଟି, ବଦୋହୀରେ ୧୦ଟି ଏବୂଂ ଫୈଇଜାବାଦରେ ୧୦ଟି କୋଚ୍ ରଖାଯାଇଥିବା ସୂଚନା ଦେଇଛି ଭାରତୀୟ ରେଳବାଇ ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ରେଲୱେ ମୋଟ ୫ ହଜାର ୬୦୧ ଟ୍ରେନ୍ କୋଚକୁ କୋଭିଡ୍ କେୟାର ସେଣ୍ଟରରେ ରୂପାନ୍ତରିତ କରିଛି । ଏବେ ୩ ହଜାର ୮୧୬ଟି କୋଚ୍ କୋଭିଡ୍ କୋଚ୍ ଭାବେ ବ୍ୟବହାର ପାଇଁ ଉପଲବ୍ଧ ରହିଛି । ଏହି କୋଚ୍ ଗୁଡ଼ିକରେ କରୋନାର ସ୍ୱଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇ ପାରିବ ।

3816 rail coaches available for use at present for COVID care Railways

ଆଜିଠୁ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ୨୦ଟି କୋଚ୍ ଏଭଂ ପଶ୍ଚିମ କେନ୍ଦ୍ରୀୟ ରେଲୱେର ହବିବାଗଞ୍ଜ ରେଲୱେ ଷ୍ଟେସନରେ ୨୦ଟି କୋଭିଡ୍ କୋଚ୍ ମୁତୟନ କରାଯିବ । ଏହି କୋଭିଡ୍ କୋଚକୁ କାର୍ଯ୍ୟକ୍ଷମ କରାଯାଇ ରଲୱେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବ ।

କେକେଆର ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୬ ଓ୍ୱିକେଟ୍‌ରେ ବିଜୟୀ

ମୁମ୍ୱାଇ: କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ୬ ଓ୍ୱିକେଟ୍‌ରେ ବିଜୟୀ ହୋଇଛି ରାଜସ୍ଥାନ ରାୟଲ୍ସ । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୧୩୩ ରନ୍ ସଂଗ୍ରହ କରିପାରିଥିଲା । ଜବାବରେ ୧୮.୫ ଓଭରରେ ଏହି ୧୩୪ ରନର ବିଜୟ ଲକ୍ଷ୍ୟ ହାସଲ କରିପାରିଛି ରାଜସ୍ଥାନ । ଦଳ ପକ୍ଷରୁ ସଞ୍ଜୁ ସାମସନ୍ ଅପରାଜିତ ୪୨ ରନ୍ କରିଥିବା ବେଳେ ଡେଭିଡ୍ ମିଲର ଅପରାଜିତ ୨୪ ରନ୍ କରିଥିଲେ । ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ରାଜସ୍ଥାନର ଆରମ୍ଭ ଭଲ ହୋଇନଥିଲେ ମଧ୍ୟ ସଞ୍ଜୁ ସାମସନଙ୍କ ଧୈର୍ଯ୍ୟ ପୂର୍ଣ୍ଣ ବ୍ୟାଟିଂ ଫଳରେ ଦଳ ଏହି ଲକ୍ଷକୁ ହାସଲ କରିବାରେ ସଫଳ ହୋଇଛି । ୟଶସ୍ୱୀ ଯୟଶଓ୍ୱାଲ ଓ ଶୁଭମ୍ ଦୁବେ ଉଭୟେ ୨୨ ଲେଖାଏଁ ରନ୍ ମଧ୍ୟ ଦଳର ବିଜୟ ପାଇଁ ସହାୟକ ହୋଇଛି । ତେବେ ଆଜିର ମ୍ୟାଚିରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ କ୍ରିସ୍ ମୋରିସ୍ । ସେ ୪ ଓଭରରେ ମାତ୍ର ୧୮ ରନ୍ ଦେଇ ୪ ଓ୍ୱିକେଟ୍ ହାସଲ କରିଥିଲେ । ଯାହା ଫଳରେ ବିପକ୍ଷ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଏବଂ ଦଳ ଭଲ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା ।

ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆର ଦୁଇ ଓପ୍ନର ନୀତୀଶ ରାଣା ଓ ଶୁବମନ୍ ଗିଲ୍ ଧିମା ଆରମ୍ଭ କରିଥିଲେ। ଗିଲ୍ ପୁଣିଥରେ ନିରାଶ କରିଥିଲେ ଏବଂ ୧୧ ରନ୍ କରି ରନଆଉଟ୍ ହୋଇଥିଲେ। ନୀତୀଶ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତୃତୀୟ ସ୍ଥାନରେ ଆସିଥିବା ରାହୁଲ୍ ତ୍ରିପାଠୀ ଭଲ ବ୍ୟାଟିଂ କରିଥିବା ବେଳେ ସୁନୀଲ୍ ନରିନ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ନିରାଶ କରିଥିଲେ। ନରିନ୍ ୬ ରନ୍ କରି କମବ୍ୟାକ୍ ମ୍ୟାନ୍ ଜୟଦେବ ଉନାଦକଟଙ୍କ ଶିକାର ହୋଇଥିଲେ। ମୋର୍ଗାନ୍ କ୍ରିଜକୁ ଆସୁ ଆସୁ ରନଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ତ୍ରିପାଠୀ ଓ ଦିନେଶ କାର୍ତ୍ତିକ ଟିମକୁ ଭଲ ସ୍ଥିତିକୁ ଆଣିଥିଲେ। କିନ୍ତୁ ତ୍ରିପାଠୀଙ୍କ ୱିକେଟ୍ ପତନ ପରେ ଦଳ ପୁଣିଥରେ ବ୍ୟାକଫୁଟକୁ ଚାଲିଆସିଥିଲା।

ତ୍ରିପାଠୀଙ୍କୁ ମୁସ୍ତାଫିଜୁର ରେହମାନ୍ ଆଉଟ୍ କରିଥିଲେ। ରାଜସ୍ଥାନ ରୟାଲ୍ସର ମୋରିସ୍ ଗୋଟିଏ ଓଭରରେ ଆନ୍ଦ୍ରେ ରସେଲ୍ (୯) ଓ କାର୍ତ୍ତିକଙ୍କ ୱିକେଟ୍ ନେଇ କେକେଆର୍ ସମ୍ମାନଜନକ ସ୍କୋର ଆଶା କ୍ଷୀଣ କରିଦେଇଥିଲେ। ଲୋୟର ଅର୍ଡରରେ ପ୍ୟାଟ୍ କମିନ୍ସ ୧୦, ଶିବମ୍ ମାଭି ୫ ରନ୍ କରି ଆଉଟ୍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ଉନାଦକଟ୍, ଚେତନ ସାକାରିୟା ଓ ମୁସ୍ତାଫିଜୁର ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

କୋଭାକ୍ସିନ୍ ଦର: ସରକାରୀ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଓ ଘରୋଇ ହସ୍ପିଟାଲରେ ୧୨୦୦ ଟଙ୍କା

ହାଇଦ୍ରାବାଦ: କୋଭିସିଲ୍ଡ ପରେ କୋଭାକ୍ସିନ ଟିକାର ଦର ଧାର୍ଯ୍ୟ । ଘରୋଇ ହସ୍ପିଟାଲକୁ ଡୋଜ ପିଛା ୧୨୦୦ ଟଙ୍କାରେ ବିକ୍ରି ହେବ ଟିକା । କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କା ଦରରେ ମିଳିବ । ରାଜ୍ୟ ସରକାରଙ୍କୁ ୬୦୦ ଟଙ୍କା ଦରରେ ପ୍ରତି ଡୋଜ ମିଳିବ । ଗୋଟିଏ ଟିକାକୁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ ନେଇ ରାଜନୀତି ଥମି ନଥିବା ବେଳେ କୋଭାକ୍ସିନର ମଧ୍ୟ ଭିନ୍ନ ଧର ଧାର୍ଯ୍ୟ କରିଛି ଭାରତ ବାୟୋଟେକ୍‌ । ପୂର୍ବରୁ କୋଭିସିଲ୍ଡର ଦର ନେଇ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା । ସାରା ବିଶ୍ବରେ କୋଭିସିଲ୍ଡ ଟିକା ଶସ୍ତା ବୋଲି କହିଥିଲା ସେରମ ଇନଷ୍ଟିଚ୍ୟୁଟ୍‌ ।

ଜୁଏଲ ଓରାମ୍ ଓ ସୁଦାମ ମାର୍ଣ୍ଡିଙ୍କୁ କରୋନା

ରାଜନେତାଙ୍କୁ କରୋନା । ବିଜେପି ନେତା ଜୁଏଲ ଓରାମ୍ ଶନିବାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଏନେଇ ଶ୍ରୀ ମାର୍ଣ୍ଡି ସୋସିଆଲ୍ ମିଡିଆରେ  ସୂଚନା ଦେଇଛନ୍ତି। ଏବେ ସେ ହୋମ୍ ଆଇସୋଲେସରେ ଥିବା ପ୍ରକାଶ କରିଛନ୍ତି। ତେଣୁ ଗତ କିଛିଦିନ ମଧ୍ୟରେ ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ନିଜର କରୋନା ପରୀକ୍ଷା କରେଇନେବା ସହିତ ହୋମ୍ ଆଇସୋଲେସନରେ ରହିବାକୁ ମନ୍ତ୍ରୀ ସୁଦାମ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ଜୁଏଲ ଓରାମ୍ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ସେମାନଙ୍କ ଟେଷ୍ଟିଂ କରାଇଦେବାକୁ  ନିବେଦନ କରିଛନ୍ତି ।

ବାଲୁକା କଳା ମାଧ୍ୟମରେ କିମ୍ୱଦନ୍ତି କ୍ରିକେଟରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: କିମ୍ୱଦନ୍ତି କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ସେ ସଚିନ୍ ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା କଳାର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିବା ସହ ସଚିନ୍ ତେନ୍ଦୁଲକରଙ୍କୁ ହାପି ବର୍ଥ ଡେ’ ଓ୍ୱିସ୍ କରିଛନ୍ତି । ଆଉ ଏହାର ରିପ୍ଳାଏ ମଧ୍ୟ ଦେଇଛନ୍ତି ମାଷ୍ଟର ବ୍ଳାଷ୍ଟର । ବାଲୁକା କଳାଟି ଅତିସୁନ୍ଦର ହୋଇଛି ଏବଂ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ବୋଲି ଲେଖିଛନ୍ତି ସଚିନ୍ ।

ତେବେ ଭାରତୀୟ ଦଳର ଏହି ପୂର୍ବତନ କ୍ରିକେଟର ଆଜି ୪୮ ବର୍ଷରେ ପାଦ ଦେଇଥିବା ବେଳେ ତାଙ୍କ ଜନ୍ମଦିବସ ଉପଲକ୍ଷେ ସୋସିଆଲ୍‌ ମିଡିଆରେ  ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା । ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ୍ । ଏବଂ ସୋସିଆଲ୍‌ ମିଡିଆ ସାଇଟ୍‌ରେ ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ସମସ୍ତଙ୍କୁ ମୋର ହ୍ୟାଲୋ। ଆପଣମାନଙ୍କ ଜନ୍ମଦିନ ଶୁଭେଚ୍ଛା ପାଇଁ ଅନେକ ଧନ୍ୟବାଦ। ଏହା ମୋ ଦିନକୁ ସ୍ବତନ୍ତ୍ର ବନାଇଛି। ଗତ ମାସ ମୋ ପାଇଁ ବହୁ କଠିନ ଥିଲା। କାରଣ ମୁଁ କରୋନା ପଜିଟିଭ୍‌ ହୋଇଥିଲି। ସେଥିପାଇଁ ମୋତେ ୨୧ ଦିନ ଅଲଗା ହୋଇ ରହିବାକୁ ପଡ଼ିଥିଲା।’ ସଚିନ ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରି ପ୍ରଶଂସକମାନଙ୍କୁ ସେମାନଙ୍କ ଶୁଭେଚ୍ଛା ସକାଶେ ଧନ୍ୟବାଦ ଅର୍ପଣ କରିଛନ୍ତି।

https://twitter.com/sudarsansand/status/1385850351979417603

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଫେରନ୍ତା ପାଇଁ ଲାଗୁ କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ୧୪ ଦିନ ପରିବର୍ତ୍ତେ ମାତ୍ର ୭ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । କିନ୍ତୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ନିକଟରେ କୋଭିଡ ନେଗେଟିଭ୍ ରହିଥିବା କିମ୍ୱା କରୋନା ଟିକାର ୨ ଡୋଜ୍ ନେଇସାରିଥିବେ । ପଶ୍ଚିମବଙ୍ଗ ଫେରନ୍ତା ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବେ ଯଦି ଏ ନେଇ ସୁବିଧା ନଥାଏ ତେବେ ସେମାନେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିପାରିବେ ।  ସୂଚନା ଯୋଗ୍ୟ ପଶ୍ଚିମବଙ୍ଗରୁ ଆସିଲେ ଓଡିଶାରେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ବିଧାନସଭା ନିର୍ବାଚନ ନେଇ ଏବେ ପଶ୍ଚିମବଙ୍ଗରେ ସଭାସମିତି, ପ୍ରଚାର ରାଲି ଜୋର ଜାରି ରହିଛି । ସେଠାରେ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି । ଦୈନିକ ସଂକ୍ରମଣ ୧୦ ହଜାର ପରେ ଚିହ୍ନଟ ହେଉଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିରୁ ଏଭଳି କଟକଣା ଲାଗୁ କରାଯାଇଥିଲା । ସେହିପରି ୪୮ଘଣ୍ଟା ମଧ୍ୟର RTPCR ନେଗେଟିଭ୍ ଥିଲେ ହୋମ୍ କ୍ୱାରେଣ୍ଟାଇନ୍ ଅନୁମତି ମିଳିବ । ତେବେ ଏହି କ୍ୱାରେଣ୍ଟାଇନ୍ ଅବଧି ୧୪ ଦିନିଆ ଥିବା ବେଳେ ଏଥିରେ କିଛିଟା କୋହଳ କରିବା ସହ ନିର୍ଦ୍ଧିଷ୍ଟ ମାପଦଣ୍ଡକୁ ପୂରା କରୁଥିବା ଲୋକଙ୍କୁ ୭ ଦିନିଆ କ୍ଟାରେଣ୍ଟାଇନ୍ ଅନୁମତି ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ରାଜ୍ୟରେ ୩ହଜାର ୪୬୪ ଜଣ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ହଜାର ୪୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୬୨୯, ଖୋର୍ଦ୍ଧାରୁ ୪୪୧, ନୂଆପଡ଼ାରୁ ୩୩୯,କଳାହାଣ୍ଡିରୁ ୨୫୯, କଟକରୁ ୨୦୯, ନବରଙ୍ଗପୁରରୁ ୧୭୨, ସମ୍ୱଲପୁରରୁ ୧୫୧, ବରଗଡ଼ରୁ ୧୩୭, ବଲାଙ୍ଗୀରରୁ ୧୩୨, କେନ୍ଦୁଝରରୁ ୧୩୧, ପୁରୀରୁ ୧୧୪, ଝାରସୁଗୁଡ଼ା ୧୦୬, ମୟୂରଭଞ୍ଜରୁ ୭୧, ବାଲେଶ୍ୱରରୁ ୬୬, ଗଞ୍ଜାମରୁ ୫୬, ଅନୁଗୁଳରୁ ୪୪, ଯାଜପୁରରୁ ୪୩, ରାୟଗଡ଼ା ୩୭, ଭଦ୍ରକ ଓ ଗଜପତିରୁ ୩୩, ଜଗତସିଂହପୁରରୁ ୨୩, ଢେଙ୍କାନାଳରୁ ୨୧, ନୟାଗଡ଼ରୁ ୨୧, ସୋନପୁରରୁ ୧୯, କନ୍ଧମାଳର ୧୬, ଦେବଗଡ଼ ୧୫, ମାଲକାନଗିରି ୧୫, ବୌଦ୍ଧ ୧୩, କୋରାପୁଟ ୧୩, କେନ୍ଦ୍ରାପଡ଼ା ୧୧ ଏବଂ ଷ୍ଟେଟ୍ ପୁଲ୍‌ର ୯୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ବୃଦ୍ଧି ହେଉଛି କୋଭିଡ୍ ଶଯ୍ୟା, ମେ’ ମାସରେ ପିକକୁ ଯାଇ ସଂକ୍ରମଣ ଖସିବା ସମ୍ଭାବନା